ପ୍ରତିବର୍ଷ ଜୁଲାଇ 22 ରେ ବିଶ୍ୱ ମସ୍ତିସ୍କ ଦିବସ ପାଳନ କରାଯାଏ, ବିଶ୍ୱ ମସ୍ତିଷ୍କ ଦିବସ ହେଉଛି ଏକ ବିଶ୍ୱ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଯାହାକି ବିଶ୍ୱ ଫେଡେରେସନ୍ ଅଫ୍ ନ୍ୟୁରୋଲୋଜି ଦ୍ୱାରା ମସ୍ତିଷ୍କ ସ୍ୱାସ୍ଥ୍ୟ ଏବଂ ସ୍ନାୟୁଗତ ରୋଗର ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ଏକ ସର୍ଭେରୁ ଜଣାପଡିଛି ଯେ ୨୦୨୧ରେ ଦୁନିଆରେ ୩୦ କୋଟିରୁ ଅଧିକ ଲୋକ କୌଣସି ନା କୌଣସି ନ୍ୟୁରୋଲୋଜିକାଲ ରୋଗ ବା […]
ପୂର୍ବତଟ ରେଲଓ୍ବେ ସହ ଯୋଡ଼ି ହେଲା ଏଆଇ ରୋବଟ୍ । ରେଳ ଯାତ୍ରୀଙ୍କ ସୁରକ୍ଷା ପାଇଁ ରୋବଟର ବ୍ୟବହାର କରାଯିବ । ଏହି ରୋବଟର ନାମ ‘D.S.C ARJUN’ ରଖାଯାଇଛି ।ଏହା ଯାତ୍ରୀ ସୁରକ୍ଷା, ଷ୍ଟେସନ ସୁରକ୍ଷା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଛି ।’DAC ଅର୍ଜୁନ’ ନାମକ ଅତ୍ୟାଧୁନିକ AI ଚାଳିତ ରୋବୋଟିକ୍ ସୁରକ୍ଷା ପ୍ଲାଟଫର୍ମକୁ ଇଷ୍ଟକୋଷ୍ଟ ରେଲୱେରେ ସାମିଲ କରାଯାଇଛି । ଏହା ଷ୍ଟେସନରେ 24×7 ପାଟ୍ରୋଲିଂ କରିବ । […]
ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ କିଛି ଆତଙ୍କବାଦୀ ଗୁଳିମାଡ କରିଛନ୍ତି । ଏହାପରେ ପୋଲିସ ଏବଂ ସେନା ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ଏଥିରେ ଜଣେ ପୋଲିସ କର୍ମୀ ସହିଦ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ,ମଧ୍ୟାହ୍ନ ପ୍ରାୟ ୧୨:୩୫ ସମୟରେ ଅନନ୍ତନାଗ ପୁଲିସ ଷ୍ଟେସନ ଅଧୀନସ୍ଥ ଲାଲ ଚୌକର କୋଟୱାଲ ଗଲି ଅଞ୍ଚଳରେ କିଛି ଅଜ୍ଞାତ ଆତଙ୍କବାଦୀ ଏକ ପୁଲିସ ଦଳ ଉପରେ […]
କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ ଥିବା ଏଚ୍ଏଚ୍ଜି ମହିଳାଙ୍କ ୩ ମାସର ବକେୟା ବିଲ କରେଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି।ଭିଜିଲାନ୍ସ ଟିମ୍ ପ୍ରିନ୍ସିପାଲକୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଥିବା ବେଳେ ବର୍ତ୍ତମାନ ପ୍ରିନ୍ସିପାଲଙ୍କ ଭବାନୀପାଟଣା ସ୍ଥିତ ବାସଭବନରେ ଚଢ଼ାଉ କରିଥିବା ସୂଚନା ମିଳିଛି lଏଥିରେ ଜୟପୁର ଭିଜିଲାନ୍ସ […]
CMOରୁ ଦୁଇଟି କମିଶନ ଫାଇଲ ଗାୟବ ଘଟଣାରେ ଥାନାରେ ହାଜର ହେଲେନି ରାଜେଶ ବର୍ମା । ଫାଇଲ ଗାୟବ ମାମଲାରେ କ୍ୟାପିଟାଲ ଥାନା ପୋଲିସ ରାଜେଶ ବର୍ମାଙ୍କୁ ନୋଟିସ କରିଥିଲା। ଆଜି ସକାଳ ୧୧ଟା ସୁଦ୍ଧା ଥାନାରେ ହାଜର ହେବାକୁ କୁହାଯାଇଥିଲା। ତେବେ ନିର୍ଦ୍ଧାରିତ ସମୟ ଶେଷ ହୋଇଥିଲେ ମଧ୍ୟ କ୍ୟାପିଟାଲ ଥାନାରେ ହାଜର ହୋଇନାହାନ୍ତି ରାଜେଶ ବର୍ମା। ଫଳରେ ତଦନ୍ତକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଫଳରେ ଆଇଏସ୍ ଅଧିକାରୀଙ୍କ ଅଡ଼ୁଆ ବଢ଼ିପାରେ ବୋଲି […]
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ନିବେଦନ ମଧ୍ୟ କରିଛନ୍ତି। ସେ ଅଧିକାରୀଙ୍କୁ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ସୁରୁଖୁରୁରେ ସଂପନ୍ନ […]
ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ପୁଣି ଚର୍ଚ୍ଚା । ଟେଷ୍ଟ ଓ ଟି-୨୦ରୁ ବିଦାୟ ନେଇସାରିଥିବା ଏହି ଦୁଇ ଦିଗ୍ଗଜଙ୍କ ନଜର ଏବେ କେବଳ ଦିନିକିଆ କ୍ରିକେଟ୍ ଉପରେ । ରବି ଶାସ୍ତ୍ରୀଙ୍କ ଦିନିକିଆ ବିଶ୍ୱକପ୍ ଦଳରେ ଶୁଭମନ ଗିଲ୍ ସାମିଲ ଥିବା ବେଳେ, ରୋହିତ ଏବଂ ଯଶସ୍ୱୀ ଜୈସ୍ୱାଲ ଉଭୟଙ୍କୁ ସାମିଲ କରାଯାଇଛି । ଶାସ୍ତ୍ରୀଙ୍କ ମତରେ, ରୋହିତ ନିଶ୍ଚିତ ଭାବରେ ଦିନିକିଆ ବିଶ୍ୱକପରେ ଖେଳିବା ଉଚିତ୍ । ଜୈସ୍ୱାଲ ବ୍ୟାକଅପ୍ ଓପନର୍ […]
ଆନ୍ଧ୍ର ପରେ ଓଡ଼ିଶାରେ କରୋନା। ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। MKCGରେ ଜଣେ ମହିଳା ରୋଗୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ସଂକ୍ରମିତଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ନଜରରେ ରଖି ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇଜଣଙ୍କର ଲକ୍ଷଣ ସାମାନ୍ୟ ଥିବାରୁ ସେମାନେ ଘରୋଇ ସଙ୍ଗରୋଧରେ […]
ସରକାରୀ କାର୍ଯ୍ୟରେ ବଢ଼ିବ କୃତ୍ରିମ ବୁଦ୍ଧିମତା ବା ଏଆଇର ବ୍ୟବହାର । ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏଆଇ ଆଧାରିତ ସେବା ଆରମ୍ଭ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ChatGPT Plus, Google AI Pro ଭଳି ଏଆଇ ସେବା କିଣିବା ସହ ଅଧିକ କ୍ଲାଉଡ୍ ଷ୍ଟୋରେଜ୍ ଓ ଉନ୍ନତ ଭିଡିଓ କନଫରେନ୍ସିଂ ସୁବିଧା ପାଇଁ ଆର୍ଥିକ ମଞ୍ଜୁରି ଲୋଡ଼ିଛି ବିଭାଗ ।ଏନେଇ ଇଞ୍ଜିନିୟର-ଇନ୍-ଚିଫ୍ (ଗ୍ରାମ୍ୟ କାର୍ଯ୍ୟ) କାର୍ଯ୍ୟାଳୟରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ […]
ମାଲକାନଗିରି ବିମାନବନ୍ଦରରେ ଆଜି ହେବ ବହୁ ପ୍ରତୀକ୍ଷିତ ଟ୍ରାଏଲ ରନ୍ । ଏହି ପରୀକ୍ଷାମୂଳକ ଉଡ଼ାଣ ସଫଳ ହେଲେ ଜିଲ୍ଲାବାସୀଙ୍କ ପାଇଁ ବିମାନ ସେବା ଆରମ୍ଭ ହେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ଅପରାହ୍ନ ୧.୫୦ ରେ ଜୟପୁରରୁ ବାହାରି ୨.୨୦ ରେ ମାଲକାନଗିରି ଏୟାରପୋର୍ଟରେ ପହଞ୍ଚିବ । ପୁଣି ୨.୩୦ ରେ ମାଲକାନଗିରି ଏୟାରପୋର୍ଟ ରୁ ବାହାରି ୩.୦୦ ରେ ଜୟପୁରକୁ ବିମାନ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ […]
ରତ୍ନବେଦୀକୁ ବାହୁଡ଼ିବେ କାଳିଆ ସାଆନ୍ତ। ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଗତକାଲି ଆଜ୍ଞାମାଳ ଆସିବା ପରେ ଦକ୍ଷିଣମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ନୀତିକୁ ଅଧାରେ ବନ୍ଦ କରିବାକୁ ପଡ଼ିଥିଲା । ଗତକାଲି କେବଳ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଦକ୍ଷିଣମୋଡ଼ ସମ୍ପନ୍ନ ହୋଇଥିଲା । ଆଜି ସକାଳୁ ତାଳଧ୍ବଜ ରଥର ଦକ୍ଷିଣ ମୋଡ଼ ହୋଇଛି। ଏବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ନାକଚଣା ଦ୍ବାର ନିକଟକୁ ନିଆଯିବ। ଦକ୍ଷିଣମୋଡ଼ ନୀତିକୁ […]
ସିକିମର ନାମଚି ଜିଲ୍ଲାରେ ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ପାଇଁ ନିର୍ମାଣାଧୀନ ଏକ ସୁଡଙ୍ଗ ଭୁଶୁଡ଼ି ପଡ଼ିବା ପରେ ଫସି ରହିଥିଲେ ୨୭ ଜଣ। ସେମାନଙ୍କ ମଧ୍ୟରୁ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଏବେ ବି ଫସି ରହିଛନ୍ତି । ୧୬ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନ୍ୟାସନାଲ ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର କର୍ପୋରସେନ୍ (ଏନ୍ଏଚ୍ପିସି)ର ତିସ୍ତା ଷ୍ଟେଜ-୬ ଜଳବିଦ୍ୟୁତ୍ ପ୍ରକଳ୍ପର ଏହି ସୁଡ଼ଙ୍ଗ ନିର୍ମାଣ କରାଯାଉଥିଲା । ଭୂସ୍ଖଳନ […]
