author

ଦ୍ୱିତୀୟ ଦିନରେ ୩ ରଥର ଦକ୍ଷିଣମୋଡ଼ ସମ୍ପନ୍ନ ହୋଇଛି

ରତ୍ନବେଦୀକୁ ବାହୁଡ଼ିବେ କାଳିଆ ସାଆନ୍ତ। ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଗତକାଲି ଆଜ୍ଞାମାଳ ଆସିବା ପରେ ଦକ୍ଷିଣମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ନୀତିକୁ ଅଧାରେ ବନ୍ଦ କରିବାକୁ ପଡ଼ିଥିଲା । ଗତକାଲି କେବଳ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଦକ୍ଷିଣମୋଡ଼ ସମ୍ପନ୍ନ ହୋଇଥିଲା । ଆଜି ସକାଳୁ ତାଳଧ୍ବଜ ରଥର ଦକ୍ଷିଣ ମୋଡ଼ ହୋଇଛି। ଏବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ନାକଚଣା ଦ୍ବାର ନିକଟକୁ ନିଆଯିବ। ଦକ୍ଷିଣମୋଡ଼ ନୀତିକୁ […]

ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡିବା ଘଟଣା; ୨୦ ମୃତ, ଏବେ ବି ଫସିଛନ୍ତି ୫ ଜଣ

ସିକିମର ନାମଚି ଜିଲ୍ଲାରେ ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ପାଇଁ ନିର୍ମାଣାଧୀନ ଏକ ସୁଡଙ୍ଗ ଭୁଶୁଡ଼ି ପଡ଼ିବା ପରେ ଫସି ରହିଥିଲେ ୨୭ ଜଣ। ସେମାନଙ୍କ ମଧ୍ୟରୁ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଏବେ ବି ଫସି ରହିଛନ୍ତି । ୧୬ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନ୍ୟାସନାଲ ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର କର୍ପୋରସେନ୍ (ଏନ୍ଏଚ୍ପିସି)ର ତିସ୍ତା ଷ୍ଟେଜ-୬ ଜଳବିଦ୍ୟୁତ୍ ପ୍ରକଳ୍ପର ଏହି ସୁଡ଼ଙ୍ଗ ନିର୍ମାଣ କରାଯାଉଥିଲା । ଭୂସ୍ଖଳନ […]

ଜେନେରିକ୍ ଔଷଧରେ ୨୦୦% ଟାରିଫ୍ ଲଗାଇଲେ ଟ୍ରମ୍ପ୍

ଆମେରିକାରେ ଘରୋଇ ଔଷଧ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଉପରେ ନୂଆ ଟାରିଫ୍ ନୀତି ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ, ୨୦୨୬ ଅଗଷ୍ଟ ୧ରୁ ଆରମ୍ଭ କରି ଦୁଇ ବର୍ଷ ପର୍ଯ୍ୟନ୍ତ ଆମଦାନି ହେଉଥିବା ଜେନେରିକ୍ ଔଷଧ ଉପରେ ଶୂନ ପ୍ରତିଶତ ଟାରିଫ୍ ରହିବ । ଏହା ପରେ ଗୋଟିଏ ବର୍ଷ ପାଇଁ ୧୦୦ ପ୍ରତିଶତ ଏବଂ ତା’ପରେ ୨୦୦ ପ୍ରତିଶତ ଟାରିଫ୍ ଲାଗୁ ହେବ । ଏହି […]

ଲଘୁଚାପର ପ୍ରଭାବ ଜାରି , ୨୬ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟର ଅନେକ ସ୍ଥାନରେ ବୁଧବାର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ।ଆଗାମୀ କିଛି ଦିନ ମଧ୍ୟ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ରାଜ୍ୟର ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପାଇଁ ୧୫ଟି ଜିଲ୍ଲାକୁ ସତର୍କ କରାଯାଇଛି । ଏହାବାଦ୍ ବାଲେଶ୍ଵର, ଭଦ୍ରକ, ଯଜପୁର, ଜଗତସିଂହପୁର, […]

ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି, ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ରାଜ୍ୟରେ ଉନ୍ନତ, ଆଧୁନିକ ଓ ରୋଗୀ-ଅନୁକୂଳ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗଠନ ଦିଗରେ ରାଜ୍ୟ ସରକାର ପ୍ରତିବଦ୍ଧ ରହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଆଜି କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ପ୍ରକଳ୍ପ ଭିତ୍ତିଭୂମି, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ଚାଲିଥିବା ସମ୍ପ୍ରସାରଣ କାର୍ଯ୍ୟର ଅଗ୍ରଗତିର ବିସ୍ତୃତ ସମୀକ୍ଷା କରିଥିଲେ ।ପରିଦର୍ଶନ ସମୟରେ ମନ୍ତ୍ରୀ ନୂତନ ନିର୍ମାଣଧୀନ ହସ୍ପିଟାଲ ବ୍ଲକ, ପିଜି ହଷ୍ଟେଲ, ରେସିଡେଣ୍ଟ ଡାକ୍ତରମାନଙ୍କ ହଷ୍ଟେଲ […]

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଦିଲ୍ଲୀରେ ଘଟିଥିବା ଘଟଣା ଅତ୍ୟନ୍ତ ଗମ୍ଭୀର । ଅନେକ ଛାତ୍ରଙ୍କ ଉପରେ ହିଂସାତ୍ମକ ଆକ୍ରମଣ ହୋଇଛି । ଏହା ଅତ୍ୟନ୍ତ ଗମ୍ଭୀର ମାମଲା […]

ପୁରୀରେ ପ୍ରବଳ ବର୍ଷା, ତାଳଧ୍ବଜ ରଥର ଦକ୍ଷିଣମୋଡ଼ ସ୍ଥଗିତ

ଆଜି ଅପରାହ୍ନରେ ପାଗରେ ହଠାତ୍ ପରିବର୍ତ୍ତନ ଆସିଥିଲା। ବର୍ଷା କୁ ଖାତିର ନକରି ସୁରକ୍ଷା ବାହିନୀ ଓ ଶ୍ରଦ୍ଧାଳୁ ମାନେ ରଥ ଦକ୍ଷିଣ ମୋଡ଼ରେ ସାମିଲ୍ ହୋଇଥିଲେ। ଦର୍ପଦଳନ ରଥ ପରେ ତାଳଧ୍ଵଜ ରଥର ଦକ୍ଷିଣମୋଡ଼ ଆରମ୍ଭ ହେବା ମାତ୍ରେ ପ୍ରବଳ ବର୍ଷା ହୋଇଥିଲା। ସେହିପରି ନନ୍ଦିଘୋଷ ରଥର ମଧ୍ୟ ଦକ୍ଷିଣ ମୋଡ଼ ହୋଇପାରିନାହିଁ । ଆସନ୍ତାକାଲି ଦକ୍ଷିଣମୋଡ଼ କରାଯିବ । ୨୪ ତାରିଖରେ ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ […]

ଆଗକୁ ପେଟ୍ରୋଲରେ ମିଶିବ କି ଅଧିକ ଇଥାନଲ ?ସ୍ପଷ୍ଟ କଲେ କେନ୍ଦ୍ର ସରକାର

ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି । କିନ୍ତୁ ସରକାର ଏସବୁ ମିଛ ଏବଂ ଗୁଜବ ବୋଲି ଆଶ୍ୱାସନା ଦେଉଛନ୍ତି । ରାଜ୍ୟସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ରାଜ୍ୟ ମନ୍ତ୍ରୀ ସୁରେଶ ଗୋପୀ କହିଛନ୍ତି ଯେ, ଯଦି ଭବିଷ୍ୟତରେ ଇଥାନଲର ମାତ୍ରା ବୃଦ୍ଧି ପାଇଁ ବିଚାର କରାଯିବ ତାହାଲେ ପ୍ରଥମେ ବୈଜ୍ଞାନିକ ପଦ୍ଧତିରେ ଗବେଷଣା ହେବ […]

ପୁଣି ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌

ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ପୁଣି ଆହୁରି ୪ଟି ସ୍ଲୁଇସ ଗେଟ୍‌ ଖୋଲାଯାଇ ମୋଟ ୮ଟି ଗେଟ୍‌ରେ ଅତିରିକ୍ତ ବନ୍ୟା ଜଳ ନିଷ୍କାସନ କରାଯାଉଛି।ଖୋଲା ଯାଇଥିବା ମୋଟ ୮ଟି ସ୍ଲୁଇସ ଗେଟ ମଧ୍ୟରୁ ବର୍ତ୍ତମାନ ଜଳଭଣ୍ଡାରର ବାମ ପାର୍ଶ୍ୱରୁ ୫ଟି ଏବଂ ଦକ୍ଷିଣ ପାର୍ଶ୍ୱର ୩ଟି […]

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ!

UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ ଲାଗିଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଘୋଷଣା କରିଛି ସେ ଏଭଳି ନୂଆ ଟେକ୍ନୋଲୋଜି ଉପରେ କାମ କରୁଛି, ଯାହାଫଳରେ ବିନା ଇଣ୍ଟରନେଟ୍‌ରେ ମଧ୍ୟ ଦୋକାନ, ଫ୍ଲାଇଟ୍ ଓ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋରେ ୟୁପିଆଇ ପେମେଣ୍ଟ କରିହେବ। ଯଦି ଏହି ସୁବିଧା ଆରମ୍ଭ ହୁଏ, ତେବେ ଖରାପ ନେଟଓ୍ବର୍କ କିମ୍ବା […]

ବନ୍ଧା ହେବେ IPL ଷ୍ଟାର୍ ଅଭିଷେକ ପୋରେଲ, ୩ ବର୍ଷ ଧରି ମହିଳାଙ୍କୁ କରୁଥିଲେ ଦୁଷ୍କର୍ମ

କୋଲକାତା ହାଇକୋର୍ଟ ଏକ ଗଣଦୁଷ୍କର୍ମ ମାମଲା ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲଙ୍କୁ ଗରିଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଅଭିଷେକଙ୍କ ଇଲେକ୍ଟ୍ରୋନିକ୍ ଡିଭାଇସଗୁଡିକୁ ଜବତ କରିବାକୁ ମଧ୍ୟ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।ଅଭିଯୋଗ ଅନୁସାରେ, ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିବା ଅଭିଷେକ ପୀଡ଼ିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ୩ ବର୍ଷ ଧରି ସମ୍ପର୍କ ରଖିବା ପରେ ବିବାହ ପାଇଁ ମନା କରିବା ସହିତ ଅନ୍ତରଙ୍ଗ ମୁହୂର୍ତ୍ତର […]

କାରାଗାର ସୁରକ୍ଷାରେ ହେବ ବଡ଼ ପରିବର୍ତ୍ତନ । ଜେଲରେ ଏଆଇ ସିସିଟିଭି ନଜର ରଖିବ

କାରାଗାର ସୁରକ୍ଷାରେ ହେବ ବଡ଼ ପରିବର୍ତ୍ତନ । ଜେଲରେ ଏଆଇ ସିସିଟିଭି ନଜର ରଖିବ । ଭୁବନେଶ୍ୱରରେ ହେବ ମଡେଲ ଜେଲ ପ୍ରତିଷ୍ଠା । ଜେଲରେ ଯୋଗ, ଦକ୍ଷତା ଓ ପୁନର୍ବାସକୁ ଗୁରୁତ୍ବ । କଏଦୀଙ୍କ କଲ୍ୟାଣକୁ ଗୁରୁତ୍ୱ ରହିବ । ଓଡ଼ିଶା କାରାଗାର ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ, ଆଧୁନିକ ଏବଂ ସଂସ୍କାରମୂଳକ କରିବା ଲକ୍ଷ୍ୟରେ ଆଜି ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଛି । ବର୍ତ୍ତମାନ […]