ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଏହି ଗସ୍ତ ଅବସରରେ ସେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ ସରକାରୀ ଏବଂ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଏହି ଓଡ଼ିଶା ଗସ୍ତକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ପ୍ରାରମ୍ଭିକ ଖସଡ଼ା କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇ ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯାଇଛି।ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ […]
ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ସୂଚନାନୁଯାୟୀ, କୁଆଁରମୁଣ୍ଡା ତହସିଲର କଳୋସିହିରିଆ ଆରଆଇ ଅନିତା ଜେନା ଜଣେ ବ୍ୟକ୍ତିଙ୍କୁ ଜମି ଡିମାର୍କେସନ ପାଇଁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଏନେଇ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ଆରଆଇ ଆଜି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି।ଏହି […]
ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଆଉ ଚାରି ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର, ଭାରତୀ ଟୁଡ଼ୁ, କିଶୋର କୁମାର କର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢୀଙ୍କ ଅଧିନରେ ସହକାରୀ ନିର୍ଦ୍ଦେଶକ ଓ ସଂଯୋଜକ ଭାବେ କାର୍ଯ୍ୟ […]
ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ପ୍ରଶାସନ ସହ ଜଡ଼ିତ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ ।ବୈଠକରେ ୨୦୨୭ ମସିହାର ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଥିବା ଖସଡ଼ା ଭୋଟର ତାଲିକା, ନିର୍ବାଚନୀ ପ୍ରକ୍ରିୟା, ପ୍ରଶାସନିକ ପ୍ରସ୍ତୁତି ଏବଂ ବିଭିନ୍ନ ଲଜିଷ୍ଟିକ୍ […]
ବର୍ଷାରେ ଚାଷ ଜମି କିମ୍ବା ଘର ଭାଙ୍ଗିଥିଲେ ମିଳିବ କ୍ଷତି ପୂରଣ। ଅନଲାଇନରେ ଚାଷୀଙ୍କ ଖାତାକୁ ପଠାଯିବ କ୍ଷତିପୂରଣ ଟଙ୍କା। ଗୋଟିଏ ବ୍ଳକର ଗୋଟିଏ ଘର କିମ୍ବା ଜଣେ ବ୍ୟକ୍ତିଙ୍କ କ୍ଷତି ହୋଇଥିଲେ ବି କ୍ଷତିପୂରଣ ଦିଆଯିବ। ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକରୁ କ୍ଷୟକ୍ଷତିର ରିପୋର୍ଟ ତଲବ କରାଯାଇଛି । ଏପର୍ଯ୍ୟନ୍ତ ବଲାଙ୍ଗୀର ଓ କଟକ ଜିଲ୍ଲାପାଳ ସରକାରଙ୍କୁ ରିପୋର୍ଟ ଦାଖଲ କରିସାରିଛନ୍ତି । ଅନ୍ୟ ଜିଲ୍ଲାରୁ ମଧ୍ୟ […]
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ବିଶ୍ୱ ହିନ୍ଦୁ ପରିଷଦ। ଗାଏବ ହୋଇଥିବା କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଆହ୍ୱାନ ଦେଇଛି ପରିଷଦ । ୨୦୦୮ ଅଗଷ୍ଟ ୨୩ରେ କନ୍ଧମାଳ ଜିଲ୍ଲାର ଜଳେଶପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହ ତାଙ୍କ ୪ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣା ପରେ କନ୍ଧମାଳରେ ବ୍ୟାପକ ସାମ୍ପ୍ରଦାୟିକ ହିଂସା ଘଟିଥିଲା । ଏଥିରେ ଅନେକ ଲୋକଙ୍କ ଜୀବନହାନି ଘଟିବା ସହ ବହୁ ପରିବାର […]
ଅମିତାଭ ବଚ୍ଚନଙ୍କର ଅସ୍ତ୍ରୋପଚାର ପରେ ଏକ ହୃଦୟସ୍ପର୍ଶୀ ଅପଡେଟ୍ ସେୟାର କରିଛନ୍ତି, ହସ୍ପିଟାଲରୁ ଘରକୁ ଫେରିବା ପରେ ସୁସ୍ଥ ହେବାର ଚ୍ୟାଲେଞ୍ଜ ବିଷୟରେ ପ୍ରକାଶ କରିଛନ୍ତି । ତାଙ୍କର ବର୍ତ୍ତମାନ ବ୍ଲଗରେ, ଅମିତାଭ ଲେଖିଛନ୍ତି, “.. ହସ୍ପିଟାଲରେ ଏକ ଅସ୍ତ୍ରୋପଚାର ଏବଂ ଆଇସିୟୁରେ, ଦକ୍ଷ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ତତ୍ତ୍ୱାବଧାନରେ .. ଡିସଚାର୍ଜ .. ଏବଂ ଘରକୁ ଫେରିବା ..”। ସେ ଜାରି ରଖିଛନ୍ତି, “ଏହି ଘରକୁ ଫେରିବା ସମୟ ହେଉଛି ସବୁଠାରୁ କଷ୍ଟକର ପର୍ଯ୍ୟାୟ […]
ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭିଡ଼ ଭିତରେ ମଧ୍ୟ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଦର୍ଶନକୁ ସହଜ, ସୁରକ୍ଷିତ ଓ ସୁବିଧାଜନକ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ହ୍ୱିଲ ଚେୟାର, ସ୍ୱେଚ୍ଛାସେବୀଙ୍କ ସହଯୋଗ ଓ ସ୍ୱତନ୍ତ୍ର ପ୍ରବେଶ ବ୍ୟବସ୍ଥା ଯୋଗୁଁ ବୟସ କିମ୍ବା ଶାରୀରିକ ଅକ୍ଷମତା ମହାପ୍ରଭୁଙ୍କ ଦର୍ଶନରେ କୌଣସି ସମସ୍ୟା ହେଉନି । ହ୍ୱିଲଚେୟାରରେ ଭକ୍ତଙ୍କୁ ମନ୍ଦିର ନିକଟକୁ ନେଇଯାଉଛନ୍ତି ସ୍ବେଚ୍ଛାସେବୀ ।ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ଦର୍ଶନରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । […]
ଦୀର୍ଘ ୨୩ ଦିନ ଧରି ଅନଶନରେ ଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ସଫଦରଜଙ୍ଗ ହସ୍ପିଟାଲ ନୂଆ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରିଛି । ବୁଲେଟିନ୍ ଅନୁସାରେ, ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ପାରାମିଟର ସ୍ଥିର ଥିଲେ ମଧ୍ୟ ରକ୍ତ ଚାପ ଓ ପୋଟାସିୟମ୍ ସ୍ତର କମ୍ ରହିଛି । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ରାତିରେ କରାଯାଇଥିବା ପରୀକ୍ଷାରେ ସିରମ୍ ପୋଟାସିୟମ୍ ସ୍ତର ୩.୨ଏମଇକ୍ୟୁ/ଏଲ ରହିଥିବା ବେଳେ, ସେ ପ୍ୟାନସାଇଟୋପେନିଆ ସମସ୍ୟାରେ ମଧ୍ୟ ପୀଡ଼ିତ […]
ହେରାପଞ୍ଚମୀରେ ମହାଲକ୍ଷ୍ମୀ ଗୁଣ୍ଡିଚାଘରକୁ ଆସି ଫେରିବାପରେ ଠାକୁରଙ୍କ ଶ୍ରୀମନ୍ଦିରକୁ ଫେରିବା ପ୍ରକ୍ରିୟା ଆରମ୍ଭ ହେବ । ବାହୁଡ଼ା ପ୍ରସ୍ତୁତି ପାଇଁ ମଙ୍ଗଳବାର ରଥ ଦକ୍ଷିଣ ମୋଡ଼ । ତିନି ରଥ ଗୁଣ୍ଡିଚାଘର ସିଂହଦ୍ୱାରରୁ ଟଣା ହୋଇ ନାକଚଣା ଦ୍ୱାରେ ପହଞ୍ଚିବ । ପ୍ରଶାସନ ପକ୍ଷରୁ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶ୍ରୀକ୍ଷେତ୍ରରେ ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଅନନ୍ୟ ପରିବେଶ ମଧ୍ୟରେ ଏବେ ସମସ୍ତେ ବାହୁଡ଼ା ଯାତ୍ରାକୁ […]
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଅପରପକ୍ଷେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଥିବା ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟରୁ ଏକ ଟ୍ରଫ୍ ଦକ୍ଷିଣ ଓଡ଼ିଶା, ଦକ୍ଷିଣ ଛତିଶଗଡ଼, ତେଲଙ୍ଗାନା, ମଧ୍ୟ ମହାରଷ୍ଟ୍ର, ମରାଠାଓ୍ବାଡା ଓ ଦକ୍ଷିଣ ଗୁଜରାଟ ଦେଇ ଉତ୍ତର-ପୂର୍ବ ଆରବ ସାଗର ପର୍ଯ୍ୟନ୍ତ ଲମ୍ବିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ ।ଆଜି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, […]
ମେଷ ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର […]
