ଆଗାମୀ ଜୁଲାଇ ୨୭ ତାରିଖରେ ସୋମାବର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ୟୁନିଟ୍-୨ ଅଶୋକନଗର, ଭୁବନେଶ୍ୱର ସ୍ଥିତ ପୁର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେସକାଳ ୮ଟାରୁ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ।ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣଜୁଲାଇ୨୨ ତାରିଖଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ । ଏଥିନିମନ୍ତେ,ଆଗ୍ରହୀ ଜନସାଧାରଣ ଜନ ଶୁଣାଣି ପୋର୍ଟାଲ(https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ […]
ସାଧରଣତଃ ବଲିଉଡ ସେଲିବ୍ରେଟିମାନେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଲାଇମଲାଇଟରେ ରହିଥାନ୍ତି । ଅନେକ ସମୟରେ ଅଭିନେତା ଓ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ମଧ୍ୟ ବିବାଦୀୟ ଖବର ସାମ୍ନାକୁ ଆସିଛି । ସେହିଭଳି ବର୍ତ୍ତମାନ ବଲିଉଡ୍ ଅଭିନେତା ଅର୍ଜୁନ କପୁରଙ୍କ ବ୍ୟକ୍ତିଗତ ଜୀବନ ପୁଣି ଥରେ ଚର୍ଚ୍ଚାରେ ଅହିଛି ।ଅର୍ଜୁନ କପୁର ଓ ଅଭିନେତ୍ରୀ ସାହିବା ବାଲିଙ୍କୁ ଏକାଠି ଦେଖାଯିବା ପରେ ସେମାନଙ୍କ ଡେଟିଂ ନେଇ ଅନୁମାନ ଆରମ୍ଭ ହୋଇଛି । ଅର୍ଜୁନ କପୁର ଓ […]
ଗତ ଜୁଲାଇ ୧୬ ତାରିଖ ଦିନ ଶ୍ରୀକ୍ଷେତ୍ର ପୁରୀରେ ଏକ ଅତ୍ୟନ୍ତ ଦୁଃଖଦ ତଥା ହୃଦୟବିଦାରକ ଘଟଣା ଘଟିଥିଲା । ପୁରୀରେ ରଥଯାତ୍ରା ସମୟରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା କଟକର ଅନୀଲ ଦାସ ଏବଂ ମହାରାଷ୍ଟ୍ର ମୁମ୍ବାଇରୁ ଆସିଥିବା ଅଶୋକ ସୁବାରେ ରାଇକରଙ୍କର ମୃତ୍ୟୁ ହୋଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଆପ୍ରାଣ ଚେଷ୍ଟା କରିଥିଲେ ସୁଦ୍ଧା, […]
କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗ୍ରାହକଙ୍କ ବିଲ୍ ଉପରେ ସେବା ଶୁଳ୍କ ଆଦାୟ କରିବା ବିରୋଧରେ ରେଷ୍ଟୁରାଣ୍ଟଗୁଡ଼ିକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯେଉଁ ରେଷ୍ଟୁରାଣ୍ଟଗୁଡ଼ିକ ଏପରି କରିଚାଲିବେ ସେମାନଙ୍କ ବିରୋଧରେ ଜରିମାନା ସମେତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରସିଦ୍ଧ ଚା’ କାଫେ ଚେନ୍ ‘Chaayos’ ଏବଂ ‘Barbeque Nation’ ସମେତ ଦେଶର ୪୧ଟି ବଡ଼ ବଡ଼ ରେଷ୍ଟୁରାଣ୍ଟ ଉପରେ କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ (CCPA) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ […]
ବିପର୍ଯ୍ୟୟ ସମୟରେ ବିଦ୍ୟୁତ ଭିତ୍ତିଭୂମିକୁ ବଞ୍ଚାଇବାକୁ ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଣିକି ମାଟିତଳେ ବିଦ୍ୟୁତ ତାର ବିଛାଇବା ପାଇଁ ମୋଡାଲିଟି ପ୍ରସ୍ତୁତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଏହି ପ୍ରକଳ୍ପର ବିସ୍ତୃତ ରିପୋର୍ଟ (DPR) ତୁରନ୍ତ ପ୍ରସ୍ତୁତ କରିବା ପାଇଁ ଶକ୍ତି ବିଭାଗ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଏହି […]
ଅର୍ଥ ବିଭାଗ ପକ୍ଷରୁ ଏହି ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ । ଗାଦି ଛାଡ଼, ନହେଲେ ବନ୍ଦ ହେବ ଦରମା , ବଦଳି ଆଦେଶକୁ ମାନୁ ନଥିବା ଅଧିକାରୀଙ୍କ ପାଇଁ ଆସିଛି ଏହି ନିର୍ଦ୍ଦେଶ । ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନଦେଲେ କାଲିଠୁ ବନ୍ଦ ହେବ ଦରମା । ଅର୍ଥ ବିଭାଗର ତିନି ତିନି ଥର ନିର୍ଦ୍ଦେଶକୁ ଫୁ’ ପରେ ଅର୍ଥ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ରିମାଇଣ୍ଡର ଓ ଚେତାବନୀ ବି ପ୍ରଭାବହୀନ […]
ରାଜ୍ୟରେ ସାର ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । DAP ଓ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି । ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର୍ ଓ ଆମୋନିୟମ୍ ସଲଫେଟ୍କୁ ପ୍ରୋତ୍ସାହନ । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ । ଚିଠିରେ DAP ଏବଂ ୟୁରିଆ ସାରର ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର୍ ଏବଂ ଆମୋନିୟମ ସଲଫେଟ୍କୁ ପ୍ରୋତ୍ସାହନ କରିବାକୁ କୁହାଯାଇଛି। […]
ପ୍ରତିବର୍ଷ ଡେଙ୍ଗୁ ଦ୍ୱାରା ଦେଶରେ ବହୁତ କ୍ଷତି ଘଟିଥାଏ। ବର୍ଷା ପରେ ଡେଙ୍ଗୁ ଦେଶର ଅନେକ ଅଞ୍ଚଳରେ ବ୍ୟାପିଥାଏ, ଯାହା ପ୍ରତିବର୍ଷ ହଜାର ହଜାର ଲୋକଙ୍କ ମୃତ୍ୟୁର କାରଣ ପାଲଟେ। କିନ୍ତୁ ଏବେ ଏହି ମହାମାରୀକୁ ରୋକିବା ପାଇଁ ଡେଙ୍ଗୁ ଟିକା QDENGAକୁ ମଞ୍ଜୁରୀ ଦେଇଛି DCGI । ୪ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ନେଇପାରିବେ ଟିକା । ଡେଙ୍ଗୁରୁ ମୁକ୍ତି ପାଇଁ ଏହି ଟିକା ପ୍ରସ୍ତୁତ କରିଛି ଟେକେଡା ବାୟୋ ଫାର୍ମାସ୍ୟୁଟିକାଲ୍ସ । […]
ରାଜ୍ୟ ପୋଲିସ ମୁଖ୍ୟାଳୟରୁ ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କ ମୃତ୍ୟୁ ପରେ ପୋଲିସ ମହଲରେ ଚର୍ଚ୍ଚା ଧରିଛି । ଅଗରତାଲା ଜିବି ହସପିଟାଲରେ ତାଙ୍କ ମୃତଦେହ ରହିଛି । କେଉଁ ପରିସ୍ଥିତିରେ ଏଭଳି ପଦକ୍ଷେପ ନେଇଛନ୍ତି, ତାହାର ତଦନ୍ତ କରାଯାଉଛି ।ଧନଖଡ ୧୯୯୪ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ । ଧନଖଡ଼ଙ୍କ ମୃତ୍ୟୁ ପରେ ଏଜେନ୍ସୀ ଯାଞ୍ଚ କରୁଛି । ନିଜ ସର୍ଭିସ […]
ରାଜ୍ୟରେ ବଢିଲା ଅଣ୍ଡା ଦର । ହଠାତ ଦରରେ ସିଧାସଳଖ 2 ଟଙ୍କା ବୃଦ୍ଧି ହୋଇଛି । କିଛି ଦିନ ତଳେ ଗୋଟିଏ ଅଣ୍ଡା 7 ଟଙ୍କା 15 ପଇସା ଥିବାବେଳେ ଦରବୃଦ୍ଧି ପରେ ମୂଲ୍ୟ 9 ଟଙ୍କାରେ ପହଞ୍ଚିଛି । କେତେକ ଖୁଚୁରା ବ୍ୟବସାୟୀ ଗୋଟିଏ ଅଣ୍ଡାକୁ 10 ଟଙ୍କାରେ ମଧ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଅଣ୍ଡା ଟ୍ରେ’ ପୂର୍ବରୁ 180 ଟଙ୍କା ଥିବା ବେଳେ ଏବେ ତାହା 270 ଟଙ୍କାରେ ପହଞ୍ଚିଛି […]
ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ କଟାକ୍ଷ ।ସଂସଦ ଆରମ୍ଭ ହେବା ପୂର୍ବରୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ଯୁବଶକ୍ତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କିନ୍ତୁ କଥାରେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ ବି କରିଛନ୍ତି।। ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ସ୍କାଇରୁଟ୍ ଏରୋସ୍ପେସ୍ ପଛରେ ଥିବା ଟିମ୍ ବିଷୟରେ କହିଥିଲେ, ‘ସ୍କାଇରୁଟ୍’ ଷ୍ଟାର୍ଟଅପ୍ ରେ କାର୍ଯ୍ୟରତ ସମଗ୍ର ଟିମର ହାରାହାରି ବୟସ ମାତ୍ର ୨୮ ବର୍ଷ ବୋଲି କହିଥିଲେ । ଏପରି ଯୁବକମାନେ […]
ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ପାଇଁ ଅନ୍ଲାଇନରେ ବିଜ୍ଞାପନ ଘଟଣାରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଯିଏ ଏଭଳି ବିଜ୍ଞାପନ ଦେଇଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ।ଶୃଙ୍ଖଳିତ ଦର୍ଶନକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାଏକଙ୍କ ପ୍ରତିକ୍ରିୟା ରଖିଛନ୍ତି । ଆଜି ହେରାପଞ୍ଚମୀ ପାଇଁ ଅଧିକ ଭକ୍ତ ଆସିବେ । ସେଥିପାଇଁ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ୮ ଭାଗରେ ବିଭକ୍ତ କରାଯାଇଛି । ଯଥେଷ୍ଟ ପୋଲିସ ଫୋର୍ସ ଅଛନ୍ତି । […]
