ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଅଭିଯୁକ୍ତ ଗିରଫ ।ରବିବାର ଅପରାହ୍ଣରେ ଲିଫ୍ଟ ଦେବା ଆଳରେ ଜଣେ ଯୁବତୀଙ୍କୁ ଅପହରଣ କରି ନେଇ ଏକ କାଜୁ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ ହୋଇଛି । ତେବେ କୌଶଳ କରି ସାହସର ସହ ପୀଡ଼ିତା ଯୌନ ପିପାସୁ କବଳରୁ ଖସିଆସି ପୁଲିସ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରିଛନ୍ତି । ଇନ୍ଫୋଭ୍ୟାଲି ଥାନା ପୁଲିସ ସହ ଜଟଣୀ, ତମାଣ୍ଡୋ, ଖଣ୍ଡଗିରି ଏବଂ ଚନ୍ଦକା ଥାନା ଏପରି ୫୦ ପୁଲିସ […]
ଲଗାଣ ବର୍ଷାର ପ୍ରଭାବ ଏବେ ସିଧାସଳଖ ପଡ଼ିଛି ସାଧାରଣ ଲୋକଙ୍କ ପକେଟ୍ ଉପରେ । ରାଜ୍ୟରେ ଏହିକଣ ଜିଲ୍ଲାରେ ପରିବା ଦର ଆକାଶଛୁଆଁ ହୋଇଛି।ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ପରିବା ହାଟରେ ଅଧିକାଂଶ ପରିବା କିଲୋପିଛା ୬୦ରୁ ୧୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବାରୁ ଗ୍ରାହକଙ୍କ ଚିନ୍ତା ବଢ଼ିଛି । ଯେଉଁ ପରିବାକୁ ହାତ ମାରିଲେ ସବୁ ୫୦ ଉପରେ । ଗୋଟିଏ ବ୍ୟାଗ ଫୁଲ୍ ପାଇଁ ଅତି କମରେ ୫୦୦ ଟଙ୍କା ଆବଶ୍ୟକ ପଡୁଛି । […]
ହସ୍ପିଟାଲରେ ଅଭାବନୀୟ କାଣ୍ଡ । ଚିକିତ୍ସା ପାଇଁ ଆସି ଡାକ୍ତରଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କଲେ ଜଣେ ଯୁବକ । ଏହି ଆକ୍ରମଣରେ ଡାକ୍ତର ଗୁରୁତର ଆହତ ହୋଇଥିବାବେଳେ ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି । ଘଟଣାକୁ ନେଇ ବରଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ରବିବାର ବିଳମ୍ବିତ ରାତ୍ରିରେ ସିଏଚସିର କାର୍ଯ୍ୟରତ ଡାକ୍ତର ସୁଦୀପ୍ତ କୁମାର ରାଉତଙ୍କୁ ଜଣେ ରୋଗୀଙ୍କ ସମ୍ପର୍କୀୟ ହଠାତ୍ […]
ଆଜି ପବିତ୍ର ହେରାପଞ୍ଚମୀ। ରଥଯାତ୍ରାର ପଞ୍ଚମ ଦିନରେ ଅଭିମାନିନୀ ମା’ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିଜେ କରି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥାନ୍ତି। ସ୍ୱାମୀ ନିଜ ସାଥିରେ ନେଇ ନଥିବାରୁ ରାଗରେ ମା’ ନନ୍ଦିଘୋଷ ରଥର କାଠ ଭାଙ୍ଗି ହେରାଗୌରୀ ସାହି ବାଟେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହି ପରମ୍ପରାକୁ ହେରାପଞ୍ଚମୀ କୁହାଯାଏ । ଆଜି ସଂଧ୍ୟା ଆଳତୀ ପରେ ବିମାନରେ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ନନ୍ଦିଘୋଷ […]
ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ତାଙ୍କ ଅନଶନ ଶେଷ କରିବାର ଯୋଜନା ଘୋଷଣା କରିଛନ୍ତି। ସୋମବାର (ଜୁଲାଇ ୨୦) ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତିନୋଟି ସର୍ତ୍ତ ଉଲ୍ଲେଖ କରାଯାଇଥିବା ଏକ ଚିଠି ଶେୟାର କରାଯାଇଥିଲା। ୱାଙ୍ଗଚୁକ କହିଛନ୍ତି ଯେ ଯଦି ଏହି ସର୍ତ୍ତଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ପୂରଣ ହୁଏ ତେବେ ସେ ଅନଶନ ଶେଷ କରିବେ।। ଓ୍ୱାଙ୍ଗଚୁକଙ୍କ ପ୍ରଥମ ସର୍ତ୍ତ ହେଉଛି, ସରକାର ଶିକ୍ଷା ବ୍ୟବସ୍ଥାର କଥିତ ବିଫଳତା ପାଇଁ ଦାୟୀତ୍ୱ ନିଅନ୍ତୁ, ବିଶେଷ […]
ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ । ଏହା ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ତେବେ ଏନ୍ଇଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ଆକ୍ଟିଭିଷ୍ଟ ସୋନମ୍ ଓ୍ବାଙ୍ଗ୍ଚୁକ୍ଙ୍କ ଅନଶନ, ଅଯୋଧ୍ୟା ରାମମନ୍ଦିରରୁ ଦାନ ଅର୍ଥ ଚୋରି ଅଭିଯୋଗ, ପେଟ୍ରୋଲରେ ଇଥାନଲ ମିଶ୍ରଣ ଏବଂ ବିଦେଶୀ ନୀତିକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିବାକୁ ଯୋଜନା କରିଥିବାରୁ ଅଧିବେଶନ ଆରମ୍ଭରୁ ତୁମ୍ବିତୋଫାନ ହେବା ସମ୍ଭାବନା ରହିଛି। ଅଧିବେଶନ ପୂର୍ବରୁ ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରୁ ଏହାର ସୂଚନା ମିଳିଛି। ଏହି ଅଧିବେଶନରେ […]
ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ। ମଝିରେ ମଝିରେ କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ଆସନ୍ତା ୨୩ରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସମ୍ଭାବନା ଅଛି।ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସମେତ ଅନ୍ୟ କିଛି ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି ହୋଇଛି । କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା […]
ମେଷ:ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ। ମିଥୁନ: […]
ରାୟଗଡା ତା ୧୯/୦୭ (ନିପ୍ର) ଗତ ଦଶ ଦିନ ଧରି ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ରାୟଗଡ ଅର୍ଥ ହଡ଼ପ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ଏମ୍ ଆଇ ଏସ କନ୍ସଲଷ୍ଟାଣ୍ଟ ବିନୟ ହରିଜନ ଓ ରାଜ ରାମେଶ୍ୱର ସାହୁ ନାଁ ରେ ଗତକାଲି ଏତଲା ଦେଲେ ଦାୟିତ୍ୱ ରେ ଥିବା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ଅଧିକାରୀ ଅକ୍ଷୟ ଖେମୂଣ୍ଡୁ । ହସ୍ତଗତ ହୋଇଥିବା ଖବର ଅନୁଯାୟୀ ଅଭିଯୁକ୍ତ ବିନୟ ଗତ ପ୍ରାୟ ୭ […]
ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। […]
ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହୋଇଛି । ଏଥିରେ ୨୦୨୪ ବର୍ଷର ଭାରତୀୟ ସିନେମାର ଶ୍ରେଷ୍ଠ କଳାକାରମାନଙ୍କୁ ସମ୍ମାନିତ କରାଯାଇଛି । ରାଜ କୁମାର ରାଓ ଅଭିନୀତ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି।ମାମୁଟ୍ଟି ଏବଂ କାର୍ତ୍ତିକ ଆର୍ଯ୍ୟନ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି। ଆର୍ଟିକିଲ-୩୭୦ ପାଇଁ ୟାମି ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି। ଏପରିକି ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ […]
ତିନି ବର୍ଷିଆ ଏଲଏଲବି (ଆଇନ) ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ତିନି ବର୍ଷିଆ ଏଲଏଲବି ପାଠ୍ୟକ୍ରମ ନିମନ୍ତେ ନିଜର କମନ ଆପ୍ଲିକେସନ ଫର୍ମ ପୂରଣ କରିପାରିବେ। ୧୮ ଜୁଲାଇ ଅପରାହ୍ନ ୪.୦୦ ଘଟିକାରୁ ୩୦ ଜୁଲାଇ ରାତ୍ର ୧୧.୪୫ ଘଟିକା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ କମନ ଆପ୍ଲିକେସନ ଫର୍ମ ପୂରଣ କରିପାରିବେ। ଅଗଷ୍ଟ ୬ ତାରିଖ ଅପରାହ୍ନ ୨.୦୦ ଘଟିକାରେ ପ୍ରଥମ ମେଧା ତାଲିକା […]
