author

ନାବାଳକକୁ କଙ୍ଗାରୁ କୋର୍ଟ ମାମଲା: ଜଣେ ଗିରଫ

ନାବାଳକକୁ ଉଲଗ୍ନ କରି ନିର୍ଘାତ ମାଡ଼ ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କଙ୍ଗାରୁ କୋର୍ଟ ଘଟଣାରେ ଚାଉଳିଆଗଞ୍ଜ ଥାନାରେ ପୀଡ଼ିତ ପରିବାର ପକ୍ଷରୁ ୫ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ପୋଲିସ ଜଣେ ଅଭିଯୁକ୍ତ ଗିରଫ କରିବା ସହ ଆଉ ୩ ଜଣ ଚିହ୍ନଟ କରିଛି। ଏବେ ବିଭିନ୍ନ ଭିଡିଓ ଫୁଟେଜ ଯାଞ୍ଚ କରୁଛି ପୋଲିସ। ଆଗକୁ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ। ସୁଚନାମୂତାବକ ବ୍ୟାଟେରୀ ଚୋର ସନ୍ଦେହ କରି ଜଣେ ନାବାଳକଙ୍କୁ ଦିଆଯାଇଥିଲା […]

ରଥ ଉପରେ ପୂଜା ପାଇଲା ନାଟକ ‘ଆହେ ନୀଳ ଶଇଳ’: ଅକ୍ଟୋବରରେ  ମଞ୍ଚସ୍ଥ ହେବ ଏହି ଐତିହାସିକ ନାଟକ

ନୟାଗଡ଼ (ଓଡ଼ିଶା ଦର୍ପଣ): ପବିତ୍ର ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ନାଟକ ବହି ‘ଆହେ ନୀଳ ଶଇଳ’ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଗାଳ୍ପିକ ସୁରେନ୍ଦ୍ର ମହାନ୍ତିଙ୍କ ସୁପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’କୁ ଆଧାର କରି ଏହି ନାଟକଟି ରଚିତ ହୋଇଛି। ନାଟ୍ୟକାର ଦମ୍ପତି ପ୍ରତିମା ହୋତା ଓ ଶଙ୍କର ତ୍ରିପାଠୀ ଏହାର ନାଟ୍ୟରୂପ ପ୍ରଦାନ କରିଛନ୍ତି। ଏହି ନାଟକଟି ଗଜପତି ରାମଚନ୍ଦ୍ର ଦେବଙ୍କ ଶାସନକାଳର ଏକ ଲୋମହର୍ଷଣକାରୀ ଐତିହାସିକ ଘଟଣାବଳୀ ଉପରେ ପର୍ଯ୍ୟବସିତ।ଗଜପତି ରାମ ଦେବଙ୍କ ଶାସନ […]

୨୦ ଲକ୍ଷର ଇନ୍ସୁରାନ୍ସ ପାଇଁ ସ୍ତ୍ରୀର ହତ୍ୟା ଷଡ଼ଯନ୍ତ୍ର : କମ୍ଵଳ ଭିତରେ ସାପ ଛାଡ଼ି ସ୍ୱାମୀକୁ ମାରିଲା…

ଉତ୍ତର ପ୍ରଦେଶର ମେରଠରେ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ପର୍ଦ୍ଦାଫାସ କରିଛି,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। , ୩୫ ବର୍ଷୀୟ ଅତୁଲ ପାୱାର ହସ୍ତିନାପୁର ଥାନା ଅଞ୍ଚଳର ରାମଲୀଳା ମଇଦାନ ନିକଟରେ କୃଷ୍ଣ କିଡ୍ସ ପବ୍ଲିକ ସ୍କୁଲ ଚଲାଉଥିଲେ ଏବଂ ସେଠାରେ ତାଙ୍କ ସ୍ତ୍ରୀ ଦାମିନୀଙ୍କ ସହିତ ରହୁଥିଲେ। ଏହି ଦମ୍ପତି ୨୦୧୯ରେ ପ୍ରେମ ବିବାହ କରିଥିଲେ।ଅଧିକ ତଦନ୍ତରୁ ଜଣାପଡ଼ିଛି ଯେ, ସ୍କୁଲ ଚଳାଇବା ପୂର୍ବରୁ ଅତୁଲ ବିଦ୍ୟା ପ୍ରକାଶନରେ କାମ କରୁଥିଲେ । ସେଠାରେ ସେ […]

SCB ଆଇସିୟୁ ଅଗ୍ନିକାଣ୍ଡ ଘଟଣା; ପୁଣି ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିଶନଙ୍କ କାର୍ଯ୍ୟକାଳ

ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା । ପୁଣି ଦୁଇ ମାସ ବୃଦ୍ଧି ହୋଇଛି ଲକ୍ଷ୍ମୀଧର ବିଶ୍ୱାଳ କମିଶନଙ୍କ କାର୍ଯ୍ୟକାଳ । କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ୧୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ତଦନ୍ତ ପାଇଁ ଗଠିତ ନ୍ୟାୟିକ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ […]

ଅଗଷ୍ଟ ୪ରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ !

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୪ ତାରିଖରେ ଓଡ଼ିଶାକୁ ଦିନିକିଆ ଗସ୍ତରେ ଆସିବେ ବୋଲି କୁହାଯାଉଛି। ଯଦିଓ ରାଷ୍ଟ୍ରପତି ଭବନରୁ ସରକାରୀ ଯାତ୍ରା ତାଲିକା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।ରାଷ୍ଟ୍ରପତି ଶକ୍ତି ଉପାସନାର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ତାରା ତାରିଣୀ ମନ୍ଦିର ଏବଂ ସୁନ୍ଦର ତପ୍ତପାଣି ପାହାଡ଼ ପରିଦର୍ଶନ କରିପାରନ୍ତି। ଗଞ୍ଜାମର ସାନଖେମୁଣ୍ଡି ବ୍ଲକରେ ଅବସ୍ଥିତ ଏହି ତପ୍ତପାଣି ଏହାର ଚିରସ୍ଥାୟୀ ଉଷ୍ମ ପ୍ରସ୍ରବଣ ପାଇଁ ସମଗ୍ର ଅଞ୍ଚଳରେ ପ୍ରସିଦ୍ଧ। ଯେଉଁଥିରେ ଔଷଧୀୟ ଗୁଣ ଭରପୁର […]

ପୁରୀ ରଥଯାତ୍ରା ଦଳାଚକଟା ଘଟଣା, ଜବାବ ତଲବ କଲେ ମାନବାଧିକାର କମିଶନ

ରଥଯାତ୍ରା ଭିଡ଼ରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ଜବାବ ତଲବ । ଏହି ଘଟଣାରେ କମିଶନ ରାଜ୍ୟ ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଜବାବ ତଲବ କରିଛନ୍ତି। ଏଥିସହ ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ଉପଯୁକ୍ତ ଓ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।ଆଇନଜୀବୀ ନିଶିକାନ୍ତ ମିଶ୍ର ଦାଖଲ କରିଥିବା ଆବେଦନକୁ ବିଚାର କରି ରାଜ୍ୟ ମାନବାଧିକାର କମିଶନ ଏହି ନିର୍ଦ୍ଦେଶ […]

ଶ୍ରୀମନ୍ଦିରରେ ଏଏସଆଇ ଟିମ୍, ଗର୍ଭଗୃହ-ନାଟମଣ୍ଡପ ସଂରକ୍ଷଣ କାର୍ଯ୍ୟର ଅନୁଧ୍ୟାନ

ଶ୍ରୀମନ୍ଦିରରେ ଏଏସଆଇ ଟିମ୍। ରତ୍ନସିଂହାସନ ଛାଡ଼ି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା ରେ ଯାଇଛନ୍ତି ମହାପ୍ରଭୁ। ଏଣୁ ଏହି ସମୟରେ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ୟ୍ୟ କରାଯିବ ।ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ପରେ ଏଏସଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇ ଅନୁଧ୍ୟାନ କରିଛନ୍ତି। ସେଣ୍ଟ୍ରାଲ ବିଲ୍ଡିଙ୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, […]

ଏପ୍ରିଲରୁ ଜୁନ ମଧ୍ୟରେ ଏକାସାଙ୍ଗରେ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ

ପୌରାଞ୍ଚଳ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୌରାଞ୍ଚଳ ପାଇଁ ୧୨ ହଜାର ଇଭିଏମ, ଆଉ ୬ ହଜାର ନୂଆ ଇଭିଏମ ଆବଶ୍ୟକ ରହିଛି । ଏହାସହ ବାଲଟ୍ ପେପର୍, ପରିବହନ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଡୋର୍ ଟୁ ଡୋର୍ ସର୍ଭେ କରାଯିବ […]

ଆୟୁଷ୍ମାନ କାର୍ଡରେ ମିଳିବ ମାଗଣା କ୍ୟାନସର ଚିକିତ୍ସା: ସ୍ୱାସ୍ଥ୍ୟମନ୍ତ୍ରୀ

ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ! ଆଉ ଅର୍ଥ ଅଭାବରୁ ଅଧାରୁ ରହିବନି କ୍ୟାନସର ଚିକିତ୍ସା । ଆୟୁଷ୍ମାନ ଭାରତ ଯୋଜନାରେ ୧୨୧ଟି ନୂଆ ପ୍ୟାକେଜ୍ ସାମିଲ କରି ରାଜ୍ୟର କୋଟି କୋଟି ଜନସାଧାରଣଙ୍କ ପାଇଁ ଆଶାର ନୂଆ କିରଣ ଦେଖାଇଛନ୍ତି ମୋହନ ସରକାର । ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ମେଡିକାଲ ସହ ନର୍ସିଂହୋମଆରୋଗ୍ୟ 2.0 ଆପରେ ଯୋଡି ହେବ। ମେଡିକାଲ ଦୋକାନ ଓ ବ୍ଲଡ ବ୍ୟାଙ୍କକୁ ମଧ୍ୟ ଏଥିରେ […]

୫୯ ବର୍ଷରେ ଏନଏସି ଉଚ୍ଚ ବିଦ୍ୟାଳୟ: ପ୍ରତିଷ୍ଠା ଦିବସ ପାଳିତ ଓ ପ୍ରତିଷ୍ଠାତାଙ୍କୁ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ନଗରପାଳ ସ୍ୱର୍ଗତ ରଘୁନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ଦ୍ୱାରା ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଖ୍ୟ ସଭାରେ ଆଲୁମିନି କମିଟି ସଭାପତି ଲକ୍ଷ୍ମୀଧର ମହାପାତ୍ର ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ସ୍ଥାପନା କାଳର ସ୍ମୃତି ଚାରଣ […]

ସିଏମ୍‌ଓରୁ ଫାଇଲ୍‌ ଗାଏବ ଘଟଣା , କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ IT ସଚିବ ମନୋଜ ମିଶ୍ର

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ତଦନ୍ତ କମିଶନ ଫାଇଲ ଗାଏବ ଘଟଣାରେ କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର । ସେ ତାଙ୍କର ପକ୍ଷ ରଖିଛନ୍ତି । ସେ କହିଛନ୍ତି, CMOରୁ ଫାଇଲ ଗାଏବ ହୋଇଥିବାରୁ ସେତେବେଳେ କାମ କରୁଥିବା ସମସ୍ତ ଅଧିକାରୀଙ୍କୁ ଡାକି ପୋଲିସ ପଚରାଉଚରା କରୁଛି । ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବା ସହ ସବୁ ତଥ୍ୟ ପୋଲିସକୁ ଦେଇଥିବା ସେ କହିଛନ୍ତି । ତଦନ୍ତ ଚାଲିଥିବାରୁ ସମସ୍ତ ତଥ୍ୟ […]

ମହାପ୍ରଭୁଙ୍କ ଟାହିଆ ଖୋଲାଯିବା ପ୍ରସଙ୍ଗରେ ମୁହଁ ଖୋଲିଲେ ବାଡଗ୍ରାହୀ । ପର୍ବତ ପରି ଓଜନ ହୋଇଯାଇଥିଲା ଟାହିଆ

ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ଖୋଲାଯିବା ନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ରାଜକୁମାର ସ୍ବାଇଁ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା। ଏହାକୁ ଦଇତାପତିମାନେ ଉଠାଇବାରେ ସକ୍ଷମ ହୋଇ ନ ଥିଲେ। ଦୀର୍ଘ ୪୫ ମିନିଟ୍‌ ଧରି ଜଗନ୍ନାଥ ନ ହଲିବାରୁ ଟାହିଆ ଖୋଲା ଯାଇଥିବା ବାଡ଼ଗ୍ରାହୀ କହିଛନ୍ତି। ଆହୁରି କହିଛନ୍ତି ଯେ ସାଧାରଣତଃ ଜଣେ ଦୁଇ ଜଣ ଟାହିଆ ଉଠାଇ ମହାପ୍ରଭୁଙ୍କୁ ଲଗାଇଥାଉ । ଏଥର କିନ୍ତୁ ୭ […]