author

ନିମୋନିଆ ଜ୍ବରରେ ଆକ୍ରାନ୍ତ ହୋଇ ଆଇସିୟୁରେ ଭର୍ତ୍ତି ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ୱର,(ଓଡିଶା ଦର୍ପଣ): ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଶ୍ରୀ ଷଡ଼ଙ୍ଗୀ ଗତ ସପ୍ତାହେ ହେଲା ଜ୍ବରରେ ପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଓ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଆଜି ଅପରାହ୍‌ଣରେ ବାଲେଶ୍ବର ଜିଲ୍ଲା ବଡ଼ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ନିମୋନିଆ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଥିଲେ ସ୍ବାଧୀନତା ସଂଗ୍ରାମର ଏକ ଅନିର୍ବାଣ ଅଗ୍ନିଶିଖା

ନୟାଗଡ଼,(ଓଡିଶା ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ସେହି ଓଡିଶାର ମହାନାୟକ ଗାନ୍ଧୀ ଙ୍କ ପ୍ରିୟ ଓଡିଆ ଶ୍ରୀ ମିଶ୍ର ଙ୍କର ୧୩୩ ତମ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ଆଜି ନୟାଗଡ଼ ବ୍ଳକ ସଭାଗୃହରେ ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟପୂଜା କମିଟି ନୟାଗଡ଼ ର […]

ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ଜାତୀୟ ସେବା ଯୋଜନା ଉଦଯାପିତ

ବୋଲଗଡ଼,(ଓଡ଼ିଶା ଦର୍ପଣ) : ବୋଲଗଡ଼ ବ୍ଲକ ଦେଉଳିସ୍ଥିତ ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଯୁଗ୍ମ ବିଭାଗର ୭ ଦିନିଆ ସ୍ବତନ୍ତ୍ର ଶୀତକାଳୀନ ଶିବିର ଉଦଯାପିତ ହୋଇଯାଇଛି l କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ପ୍ରମୋଦିନି ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ 25 ତାରିଖରୁ ଆରମ୍ଭ ହୋଇ ଆଜି ଏହା ଉଦଯାପିତ ହୋଇଯାଇଛି l ଉକ୍ତ ଶିବିରକୁ କଲେଜ ଅଧକ୍ଷ ଶେଖ ଅବଦୁଲ ରହିମ ଉଦଘାଟନ କରିବା ସହ ଶିବିର ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବ ବିକାଶରେ […]

ପାଳିତ ହେଲା ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଦିବସ

ନୟାଗଡ଼,(ଓଡିଶା ଦର୍ପଣ): ଉତ୍କଳ ସମ୍ମିଳନୀର ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ୧୯୩୬ ଏପ୍ରିଲ୍ ୧ ତାରିଖ ଦିନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇପାରିଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରଚେଷ୍ଟାକ୍ରମେ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ହୋଇଥିଲା ଏବଂ ଏହାର ବୈଠକ ଡିସେମ୍ବର ୩୦ ତଥା ୩୧ ତାରିଖରେ କଟକର ଇଦଘା ପଡିଆ ଠାରେ ଅନୁଷ୍ଠିତ ହୋଇ ସେତେବେଳେ ଖଣ୍ଡ ବିଖଣ୍ଡିତ ଥିବା ଓଡ଼ିଶାକୁ ଏକାଠି କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ପ୍ରୟାସ […]

ନୂଆ ବର୍ଷରେ ନୂଆ ଏସ୍ପି, IPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,(ଓଡିଶା ଦର୍ପଣ): ନୂଆବର୍ଷ ପୂର୍ବରୁ ଆଇପିଏଓସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ଓଡ଼ିଶା ସରକାର। ଯାହାଫଳରେ ବଦଳିଛନ୍ତି ୧୧ ଜିଲ୍ଲାର ଏସପି। ପଦୋନ୍ନତି ପରେ ଅଖିଳେଶ୍ୱର ସିଂହ ହେଲେ ଏସ୍‌ଏପି ଡିଆଜି। ସେହିପରି ବ୍ରିଜେଶ କୁମାର ରାୟ ହେଲେ ଅନୁଗୁଳ ରେଞ୍ଜ ଡିଆଜି । ଚରଣ ସିଂ ମିନା ଅଗ୍ନିଶମ ଓ ହୋମଗାର୍ଡ ଡିଆଜି ହୋଇଥିବା ବେଳେ ସୁଧାଂଶୁ ଶେଖର ମିଶ୍ର ହେଲେ ଅନୁଗୁଳ ଏସପି। ରାହୁଲ ପି.ଆର୍ ହେଲେ ଜଗତସିଂହପୁର ଏସପି । ସେହିପରି […]

ଦଶପଲ୍ଲା ଥାନା କରଡ଼ା ଗ୍ରାମରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଖମାରସାହି ପଞ୍ଚାୟତର କଉଡା ଗ୍ରାମରେ ଶନିବାର ଭୋର୍ ସମୟରେ ଘର ଭିତରୁ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଦ୍ଧାର ମୃତଦେହଟି ସେହି ଗ୍ରାମର ସୁରେଶ ପ୍ରଧାନଙ୍କ ପତ୍ନୀ ସୀତା ପ୍ରଧାନଙ୍କର ବୋଲି ଜଣାପଡିଛି। ମୃତା ସୀତାଙ୍କ ବାପଘର ବାରିହାପିଟା ହୋଇଥିବା ବେଳେ ୭ବର୍ଷ ପୂର୍ବେ ସେ କଉଡା ଗ୍ରାମର ଯଦୁ ପ୍ରଧାନଙ୍କ ପୁଅ ସୁରେଶଙ୍କୁ […]

ସିମ୍ ଆକ୍ଟିଭ ନାଁରେ ଠକୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

କଟକ,(ଓଡିଶା ଦର୍ପଣ): ସିମ୍ ଆକ୍ଟିଭ ନାଁରେ ଠକୁଥିବା ଗ୍ୟାଙ୍ଗର ପର୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ସାଇବର ସେଲ୍ । ତେବେ ଏହି ରାକେଟ୍ ରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ କ୍ରାଇମବ୍ରାଞ୍ଚ ସବିଶେଷ ତଦନ୍ତ ଜାରି ରଖିଛି । ଲୋକଙ୍କ ମୋବାଇଲକୁ ପ୍ରଥମେ ଏକ ଲିଙ୍କ୍ ମାଧ୍ୟମରେ ମେସେଜ୍ ପଠାଉଥିଲେ ଏହି ଠକମାନେ । ସିମ୍ ବ୍ଲକ୍ ହେଇଯିବ ବୋଲି କହୁଥିଲେ । ଏହାପରେ ଲୋକଙ୍କ ଠାରୁ […]

‘କଦଳୀ’ର ଉପକାରୀତା

Banana benefits control Diabetes କଦଳୀ (Banana) ଆପଣଙ୍କୁ ଗୋଟିଏ ନୁହେଁ ଅନେକ ରୋଗରୁ ଦୂରେଇ ରଖେ । ଏହି ଫଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ ଆପଣ ଜାଣନ୍ତି କି କଞ୍ଚା କଦଳୀ (Raw Banana)ଖାଇବା ଦ୍ବାରା ଆପଣଙ୍କୁ ମଧୁମେହ (Diabetes)ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ । ଚାଲନ୍ତୁ ଜାଣିବା…କଞ୍ଚା କଦଳୀ (Raw Banana) ହୃଦୟ ପାଇଁ ବହୁ ଲାଭଦାୟକ । କଞ୍ଚା କଦଳୀ (Raw Banana)ରେ ଥିବା ଫାଇବର ଯୋଗୁଁ […]

‘ଅମୃତଭଣ୍ଡା’ର ଉପକାରୀତା

ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ କାରଣରୁ ଉପକାରୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ପାଚିଲା ଅମୃତଭଣ୍ଡାଠାରୁ କଞ୍ଚା ଅମୃତଭଣ୍ଡାର ଉପାଦେୟତା ଢ଼େର ବେଶୀ। ଏଥିରେ ଭିଟାମିନ ଏ, ସି ଓ ଇ ଭରପୂର ମାତ୍ରାରେ ଥାଏ। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଯେମିତିକି ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ହୋଇଥାଏ। ଅମୃତଭଣ୍ଡା ଖାଇବା ଦ୍ୱାରା ଏହା ରକ୍ତରେ ସୁଗାର ପରିମାଣ କମ୍ କରିଥାଏ ଓ ଇନସୁଲିନ ମାତ୍ରା ବୃଦ୍ଧି କରିଥାଏ। ଏହା ଡାଇବେଟସକୁ କଣ୍ଟ୍ରୋଲରେ […]

ଭାରତ ବିକାଶ ପରିଷଦ ପକ୍ଷରୁ ଅନାଥ ଶିଶୁଙ୍କୁ ସାଇକେଲ ପ୍ରଦାନ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ଗଣିଆ ଉନୟନ କମିଟି ତରଫରୁ ପରିଚାଳିତ ତପସ୍ୟା ଶିଶୁ ଗୃହର ଅନ୍ତେ ବାସିନୀ ପିଙ୍କି ନାୟକ ଓ ଶିବାନୀ ନାୟକ ନୟାଗଡ ଜିଲ୍ଲାରେ ପ୍ରଥମ କରି ମାଟ୍ରିକ ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ଊଚ୍ଚ ଶିକ୍ଷା ନିମନ୍ତେ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟ ରେ ନାମ ଲେଖାଇ ଅଛନ୍ତି, କିନ୍ତୁ ଦୈନିକ ଯିବା ଆସିବା କରିବାରେ ଉଭୟ ଙ୍କର ଅସୁବିଧା ଉପୁଜିବା ସମସ୍ୟା ସମ୍ପର୍କ ରେ ଉଷା ପଟ୍ଟନାୟକ ଙ୍କ ଠାରୁ […]

ନୟାଗଡ଼ରେ ଦାସିଆ ଅଜାଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ

ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ଅନୁଷ୍ଠାନ ତରଫରୁ ଅଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ନୟାଗଡ଼,(ଓଡିଶା ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ପ୍ରସିଦ୍ଧ ସାରସ୍ବତ ସାଧକ ଏବଂ ନୟାଗଡ଼ ଜିଲ୍ଲାର ଗର୍ଵ ଓ ଗୌରବ ସ୍ବର୍ଗତ ଦାଶରଥି ପଟ୍ଟନାୟକ ସମସ୍ତଙ୍କ ପ୍ରିୟ ଦାଶିଆ ଅଜାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ପକ୍ଷରୁ ନୟାଗଡ଼ ସହର ସ୍ଥିତ କଚେରୀ ବଜାରରେ ଥିବା […]

ଶିକ୍ଷା ଭିତ୍ତି ଭୂମୀର ବିକାଶ ପାଇଁ ରୂପାନ୍ତରିକରଣ ଆବଶ୍ୟକ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଲକର ୫ଟି ଉଚ୍ଚ ବିଦ୍ୟାଳୟ ବୁଲି ଛାତ୍ରଛାତ୍ରୀ, ଅଭିଭାବକ, ପୂରତାନ ଛାତ୍ର ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି । ଶିକ୍ଷା ଭିତ୍ତିଭୂମୀର ବିକାଶ ପାଇଁ ରୂପାନ୍ତରିକରଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ବହି ଶିକ୍ଷା ସହିତ ନୈତିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବୁଝାଇଛନ୍ତି । ଏଥିପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସଚେତନ କରିବା ସହ […]