author

ରାୟଗଡା ଜିଲାରେ ହରଘର ତିରଙ୍ଗା କାର୍ଯ୍ୟକ୍ରମ

ଲୋକଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବା ସହ ପ୍ରଧାନମନ୍ତ୍ରୀ ଙ୍କ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଇବାକୁ ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡା ସାଦରମହକୁମାରେ ଜିଲ୍ଲାସ୍ତରୀୟ ହରଘର ତିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଛି। ନୂଆ ଜିଲ୍ଲାପାଳ ପାରୁଲ ପଟୱାରି ଯୋଗଦାନ କରି ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଇଛନ୍ତି। ରାୟଗଡା ଜିଲ୍ଲାରେ ସଂପୁର୍ଣ୍ଣ ମର୍ଯ୍ୟାଦାର ସହ ଜିଲାର ସମସ୍ତ ପରିବାର କିପରି ନିଜସ୍ୱ ବାସଗୃହରେ ଜାତୀୟ ପତାକାକୁ ଉତୋଳନ କରିବେ ସେଥିପାଇଁ ଏହି ଶୋଭାଯାତ୍ରା […]

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜାଙ୍କ ଦେହାନ୍ତ

ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସର୍ବାଧିକ ୨୩ଥର କଂସ ମହାରାଜ ଅଭିନୟ କରିଥିବା ଗୋପାଳ ସାହୁ ଓରଫ୍ ଏଲି ଆଉ ନାହାନ୍ତି। ସୋମବାର ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି।ବଲାଙ୍ଗୀର ଜିଲ୍ଲାରେ ଜନ୍ମିତ ଗୋପାଳ ସାହୁ ବରଗଡ଼ ଧନୁଯାତ୍ରାର ସପ୍ତମ କଂସ ଭାବରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ନାମ ଗୋପାଳ(ଶ୍ରୀକୃଷ୍ଣ) ହେଲେ ବି ତାଙ୍କୁ କଂସ ମହାରାଜ ଭାବରେ ସମସ୍ତେ ଜାଣୁଥିଲେ। ୧୯୮୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ […]

ବ୍ରାହ୍ମଣୀ ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର ।

ପଟ୍ଟାମୁଣ୍ଡାଇ କିଛିଦିନର ବ୍ୟବଧାନ ପରେ ପୁଣି ନରହନ୍ତା ସାଜିଲା କୁମ୍ଭୀର l କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର । କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ ପଞ୍ଚାୟତ ଅଳପୁଆଡିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିବା ଜଣାପଡ଼ିଛି । ମହିଳା ଜଣକ ଆଳପୁଆ ଗାଁର ମଞ୍ଜୁଲତା ଭଞ୍ଜ । ନଦୀ କୂଳରେ ତାଙ୍କ ଚପଲ ଓ କିଛି ବାସନ ପଡ଼ିଥିବା […]

ବିସ୍ମୟ ବାଳକ ଜି.ପୋଖରାଜ: ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନ ପାଇ ଆଣିଛନ୍ତି ଗର୍ବ 

କନ୍ଧମାଳ ଜିଲ୍ଲା ବାଲିଗୁଡା ନୂଆସାହିରେ ରହୁଥିବା ୩ ବର୍ଷ ବଯସର ବିସ୍ମୟ ବାଳକ ଜି.ପୋଖରାଜ ପ୍ରସାଦ ପାଢୀ ଏବେ ତିନିବର୍ଷ ବୟସ ରେ ୫୧ ପ୍ରକାର ପ୍ରସଙ୍ଗ ରେ ସାଧାରଣ ଉତ୍ତର ଜିଭ ଆଗରେ କହିପାରି ଇଣ୍ଡିଆ ବୁକ ରେକର୍ଡ ୨୦୨୪ ରେ ସ୍ଥାନ ପାଇ ଆଣିଛନ୍ତି ଗର୍ବ । ୨୦୨୧ ମସିହା ମାର୍ଚ ୨ତାରିଖରେ ମାତା ମିନତୀ କୁମାର ସ୍ଵାଇଁ ଓ ପିତା ଶିବ ପ୍ରସାଦ ପାଢୀ ଙ୍କ ପ୍ରଥମ ସନ୍ତାନ ଭାବେ ଜନ୍ମ ଗ୍ରହଣ […]

ଆଜିର ରାଶିଫଳ ଜାଣନ୍ତୁ (୧୩ ଅଗଷ୍ଟ,୨୦୨୪)

ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।* ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।* ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। […]

ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଗୁଣପୁର ଉପଖଣ୍ଡ କୁଜେନ୍ଦ୍ରୀ ମଣ୍ଡଳରେ ହର ଘର ତ୍ରିରଙ୍ଗା ପ୍ରସ୍ତୁତି ବୈଠକ ହୋଇଥିଲା।ପ୍ରଥମେ ‘ବନ୍ଦେ ମାତରଂ’ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।କୁଜେନ୍ଦ୍ରୀ ମଣ୍ଡଳର ସଭାପତି ଧନୁ ବେହେରା ସମସ୍ତଙ୍କର ପରିଚୟ ଦେଇଥିଲେ।ଗୁଣପୁର ପ୍ରଭାରୀ ଦାୟିତ୍ୱ ଥାଇ ହର ଘର ତ୍ରିରଙ୍ଗା କୁଜେନ୍ଦ୍ରୀ ମଣ୍ଡଳ ପ୍ରଭାରୀ ଦାୟିତ୍ୱରେ ଶିବାଜୀ ଦାସ ଉପସ୍ଥିତ ଥିଲେ,ବିଜେପି ଜିଲ୍ଲାର ସେକ୍ରେଟେରୀ ବନମାଳୀ ଗମାଙ୍ଗ ମଧ୍ୟ ଉପସ୍ଥିତ ରହିଥିଲେ ,ଏବଂ କୁଜେନ୍ଦ୍ରୀ ମଣ୍ଡଳ ସଭାପତି ଧନୁ ବେହେରା ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ବ […]

ନିଫା ପକ୍ଷରୁ ରକ୍ତଦାତା ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ୱେଚ୍ଛାସେବୀ ସଂଗଠନ ନିଫା ଏବଂ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମାଛିପଡ଼ାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ରକ୍ତଦାନ କରିଥିବା ରକ୍ତଦାତା ମାନଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଯୋଗଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଲକ […]

ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ଦୁଇ ଶିକ୍ଷୟିତ୍ରୀ

ନୟାଗଡ଼,(ଓଡ଼ିଶା ଦର୍ପଣ):ରାଜ୍ୟ ଭାଷା ଏବଂ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର,ଭୁବନେଶ୍ୱର ଏବଂ ଅଜିମ ପ୍ରେମଜି ବିଶ୍ୱବିଦ୍ୟାଳୟ, ବାଙ୍ଗାଲୋର ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ୫ ଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲାରୁ ଦୁଇ ଜଣ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ସ୍ତରରେ ଇଂରାଜୀ ଭାଷା ଶିକ୍ଷାର ଦକ୍ଷତା ବୃଦ୍ଧି  ଉଦ୍ଦେଶ୍ୟରେ  ଶିକ୍ଷକ ମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି। ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ନାରାୟଣୀ ହାଇସ୍କୁଲର ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର ଏବଂ ନୂଆଗାଁ […]

ଚାଷୀଙ୍କ ପାଇଁ ଖୁସି ଖବର: କୃଷକଙ୍କୁ ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ ମୋହନ

ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ ସିଏମ କିଷାନ ଯୋଜନା ଟଙ୍କା। କାଳିଆ ଯୋଜନାର ନାଁ ବଦଳି ସିଏମ କିଷାନ ଯୋଜନା ହୋଇଛି। କିନ୍ତୁ କାଳିଆ ଯୋଜନାରେ ଚାଷୀଙ୍କୁ ମିଳୁଥିବା ସହାୟତା ରାଶି ମିଳିବ କି ନାହିଁ ତାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଏବେ ବି ଦ୍ବନ୍ଦ୍ବ ଲାଗି ରହିଛି। କାଳିଆ ଯୋଜନାରେ ଯେଉଁ ହିତାଧିକାରୀମାନେ ସହାୟତା ପାଉଥିଲେ ସେମାନଙ୍କୁ ସିଏମ କିଷାନ ଯୋଜନା ଟଙ୍କା ମିଳିବ କି ନାହିଁ ସେ […]

ପ୍ରକାଶ ପାଇଲା ଏନଆଇଆରଏଫ ରାଙ୍କିଂ:SOA ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ଆଜି ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ରାଙ୍କିଙ୍ଗ ଫ୍ରେମୱାର୍କ(ଏନଆଇଆରଏଫ) ୨୦୨୪ ରାଙ୍କି ତାଲିକା ପ୍ରକାଶ ପାଇଛି। ଏଥିରେ ଆଇଆଇଟି ମାଡ୍ରାସ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ୧ ନମ୍ବରରେ ରହିଛି। ଏହାକୁ ମିଶାଇ କ୍ରମାଗତ ଭାବେ ୮ମ ଥର ପାଇଁ ଆଇଆଇଟି ମାଡ୍ରାସ ଇଞ୍ଜିନିୟରିଂ କ୍ଷେତ୍ରରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛି।ତେବେ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଛି ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ । ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ରାଙ୍କିଙ୍ଗ ଫ୍ରେମ୍‌ୱାର୍କ […]

ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଘଟଣା

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାସ୍ଥିତ ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ବା ପ୍ରଶିକ୍ଷକ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଖବର ଅନୁଯାୟୀ, ସଞ୍ଜୟ ରଏ ୨୦୧୯ରେ ସ୍ବେଚ୍ଛାସେବୀ ଭାବରେ କୋଲକାତା ପୁଲିସର ବିପର୍ଯ୍ୟୟ ପରିଚାଳନା ଟିମରେ ଯୋଗ ଦେଇଥିଲେ। କିନ୍ତୁ ପରେ ପୁଲିସ କଲ୍ୟାଣ ସେଲକୁ ସ୍ଥାନାନ୍ତର ହୋଇଥିଲା। ଏହା ପରେ ସେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୁଲିସ ଆଉଟପୋଷ୍ଟରେ […]

ୟୁନେସ୍କୋ କଳିଙ୍ଗ ପୁରସ୍କାର ପୁଣି ଚାଲୁ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ବିଜେଡି ସଭାପତି ନବୀନ

ୟୁନେସ୍କୋ କଳିଙ୍ଗ ପୁରସ୍କାର ବନ୍ଦ କରିବାକୁ କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ବିଭାଗ ନିଷ୍ପତ୍ତି ନେବା ପରେ ଏହାର ପୁନର୍ବିଚାର ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ପୁରସ୍କାରକୁ ପୁଣି ଚାଲୁ କରିବାକୁ କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ୧୯୫୧ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବିଜ୍ଞାନ ଓ ଗବେଷଣାକୁ ଲୋକପ୍ରିୟ କରିବାକୁ କଳିଙ୍ଗ […]