ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ସି ଏଚ୍ ସି ମହିପୁର ଦ୍ଵାରା ଜାତୀୟ କୃମି ନାଶକ ଦିବସ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାଶ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ଆୟୁଷ ଡାକ୍ତର ରଶ୍ମିରଞ୍ଜନ ସାମନ୍ତ ସିଂହାର ,ବି ପି ଏମ ଡାଏନା ରାଣୀ ଦାଶ ଉପସ୍ଥିତ ରହି କୃମି […]
ଆଳୁ ଗଦିରେ ଆଳୁ ସଙ୍କଟ, ପୁଣି ବଢିପାରେ ଆଳୁଦର। ଭୁବନେଶ୍ବର ଆଇଗିଣିଆ ଗଦିରେ ନାହିଁ ପର୍ଯ୍ୟାପ୍ତ ପରିମାଣରେ ଆଳୁ । କଟକ ଛତ୍ରବଜାରକୁ ବି ଆସୁନି ଯଥେଷ୍ଟ ପରିମାଣର ଟ୍ରକ।ଆନନ୍ଦପୁର ଆଳୁ ଗୋଦାମ ମାଲିକମାନେ ନିର୍ଭର କରିଥାନ୍ତି ଭଦ୍ରକ ଓ ଯାଜପୁରର ହୋଲସେଲ ଗୋଦାମ ଉପରେ । ତେବେ ଭଦ୍ରକ ଓ ଯାଜପୁର ଗୋଦାମରେ ଆଳୁ ନଥିବା ଆନନ୍ଦପୁରକୁ ଆଳୁ ଆସିପାରୁନଥିବା କହିଛନ୍ତି ଗୋଦାମ ମାଲିକ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନଥିବାରୁ ବଜାରରେ […]
କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି। ଭୁବନେଶ୍ବର ଓ ଭଦ୍ରକରୁ ୩ ମହଲା କୋଠା ଠାବ ହୋଇଥିଲା। କଟକ ଭିଜିଲାନ୍ସ ଟିମ୍ ୧୨ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ଶ୍ରୀ ରଥଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇବାକୁ ଯାଉଛି। ଆଖି ଖୋସି ହେଲା ଭଳି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ବି ତାଜୁବ ହୋଇ ଯାଇଛନ୍ତି। ଆର୍ଆଣ୍ଡବି […]
କେରଳର ଓ୍ବାୟନାଡରେ ଭୂସ୍ଖଳନ ପରେ ମାଟିତଳୁ ଚାଲିଛି ଜୀବନ ଖୋଜା। ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେରଳର ୱାୟନାଡ଼ରେ ଭୟାନକ ଭୂସ୍ଖଳନରେ ଅନେକ ପ୍ରାଣ ହରାଇଥିବା ବେଳେ ଏବେ ବି ଅନେକଙ୍କ ପତ୍ତା ମିଳୁନି । ଏବେବି ଅନେକ ନିଖୋଜ ଅଛନ୍ତି । ମାଟି ତଳେ ଚାପି ହୋଇଥିବା କିମ୍ବା ଅନ୍ୟ କେଉଁଠି ଥିବା ନିଖୋଜଙ୍କର ସନ୍ଧାନୀ କୁକୁର ଷ୍ଟର୍ମ ସନ୍ଧାନ ଦେବା ଆଶା କରାଯାଉଛି । […]
ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟରେ ଦଳର ବିଭିନ୍ନ କାର୍ଯ୍ୟ କଳାପର ରାଜ୍ୟସ୍ତରୀୟ ସଂଯୋଜକ କମିଟି ଗଠନ କରି ସୋମବାର ନାମ ଘୋଷଣା କରିଛନ୍ତି। ଏହି କମିଟିରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ୧୫ ଜଣିଆ ଟିମର ନାମ ଘୋଷଣା କରାଯାଇଛି। କମିଟିରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମ ଆରୁଖ, ପ୍ରତାପ କେଶରୀ, ପ୍ରଦୀପ କୁମାର ଅମାତ, ଅରୁଣ ସାହୁ, ଅଶ୍ବିନୀ ପାତ୍ର, ପ୍ରତାପ ଜେନା, ଶରଦ ପ୍ରସାଦ ନାୟକ, ସୁଦାମ […]
ସକ୍ରିୟ ମୌସୁମୀ ପ୍ରଭାବରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିବ। ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲା ସମେତ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ସନ୍ଧ୍ୟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୭ରେ ଏହା ଲଘୁଚାପ ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। […]
ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ଜଳସ୍ତର ୬୧୦ ଫୁଟ୍ରୁ ଅଧିକ ରହିଛି । ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୪ ହଜାରରୁ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୪୬ ହଜାର ୭୬୫ ଜଳ ନିଷ୍କାସିତ ହେଉଛି । ମୁଖ୍ୟବନ୍ଧରୁ ୨,୦୭,୯୫୬ କ୍ୟୁସେକ, ପାୱାର କେନାଲରେ ୩୫,୨୧୯ କ୍ୟୁସେକ, ଶିଳ୍ପ ବ୍ୟବହାର ପାଇଁ ୨୭୫ କ୍ୟୁସେକ ଏବଂ କେନାଲରେ ୩୪୬୮ କ୍ୟୁସେକ ଜଳ ନିଷ୍କାସନ କରାଯାଇଛି। ଖଇରମାଲ ଗଜ୍ ଷ୍ଟେସନରେ ୩,୪୫,୦୦୦ କ୍ୟୁସେକ୍ ଜଳ […]
ରାଜ୍ୟର ମୋହନ ମାଝିଙ୍କ ସରକାର ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପୂର୍ବ ସରକାର ନବୀନ ପଟ୍ଟନାୟକଙ୍କ ଖାସ ଥିବା କିଛି ଓଏଏସ ଅଫିସରଙ୍କୁ ମଧ୍ୟ ଆଜିର ବଦଳିରେ ନୂଆ ଦାୟିତ୍ୱ ମିଳିଛି । ଗୋପବନ୍ଧୁ ପ୍ରାଶାସନିକ ଏକାଡେମୀର ଡେପୁଟି ଡିଜି ଭାବେ ଥିବା ଡା. ପ୍ରଦୀପ କୁମାର ମିଶ୍ରଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବହୁଚର୍ଚ୍ଚିତ ଓଏଏସ୍ ଲାଲା ମନୋଜ କୁମାର ରାୟଙ୍କୁ […]
ପୁଷ୍ପମାନଙ୍କ ମଧ୍ୟରେ ଏକ ଦୁଷ୍ପ୍ରାପ୍ୟ, ଦୁର୍ଲଭ ତଥା ପବିତ୍ର ଓ ସ୍ବର୍ଗୀୟ ପୁଷ୍ପ ଅଟେ ବ୍ରହ୍ମକମଳ। ଏହା ଉନ୍ନତି, ସୌଭାଗ୍ୟ ତଥା ସନ୍ତୋଷର ପ୍ରତୀକ।ହିନ୍ଦୁ ପୁରାଣ ଅନୁସାରେ ବ୍ରହ୍ମକମଳ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ଶିବଙ୍କ ପୁତ୍ର ଗଣେଶଙ୍କ ଦେହରେ ହାତୀର ମୁଣ୍ଡ ଯୋଡ଼ିବାକୁ। ବିଶ୍ୱାସ କରାଯାଏ ଯେ ଏହି ପୁଷ୍ପର ପାଖୁଡ଼ାରୁ ଟୋପା ଟୋପା ଅମୃତ ନିର୍ଗତ ହୋଇ ଗଣେଶଙ୍କ କଟା ସ୍ଥାନରେ ପଡ଼ିବାରୁ ସେଥିରେ ହାତୀମୁଣ୍ଡ ଯୋଡ଼ିହୋଇ ଗଣେଶ ପୁନର୍ଜୀବନ ଲାଭ କରିଥିଲେ। ପୁଣି […]
ଫ୍ୟାରିସ୍ ଅଲିମ୍ପିକ୍ସ ହକି ସେମି-ଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଦଳରୁ ବାଦ୍ ପଡ଼ିଲେ ଷ୍ଟାର୍ ଡିଫେଣ୍ଡର ଅମିତ୍ ରୋହିଦାସ ସସ୍ପେଣ୍ଡ ହୋଇଛନ୍ତି । ଗୋଟିଏ ମ୍ୟାଚ୍ ପାଇଁ ସସ୍ପେଣ୍ଡ ହୋଇଛନ୍ତି ଅର୍ଥାତ୍ ଅଲିମ୍ପିସ୍ ସେମି-ଫାଇନାଲ ମ୍ୟାଚ୍ ଖେଳିବେ ନାହିଁ।ସସ୍ପେଣ୍ଡ ବିରୋଧରେ ହକି ଇଣ୍ଡିଆ ପକ୍ଷରୁ ଆବେଦନ କରାଯାଇଥିଲେ ହେଁ ତାହା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍)ର ଜୁରି ବେଞ୍ଚ୍ ଖାରଜ କରି ଦେଇଛି। ତେଣୁ ୮ ଥର ଅଲିମ୍ପିକ୍ ଚାମ୍ପିୟନ ଭାରତ ପାଇଁ ସେମିଫାଇନାଲ […]
ମେଷ: ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ* *ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ […]
ନୂଆଗାଁ_ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୨ୟ ଜିଲ୍ଲା ସ୍ତରୀୟ ହାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ଅଧ୍ୟକ୍ଷ ନିରଞ୍ଜନ ଦାସଙ୍କ ତତ୍ୱାବଧାନରେ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।।ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଡି.ଏସ.ଏସ ନୟାଗଡ଼ ଶରତ କୁମାର ସାହୁ ପ୍ରମୁଖ ଅତିଥିମାନେ ଉପସ୍ଥିତ ରହିଥିଲେ।ନାୟାଗଡ଼ ଜିଲ୍ଲା ରୁ ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀମାନେ ସ୍ଟଲ ନେଇ ଉପସ୍ଥିତ […]
