author

ବିଧାୟକ ଅରୁଣଙ୍କ ଦ୍ୱାରା ରୂପାନ୍ତରିତ ମୁଖଶାଳା ଉଦଘାଟିତ

ନୟାଗଡ଼ : ବଦଳୁଛି ନୟାଗଡ଼ ସହର, ରୂପାନ୍ତରିତ ହେଉଛି ଅନେକ କିଛି । ନୟାଗଡ଼ ସହରକୁ ଏକ ଭିନ୍ନ ଋପରେ ପରିକଳ୍ପନା କରୁଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ନୟାଗଡ଼ ସହରରେ ରାସ୍ତାଘାଟଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ପ୍ରଭୃତିକୁ ନୂଆଋପ ଦେବାକୁ ଚେଷ୍ଟା ଚାଲିଛି । ଯୁବକ ଅବସ୍ଥାରେ ପହଞ୍ଚିଥିବା ନୟାଗଡ଼ ଜିଲ୍ଲାକୁ ସୈାନ୍ଦର୍ଯ୍ୟମୟ କରାଯାଉଛି । ଆଜି ନୟାଗଡ଼ ସହରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିତ ମୁଖଶାଳାକୁ […]

ମୋ ପିଲାମାନେ ମୋତେ ବାପା ବୋଲି ଡାକିବାକୁ ଘୃଣା କରୁଛନ୍ତି 

ଲୋକପ୍ରିୟ ଧାରାବାହିକ ମହାଭାରତ ଷ୍ଟାର (କୃଷ୍ଣ ଭୂମିକାରେ) ନୀତୀଶ ଭରଦ୍ୱାଜ ଏବଂ ତାଙ୍କ ପତ୍ନୀ ସ୍ମିତା ଭରଦ୍ୱାଜଙ୍କ ମଧ୍ୟରେ ବିବାଦ କୌଣସି ଗୁପ୍ତ କଥା ନୁହେଁ। ଗତ କିଛି ମାସ ମଧ୍ୟରେ ଦୁହେଁ ପରସ୍ପର ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ମୁତାବକ, ‘ମୋତେ ବିବାହରେ ସବୁ ପ୍ରକାର ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡିଛି। ଯଦି ମୁଁ ମୋ ୧୧ବର୍ଷର ଝିଅ କହିଥିବା କଥା ଆପଣଙ୍କୁ କୁହେ, ତେବେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ | ମୋ […]

ବ୍ରହ୍ମପୁରରେ ‘ମୋ ବସ୍ ସେବା’ ଆରମ୍ଭ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି।ସୂଚନାଯୋଗ୍ୟ ଯେ ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି ବସ୍‌ ଚଳାଚଳ କରିବ। ସେହିଭଳି ବ୍ରହ୍ମପୁର ସହରରେ ଏମ୍‌.କେ.ସି.ଜି ମେଡିକାଲ କଲେଜ- ଇଂଜିନିୟରିଂ ସ୍କୁଲ-ରେଲୱେ ଷ୍ଟେସନ-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ବସ୍‌ ଚଳାଚଳ କରିବ। ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତମ ଯୋଗାଯୋଗ ସମୃଦ୍ଧ ଭବିଷ୍ୟତର […]

ନୟାଗଡ଼ରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୬ଟିମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୨୨, ୪୦, ୦୦୦ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୮୨ ଟି ଦେୱାନୀ […]

ଶିକ୍ଷକ ମହାସଂଘ ପକ୍ଷରୁ ସହିଦ ଦିବସ ପାଳନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗତ ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ  ଭୁବନେଶ୍ୱରଠାରେ ଶିକ୍ଷକମାନଙ୍କ ବିଭିନ୍ନ ଦାବି ନେଇ  ଶିକ୍ଷକ ମହାସଂଘର ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହେବାକୁ ବସ ଯୋଗେ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟିକାତାଳଠାରେ ଦୁର୍ଘଟଣାରେ ଶିକାର ହୋଇ ମୋଟ ୬ଜଣ ଶିକ୍ଷକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ  ନୟାଗଡ଼ ଜିଲ୍ଲାର ୪ଜଣ ଶିକ୍ଷକ ପ୍ରାଣ ହରାଇଥିଲେ । ପ୍ରାଣ ହରାଇଥିବା ଶିକ୍ଷକମାନେ ଥିଲେ […]

ଦଣ୍ଡୋର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୄତିତ୍ୱ

ଓଡ଼ଗାଁ(ଓଡ଼ିଶା ଦର୍ପଣ):ଓଡ଼ଗାଁ ବ୍ଲକ୍  କୁରାଳ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉ.ପ୍ରା. ବିଦ୍ୟାଳୟ,ଦଣ୍ଡୋର ପ୍ରତ୍ୟେକ ଶିକ୍ଷାବର୍ଷରେ ବିଭିନ୍ନ କ୍ଷେତ୍ରରେ ନିଜ ଛାତ୍ରଛାତ୍ରୀଙ୍କ କୄତି ଓ ସଫଳତା ପାଇଁ ସ୍ୱତନ୍ତ୍ର ପରିଚୟ ସୄଷ୍ଟି କରିପାରିଛି।ଖେଳ,ନୄତ୍ୟ,ବିଜ୍ଞାନ ମେଳା, ସୁରଭି ଆଦି କ୍ଷେତ୍ରରେ ଚଳିତ ବର୍ଷ ଉଭୟ ଜିଲ୍ଲା ଓ ରାଜ୍ୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବେଳେ ଗତକାଲି ପୁଣି ଦୁଇଟି ସଫଳତା ସମସ୍ତଙ୍କୁ ଉତ୍ସାହିତ କରିଛି।ପ୍ରକାଶ ଥାଉକି, ଗତକାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଜାତୀୟ ଆର୍ଥିକ ଅନଗ୍ରସର […]

ବଡଦେଉଳରୁ ଖସିଲା ପଥର

ଶ୍ରୀମନ୍ଦିରରୁ ଖସିଛି ପଥର। ଶ୍ରୀମନ୍ଦିର ଭିତରେ ଥିବା ଏକାଦଶୀ ମନ୍ଦିରର ଉପର ଭାଗରୁ ପଥର ଖସିଥିବା ନେଇ ସୂଚନା ମିଳିଛି। ତେବେ ମନ୍ଦିରରୁ ପଥର ଖସିଥିଲେ ମଧ୍ୟ ଏଥିରେ କାହାର କିଛି ବି କ୍ଷତି ଘଟିନି।ବର୍ତ୍ତମାନ ପାଇଁ ପଥରଟିକୁ ଶ୍ରୀମନ୍ଦିର ଗାରଦରେ ଜମା କରାଯାଇଛି । ତେବେ ପଥରଟି ପ୍ରକୃତରେ କେଉଁଠୁ ପଡିଛି ସେ ନେଇ ଏଏସଆଇ ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ଏଏସଆଇ ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର […]

‘ଝନକ’ ଫେମ୍‌ ଡଲି ସୋହିଙ୍କର କ୍ୟାନ୍‌ସରରେ ପରଲୋକ ଘଟିଛି।

ଟେଲିଭିଜନ ଜଗତରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଟେଲିଭିଜନ ଅଭିନେତ୍ରୀ ଡୋଲି ସୋହିଙ୍କ ଶୁକ୍ରବାର ମୃତ୍ୟୁ ହୋଇଥିବାର ଖବର ଆସିଛି।ଡଲି ୨୦୨୩ ଗର୍ଭାଶୟ କ୍ୟାନ୍‌ସରରେ ଆକ୍ରାନ୍ତ ହୋଇଥିଲେ। ଜାନୁଆରୀରେ ଡଲି ସୋହି ପ୍ରକାଶ କରିଥିଲେ ଯେ ଗର୍ଭାଶୟ କ୍ୟାନ୍‌ସର ହେତୁ ତାଙ୍କୁ ସିରିଏଲ ‘ଝନକ’ର ସୁଟିଂରୁ ବିରତି ନେବାକୁ ପଡିଥିଲା। ଡଲି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସିରିଏଲର ଏକ ଅଂଶ ହୋଇଆସୁଛନ୍ତି। ସେ ‘ଭାବି’, ‘କଳଶ’, ‘ମେରୀ ଆଶିକି ତୁମ ସେ ହାଏ’, ‘ଖୁବ୍‌ ଲଡି […]

ଆଜିର ରାଶିଫଳ(୯ ମାର୍ଚ୍ଚ,୨୦୨୪)

*ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।* *ବୃଷ:-ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ […]

ଓଁ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶୈବପୀଠ

ଆଜି ଜାଗର। ଓଁ ନମଃ ଶିବାୟ ଧ୍ୱନିରେ ପରିବେଶ ପ୍ରକମ୍ପିତ । ଚଳଚଞ୍ଚଳ ହୋଇଛି ପ୍ରମୁଖ ଶୈବପୀଠ । ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ, ଧବଳେଶ୍ୱର, ଲୋକନାଥ ଓ କପିଳାସରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି। ବାବା ଲିଙ୍ଗରାଜଙ୍କ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଭୋରରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା […]

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡର ଆନ୍ତର୍ଜାତିକ ମହିଳା ଦିବସ ପାଳିତ 

  ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, “ସୋହମ” ଅନୁଷ୍ଠାନ ଆନୁକୂଲ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଅଛି । ପ୍ରାରମ୍ଭରେ ସୋହମ ସଭାପତି  ଡ଼ଃ କବିତା ମିଶ୍ର, ଅତିଥିମାନଙ୍କୁ ସ୍ଵାଗତ ସହିତ ଅତିଥିମାନଙ୍କ  ପରିଚୟ  ପ୍ରଦାନ କରିଥିଲେ । ବରିଷ୍ଠ ବର୍ଗ  ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ, ସଚିବ,  ବିଶେଷ […]

ଆଜିର ରାଶିଫଳ(୮ ମାର୍ଚ୍ଚ,୨୦୨୪)

*ମେଷ*:*ଆଜି  ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ  କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି।* *ବୃଷ*: ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ […]