ଅଭିନେତ୍ରୀ କଙ୍ଗନାଙ୍କୁ ଟକ୍କର ଦେବେ ବିକ୍ରମାଦିତ୍ୟ

ଲୋକ ସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ୪୦୦ ପାର୍‌ର ନାରା ଦେଇ ଭାଜପା ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରିଛି। ତେବେ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଣ୍ଡିରୁ ଭାଜପା ଟିକେଟ୍‌ ଦେଇଛି। ଲୋକସଭା ନିର୍ବାଚନରେ ମଣ୍ଡି ଆସନରୁ କଂଗ୍ରେସ ଟିକଟରେ ବିକ୍ରମାଦିତ୍ୟ ସିଂ ନିର୍ବାଚନ ଲଢିବେ । ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂ ଏହି ଘୋଷଣା କରିଛନ୍ତି । ପାର୍ଟି ପକ୍ଷରୁ ଆନୁଷ୍ଠାନିକ ଭାବେ ନାଁ ଘୋଷଣା […]

ବରିଷ୍ଠ କଳାକାର ପିଙ୍କି ପ୍ରଧାନ: ବିଜେଡିକୁ ହାରିବା ଭୟ ଘାରିଛି

ନିର୍ବାଚନ ସମୟରେ ଷ୍ଟାରଙ୍କୁ ନେଇ ଜୋର ଧରିଲା ରାଜନୀତି । ନବୀନ ନିବାସକୁ କଳାକାରଙ୍କ ଡାକରା ପରେ ବର୍ଷିଲା ଭାରତୀୟ ଜନତା ପାର୍ଟି ।ବରିଷ୍ଠ କଳାକାର ପିଙ୍କି ପ୍ରଧାନ କହିଛନ୍ତି ଯେ ବିଜେଡିକୁ ହାରିବା ଭୟ ଘାରିଛି। ସେଥିଲାଗି ଫିଲ୍ମଷ୍ଟାରଙ୍କୁ ଖୋଜୁଛି। ଓଡ଼ଶାରେ କଳାକାରଙ୍କ ଅବସ୍ଥା ଏମିତି ଯେ ସେମାନଙ୍କୁ ଟଙ୍କା ଦେଇ ପ୍ରଚାର କରୁଛି ବିଜେଡି। ବିଜେଡି ଦଳୀୟ ଆଧାରରେ କଳାକାରଙ୍କୁ ଭାଗ କରିବାକୁ ଚେଷ୍ଟା କରୁଛି। ନିର୍ବାଚନ ସମୟରେ କଳାକାରଙ୍କ କଥା ମନେ ପଡ଼େ। […]

ବିଜେପିରେ ଯୋଗଦେବା ପରେ ଅଭିନେତା ହନୁମାନ ଜୟନ୍ତୀ ପୂର୍ବରୁ ଗାଇଲେ ହନୁମାନ ଚାଳିଶା ।

ବିଜେପିରେ ଯୋଗଦେବା ପରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଭିନ୍ନ ଅବତାର ସାମ୍ନାକୁ ଆସିଛି। ହନୁମାନ ଜୟନ୍ତୀ ପୂର୍ବରୁ ସେ ଗାଇଛନ୍ତି ହନୁମାନ ଚାଳିଶା। ଅନୁଭବ ମହାନ୍ତି ହନୁମାନ ଚାଳିଶା ଗାଉଥିବାର ଏକ ନୂଆ ଭିଡିଓ ରିଲିଜ୍ ହୋଇଛି। ସୋନି ମ୍ୟୁଜିକ୍ ଏହି ମ୍ୟୁଜିକ୍ ଭିଡିଓକୁ ରିଲିଜ୍ କରିଛନ୍ତି । ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଲା ଏହି ମ୍ୟୁଜିକ୍ ଭିଡିଓର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି । ବିଜେପିରେ ମିଶିବା ପରେ ଅନୁଭବଙ୍କ ଠାରେ ହିନ୍ଦୁତ୍ୱର ଛାପ […]

ବିଲକୁ ଯାଇ ଚାଷୀଙ୍କ ସହ ଫସଲ କାଟିଲେ ହେମା ମାଳିନୀ । 

ଲୋକସଭା ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ପ୍ରଚାରକୁ ସେତିକି ଜୋରଦାର କରୁଛନ୍ତି। ସମସ୍ତେ ନିଜ ନିଜ ଉପାୟରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରିଚାଲିଛନ୍ତି। ତେବେ ପ୍ରଚାର କରିବାକୁ ଯାଇ ଜମିରେ ଗହମ କାଟୁଛନ୍ତି ହେମା ମାଳିନୀ । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ମଥୁରା ଲୋକସଭା କ୍ଷେତ୍ର ପାଇଁ ବିଜେପିରୁ ଟିକେଟ ପାଇଥିବା ହେମା ମାଳିନୀ ନିଜ ନିର୍ବାଚନ କ୍ଷେତ୍ରକୁ […]

ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ କର୍ଣ୍ଣେଲ୍‌‌ ସବ୍ୟସାଚୀ ଦାଶ ଅଙ୍ଗଦାନ କରିବାକୁ ନିଷ୍ପତି

ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳନ କରିବା ସହ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ କର୍ଣ୍ଣେଲ୍‌‌ ସବ୍ୟସାଚୀ ଦାଶ ଅଙ୍ଗଦାନ କରିବାକୁ ନିଷ୍ପତି ନେଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଏ ନେଇ ଆଜି ଅଙ୍ଗଦାନର ଫର୍ମ ନମ୍ବର ୭ ପୂରଣ କରି ନିଜର ସ୍ୱୀକୃତି ଦେଇଛନ୍ତି। ଏହା ଛଡ଼ା ସେଦୁହେଁ ରକ୍ତଦାନ ମଧ୍ୟ କରିଛନ୍ତି। ଅତୀତରେ କିଡନୀ ଟ୍ରାନ୍ସପ୍ଲାଣ୍ଟ ନହେବାରୁ ନିଜ ବାପାଙ୍କୁ ହରାଇଥିଲେ ପିଙ୍କି । ଏପରି ସ୍ଥିତିରେ ନିଜ ଅନ୍ତରଙ୍ଗଙ୍କୁ ହରାଇବାର ଦୁଃଖ […]

ଆସିଲା ପୁଷ୍ପା-୨ ଫିଲ୍ମର ଟିଜର ।

ତେଲୁଗୁ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଅଭିନେତାଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ର ଟିଜର ରିଲିଜ୍ କରିଛନ୍ତି ନିର୍ମାତା, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟିଜରରେ ଅଲ୍ଲୁ ଅର୍ଜୁନଙ୍କୁ ଭିନ୍ନ ଲୁକରେ ଦେଖିବାକୁ ମିଳୁଛି । ମୁହଁରେ ରଙ୍ଗ ମାରି ଶାଢୀ ପିନ୍ଧିବା ସହ ଫାଇଟ କରୁଥିବାର ଦେଖିବାକୁ ମିଳୁଛି । ହାତରେ ତ୍ରିଶୁଳ ଧରିଥିବା ବେଳେ ଅନେକ ଲୋକଙ୍କ ଗହଣରେ […]

ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତାଙ୍କ ସେଇ ଅଭୁଲା ଦିନ

ପ୍ରଖ୍ୟାତ ଓଡ଼ିଆ ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟଙ୍କର ପରୋଲକ ହୋଇଛି। ଶାନ୍ତିଲତା ଗତ କିଛିମାସ ହେଲା କର୍ଗଟ ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ କିଛିଦିନ ଭେଣ୍ଟିଲେଟରରେ ମଧ୍ୟ ରହିଥିଲେ। ସୋମବାର(୨୦୨୪ଏପ୍ରିଲ ୧) ତାଙ୍କ ବିୟୋଗରେ ଓଡ଼ିଆ ସଂଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଛି। ଶାନ୍ତିଲତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । […]

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାରେ ମିଶିଲେ ଅଭିନେତା ଗୋବିନ୍ଦା ।

ଶିବସେନାରେ ସାମିଲ ହେଲେ ଅଭିନେତା ଗୋବିନ୍ଦା। ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି। ସିନ୍ଦେଙ୍କ ପାର୍ଟି ଗୋବିନ୍ଦାଙ୍କୁ ମୁମ୍ବାଇ ନର୍ଥ-ଇଷ୍ଟ ଲୋକସଭା ଆସନ ପାଇଁ ଟିକେଟ ଦେଇପାରେ । ଏହି ଆସନରୁ ଉଦ୍ଧବ ଠାକରେଙ୍କ ଶିବସେନା ତରଫରୁ ଅମୋଲ କିର୍ତ୍ତୀକରଙ୍କୁ ପ୍ରର୍ଥୀ କରାଯାଇଛି । ଏନେଇ ବୁଧବାର ଦିନ ଗୋବିନ୍ଦା ଶିବସେନା (ସିନ୍ଦେ ଗୋଷ୍ଠୀ)ର ପ୍ରବକ୍ତା ତଥା ପୂର୍ବ ବିଧାୟକ କୃଷ୍ଣା ହେଗଡେଙ୍କ ସହ ବୈଠକ କରିଥିଲେ । ଗୋବିନ୍ଦା […]

ତାଞ୍ଜାନିଆରେ କରିନା କପୁର

କରିନା କପୁର ଖାନ ବର୍ତ୍ତମାନ ତାଙ୍କ ସ୍ବାମୀ ଶୈଫ ଅଲି ଖାନ ଏବଂ ପୁଅ ତୈମୁର ଅଲି ଖାନ ଏବଂ ଜାହାଙ୍ଗୀର ଅଲି ଖାନଙ୍କ ସହ ତାଞ୍ଜାନିଆରେ ଛୁଟି କାଟୁଛନ୍ତି। ପରିବାର କିଛି ଦିନ ପୂର୍ବରୁ ମୁମ୍ବାଇ ଛାଡିଥିଲେ ଏବଂ ଗତକାଲିଠାରୁ ଏହି ଅଭିନେତ୍ରୀ ସେମାନଙ୍କ ଛୁଟିଦିନର ଝଲକ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।କରୀନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ସେ ସାର୍ଟ ଏବଂ ଜିନ୍ସରେ ବହୁତ ସୁନ୍ଦର ଦେଖାଯାଉଥିବାବେଳେ ଗୋଟିଏ […]

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି?

ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ ଧରି ଡେଟିଂ କରୁଥିବା ଏହି ଦମ୍ପତି ମାର୍ଚ୍ଚରେ ବିବାହ କରିବାକୁ ଯାଉଥିଲେ ଏବଂ ବର୍ତ୍ତମାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତାପସୀ ପନ୍ନୁ ୧୦ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଶେଷରେ ଲୁଚିଲୁଚି ବିବାହ କରିଛନ୍ତି। ଅଭିନେତ୍ରୀ ତାଙ୍କ ବ୍ୟାଡମଂଟନ ଖେଳାଳି ବନ୍ଧୁ ମାଥିଏସ ବୋଏଙ୍କ ସହିତ ମାର୍ଚ୍ଚ ୨୩ରେ ଉଦୟପୁରରେ […]

ଦୁର୍ଘଟଣା ପରେ ଭେଣ୍ଟିଲେଟରରେ ସାଉଥ୍ ଅଭିନେତ୍ରୀ ଅରୁନ୍ଧତୀ 

‘ସୈତାନ’ ଫିଲ୍ମରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ତାମିଲ ଅଭିନେତ୍ରୀ ଅରୁନ୍ଧତୀ ନାୟାର ଦୁର୍ଘଟଣାରେ ଗୁରୁତର ହୋଇ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଗତ ୧୪ ତାରିଖରେ ସେ ତାଙ୍କ ଭାଇ ସହ ବାଇକ୍‌ରେ ଚେନ୍ନାଇ-କୋଭାଲମ୍‌ ବାଇପାସ୍‌ ରୋଡ୍‌ରେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ୩ଦିନ ତଳେ ତାଙ୍କର ଦୁର୍ଘଟଣା ହୋଇଥିବା ବେଳେ ଏବେ ତାଙ୍କ ଭଉଣୀ ଅରୁନ୍ଧତୀଙ୍କ ଇନଷ୍ଟା ଆକଉଣ୍ଟରେ ଖବରଟି ଦେଇଛନ୍ତି। ସେ ଲେଖିଛନ୍ତି ଯେ, “ତାମିଲନାଡୁର ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ ପ୍ରକାଶିତ […]

ଯେଉଁମାନେ ୪୨୦, ସେମାନେ ଆସନ୍ତା ଲୋକ ସଭା ନିର୍ବାଚନରେ ୪୦୦ଟି ସିଟ୍‌ ଜିତିବା କଥା କହୁଛନ୍ତି।

ଅଭିନେତା ପ୍ରକାଶ ରାଜ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ପ୍ରକାଶ ରାଜ କହିଛନ୍ତି, ଯେଉଁମାନେ ୪୨୦, ସେମାନେ ଆସନ୍ତା ଲୋକ ସଭା ନିର୍ବାଚନରେ ୪୦୦ଟି ସିଟ୍‌ ଜିତିବା କଥା କହୁଛନ୍ତି। ଭାଜପା ନେତାଙ୍କ ପକ୍ଷରୁ ଏଥର ୪୦୦ ପାର୍‌’ ସ୍ଲୋଗାନ ଦେଉଛନ୍ତି। ଦଳ ଲକ୍ଷ୍ୟ ଧାର୍ଯ୍ୟ କରିଛି ଯେ ଏଥର ଲୋକ ସଭା ନିର୍ବାଚନରେ ୪୦୦ ଆସନ ହାସଲ କରି ସରକାର ଗଠନ କରିବ। ଏହା ବେଶ ହାସ୍ୟସ୍ପଦ । ଏଥିସହ ଅଭିନେତା କହିଥିଲେ ସେ ଯେକୌଣସି ଦଳ […]