ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି

ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ମୁମ୍ବାଇଠାରେ ପରଲୋକ ହୋଇଛି। କିଛିଦିନ ହେବା ଅସୁସ୍ଥ ଥିବା ଏହି ଗଜଲ ଗାୟକଙ୍କର ୭୨ ବର୍ଷ ବୟସରେ ପରଲୋକ ହୋଇଥିବା ସୂଚନା ମିଳିଛି। ପଙ୍କଜ ଉଧାସଙ୍କ ପରଲୋକ ନେଇ ତାଙ୍କ ଝିଅ ନାୟାବ ଉଧାସ ସୂଚନା ଦେଇଛନ୍ତି । ପଙ୍କଜଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅନେକ ଶ୍ରୋତା ସୋସିଆଲ୍ ମିଡିଆ ଜରିଆରେ ଶୋକ ପ୍ରକାଶ କରିଛନ୍ତି ।ଗଜଲ ଜଗତରେ ପଙ୍କଜ ଉଧାସ […]

ରେଷ୍ଟୁରାଣ୍ଟରେ ସୋନୁ ସୁଦ୍‌ଙ୍କ ବିଲ୍‌ ପୈଠ କଲେ ଅଜଣା ବ୍ୟକ୍ତି

ନିକଟରେ ସୋନୁ ରାତ୍ରୀ ଭୋଜନ ପାଇଁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ଯେତେବେଳେ ସେ ବିଲ୍‌ ପେ କରିବାକୁ ଗଲେ ଜାଣିବାକୁ ପାଇଲେ ଯେ, ଜଣେ ଅପରିଚିତ ବ୍ୟକ୍ତି ତାଙ୍କର ପୁରା ବିଲ ପୈଠ କରିଛନ୍ତି। ଏଥିସହ ବ୍ୟକ୍ତି ଜଣକ ଅଭିନେତାଙ୍କ ପାଇଁ ଏକ ସୁନ୍ଦର ନୋଟ ମଧ୍ୟ ଶେୟାର କରିଛନ୍ତି।ସୋନୁ ସୁଦ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ଯେତେବେଳେ ସେ ଦୁବାଇର ଏକ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲେ, କେହି ଜଣେ ତାଙ୍କର […]

ରାକୁଲ-ଜ୍ୟାକିଙ୍କୁ ବିବାହର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ରକୁଲ୍ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀ ପରସ୍ପରଙ୍କୁ ଜୀବନସାଥି କରିଛନ୍ତି । ଦୁହେଁ ବୁଧବାର ପରିବାର ଏବଂ ନିଜ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁଇ ସେଲିବ୍ରେଟିଙ୍କ ବିବାହ ଫଟୋ ସାମନାକୁ ଆସିବା ପରେ ଏବେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି ।ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କୁ ସେମାନଙ୍କ ବିବାହ ଅଭିନନ୍ଦନ ଜଣାଇଛନ୍ତି। ସେହି ପୋଷ୍ଟଟି […]

ଅଭିନେତା ରିତୁରାଜ ସିଂଙ୍କ ପରଲୋକ

ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହ(୫୯)ଙ୍କ ପରଲୋକ ଘଟିଛି। ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବର୍ତ୍ତମାନର ଲୋକପ୍ରିୟ ଟେଲିଭିଜନ ଶୋ ଅନୁପମାରେ ରିତୁରାଜ ସିଂଙ୍କୁ ଦେଖିବାକୁ ମିଳିଥିଲା। ଅଭିନେତାଙ୍କର ହଠାତ୍‌ ପରଲୋକ ହେବାର ଖବର ଶୁଣିବା ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ସେ ୧୯୯୩ରେ ଟିଭିରେ ଡେବ୍ୟୁ କରିଥିବା ବେଳେ ‘ହୋଗି ଅପନି ବାତ୍’, ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ଆହଟ୍, ଅଦାଲତ’, ‘ଦିଆ ଔର ବାତି ହମ୍’ […]

 ବରୁଣ ଧାୱନ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। 

ବରୁଣ ଧାୱନ ଏବଂ ନତାଶା ଦଲାଲ୍‌ ଖୁବ୍‌ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଦମ୍ପତିଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛି। ଏକ ପଟୋ ସେୟାର କରି ବରୁଣ ଏହା ପ୍ରକାଶ କରିଛନ୍ତି। ଅଭିନେତା ନିଜେ ତାଙ୍କ ପ୍ରଶଂସକଙ୍କୁ ତାଙ୍କ ପତ୍ନୀଙ୍କ ଗର୍ଭଧାରଣ ବିଷୟରେ ସୂଚନା ଦେଇଛନ୍ତି। ବରୁଣ ଏବଂ ନତାଶା ୨୦୨୧ରେ ବିବାହ କରିଥିଲେ, ଯଦିଓ ସେମାନେ ବର୍ଷ ବର୍ଷ ଧରି ପରସ୍ପରକୁ ଜାଣିଥିଲେ।ବରୁଣଙ୍କ ପୋଷ୍ଟ ବାହାରକୁ ଆସିବା ମାତ୍ରେ ଖୁବ୍‌ ଭାଇରାଲ ହୋଇଛି। ପ୍ରଶଂସକଙ୍କ […]

ମୃତ୍ୟୁମୁଖରୁ ବଞ୍ଚିଗଲେ ଏହି ଦୁଇ ଅଭିନେତ୍ରୀ

ନ୍ୟାଶନାଲ କ୍ରସ୍‌ ନାମରେ ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଛନ୍ତି। ସେ ଯେଉଁ ବିମାନରେ ଯାତ୍ରା କରୁଥିଲେ ଉକ୍ତ ବିମାନଟିକୁ ତାଙ୍କୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ରଶ୍ମିକା ମନ୍ଦନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ରଶ୍ମିକା ଅଭିନେତ୍ରୀ ଶ୍ରଦ୍ଧା ଦାସଙ୍କ ସହ ନଜର ଆସିଛନ୍ତି। ଏଥିସହ, ସେ ତାଙ୍କ କ୍ୟାପସନରେ ଲେଖିଛନ୍ତି ଯେ ଏହା କେବଳ ଏକ ସୂଚନା ଯେ ଆମେ ମୃତ୍ୟୁରୁ ଉଦ୍ଧାର ପାଇଛୁ। […]

ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଦୁଇ ବର୍ଷ ଜେଲ

ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କ ପାଇଁ ଅଡ଼ୁଆ ବଢିଛି । ତାଙ୍କର ଏକ ଚେକ୍ ବାଉଁସ୍ ମାମଲାରେ ଜାମନଗର କୋର୍ଟ ବଡ଼ ରାୟ ଦେଇଛନ୍ତି । ରାଜକୁମାର ସନ୍ତୋଷୀଙ୍କୁ କୋର୍ଟ ଦୁଇ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି ଏବଂ ଚେକ୍ ଆମାଉଣ୍ଟର ଦ୍ୱିଗୁଣା ରାଶି ଅର୍ଥାତ୍ ଦୁଇ କୋଟି ଟଙ୍କା ଜମା କରିବାକୁ ଆଦେଶ ଦେଇଛନ୍ତି ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିର୍ମାତା ରାଜକୁମାର ଜାମନଗର ବ୍ୟବସାୟୀ ଅଶୋକ ଲାଲଙ୍କଠାରୁ ୧ କୋଟି ଟଙ୍କା ଋଣ […]

ପରଲୋକରେ ଓଲିଉଡ୍‌ର ଅଭିନେତା ଚକ୍ରଧର ଜେନା

ଓଲିଉଡର ଭେଟେରାନ ଅଭିନେତା ଚକ୍ରଧର ଜେନା ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଦୀର୍ଘ ୨୩ ଦିନ ହେବ ଏମ୍ସ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲେ ,ସୋମବାର ରାତିରେ ହୃଦଘାତ ହେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।ଏନେଇ ଖବର ପ୍ରସାରିତ ହେବା ପରେ ସିନେମାଜଗତ ସହ ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି। ୧୯୮୩ରେ ଏନ୍ଏସ୍ଡି ବା ଜାତୀୟ ନାଟ୍ୟ ବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଚକ୍ରଧର ଜେନା ହଲିଉଡ ସିନେମା […]

ପରଦାକୁ ଫେରିଲେ ସାମନ୍ଥା

ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୃ। ଏବେ ପୁଣିଥରେ ଅଭିନୟକୁ ଫେରିଛନ୍ତି। ସେ ଦୀର୍ଘ ସମୟ ଧରି ଏକ ଅଟୋ-ଇମ୍ୟୁନ ଅବସ୍ଥା (ମାୟୋସିଟିସ୍) ରେ ପୀଡିତ ଥିଲେ । ସାମନ୍ଥା ଗତ ଏକ ବର୍ଷ ଧରି ଅଭିନୟରୁ ବିରତି ନେଇ ତାଙ୍କ ସ୍ବାସ୍ଥ୍ୟର ଯତ୍ନ ନେଉଥିଲେ। ଏହାର ଚିକିତ୍ସା ପାଇଁ ସେ ଅଭିନୟରୁ ବିରତି ନେଇଥିଲେ। ବର୍ତ୍ତମାନ ସେ ପୁନର୍ବାର କାମକୁ ଫେରୁଛନ୍ତି, ଯାହା ବିଷୟରେ ସେ ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି […]

ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କରି ଫସିଲେ ବିଦ୍ୟୁତ୍‌ ଜାମୱାଲ

ବଲିଉଡ୍‌ର ଆକ୍ସନଷ୍ଟାର ବିଦ୍ୟୁତ ଜାମୱାଲ। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘କ୍ରାକ୍’ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ହେଲେ ଏହାରି ମଧ୍ୟରେ ତାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ସେ ରେଳବାଇ ପୋଲିସର ହେପାଜତରେ ଅଛନ୍ତି। ଯିଏ ଏକ ବିପଦପୂର୍ଣ୍ଣ ଷ୍ଟଣ୍ଟ ପ୍ରଦର୍ଶନ କରି ଗିରଫ ହୋଇଥିଲେ।ରେଲଓ୍ବେ ସୁରକ୍ଷା ବଳ (ଆରପିଏଫ) ର ବାନ୍ଦ୍ରା କାର୍ଯ୍ୟାଳୟରୁ ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ବିଦ୍ୟୁତଙ୍କୁ ପୋଲିସ ଷ୍ଟେଶନରେ ଦେଖିବାକୁ ମିଳୁଛି। […]

ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ ହେବା ଗୁଜବ ଅଟେ | ତେବେ କାହିଁକି ?

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ନେଇ ଶନିବାର ସକାଳେ ଏକ ଖବର ପ୍ରସାରିତ ହୋଇଥିଲା। ଯେଉଁଥିରେ ଛାତିରେ ଯନ୍ତ୍ରଣା ଯୋଗୁ ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ସୂଚନା ଥିଲା। ତେବେ ଏହି ଖବରକୁ ମିଥୁନଙ୍କ ପରିବାର ଲୋକେ ଅସ୍ୱୀକାର କରିଛନ୍ତି। ମାମଲାରେ ମିଥୁନଙ୍କ ବୋହୂ ମଦାଳସା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ମିଥୁନ ସକାଳେ ହସ୍ପିଟାଲ ଯାଇଥିଲେ, ହେଲେ ରୁଟିନ ଚେକଅପ ପାଇଁ ବୋଲି ସେ କହିଛନ୍ତି। ତେବେ ତାଙ୍କର ହସ୍ପିଟାଲ ଆଡମିଟ ଖବରକୁ […]

ଧର୍ମେନ୍ଦ୍ର ତାଙ୍କ ନାମ ପରିବର୍ତ୍ତନ କଲେ

ଶାହିଦ କପୁର ଏବଂ କ୍ରିତି ସାନନଙ୍କ ଅଭିନୀତ ମୁଭି ତେରି ବାତୋଁ ମେଁ ଏସା ଉଲଝା ଜିଆ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମକୁ ନେଇ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ସୋସିଆଲ ମିଡିଆ ଠାରୁ ସମାଲୋଚକ ପର୍ଯ୍ୟନ୍ତ ଏହି ଫିଲ୍ମକୁ ଭଲ ସମୀକ୍ଷା ଦିଆଯାଉଛି। ତେବେ ଏହି ଫିଲ୍ମରେ ଅଭିନେତା ଧର୍ମେନ୍ଦ୍ରଙ୍କୁ କୌଣସି ଅନ୍ୟ ଏକ ନାମରେ କ୍ରେଡିଟ୍ ଦିଆଯାଇଛି।ବଲିଉଡରେ ପାଦ ଥାପିବାର ୬୪ ବର୍ଷ ପରେ ଧର୍ମେନ୍ଦ୍ର ତାଙ୍କ ନାମ ବଦଳାଇଛନ୍ତି। […]