ସଂଜୀବ ପଣ୍ଡା ହେଲେ କଟକ-ଭୁବନେଶ୍ୱର ଟୁଇନ ସିଟି ପୁଲିସ କମିଶନର

ଆଇଏଏସ ପରେ ଆଇପିଏସ ଏବଂ ବରିଷ୍ଠ ଓପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରାଯାଇଛି। କଟକ-ଭୁବନେଶ୍ୱର ନୂଆ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ୧୯୯୪ ବ୍ୟାଚ୍ ଆଇପିଏସ ଅଫିସର ସଂଜୀବ ପଣ୍ଡା। ଏବେ କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୋଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ସେହିପରି କଟକ ଡିସିପି ପିନାକ ମିଶ୍ରଙ୍କୁ ପୁରୀ ଏସ୍‌ପି ଭାବେ ବଦଳି କରାଯାଇଥିଲା ବେଳେ ପୁରୀ ଏସ୍‌ପି ଥିବା କନୱର ବିଶାଲ ସିଂହଙ୍କୁ କଟକ ଡିସିପି ଦାୟିତ୍ୱ ମିଳିଛି।ହି ପରି […]

ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା

ରାଜ୍ୟର କିଛି ଜିଲ୍ଲରେ ବର୍ଷା ସହ କୋହଲା ପାଗ ବି ରହିବ । ଆଉ ଶେଷରେ ୨୬ ତାରିଖରୁ ବଦଳିବ ପାଗ । ଏମିତିକି ଆଗାମୀ ୨୪ ଘଣ୍ଟା ପରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିପାରେ ରାତି ତାପମାତ୍ରା ।ଘନ କୁହୁଡ଼ି ନେଇ ୧୨ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଦେଇଛି | କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି,ବଲାଙ୍ଗିର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, […]

୬ ଜିଲ୍ଲାରେ ୨୮୬ଟି ରୂପାନ୍ତରିତ ହାଇସ୍କୁଲ ହେଲେ ଲୋକାର୍ପିତ

ସତ୍ୟବାଦୀ ଠାରେ ଓଡ଼ିଆ ଭାଷାର ଏନ୍ତୁଡ଼ି ସାଳକୁ ଓଡ଼ିଆ ବିଶ୍ୱବିଦ୍ୟଳୟ ରୂପରେ ଓଡ଼ିଶା ବାସୀଙ୍କୁ ଭେଟିଦେଲେ ରାଜ୍ୟ ସରକାର । ଆଜି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ସତ୍ୟବାଦୀ ମାଟି ଚଳଚଞ୍ଚଳ ହୋଇଛି । ପ୍ରାୟ ୯ ଏକର ଜାଗାରେ ଏହି ଓଡିଆ ବିଶ୍ବ ବିଦ୍ୟାଳୟ ନିର୍ମାଣ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଓଡିଆ ବିଶ୍ବବିଦ୍ୟାଳୟର ନୂତନ ସୌଧ […]

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ଶ୍ରୀ ସେତୁ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କଲାପରେ ସେଠାରୁ ସେ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିଥିଲେ। ଏଥିସହିତ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ମଧ୍ୟ ପ୍ରଦକ୍ଷଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ମାର୍ଗ ପ୍ରଦକ୍ଷଣ କରି ବେଶ୍ ଆନନ୍ଦିତ ହୋଇଛନ୍ତି । ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ନିକଟକୁ ଆସି ଆଶୀର୍ବାଦ ନେବା ସହ ଶ୍ରୀମନ୍ଦିର ପରିକ୍ରମା […]

ମାଆ ମୁଁ ବର୍ଷା, ତୋ ଉପରେ ବହୁ ଆଶା ଅଛି ।ଶୁଣିଛି ତୁ ସମସ୍ତଙ୍କ ଦୁଃଖ ହରିଥାଉ ।

ମାଆ ମୁଁ ବର୍ଷା, ତୋ ଉପରେ ବହୁ ଆଶା ଅଛି ।ଶୁଣିଛି ତୁ ସମସ୍ତଙ୍କ ଦୁଃଖ ହରିଥାଉ । ବାସ୍ କାହ୍ନାକୁ ମୋର୍ କରିଦେ । ତୋ ପାଖକୁ ଚିଠି ଲେଖି ଜଣାଉଛି, କାରଣ କାହ୍ନା ମୋ ମନର ମଣିଷ । ମନସ୍କାମନା ପୂରଣ ହେଲେ ସାଙ୍ଗ ହୋଇ ଆସିବୁ, ଦର୍ଶନ କରିବୁ । ମାଆ ମୋ ମନ କଥା ବୁଝେ, ମୋ ଦୁଃଖ ଶୁଣେ ।ଯୁବତୀଙ୍କ ନାଁ ବର୍ଷା ହୋଇଥିବା ବେଳେ, ସେ ତାଙ୍କ ପ୍ରେମିକ […]

ତିନି କଂଗ୍ରେସ ନେତାଙ୍କ ଘର ବାହୁଡା ହେଲା

ତିନି କଂଗ୍ରେସ ନେତାଙ୍କ ଉପରୁ ହଟିଲା ଦଳୀୟ ନିଲମ୍ବନ । ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ଉଠିଛି । ପିସିସି ପ୍ରଭାରୀ ଅଜୟ କୁମାର ଏହି ସୂଚନା ଦେଇଛନ୍ତି ।ସୋମବାର କଂଗ୍ରେସରୁ ନିଲମ୍ବିତ ତିନି ନେତା ଓ ଅଜୟ କୁମାରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏହାପରେ ତିନି ନେତା ଦଳକୁ ଫେରିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ମଙ୍ଗଳବାର ଏହି ୩ ନେତାଙ୍କର ଘର […]

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ

ସ୍ୱାଧୀନତା ସଂଗ୍ରାମୀ ଓ ଆଜାଦ୍‌ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜୟନ୍ତୀ । ଏଥିପାଇଁ ଭୋର ୪ଟାରୁ ନେତାଜୀଙ୍କ ଜନ୍ମଗୃହକୁ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଖୋଲାଯାଇଛି । ସମସ୍ତ ଗ୍ୟାଲେରୀ ସକାଳ ୬ଟାରୁ ଖୋଲିବ ଯାହା ରାତି ୯ଟା ପର୍ଯ୍ୟନ୍ତ ଚାଲିବ । ସଂସ୍କୃତି ବିଭାଗ ପକ୍ଷରୁ ସଂଗ୍ରହାଳୟର କୋଠାକୁ ଆର୍କିଟେକ୍ଟରାଲ ଇଲ୍ୟୁମିନେସନରେ ଆଲୋକୀକରଣ କରାଯାଇଛି। ଏଥର ନୂଆ କରି ସଂଗ୍ରହାଳୟରେ ନେତାଜୀଙ୍କ ବାଲ୍ୟ ଜୀବନୀ ଗ୍ୟାଲେରୀରେ ସ୍ଥାନ ପାଇବାକୁ ଯାଉଛି ଷ୍ଟୁଆଟ୍ସ […]

ରାଜ୍ୟ ସରକାର ସୋମବାର ଆଇଏଏସ୍‌ ସ୍ତରରେ ବଡ଼ ଧରଣ ଅଦଳବଦଳ କରିଛନ୍ତି।

ରାଜ୍ୟ ସରକାର ସୋମବାର ଆଇଏଏସ୍‌ ସ୍ତରରେ ବଡ଼ ଧରଣ ଅଦଳବଦଳ କରିଛନ୍ତି। ତେମ୍‌ଜେଙ୍ଗ ୱାପଙ୍ଗ ଆଓ ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସଚିବ । ଶ୍ରୀକାନ୍ତ ପୃଷ୍ଟି ହେଲେ ଉତ୍ତରାଞ୍ଚଳ ଆର୍‌ଡିସି । ସେହିଭଳି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ବଦଳି କରାଯାଇଛି । ରଞ୍ଜନ ଦାସ ହେଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଦାୟିତ୍ବରେ ରହିବେ ।ସେହିପରି କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ହେଲେ ମୟୁରଭଞ୍ଜ […]

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅଯୋଧ୍ୟାରେ ବାଲୁକା କଳାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକର୍ଷଣୀୟ ପ୍ରତିକୃତୀ ଏବଂ ରାମ ମନ୍ଦିର ନିର୍ମାଣ କରିଛନ୍ତି।

ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ହେଉଛି । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅଯୋଧ୍ୟାରେ ବାଲୁକା କଳାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକର୍ଷଣୀୟ ପ୍ରତିକୃତୀ ଏବଂ ରାମ ମନ୍ଦିର ନିର୍ମାଣ କରିଛନ୍ତି। ତେବେ ଅଯୋଧ୍ୟାର ରାମକଥା ପାର୍କରେ ସୁଦର୍ଶନଙ୍କ ଦ୍ୱାରା ପ୍ରସ୍ତୁତ ରାମମନ୍ଦିରର ଉଚ୍ଚତା ୨୩ ଫୁଟ୍‌ ଥିବାବେଳେ ଲମ୍ବ ୫୫ ଓ ଓସାର ୩୫ ଫୁଟ୍‌ ରହିଛି। ୫୦୦ ବର୍ଷ ଧରି ପ୍ରଭୁଙ୍କ ଆଗମନ ପାଇଁ କରାଯାଇଥିବା ପ୍ରତୀକ୍ଷାର […]

ବାହାନଗା ରେଳ ଦୁର୍ଘଟଣା:ବହିଷ୍କୃତ ହେଲେ ୨ ଅଧିକାରୀ

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ବଡ଼ ଆକ୍ସନ। ୨ ଅଫିସର ଚାକିରିରୁ ବହିଷ୍କୃତ କଲା ରେଳ ବିଭାଗ । ଘଟଣାର ତଦନ୍ତ ରିପୋର୍ଟ ପରେ ଆକ୍ସନ ନେଇଛି ରେଳ ବିଭାଗ।ତ ୨୦୨୩ ଜୁନ୍ ୨ ତାରିଖରେ ଘଟିଥିବା ବାହାନଗା ରେଳ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାକି ୫ ଜଣଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ସୂଚନା ଅନୁଯାୟୀ, ଷ୍ଟେସନ ସୁପରିଟେଣ୍ଡେଣ୍ଟ […]

ଆସନ୍ତା ୨୫ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡି ସହିତ ହାଲ୍କା ବର୍ଷ ହୋଇପାରେ |

ଆସନ୍ତା ୨୩ ତାରିଖ ଯାଏ ରାଜ୍ୟରେ ଘନ କୁହୁଡ଼ି ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳର କିଛି ସ୍ଥାନରେ ଘନ କୁହୁଡ଼ି ଯୋଗୁ ଯାତାୟତ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ତେବେ ରାଜ୍ୟର କେତେକ ଅଞ୍ଚଳରେ ବୁଧବାରଠାରୁ ସାମାନ୍ୟ ବର୍ଷା ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ସେହିଭଳି ଉତ୍ତର ଉପକୂଳ ଓଡ଼ିଶାର […]

ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

କଟକ ମଙ୍ଗୁଳି ସ୍ଥିତ ବଜରଙ୍ଗୀ ଓ୍ୱେ ବ୍ରିଜ୍‌ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସୁଧାରକର ବସନ୍ତଙ୍କ ଗାଡି। ତେବେ ଗୁରୁତର ଅବସ୍ଥାରେ ସୁଧାକର ବସନ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମଙ୍ଗୁଳି ଛକରେ ଏକ ଟ୍ରକ ରାସ୍ତାକଡରେ ଛିଡା ହୋଇଥିବାବେଳେ ସୁଧାକର ବସନ୍ତଙ୍କ କାରଟି ଆସି ପିଟି ହୋଇଯାଇଛି। କାରଟି ଚଣ୍ଡୀଖୋଲ ପଟୁ କଟକ ଆଡକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି ।ଦୁଇ ଜଣଙ୍କୁ ଚିକିତ୍ସା ପାଇଁ […]

Odisha Darpan Digital