ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବାଘ ସଫାରି ଖୁଆଡରେ ରହୁଥିବା ମହାବଳ ବାଘୁଣୀ ସାରା ଅସୁସ୍ଥ । ଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିବାବେଳେ ଗୁରୁବାର ତଳେ ପଡ଼ିଯାଇଛି। ଦାୟିତ୍ୱରେ ଥିବା କର୍ମଚାରୀ ତାକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡ଼ିଛି। ଏହି ଖବରପାଇ ଡାକ୍ତର ସାରାର ଚିକିତ୍ସା ଆରମ୍ଭ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ଜଣାପଡ଼ିଛି। ସାରା ଗୋଟିଏ ସ୍ଥାନରେ ପଡ଼ି ରହିଛି। ଗତ କିଛିଦିନ ହେବ ବାଘ ନନ୍ଦନ […]
ମାର୍ଚ୍ଚ ୧ ତାରିଖରେ କଟକବାସୀ ପାଳୁଛନ୍ତି ଦହିବରା ଦିବସ । ଭାରି ସୁଆଦିଆ ପାଟିକୁ । ଏହା କେବଳ କଟକ ନୁହେଁ ଏବେ ବିଶ୍ୱ ଦରବାରରେ ହାସଲ କରିଛି ତାର ସ୍ୱତନ୍ତ୍ର ସ୍ଥାନ । ସବୁଠୁ ସୁଆଦିଆ ଷ୍ଟିଟ୍ ଫୁଡ୍ ଭାବେ ପାଇଛି ନୂଆ ପରିଚୟ ।ଦହିବରା ପାଇଁ ଅନ୍ୟ ସ୍ଥାନ ତୁଳନାରେ କଟକ ପ୍ରସିଦ୍ଧ। କଟକର ପ୍ରସିଦ୍ଧ ଦହିବରା ଖାଇବା ପାଇଁ ଖାଲି କଟକ ନୁହେଁ ବରଂ ଜିଲା ଓ ରାଜ୍ୟ ବାହାରୁ ମଧ୍ୟ ଲୋକେ […]
ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ୫୬୮କୁ ହ୍ରାସ ପାଇଛି । ଚାରି ବର୍ଷ ତଳେ ଥିଲା ୭୬୦ । ଏହାର ଅର୍ଥ ହେଉଛି, ୧୯୨ କଲରାପତରିଆ ଏ ଭିତରେ ଉଭାନ ହୋଇ ଯାଇଛନ୍ତି ।ଯଦିଓ ରାଜ୍ୟରେ କଲରାପତରିଆଙ୍କ ସଂଖ୍ୟା ହ୍ରାସ ପାଉଛି, ମାତ୍ର ଶିମିଳିପାଳ, ସାତକୋଶିଆରେ ସଂଖ୍ୟା ବୃଦ୍ଧି ହୋଇଛି। ସାତକୋଶିଆ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟରେ ଯଥାକ୍ରମେ ୮୦ ଓ ୯୧ ବାଘ କ୍ୟାମେରା ଟ୍ରାପରେ ଠାବ ହୋଇଛନ୍ତି। ଅନ୍ୟପଟେ ନୟାଗଡ଼ ଓ ଘୁମୁସର […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଅଙ୍ଗନୱାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନବାଡି କର୍ମିଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଭାବରେ ସେମାନଙ୍କୁ ଅନୁକମ୍ପା ସହାୟତା ମିଳବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ଉପକୃତ ହେବେ । […]
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଖୋର୍ଦ୍ଧା ଜିଲାର ଚିଲିକା ବିଜେଡି ବିଧାୟକ ଥିବା ପ୍ରଶାନ୍ତ ଜଗଦ୍ଦେବ ଭାଜପାରେ ଯୋଗ ଦେଇଛନ୍ତି। ଗୁରୁବାର ଅପରାହ୍ନରେ ସେ ତାଙ୍କ ସମର୍ଥକଙ୍କ ସହ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ଭାଜପାରେ ଯୋଗଦେଇଛନ୍ତି। ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେଡ଼ି।ତେବେ ପ୍ରଶାନ୍ତ ବିଜେପିରୁ କେଉଁ ଆସନରୁ ଲଢ଼ିବେ, ତାହା ସ୍ପଷ୍ଟ ହୋଇନାହିଁ । ଉଭୟ ଖୋର୍ଦ୍ଧା ଓ ବେଗୁନିଆକୁ ନେଇ ବିଜେପିର ବରିଷ୍ଠ ନେତାଙ୍କ ସହ ଆଲୋଚନା ହୋଇଥିବା ତାଙ୍କ ନିକଟତମ […]
ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାର୍ଚ୍ଚ ୫ ତାରିଖରେ ଓଡିଶା ଆସିବେ ବୋଲି ଜଣାପଡିଛି । ଓଡ଼ିଶା ଆସି ଚଣ୍ଡିଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଗୁରୁବାର ଓଡିଶା ଭାଜପା ସଭାପତି ମନମୋହନ ସାମଲ ଏହି ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ମୋଦିଙ୍କ ଓଡ଼ିଶା ଗସ୍ତ ବିଷୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ରୁ ଆମେ ସୂଚନା ପାଇଛୁ, ତଥାପି ତାଙ୍କ ଗସ୍ତର ପ୍ରକୃତ ତାରିଖ ଏବଂ ବିବରଣୀ ପରେ ସରକାରୀ ଭାବେ ପ୍ରକାଶ […]
ଆନ୍ଧ୍ର ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟକୁ ଜଳୀୟ ବାଷ୍ପ ଆସୁଥିବାରୁ ପାଗ ମେଘୁଆ ରହିବା ସହ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ତଳେ ରହୁଛି। ତେବେ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ବାୟୁ ପ୍ରବାହର ଦିଗ ପରିବର୍ତ୍ତନ ହେବା ସହ ତାତି ବଢ଼ିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରକୁ ଉଠିଯିବ। ମାର୍ଚ୍ଚ ୩ ତାରିଖରେ ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ପାର୍ କରିବ । ୪ […]
ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ହାଜର ହୋଇଛନ୍ତି । ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କୁ ହାଜର ହେବାକୁ ନୋଟିସ କରିଥିଲା ଇଡି । ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ହାଜର ହେବାକୁ ଇଡି ଫେବୃୟାରୀ ୧୭ ତାରିଖରେ ନୋଟିସ କରିଥିଲା। ସ୍ବାସ୍ଥ୍ୟଗତ ସମସ୍ୟା ଜଣାଇ ଇଡିରେ ହାଜର ହେବାକୁ ଓକିଲ ଜରିଆରେ ସମୟ ମାଗିଥିଲେ ପ୍ରଫୁଲ୍ଲ । ପରବର୍ତ୍ତୀ […]
ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲା ସିଏଚଏସଇ । ପରୀକ୍ଷା ନିୟନ୍ତ୍ରକ କହିଲେ, ପ୍ରଶ୍ନପତ୍ରରେ ଆଉଟ୍ ଅଫ୍ ସିଲାବସ୍ ନୁହେଁ ବରଂ ଚଏସ୍ ଡେଫିସିଟ୍ ସମସ୍ୟା ଥିଲା । ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କୁ ନେଇ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏହି ତ୍ରୁଟି ରେଗୁଲାର ପିଲାଙ୍କ କ୍ଷେତ୍ରରେ ହୋଇଛି କିନ୍ତୁ ଏକ୍ସରେଗୁଲାର ପିଲାଙ୍କ କ୍ଷେତ୍ରରେ ନୁହେଁ ।ପ୍ରଶ୍ନପତ୍ରରେ ୧୯ ମାର୍କର ଚଏସ ଡେଫିସିଟ ସମସ୍ୟା ରହିଛି । ପିଲାଙ୍କୁ […]
ମିଶନ ଶକ୍ତି ମା’ଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ବଡ଼ ଉପହାର । ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏ ଋଣ। ବିନା ସୁଧରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ମିଳିବ ମା’ମାନଙ୍କୁ । ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ଟଙ୍କା ଫେରସ୍ତ ହେବ । ଏ ବାବଦରେ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ହେବ । ମହିଳାଙ୍କ […]
ରାଜ୍ୟର ବାଘ ଗଣନା ରିପୋର୍ଟ ସାମ୍ନାକୁ ଆସିଛି ।ଏମାନଙ୍କ ମଧ୍ୟରେ ଏକବର୍ଷରୁ କମ୍ ବୟସର ୮ଟି ଶାବକ ରହିଛନ୍ତି। ତେବେ ୨୭ଟି ବାଘକୁ କ୍ୟାମେରା ଟ୍ରାପ୍ରେ ଠାବ କରାଯାଇଥିବାବେଳେ ଶିମିଳିପାଳରେ ଆଉ ୩ଟି ବାଘର ଉପସ୍ଥିତି ଥିବା ପ୍ରମାଣ ମିଳିଛି। ଏହି ୩ଟି ବାଘକୁ ମିଶାଇ କେବଳ ଶିମିଳିପାଳରେ ୨୭ଟି ବାଘ ରହିଛନ୍ତି। ଏଥିମଧ୍ୟରୁ ୧୪ଟି ମାଈ ଓ ୧୦ଟି ଅଣ୍ଡିରା ହୋଇଥିବାବେଳେ ବାକି ୩ଟି ସମ୍ପର୍କରେ ତଥ୍ୟ ମିଳିପାରିନାହିଁ। ସେହିଭଳି କେନ୍ଦୁଝର ଟେରିଟୋରିଆଲ ଓ କେନ୍ଦୁଝର […]
ଦୁବାଇରେ ରହୁଥିବା ବାପଝିଅ ସ୍କୁବା ଡାଇଭିଂ କରି ଆଉ ଏକ ଅନନ୍ୟ ସଫଳତା ହାସଲ କରିଛନ୍ତି। ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କର ୧୩ ବର୍ଷର ଝିଅ ତିସ୍ୟା ସ୍କୁବା ଡାଇଭିଂ କରି ଜୋର୍ଡାନ ନିକଟବର୍ତ୍ତୀ ଲୋହିତ ସାଗରର ୫୫ ଫୁଟ ତଳେ ଥିବା ହର୍କୁଲସ୍ ସି-୧୩୦ ବିମାନ ନିକଟରେ ପହଞ୍ଚତ୍ଥିଲେ। କୁନି ସମୁଦ୍ର ବୁଡ଼ାଳି ତିସ୍ୟା କକପିଟରେ ପଶି ଏହାର ନିୟନ୍ତ୍ରଣ କକ୍ଷରେ ବିଭିନ୍ନ ଉପକରଣ ସହ ଖେଳୁଥିବା ଦେଖିବାକୁ ମିଳିଛି ।ପ୍ରିୟଦର୍ଶୀ ଓ ତିସ୍ୟା ଦୁବାଇର […]