ଆଇନ ସହାୟତା କର୍ମୀଙ୍କ ପ୍ରଶିକ୍ଷଣ ଶିବିର

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧକ୍ଷ୍  ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶକ୍ରମେ, ଆଇନ ସହାୟତା କର୍ମୀ ଙ୍କ ନିମନ୍ତେ  ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଅଛି। ରେଜିଷ୍ଟ୍ରାର, ସିଭିଲ କୋର୍ଟ ତଥା ପ୍ରଧାନ ବିଚାରପତି କିଶୋର ନ୍ୟାୟ ପରିଷଦ ଡଃ ନିଶାକର ସାହୁ ବାଳ ଅପରାଧର ତର୍ଜମା, ବିଚାର ପ୍ରକ୍ରିୟା , ନୀତି ନିୟମ ଓ ସୁଧାର ପ୍ରକ୍ରିୟା ଉପରେ […]

ତାଳଚେର-ଗୋପାଳପୁର ନୂତନ ରେଳପଥ ମଞ୍ଜୁର ପାଇଁ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନିକଟରେ କେନ୍ଦ୍ର ସରକାର ତାଳଚେର-ଗୋପାଳପୁର ନୂତନ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ନେଇ ନୟାଗଡ଼ ଜିଲ୍ଲାରେ ଖୁସୀର ମାହୋଲ ସୃଷ୍ଠି ହୋଇଥିବା ବେଳେ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ୧୯୯୦ ମସିହାରୁ ସର୍ଭେ ଆରମ୍ଭ ହୋଇଥିବା  ୨୯୩ କିମି ଦେର୍ଘ୍ୟ ଏହି ରେଳପଥ ନିର୍ମାଣ ହେଲେ ଏହାଦ୍ୱାରା  […]

ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ: ଆଗାମୀ ସାଧାରଣ ନିର୍ବାଚନ ସମ୍ପର୍କରେ ସୂଚନା

                          ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ନୟାଗଡ଼(ଲକ୍ଷ୍ମୀଧର ସାହୁ):ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ  ସ୍ୱଧା ଦେବ ସିଂ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ୍ କରିଥିଲେ । ସର୍ବପ୍ରଥମେ ଉପସ୍ଥିତ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସ୍ୱାଗତ କରି କହିଥିଲେ ଯେ,  ଆଗାମୀ ସାଧାରଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ହେଉଥିଲେ ମଧ୍ୟ ଓଡ଼ିଶାରେ ଏହା ୪ଟି ପର୍ଯ୍ୟାୟରେ ଏବଂ ନୟାଗଡ଼ ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ଯଥା –ମେ ୨୦ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ […]

ଶ୍ରୀଜଗନ୍ନାଥ ମନ୍ଦିରରେ ତାଲା, ପରିଚାଳନା ଗତ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

         ଅବଢ଼ା ପ୍ରସ୍ତୁତିକୁ ନେଇ ବିବାଦ ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ପୁରୁଣା ସହରରେ ଅବସ୍ଥିତ  ଶ୍ରୀଜଗନ୍ନାଥ ମନ୍ଦିରରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି। ଅବଢ଼ାକୁ ନେଇ ରହିଥ‌ିବା ବିବାଦ ଏବଂ ଦେବୋତ୍ତର କର୍ମଚାରୀଙ୍କ ମନମୁଖି କାର୍ଯ୍ୟକୁ  ନେଇ ସେବାସୀ ଏବଂ ଭକ୍ତ ମହଲରେ ଅସନ୍ତୋଷ ଚରମ ସ୍ଥିତିରେ ପହଞ୍ଚିଛି । ୫୦ରୁ ଉର୍ଦ୍ଧ୍ଵ ଭକ୍ତ ଏବଂ ସେବାସୀ ନୟାଗଡ଼ ଜଗନ୍ନାଥ ମନ୍ଦିରରେ ତାଲା ପକାଇ ଧାରଣା ଦେଇଛନ୍ତି । ନୟାଗଡ଼ ଜଗନ୍ନାଥ ମନ୍ଦିରରେ ଦୀର୍ଘଦିନ ଧରି ଅବ୍ୟବସ୍ଥା […]

ଜାତୀୟ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୨ ଶିକ୍ଷକଙ୍କ ଯୋଗଦାନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସ୍ଥିତ ପଣ୍ଡିତ ସୁନ୍ଦରଲାଲ ଶର୍ମା ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋକେସନାଲ୍ ଏଜୁକେସନ୍ ଦ୍ବାରା ଜାତୀୟ ସ୍ତରରେ  ଗତ ୫ ଦିନ ଧରି ଚାଲିଥିବା କାପାସିଟି ବଲଡିଙ୍ଗ ଅଫ ଟିଚର୍ସ ଫର୍ ଭୋକେସନାଲାଇଜେନ୍ ଅଫ୍ ଏଜୁକେସନ୍ ଟ୍ରେନିଂ ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୪୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନେ ମାଷ୍ଟର ଟ୍ରେନର୍ ଭାବରେ ଯୋଗ ଦେଇଥିଲେ।  ସେମାନଙ୍କ ମଧ୍ୟରୁ ନୟାଗଡ଼ ଜିଲ୍ଲାରୁ ଦୁଇ ଜଣ ଶିକ୍ଷକ ଯୋଗଦାନ କରିଥିଲେ।ନୟାଗଡ଼ ବ୍ଲକ ଅନ୍ତର୍ଗତ  […]

ଦଶପଲ୍ଲାରୁ କଟକ ପର୍ଯ୍ୟନ୍ତ ରେଳ ଚଳାଚଳ ପାଇଁ ଦାବି

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲାଠାରେ ନବନିର୍ମିତ ରେଳ ଷ୍ଟେସନ ଗତ ଜାନୁଆରୀ ୬ ତାରିଖରେ ରେଳମନ୍ତ୍ରୀଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଉଦଘାଟିତ ହେବା ପରେ ନୟାଗଡ଼ ଟାଉନରୁ ଭୁବନେଶ୍ୱର ଯାଉଥିବା ସେବା ଏକ୍ସପ୍ରେସ ସେହି ଦିନଠାରୁ ଦଶପଲ୍ଲାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ନିୟମିତ ଚଳାଚଳ କରୁଛି । ସେହିପରି ନୟାଗଡ଼ରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନଟି ମଧ୍ୟ ଦଶପଲ୍ଲାରୁ ପୁରୀକୁ ନିୟମିତ ଚଳାଚଳ କରୁଛି । ରେଳସେବା ଜିଲ୍ଲାର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବା ପରଠାରୁ […]

ନଡ଼ିଆଳି ଗ୍ରାମ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ କଲେ ଅରୁଣ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):   ନୟାଗଡ଼ ବ୍ଲକ ଅନ୍ତର୍ଗତ ନଡ଼ିଆଳି ଗ୍ରାମ ପଞ୍ଚାୟତରେ ଆଜି ନୂତନ କଲ୍ୟାଣ ମଣ୍ଡପର ଉଦ୍‌ଘାଟନ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କଲ୍ୟାଣୀ ମଣ୍ଡପର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଏକ ବିରାଟ ବାଇକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ୩୦୦ ରୁ ଉର୍ଦ୍ଧ୍ୱ ବାଇକ୍ ଖୁଣ୍ଟୁବନ୍ଧ କାଳିଆଷଣ୍ଢ ଯାତ୍ରା ପଡିଆରୁ ବାହାରି ନଡ଼ିଆଳି, ହିଞ୍ଜିଳିଗାଡିଆ, ବଢ଼ିଆସାହି, ପାଟଣା ସାହି ଦେଇ ପଲ୍ଲୀସାଶନ ବାଲୁଙ୍କେଶ୍ୱର ମନ୍ଦିର […]

ବିଦେଶୀ ନାଗରିକଙ୍କ ଠାରୁ ଲୁଟ ଘଟଣା ରେ ଜଣେ ଗିରଫ

ପୁରୀରେ ନେଦରଲାଣ୍ଡରୁ ଆସିଥିବା ୭୧ ବର୍ଷୀୟ ଅନ୍ଥୋନି ଭାନ୍ ଅର୍କେଲ୍ ନାମକ ଜଣେ ପର୍ଯ୍ୟଟକଙ୍କ ଠାରୁ ଜଣେ କାର ଡ଼୍ରାଇଭର ୩ଲକ୍ଷ ୫୦ହଜାର ଟଙ୍କା, ୪୨୦୦ ୟୁରୋ ମୁଦ୍ରା, ଦାମୀ ଘଣ୍ଟା, କ୍ୟାନନ୍ କ୍ୟାମେରା, ହୀରା ମୁଦି ଓ ଅନ୍ୟାନ୍ୟ ଆସବାବପତ୍ର ଲୁଟି ନେଇ ଫେରାର ହୋଇ ଯାଇଥିଲା। ଏହି କାର୍ଯ୍ୟ ଗତ ୧୦ତାରିଖରେ କଟକ ଜିଲ୍ଲା କାନପୁର ଥାନା କନରପୂର୍ ଗ୍ରାମର ସାଗର କୁମାର ମଲ୍ଲିକ କରିଥିଲେ |ପୁରୀ ଟାଉନ ଥାନାରେ ଏତଲା ପରେ ଇନ୍ସପେକ୍ଟର […]

ସୁରଗନ୍ଧର୍ବ ନବ କିଶୋର ମିଶ୍ର ସଙ୍ଗୀତ ସନ୍ଧ୍ୟା

ନୟାଗଡ଼, (ଲକ୍ଷ୍ମୀଧର ସାହୁ): “ଘାରିଛି କାଳିଆ ନିଶା” ସଙ୍ଗୀତ ଅନୁଷ୍ଠାନ ଆନୁକୁଲ୍ୟରେ ପୁରୁଣା ସହରସ୍ଥିତ ମା’ଦକ୍ଷିଣକାଳୀଙ୍କ ପୀଠରେ ଗୁରୁବାର ପବିତ୍ର ସଂକ୍ରାନ୍ତି ଦିନ ଏକ ମନୋଜ୍ଞ ସଂଗୀତ କାର୍ଯ୍ୟକ୍ରମକୁ ସନ୍ଧ୍ୟାରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପ୍ରଦୀପ ପ୍ରଜ୍ଜଳନପୂର୍ବକ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନରେ ସଂପାଦକ ଲକ୍ଷ୍ମଣ ଖଟେଇ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଜଗଦୀଶ ପ୍ରସାଦ ରଥ, ପ୍ରାଣକୃଷ୍ଣମହାରଣା, ପୀତବାସ କଳସ, ମାଧବ ଡାକୁଆ, ଗୁରୁ ପ୍ରଭାତ କୁମାର ଦାଶ, ବିଷ୍ଣୁପ୍ରିୟା ବେହେରା, […]

ନୟାଗଡ଼ ଜିଲ୍ଲାରେ ଅତିରିକ୍ତ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ନୟାଗଡ଼,,(ଲକ୍ଷ୍ମୀଧର ସାହୁ): ଓଡ଼ିଶାର ଅତିରିକ୍ତ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ  ନୟାଗଡ଼ ଜିଲ୍ଲାରେ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ପ୍ରଥମେ ଶ୍ରୀ କର ନୟାଗଡ଼ ଜିଲ୍ଲାରେ ବୁଥ୍ , ପୋଷ୍ଟାଲ ବ୍ୟାଲେଟ୍ , ଯାନ, ଟ୍ରେନିଂ ପ୍ରୋଗ୍ରାମ, ଏମ.ସି.ଏମ.ସି., ଏମ.ସି.ସି., ପୋଲିସ ମାଜିଷ୍ଟ୍ରେଟ୍ ସମନ୍ଵୟ ଉପରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୁଧା ଦେବ ସିଂ ନିର୍ବାଚନ […]

ମାର୍ଚ୍ଚ ୧୧ ଓ ୧୨ ସଂକଳ୍ପ ସମାବେଶ, ଗୃହୀତ ହେବ ଚରମ ନିଷ୍ପତ୍ତି:ଓଷ୍ଟା

ନୟାଗଡ଼,(ଲକ୍ଷ୍ମୀଧର ସାହୁ):  ନୟାଗଡ଼ ଜିଲ୍ଲା ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ରବିବାର ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ସମ୍ପାଦକ ପରମାନନ୍ଦ ଦଳାଇ  ଶିକ୍ଷକମାନଙ୍କର ସମସ୍ୟାକୁ ରାଜ୍ୟ ସରକାର ତୁରନ୍ତ ସମାଧାନ କରନ୍ତୁ ବୋଲି ଦାବି ଜଣାଇଛନ୍ତି । ପ୍ରକାଶଥାଉକି, ଦୀର୍ଘ ଏକମାସରୁ ଊର୍ଦ୍ଧ୍ୱକାଳ ରାଜ୍ୟ ଓଷ୍ଟା ଆହ୍ବାନରେ ଲୋୟର ପିଏମ୍‌ଜିଠାରେ ଚାଲିଥିବା ଅହୋରାତ୍ର ଗଣଧାରଣାରେ ଶହ ଶହ ଶିକ୍ଷକ, ଶିକ୍ଷୟିତ୍ରୀ, ଓ ଶିକ୍ଷାକର୍ମଚାରୀ ପ୍ରତିଦିନ ଯୋଗ ଦେଉଛନ୍ତି । […]

ବିଧାୟକ ଅରୁଣଙ୍କ ଦ୍ୱାରା ରୂପାନ୍ତରିତ ମୁଖଶାଳା ଉଦଘାଟିତ

ନୟାଗଡ଼ : ବଦଳୁଛି ନୟାଗଡ଼ ସହର, ରୂପାନ୍ତରିତ ହେଉଛି ଅନେକ କିଛି । ନୟାଗଡ଼ ସହରକୁ ଏକ ଭିନ୍ନ ଋପରେ ପରିକଳ୍ପନା କରୁଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ନୟାଗଡ଼ ସହରରେ ରାସ୍ତାଘାଟଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ପ୍ରଭୃତିକୁ ନୂଆଋପ ଦେବାକୁ ଚେଷ୍ଟା ଚାଲିଛି । ଯୁବକ ଅବସ୍ଥାରେ ପହଞ୍ଚିଥିବା ନୟାଗଡ଼ ଜିଲ୍ଲାକୁ ସୈାନ୍ଦର୍ଯ୍ୟମୟ କରାଯାଉଛି । ଆଜି ନୟାଗଡ଼ ସହରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିତ ମୁଖଶାଳାକୁ […]