ନୟାଗଡ଼ରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୬ଟିମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୨୨, ୪୦, ୦୦୦ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୮୨ ଟି ଦେୱାନୀ […]

ଶିକ୍ଷକ ମହାସଂଘ ପକ୍ଷରୁ ସହିଦ ଦିବସ ପାଳନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗତ ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ  ଭୁବନେଶ୍ୱରଠାରେ ଶିକ୍ଷକମାନଙ୍କ ବିଭିନ୍ନ ଦାବି ନେଇ  ଶିକ୍ଷକ ମହାସଂଘର ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହେବାକୁ ବସ ଯୋଗେ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟିକାତାଳଠାରେ ଦୁର୍ଘଟଣାରେ ଶିକାର ହୋଇ ମୋଟ ୬ଜଣ ଶିକ୍ଷକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ  ନୟାଗଡ଼ ଜିଲ୍ଲାର ୪ଜଣ ଶିକ୍ଷକ ପ୍ରାଣ ହରାଇଥିଲେ । ପ୍ରାଣ ହରାଇଥିବା ଶିକ୍ଷକମାନେ ଥିଲେ […]

ଦଣ୍ଡୋର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୄତିତ୍ୱ

ଓଡ଼ଗାଁ(ଓଡ଼ିଶା ଦର୍ପଣ):ଓଡ଼ଗାଁ ବ୍ଲକ୍  କୁରାଳ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉ.ପ୍ରା. ବିଦ୍ୟାଳୟ,ଦଣ୍ଡୋର ପ୍ରତ୍ୟେକ ଶିକ୍ଷାବର୍ଷରେ ବିଭିନ୍ନ କ୍ଷେତ୍ରରେ ନିଜ ଛାତ୍ରଛାତ୍ରୀଙ୍କ କୄତି ଓ ସଫଳତା ପାଇଁ ସ୍ୱତନ୍ତ୍ର ପରିଚୟ ସୄଷ୍ଟି କରିପାରିଛି।ଖେଳ,ନୄତ୍ୟ,ବିଜ୍ଞାନ ମେଳା, ସୁରଭି ଆଦି କ୍ଷେତ୍ରରେ ଚଳିତ ବର୍ଷ ଉଭୟ ଜିଲ୍ଲା ଓ ରାଜ୍ୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବେଳେ ଗତକାଲି ପୁଣି ଦୁଇଟି ସଫଳତା ସମସ୍ତଙ୍କୁ ଉତ୍ସାହିତ କରିଛି।ପ୍ରକାଶ ଥାଉକି, ଗତକାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଜାତୀୟ ଆର୍ଥିକ ଅନଗ୍ରସର […]

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡର ଆନ୍ତର୍ଜାତିକ ମହିଳା ଦିବସ ପାଳିତ 

  ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, “ସୋହମ” ଅନୁଷ୍ଠାନ ଆନୁକୂଲ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଅଛି । ପ୍ରାରମ୍ଭରେ ସୋହମ ସଭାପତି  ଡ଼ଃ କବିତା ମିଶ୍ର, ଅତିଥିମାନଙ୍କୁ ସ୍ଵାଗତ ସହିତ ଅତିଥିମାନଙ୍କ  ପରିଚୟ  ପ୍ରଦାନ କରିଥିଲେ । ବରିଷ୍ଠ ବର୍ଗ  ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ, ସଚିବ,  ବିଶେଷ […]

ରାଜ୍ୟସ୍ତରୀୟ ନାଟ୍ୟମେଳାର ଅନ୍ତିମ ସନ୍ଧ୍ୟା,ଜନାର୍ଦ୍ଦନ ମିଶ୍ର ନାଟ୍ୟସମ୍ମାନ ପ୍ରଦାନ ସହ ମଞ୍ଚସ୍ଥ ହେଲା ନାଟକ ‘ଶୁଖିଲା ସମୁଦ୍ର’

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗତ ସାତଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ନାଟ୍ୟମେଳାର ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସାମାଜିକ ଓ ପାରିବାରିକ ସମସ୍ୟା ଭିତ୍ତିକ ନାଟକ ‘ଶୁଖିଲା ସମୁଦ୍ର’ । ଅଳ୍ପ ଦରମା ପାଉଥିବା ଏକ ନିମ୍ନ ମଧ୍ୟବିତ୍ତ ପରିବାରର ମଣିଷଟିଏ ପରିବାର ଭରଣ ପୋଷଣ ପାଇଁ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି । ପରିବାରର ପୁଅଝିଅ ବଡ଼ ହୋଇ ଉଚ୍ଚ ଶିକ୍ଷିତ ହେଲା ପରେ ବେକାର ରହିବା ସ୍ଥିତିକୁ ଆହୁରି ଭୟାନକ କରିଛି । ସେଇ ପୁଅଝିଅ […]

ରାଜ୍ୟସ୍ତରୀୟ ନାଟ୍ୟମେଳାର ୬ଷ୍ଠ ସନ୍ଧ୍ୟା,’ମହାପାପ’ରେ ଭାଗୀଦାର ହେଲେ ଦର୍ଶକ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଆଜି ଷଷ୍ଠ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ଏକ ବାସ୍ତବଧର୍ମୀ ନାଟକ ‘ମହାପାପ’ । ରାଣୀ ଲକ୍ଷ୍ମୀବାଈ,ମଦର ଟେରେସା,ଇନ୍ଦିରା ଗାନ୍ଧୀ ପୁଣି ଆଜିର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ସମସ୍ତେ ନିଜ ନିଜ କ୍ଷେତ୍ରରେ ଖୁବ ପ୍ରତିଷ୍ଠିତ । ଏମାନେ ସମସ୍ତେ ଜନ୍ମ ହେବା ବେଳେ କନ୍ୟାଟିଏ ହୋଇ ଜନ୍ମ ହୋଇଥିଲେ । ଆଜି ସମୟରେ ବୋହୂଟିଏ ଗର୍ଭବତୀ ହେଲେ ପରିବାର ଲୋକେ ଠାକୁରଙ୍କ ପାଖରେ ପୁଅ ମନାସୀ ଘିଅ ଦୀପ ଜାଳୁଛନ୍ତି […]

ରାଜ୍ୟସ୍ତରୀୟ ନାଟ୍ୟମେଳାର ପଞ୍ଚମ ସନ୍ଧ୍ୟା,ମଞ୍ଚସ୍ଥ ହେଲା ନାଟକ ‘ପତିତପାବନ ବାନା ଆଉ କେତେ ବେଳକୁ’

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଆଜି ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ବହୁ ପ୍ରତିକ୍ଷିତ ନାଟକ ‘ପତିିତପାବନ ବାନା ଆଉ କେତେ ବେଳକୁ’ । ଐତିହାସିକ ପୃଷ୍ଠଭୂମି ଆଧାରରେ ଭକ୍ତ-ଭଗବାନଙ୍କ ମଧ୍ୟରେ ଥିବା ଅନନ୍ୟ ସମ୍ପର୍କର ରୂପାୟନ ଘଟିଛି ଶ୍ରୀଜଗନ୍ନାଥ ସଂସ୍କୃତି କୈନ୍ଦ୍ରିକ ଏହି ନାଟକ ମଧ୍ୟରେ । ଅବିଶ୍ୱାସ,ସନ୍ଦେହ ଭିତରେ ପାରିବାରିକ ସମ୍ପର୍କ ରୁଗ୍‌ଣ-କ୍ଷତାକ୍ତ । ସେ ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା ଗଜପତି ଦିବ୍ୟସିଂହ ଦେବ ହୁଅନ୍ତୁ-କିଛି ବି ପାର୍ଥକ୍ୟ ନାହିଁ । […]

ରାଜ୍ୟସ୍ତରୀୟ ନାଟ୍ୟମେଳାର ୪ର୍ଥ ସଂଧ୍ୟା: ପଶାପାଲି ରାଜନୀତିରେ ବାନ୍ଧି ହେଲେ ଦର୍ଶକ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗଣତନ୍ତ୍ର ଆଜି ରାଜନୈତିକ ବ୍ୟକ୍ତିମାନଙ୍କ ଦ୍ୱାରା ତା’ର ଗରିମା ହରାଇବା ସହ ସମ୍ପୂର୍ଣ୍ଣ କଳୁଷିତ । ଗୋଟିଏ ନିର୍ଦ୍ଦିଷ୍ଟ ଶ୍ରେଣୀ ବା ଗୋଷ୍ଠୀ ଦ୍ୱାରା ଗଣତନ୍ତ୍ର ଆଜି ନିୟନ୍ତ୍ରିତ । ଯେଉଁ ମାନଙ୍କ ପାଖରେ ପ୍ରଚୁର ଧନ ଅଛି ସେମାନଙ୍କର କ୍ରୀଡ଼ନକ ଭାବରେ ଗଣତନ୍ତ୍ର ନିୟନ୍ତ୍ରିତ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତିର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାର ଅଧିକାର ଅଛି ବୋଲି ସମ୍ବିଧାନ କହେ । ମାତ୍ର ସାଧାରଣ ଲୋକଟିର ପ୍ରଚୁର ଅର୍ଥ ନଥିଲେ ନା […]

ରାଜ୍ୟସ୍ତରୀୟ ନାଟ୍ୟମେଳାର ୩ୟ ସଂଧ୍ୟା: ସଚ୍ଚୋଟ କଳାକାରର ଆତ୍ମଲିପି ‘ମଞ୍ଚମାୟା’ ରେ ବିଭୋର ଦର୍ଶକ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ବାସ୍ତବ ଦୁନିଆଁର ସମସ୍ୟା ସବୁବେଳ ମଞ୍ଚ ଦୁନିଆକୁ ଆଘାତ କରେ । ମାତ୍ର ମଞ୍ଚ ଦୁନିଆଁ କେବେ ମଧ୍ୟ ବାସ୍ତବ ଦୁନିଆଁକୁ ପ୍ରଭାବିତ କରେନା ।  ମଞ୍ଚମାୟାରେ କଳାକାରଟି କିପରି ଭୁଲିଯାଏ ନିଜ ସଂସାର କଥା,ନିଜ ଦାୟିତ୍ୱ କଥା । ଏହା କ’ଣ ତା’ର ଦାୟିତ୍ୱ ହୀନତା ନା ଭାବପ୍ରବଣତାର ଉତ୍କଟ ପ୍ରକାଶ? ଏପରି ଏକ ଭିନ୍ନ ସ୍ୱାଦର ନାଟକରେ ଜଣେ ସଚ୍ଚୋଟ କଳାକାରର ଆତ୍ମଲିପିକୁ ନିଖୁଣ ଭାବରେ ଅଭିନୟ ମାଧ୍ୟମରେ ପରିପ୍ରକାଶ କରାଯାଇଥିଲା […]

ରାଜ୍ୟସ୍ତରୀୟ ନାଟ୍ୟମେଳାର ୨ୟ ସଂଧ୍ୟା: ବିମୋହିତ କଲା ସମ୍ବଲପୁରୀ ନାଟକ ‘କେଡ଼ା’

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା ଏକ ଭିନ୍ନ ସ୍ୱାଦର ସମ୍ବଲପୁରୀ ନାଟକ ‘କେଡ଼ା’ ।  ଶନିବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ  ବିଶିଷ୍ଟ ନାଟ୍ୟକାର ଆଶିଷ କୁମାର ସୋନାର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସତ୍ୟରଂଜନ ବେହେରା । ଶ୍ରୀ କଲ୍‌ଚରାଲ […]

ରାଜ୍ୟସ୍ତରୀୟ ନାଟ୍ୟମେଳାର ୨ୟ ସଂଧ୍ୟା: ବିମୋହିତ କଲା ସମ୍ବଲପୁରୀ ନାଟକ ‘କେଡ଼ା’

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା ଏକ ଭିନ୍ନ ସ୍ୱାଦର ସମ୍ବଲପୁରୀ ନାଟକ ‘କେଡ଼ା’ ।  ଶନିବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ  ବିଶିଷ୍ଟ ନାଟ୍ୟକାର ଆଶିଷ କୁମାର ସୋନାର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସତ୍ୟରଂଜନ ବେହେରା । ଶ୍ରୀ କଲ୍‌ଚରାଲ […]

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ବନ୍ତଳା ଶିବରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ସିମାଞ୍ଚଳ ସେନାପତି ,ସମ୍ମାନୀତ ଅତିଥି ଭାବେ କ୍ଲଷ୍ଟର ସଭାପତି ସୁଦର୍ଶନ ପାତ୍ର ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ଶିକ୍ଷକ ବେଲାର ସେନ ନାୟକ କିପରି ଛାତ୍ର ବତ୍ସଳ , ସମୟାନୁବର୍ତି ,ପରୋପକାରୀ […]