ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ୬୪ ଜଣ କର୍ମଚାରୀ ଗତ ୨୨ ତାରିଖରୁ ବିଭିନ୍ନ ଦାବି ନିମନ୍ତେ ଶାନ୍ତିପୁର୍ଣ୍ଣ ଆନ୍ଦୋଳନ ଜାରି ରଖିଲେ । ତେବେ ଆପୋଷ ଆଲୋଚନା ତଥା ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମରେ କର୍ମଚାରୀ ମାନେ ସେମାନଙ୍କର ଦାବି ସହିତ ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇ ଗତ ୨୦୨୩ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଆସନ୍ତା କାଲି ଅର୍ଥାତ ୧ ମାର୍ଚ୍ଚ ୨୦୨୪ ଠାରୁ ୦୭ ମାର୍ଚ୍ଚ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟ ସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ । ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷ ଚତୁର୍ଥ ରାଜ୍ୟସ୍ତରୀୟ ନାଟ୍ୟମେଳାରେ ଦଶପଲ୍ଲା ଅଞ୍ଚଳର ବରିଷ୍ଠ ରାମଲୀଳା ନାଟ୍ୟଗୁରୁ ମଦନ ମୋହନ ସିଠ ଏବଂ ଇଟାମାଟି ମା’ ଚିତ୍ରାଳୟର ସତ୍ଵାଧିକାରୀ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ସ୍ଥିତ ପୁଲିସ ପ୍ରଶିକ୍ଷଣ ବିଦ୍ୟାଳୟରେ ୫୪ତମ ଆରକ୍ଷୀ ପ୍ରଶିକ୍ଷଣ ପାସିଂ ଆଉଟ ସମାରୋହଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ୍ ଏକାଡେମୀର ଆରକ୍ଷୀ ମହାନିର୍ଦ୍ଦେଶକ ସାଇନି ଏସ୍ ଯୋଗ ଦେଇ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଏସପି ରାହୁଲ୍ ଜୈନ, ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ଭବେଶ କୁମାର ନାୟକ ଏହି ଉତ୍ସବରେ ଯୋଗ ଦେଇଥିଲେ । ୨୦୨୩ ମସିହା ମଇମାସରେ ଏହି ପ୍ରଶିକ୍ଷଣ କେନ୍ଦ୍ରରେ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ସ୍ଥାନୀୟ ମଡେଲ ଡିଗ୍ରୀ କଲେଜ ଠାରେ ଜାତୀୟ ବିଜ୍ଞାନମେଳା ଅଧ୍ୟକ୍ଷ ଡ.ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଅଛି। ନୋବେଲ ବିଜେତା ପଦାର୍ଥ ବିଜ୍ଞାନୀ ସାର ସି. ଭି. ରମଣଙ୍କ ବହୁ ଚର୍ଚ୍ଚିତ ରମଣ ପ୍ରଭାବ ଘୋଷଣା କୁ ମନେ ପକାଇବା ଉଦେଶ୍ୟରେ ସମସ୍ତ ବିଜ୍ଞାନ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ କରିଥିଲେ. ପ୍ରାୟ ୨୫ ଗୋଟି ବିଜ୍ଞାନ ପରିକଳ୍ପନା ଓ ୧୫ ଗୋଟି ତତ ସମ୍ବନ୍ଧୀୟ ପୋଷ୍ଟର ପ୍ରଦର୍ଶିତ ହୋଇଥିଲା। ଅନ୍ତର୍ଜାତୀୟ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ପ୍ରାୟ ଦେଢ଼କୋଟି ବ୍ୟୟ ବରାଦରେ ନିର୍ମିତ ଏହି ଦୁଇଶହ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷରେ ନୟାଗଡ଼ ଅଞ୍ଚଳରେ ଥିବା ବିଭିନ୍ନ ସହିତ୍ୟନୁଷ୍ଠାନ ମାନଙ୍କୁ ନେଇ ଆଜି ପ୍ରଥମ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ ବିଧାୟକ ଡ.ଅରୁଣ ସାହୁ ଯୋଗଦେଇ ସାହିତ୍ୟ ଜୀବନକୁ ସରସ ସୁନ୍ଦର ଓ ସାବଲୀଳ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶରଣକୁଳ ଥାନା ଶିଖରପୁରଠାରେ ସି.ପି.ଆଇ.(ଏମ୍) ପକ୍ଷରୁ ଏକ ବଡ଼ ଧରଣର କର୍ମୀ ସମ୍ମିଳନୀରେ କେନ୍ଦ୍ରରେ କୃଷକ-ଶ୍ରମିକ ବିରୋଧୀ ବିଜେପି ମେଣ୍ଟ ସରକାରକୁ ଏବଂ ତାକୁ ସମର୍ଥନ କରୁଥିବା ଓଡିଶାର ବିଜେଡ଼ି ଦଳକୁ ଆଗାମୀ ସାଧାରଣ ନିର୍ବାଚନରେ ପରାସ୍ତ କରିବା ପାଇଁ ନିଷ୍ପତ୍ତି ନେବା ସହିତ ସି.ପି.ଆଇ.ଏମ୍ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଅଣ୍ଟା ଭିଡିବାକୁ ଶପଥ ନିଆଯାଇଛି। ପାର୍ଟିର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସଂପାଦକ ମଣ୍ଡଳୀ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଆନୁକୂଲ୍ୟରେ ଆୟୋଜିତ ହେଉଛି ଜିଲ୍ଲାର ସର୍ବବୃହତ୍ ସାରସ୍ୱତ ସମାବେଶ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ। ଆଜି ଅପରାହ୍ଣରେ ସ୍ଥାନୀୟ ସିନ୍ଦୁରିଆ ବିଦ୍ୟାଳୟ ପ୍ରାଙ୍ଗଣରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ମାର୍ଚ୍ଚ ୩ ତାରିଖ ରବିବାର ଦିନ ଏହି ଉତ୍ସବ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ନବନିର୍ମିତ ବଲାଙ୍ଗି ବନ୍ଧ ପ୍ରମୋଦ ଉଦ୍ୟାନ ପରିସରରେ ଏହି ଉତ୍ସବ ଆୟୋଜିତ ହେବ ବୋଲି ବିଶିଷ୍ଟ ଲେଖକ […]
ନୟାଗଡ଼, (ଲକ୍ଷ୍ମୀଧର ସାହୁ): ନୟାଗଡ଼ ସହରର ମୁଖ୍ୟ ଟ୍ରାଫିକ ଗୋଲେଇ ଛକ, ଅତ୍ୟାଧୁନିକ ମାଛ ମାର୍କେଟ ଏବଂ ପରିବା ମଣ୍ଡି ଶୁକ୍ରବାର ଦିନ ସନ୍ଧ୍ୟାରେ ଉଦଘାଟିତ ହୋଇ ଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦଜେନା ପ୍ରମୂଖ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ନୟାଗଡ଼ ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତସଭାରେ ବିଧାୟକ ନୟାଗଡ଼ର ଟ୍ରାଫିକ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ଟ୍ରାଫିକ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପ୍ରସ୍ତୁତି ନିମନ୍ତେ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ଡି.ପି.ଆର.ସି. ସଭାଗୃହରେ ଆୟୋଜନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ ସଭାପତିତ୍ୱ କରିଥିଲେ । ସମ୍ବଳ ବ୍ୟକ୍ତିତ୍ଵ ଭାବରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀମତୀ ତପତି ରାଜ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧ୍ୟାକାରୀ ଡା.ନୌସଦ୍ ଅଲ୍ଲୀ ଖାଁ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶିକ୍ଷା ବ୍ୟବସ୍ଥାରେ ଅଂଶ ଗ୍ରହଣ କାରୀଙ୍କ ପାଇଁ ରାଜ୍ୟ ସରକାର ୨୦୨୨ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆରମ୍ଭ କରିଥିଲେ। ଏହି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦ୍ବାରା ୫୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ୧୫ ଶହ ଶିକ୍ଷକ, ସ୍କୁଲ ପରିଚାଳନା କମିଟି, ଆଲୁମିନି, ଗ୍ରାମପଞ୍ଚାୟତ ଏବଂ ଜିଲ୍ଲା ପ୍ରଶାସକଙ୍କୁ ସମ୍ମାନିତ କରାଯାଉଛି। ଏନେଇ ନୟାଗଡ଼ ଷ୍ଟାଡିୟମଠାରେ ଗୁରୁବାର ଜିଲ୍ଲାସ୍ତରୀୟମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ପାଠାଗାର ‘ଅଧ୍ୟୟନ’ ଆଜି ଲୋକାର୍ପିତ ହୋଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲାପାଳ ସ୍ବଧାଦେବ ସିଂ ଯୋଗ ଦେଇ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଦକ୍ଷିଣକାଳୀଙ୍କ ମଣ୍ଡାବାଗନ ପଡ଼ିଆରେ ଏକ ସଭା ଆୟୋଜନ ହୋଇଥିବା ବେଳେ ନୟାଗଡ଼ ବିକାଶ ଓ ଉନ୍ନତୀ ଏବଂ ପାଠାଗାର ସମ୍ପର୍କିୟ ବୃତ୍ତଚିତ୍ର ଦ୍ବାରା ଜନସାଧାରଣ ଦୃଷ୍ଟି ଆକର୍ଷଣ କରାଯାଇଛି […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ବିଦ୍ୟାଳୟ ଅଧ୍ୟକ୍ଷ ଭବେଶ କୁମାର ନାୟକ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଡ଼କ ସୁରକ୍ଷା ଏବଂ ତଦ ଜନିତ ଆଇନ, ପରିବର୍ତ୍ତିତ କ୍ଷତିପୂରଣ ଧାରା ଏବଂ ବିଭିନ୍ନ ପ୍ରକାରର ଶ୍ରମ ଏବଂ ଶ୍ରମିକ […]
