ଅଯୋଧ୍ୟା ରାମ ମନ୍ଦିରକୁ ପୁରିଲା ବର୍ଷେ । ଅଯୋଧ୍ୟା ସହ ସାରା ଭାରତରେ ଆଜି ରାମଲାଲା ପ୍ରାଣ ପ୍ରତିଷ୍ଠା ବାର୍ଷିକ ଉତ୍ସବ ପାଳନ କରାଯାଉଛି । ଗତ ବର୍ଷ ଜାନୁଆରୀ ୨୨ ତାରିଖରେ ଭବ୍ୟ ଆୟୋଜନରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ତିଥି ଅନୁଯାୟୀ ପ୍ରାଣ ପ୍ରତିଷ୍ଠାକୁ ଆଜି ଗୋଟିଏ ବର୍ଷ ପୂରଣ ହେଉଛି। ଏହି ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ ରାମଲାଲାଙ୍କ ସ୍ବତନ୍ତ୍ର ପୂଜାବିଧି ପାଇଁ ଭବ୍ୟ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ […]
ପୋଡକାଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜେରୋଧା ସହ ପ୍ରତିଷ୍ଠାତା ନିଖିଲ କମାତଙ୍କ People by WTF seriesରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବାକୁ ମିଳିଛି। ୨ ଘଣ୍ଟାରୁ ଅଧିକ ସମୟ ଧରି ମୋଦି ପୋଡକାଷ୍ଟରେ ବସି ଅନେକ କଥା କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଜୀବନ ଏପରି ବିତିଛି ଯେ ପିଲା ଦିନର ବନ୍ଧୁଙ୍କ ସହ ସମ୍ପର୍କ ରହିପାରି ନାହିଁ । ନିଖିଲ କାମାଥଙ୍କ ସହ ପଡ୍କାଷ୍ଟରେ ପିଏମ୍ ମୋଦୀ କହିଛନ୍ତି, […]
୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କୁ କ୍ଷମତାରୁ ହଟାଇବା ଉଦ୍ଦେଶ୍ୟରେ ଗଠିତ ଅଖିଳ ଭାରତୀୟ ମେଣ୍ଟ କ’ଣ ଶେଷ ହୋଇଗଲା? ଏହି ପ୍ରଶ୍ନ ବର୍ତ୍ତମାନ ଲୋକଙ୍କ ମନରେ ଉଙ୍କି ମାରୁଛି। କଂଗ୍ରେସ ନେତା ପଓ୍ବନ ଖେରା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏହି ମେଣ୍ଟ କେବଳ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ଥିଲା। ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟର ଅନ୍ୟତମ ସହଯୋଗୀ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା […]
ବିବାହ କରିଥିବା ଦିନକୁ ଜୀବନ ସମାପ୍ତ କରିଦେବା ଦିନ ଭାବେ ବାଛିନେଲେ । ବିବାହର ୨୬ ବର୍ଷ ପୂର୍ତ୍ତିକୁ ବେଶ ଧୂମଧାମରେ ପାଳିଲେ । ବର-କନ୍ୟା ପୋଷାକ ପିନ୍ଧି ମଧ୍ୟ ରାତ୍ର ପର ଯାଏ ବନ୍ଧୁ ଓ ପରିବାର ଲୋକଙ୍କ ସହ ଉତ୍ସବ ମନାଇଲେ । ଆଉ ସେହିଦିନକୁ ଜୀବନର ଶେଷ ଦିନ କରିଦେଲେ । କରଜରେ ବୁଡିଥିବା ଦମ୍ପତି ଶେଷର ନେଲେ ଏମିତି ନିଷ୍ପତ୍ତି । ମହାରାଷ୍ଟ୍ର ନାଗପୁରରେ ଘଟିଛି ହୃଦୟ ବିଦାରକ ଘଟଣା ।୫୭ […]
ଚାଇନା ପରେ ହ୍ୟୁମାନ ମେଟାନ୍ୟୁମୋଭାଇରସ (HMPV) ବର୍ତ୍ତମାନ ଭାରତରେ ପଶିଛି। ଯାହାକୁ ନେଇ ସାରା ଦେଶରେ ଏବେ ଆତଙ୍କ ଖେଳିଯାଇଛି। କର୍ନାଟକ, ତାମିଲନାଡୁ ପରେ ଏବେ ମୁମ୍ବାଇରେ ଏକ ନୂଆ ମାମଲା ଦେଖିବାକୁ ମିଳିଛି। HMPVର ଏହି ଭାଇରସ ଦଶନ୍ଧି ପୁରୁଣା । ୨୦୦୧ ମସିହାରେ ଏହା ମଣିଷମାନଙ୍କଠାରେ ଚିହ୍ନଟ ହୋଇଥିଲା । ସେବେଠାରୁ ଭାରତ ସମେତ ବିଶ୍ୱର କେତେକ ଦେଶରେ ଏହାର ମାମଲା ଆସୁଛି । ୨୦୦୩ରେ ପ୍ରଥମ ମାମଲା ଭାରତରେ ଆସିଥିଲା । ଗତ […]
କେନ୍ଦ୍ର ସରକାର ଭି ନାରାୟଣନଙ୍କୁ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନୂତନ ଚେୟାରମ୍ୟାନ ତଥା ମହାକାଶ ବିଭାଗର ସଚିବ ଭାବରେ ନିଯୁକ୍ତ କରିଛନ୍ତି। ସେ ଜାନୁଆରୀ ୧୪ରେ ବର୍ତ୍ତମାନର ଇସ୍ରୋ ମୁଖ୍ୟ ଏସ୍.ସୋମନାଥଙ୍କ ଦାୟିତ୍ୱ ଗ୍ରହଣ କରିବେ। ପ୍ରାୟ ୪୦ ବର୍ଷ ଧରି ସେ ଭାରତୀୟ ମହାକାଶ ଗବେଷଣା ସହ ଜଡିତ । ରକେଟ ଓ ମହାକାଶଯାନ ପ୍ରପୁଲସନ କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି । ଜିଏସ୍ଏଲ୍ଭି ଏମ୍କେ-୩ ଯାନର ସି-୨୫ କ୍ରାୟୋଜେନିକ ପ୍ରୋକ୍ଟେର […]
ସାମ୍ନାକୁ ଆସିଛି ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ୩୬ ବର୍ଷୀୟ ମହିଳା ତାଙ୍କ ସ୍ୱାମୀ ଓ ୬ ପିଲାଙ୍କୁ ଛାଡ଼ି ଭିକ ମାଗିବାକୁ ଆସୁଥିବା ଜଣେ ବ୍ୟକ୍ତିଙ୍କ ସହ ଫେରାର ହୋଇଯାଇଛନ୍ତି। ହରପଲପୁରର ଥାନା ଅଞ୍ଚଳର ଏକ ଗାଁରେ ସାଣ୍ଡି ଥାନା ଅନ୍ତର୍ଗତ ଖୀରକିଆଁ ମୋହଲ୍ଲାରେ ରହୁଥିବା ଯୁବ ପଣ୍ଡିତଙ୍କ ପୁଅ ପ୍ୟାରେଲାଲ ହରପାଳପୁର ଥାନା ଅଞ୍ଚଳର ଏକ ଗାଁକୁ ଭିକ ମାଗିବାକୁ ଆସୁଥିଲେ।ଏହି ସମୟରେ ସେ ମହିଳାଙ୍କ ସହ ପରିଚିତ ହେବା ପରେ […]
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ପ୍ରେସ କନଫରେନ୍ସ ଜରିଆରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଫେବ୍ରୁଆରୀ ୫ ତାରିଖରେ ପଡିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ । ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡିବ । ଏହାପରେ ଫେବ୍ରୁଆରୀ ୮ ତାରିଖରେ ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ ।ରାଜଧାନୀ ଦିଲ୍ଲୀରେ ୧ କୋଟି […]
ଚାଇନା ଭାଇରସ ଏଚଏମପିଭିକୁ ନେଇ ଭାରତରେ ଚିନ୍ତା ବଢ଼ିଛି। ଏପର୍ଯ୍ୟନ୍ତ ଭାରତରେ ୬ ଜଣ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ଦେଶରେ ଆତଙ୍କ ଖେଳି ଯାଇଛି। ଏଚଏମପିଭି ଭାଇରସ୍କୁ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ଏହା କୌଣସି ନୂଆ ଭାଇରସ୍ ନୁହେଁ। ଏହାକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ସେ କହିଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି ଯେ, ଏଚଏମପିଭି […]
ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ରମେଶ ବିଧୁରୀଙ୍କ ଆପତ୍ତିଜନକ ବୟାନ ଉପରେ ପ୍ରଶ୍ନ ପଚରାଯିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାନ୍ଦୁଥିବା ଦେଖିବାକୁ ମିଳିଥିଲା ।ରମେଶ ବିଧୁରୀଙ୍କ ବକ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ମୋ ବାପା ଜଣେ ଶିକ୍ଷକ। ସେ ଏତେ ଅସୁସ୍ଥ ଅଛନ୍ତି ଯେ ସେ ଚାଲିପାରୁ ନାହିଁ। ଭୋଟ ପାଇଁ ସେମାନେ ବୃଦ୍ଧ ବ୍ୟକ୍ତିଙ୍କୁ ଏମିତି ଦୁର୍ବ୍ୟବହାର କରୁଛନ୍ତି ମୁଁ ବିଶ୍ୱାସ କରିପାରୁନି।କାଲକାଜି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ରମେଶ ବିଧୁରୀ ଆତିଶୀଙ୍କ ବାପାଙ୍କ […]
ସାରା ବିଶ୍ୱକୁ ଥରାଇଥିବା କୋଭିଡ-୧୯ ପରେ ଚାଇନାରେ ପୁଣିଥରେ ଫେରିଛି ଭାଇରସ । HMPV ନାମକ ଏକ ଭୂତାଣୁ ଚିହ୍ନଟ ପରେ ସାରା ବିଶ୍ୱରେ ହଇଚଇ । ଏବେ ଚାଇନା ପରେ ଭାରତରେ ବ୍ୟାପିଛି ଏହି ରୋଗ ।ଭାରତରେ ଏହାର ପ୍ରଥମ ମାମଲା ଭାରତରେ ସାମ୍ନାକୁ ଆସିଛି। ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଆଠ ମାସର ଶିଶୁ ଠାରେ HMPV ଭୂତାଣୁ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଆମେ ଏହାକୁ ଆମ ଲ୍ୟାବରେ ପରୀକ୍ଷା […]
କୋଭିଡ୍-୧୯ ମହାମାରୀର ୫ ବର୍ଷ ପରେ ଚୀନରେ ପୁଣି ଏକ ନୂଆ ଭୂତାଣୁ ଆତଙ୍କ ଖେଳାଇଛି । ଆଉ ଏହାର ଲକ୍ଷଣ କରୋନା ଭାଇରସ୍ ଭଳି । ଏହି ନୂଆ ଭୂତାଣୁର ନାମ – ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ ବା HMPV । ଏହି ନୂଆ ଭାଇରସ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢିବାରେ ଲାଗିଛି । ତେବେ ଛୋଟ ପିଲାଙ୍କ ଠାରେ ଭୂତାଣୁ ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଭାରତୀୟ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ଅଧିକାରୀ […]