ରାଜ୍ୟସଭା ସଚିବାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,ବିଜେପି ତାଲିକାରେ ଆପ୍‌ର ୭ ସାଂସଦ

ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ମିଳିଛି। ରାଜ୍ୟସଭା ତାଙ୍କୁ ବିଜେପିରେ ଯୋଗଦେବା ପାଇଁ ଅନୁମତି ପ୍ରଦାନ କରିଛି। ରାଜ୍ୟ ସଭା ସଚିବାଳୟ ମଧ୍ୟ ଏହି ମର୍ମରେ ଏକ ବିଜ୍ଞପ୍ତି ଜାରି କରିଛି। ରାଜ୍ୟ ସଭା ସଚିବାଳୟ ଆମ ଆଦମୀ ପାର୍ଟିରୁ ଭାଜପାରେ ଯୋଗଦେବା ପାଇଁ ସମସ୍ତ ଏମପିଙ୍କ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ସେମାନଙ୍କୁ ଭାଜପାର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି, ଯାହା […]

ରାଜଧାନୀରେ ଦେହ ବେପାର ପାଇଁ ଡ଼ିଲ ! ୨ ନେପାଳୀ ଯୁବତୀ ଉଦ୍ଧାର

ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୨ଜଣ ବିଦେଶୀ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ଘର ନେପାଳରେ ।ସେମାନଙ୍କୁ ଦେହ ବେପାର ପାଇଁ ନେପାଳରୁ ଭୁବନେଶ୍ୱର ଚାଲାଣ କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।ଭିଟାମାଟି ଛାଡ଼ି ଚାକିରି ଆଶାରେ ଭାରତ ପଳାଇ ଆସିଥିଲେ। କିନ୍ତୁ ସେଠାରେ ଚାକିରି ବଦଳରେ ଦେହ ବ୍ୟବସାୟ ପାଇଁ ଦଲାଲ ବାଧ୍ୟ କରୁଥିଲା । ନେପାଳ ସୀମା ପାର୍ କରି ୨ ଯୁବତୀଙ୍କୁ ପଶ୍ଚିମବଙ୍ଗ କୋଲକାତାକୁ ଅଣାଯାଇଥିଲା। ପରେ ଦିଲ୍ଲୀକୁ ନିଆଯାଇଥିଲା । ସେଠାରୁ ସେମାନେ ଟ୍ରେନ୍ ଯୋଗେ […]

ରାଜ୍ୟ ସରକାରଙ୍କୁ ଓମ୍‌ସାର ଚେତାବନୀ, ମାସେ ଭିତରେ ଦାବି ପୂରଣ କର  ନହେଲେ ସାମୂହିକ ଇସ୍ତଫା ଦେବୁ

ମାସେ ଭିତରେ ଦାବି ପୂରଣ କର, ନହେଲେ ସାମୂହିକ ଇସ୍ତଫା ଦେବାକୁ ଓମ୍‌ସା ସଂଘର ଚେତାବନୀ।ଓମସା ପକ୍ଷରୁ କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ ସହିତ କ୍ୟାଡର ପୁର୍ନଗଠନ, ସ୍ବଚ୍ଛ ବଦଳି ନୀତି ଭଳି ବିଭିନ୍ନ ଦଫା ଦାବି ନେଇ ପୂର୍ବରୂ ବାରମ୍ବାର ଆନ୍ଦୋଳନ କରାଯାଇ ଆସୁଥିଲା। ଜାନୁଆରି ମାସରେ ଓମସା ଡାକ୍ତରମାନେ ଦୁଇ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ୪ ମାସ ଭିତ‌ରେ ଡାକ୍ତରଙ୍କ ଦାବି ପୂରଣ କରିବା ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ। […]

ବାଘୁଣୀ ‘ଜିନ୍ନତ’ ପ୍ରେମ, ଶିମିଳିପାଳରେ ବୁଲୁଛି ମହାରାଷ୍ଟ୍ରର ମହାବଳ

ପ୍ରାୟ ଦେଢ ହଜାର କିମି ଅତିକ୍ରମ କରି ଏକ ଯୁବ ମହାବଳ ବାଘ ଶିମିଳିପାଳ ଜଙ୍ଗଲକୁ ଆସିଛି । ଶିମିଳିପାଳ ଘଞ୍ଚ ଜଙ୍ଗଲରେ ୫ ମାସ ହେଲା ଘୂରି ବୁଲୁଛି । ଖୋଜୁଛି ନିଜ ପ୍ରେମିକା ବାଘୁଣୀ ‘ଜିନ୍ନତ’କୁ ।ପ୍ରାୟ ଦେଢ ହଜାର କିମି ଅତିକ୍ରମ କରି ଏକ ଯୁବ ମହାବଳ ବାଘ ଶିମିଳିପାଳ ଜଙ୍ଗଲକୁ ଆସିଛି । ଶିମିଳିପାଳ ଘଞ୍ଚ ଜଙ୍ଗଲରେ ୫ ମାସ ହେଲା ଘୂରି ବୁଲୁଛି । ଖୋଜୁଛି ନିଜ ପ୍ରେମିକା ବାଘୁଣୀ […]

ବଦଳିଯିବ ପାଗ , ଆଜି ବର୍ଷିବ !

ରାଜ୍ୟରେ ଆଜିଠୁ ପାଗରେ ବଡ ପରିବର୍ତ୍ତନ ହୋଇପାରେ। ଉତ୍ତର ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବଜ୍ରପାତର ଭୟ ଅଧିକ ରହିଛି । ଗତ କିଛି ଦିନ ଧରି ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ, ବର୍ଷା ଯୋଗୁଁ […]

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଭିଯୋଗ ଶୁଣାଣି ସ୍ଥଗିତ ରଖିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ରାଜଧାନୀ ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ।ଜନ ଶୁଣାଣି ପୋର୍ଟାଲରେ ଅନଲାଇନରେ ପଞ୍ଜୀକରଣ କରିଥିବା ଏବଂ ଆସନ୍ତାକାଲି ହେବାକୁ ଥିବା ଅଭିଯୋଗ ଶୁଣାଣି ପାଇଁ ସେମାନଙ୍କର ସ୍ଥାନ ପାଇଥିବା ନାଗରିକମାନଙ୍କୁ ପୁନର୍ବାର ଆବେଦନ କରିବାକୁ ପଡିବ ନାହିଁ, ବିଭାଗ ସ୍ପଷ୍ଟ କରିଛି ଯେ ପୁନଃନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ନୂତନ ତାରିଖ ସମ୍ବାଦପତ୍ର, […]

ପ୍ରେସ ୟୁନିଅନ ପ୍ରତିଷ୍ଠା ଦିବସ ପାଳିତଯୁଗଧର୍ମ ସହ ସମନ୍ୱୟ ଜରୁରୀ – ଭଟ୍ଟମିଶ୍ର

ରାୟଗଡ (ନିପ୍ର) ୨୬/୦୪ – ରାୟଗଡ ଜିଲ୍ଲା ପ୍ରେସ ୟୁନିଅନ ତାହାର ଦଶମ ପ୍ରତିଷ୍ଠା ଦିବସ ପାଳନ କରିଛି । ସ୍ଥାନୀୟ ବିଜୁ ପଟନାୟକ ଅଡ଼ିଟରିଅମ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଅର୍ଗସ ଟିଭି ଚ୍ୟାନଲର ମୁଖ୍ୟ ସଂପାଦକ ଶିଶିର କୁମାର ଭଟମିଶ୍ର ଯୋଗଦାନ କରିଥିଲେ । ବର୍ତମାନ ଗଣମାଧ୍ୟମ ପ୍ରତିନିଧିଙ୍କ କ୍ଷେତ୍ରରେ କାର୍ଯ୍ୟ କରିବା ବିପଦ ସାଜିଛି । ବିଭିନ୍ନ ସାମାଜିକ ଗଣମାଧ୍ୟମର ମୂଲ୍ୟହୀନ ଖବର ପ୍ରସାର […]

ଆମେରିକାରେ H-1B ଭିସା ଉପରେ ସଙ୍କଟ। ଭାରତୀୟ ଆଶାୟୀଙ୍କ ପାଇଁ ଏକ ବଡ଼ ଝଟକା 

ଆମେରିକାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଭାରତୀୟ ଆଶାୟୀଙ୍କ ପାଇଁ ଏକ ବଡ଼ ଝଟକା । H-1B ଭିସାକୁ ନେଇ ଆମେରିକା କଂଗ୍ରେସରେ ଆସିଛି ଏକ ବିବାଦୀୟ ବିଲ୍ । ଏହି ବିଲ୍ ଯଦି ପାରିତ ହୁଏ, ତେବେ ହଜାର ହଜାର ଭାରତୀୟ ଆଇଟି ପ୍ରଫେସନାଲଙ୍କ ଭାଗ୍ୟ ଖରାପ ହୋଇଯିବ ।ନୂଆ H-1B ଭିସା ଜାରି କରିବା ଉପରେ ୩ ବର୍ଷ ପାଇଁ ସମ୍ପୂର୍ଣ୍ଣ ରୋକ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି ।ବାର୍ଷିକ ଭିସା ସଂଖ୍ୟା ୬୫,୦୦୦ ରୁ […]

୩୦ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ; ସରକାରଙ୍କୁ ଘେରିଲେ ବିରୋଧୀ

୩୦ ତାରିଖରେ ବିଧାନସଭା ସ୍ବତନ୍ତ୍ର ଅଧିବେଶନକୁ ନେଇ ବାକଯୁଦ୍ଧ। ସରକାରଙ୍କୁ ସିଧା ନିଶାନା କରିଛନ୍ତି ବିରୋଧୀ। ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପରେ ଏଭଳି ଦିନିକିଆ ଅଧିବେଶନ ଡାକିବାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେଡି ଓ କଂଗ୍ରେସ ଏହାକୁ ଡ୍ରାମା କହିଥିବା ବେଳେ ବିଜେପି କହିଛି, ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ତେଣୁ ଦିନିକିଆ ଅଧିବେଶନରେ ତମ୍ବିତଫାନ ହୋଇପାରେ ବୋଲି ଆକଳନ କରାଯାଉଛି।ସଂସଦର ସ୍ବତନ୍ତ୍ର ତିନିଦିନିଆ ଅଧିବେଶନରେ ସମ୍ବିଧାନ ସଂଶୋଧନ ପାଇଁ ବିଲ୍ ଆସିଥିଲା […]

ବାରବାଟି ଷ୍ଟାଡିୟମକୁ ଏନଜିଟିର ନୋଟିସ

କଟକର ଐତିହାସିକ ବାରବାରୀ ଷ୍ଟାଡିୟମକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବା ଏନଜିଟି ନୋଟିସ। ଭୂତଳ ଜଳ ଅପବ୍ୟବହାର ଅଭିଯୋଗରେ ବାରବାଟୀ ସହିତ ଦେଶର ୬ଟି କ୍ରିକେଟ ଷ୍ଟାଡିୟମଙ୍କୁ ଏନଜିଟି ନୋଟିସ କରିଛନ୍ତି।ବିନା ଏନଓସିରେ ପିଚ୍ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳର ଅପବ୍ୟବହାର ହେଉଥିବା କହିଛନ୍ତି ଏନଜିଟି। ଜଳ ସଂରକ୍ଷଣ ସମ୍ବନ୍ଧୀୟ ନିର୍ଦ୍ଦେଶ ପାଳନ ନ କରିବା ଓ ଆବଶ୍ୟକ ସୂଚନା ନଦେବା ଅଭିଯୋଗରେ ଗତ ୧୬ ତାରିଖରେ ବାରବାଟି ସମେତ ୬ଟି ଷ୍ଟାଡିୟମକୁ ନୋଟିସ୍ ଜାରି କରାଯାଇଛି। […]

କଟକରେ ବାଇକ୍‌କୁ ଧକ୍କା ଦେଲା ଆମ ବସ୍, ୨ ଗୁରୁତର ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି

ଆଜି କଟକରେ ଆମ ବସ୍ ଧକ୍କା ଦେବାରୁ ଏକ ଦମ୍ପତି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ କ୍ୟାଣ୍ଟନମେଣ୍ଟ ରୋଡରେ ଥିବା ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଘର ପାଖରେ ଏକ ବାଇକ୍ ରେ ଏକ ଦମ୍ପତି ରାସ୍ତା କଡ଼ରେ ଠିଆ ହୋଇଥିବା ଜଣାପଡ଼ିଛି। ଏହି ସମୟରେ, ସାଲେପୁରରୁ ବାରବାଟୀ ଷ୍ଟାଡିୟମକୁ ଯାଉଥିବା ରୁଟ୍ ନମ୍ବର-୧୮ ରେ ଏକ ଆମୋ ବସ୍ ଦ୍ରୁତ ଗତିରେ ଆସି ପଛ ପାର୍ଶ୍ୱରୁ ସେମାନଙ୍କୁ ଧକ୍କା ଦେଇଥିଲା।ଦୁର୍ଘଟଣାର ପ୍ରଭାବ […]

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ନିଲମ୍ବିତ

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ଅଭିଯୋଗ ପରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ନବରଙ୍ଗପୁର ଜି ଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଛାତ୍ରୀ ଏବଂ ତାଙ୍କ ପରିବାର ।ଗତ ଏପ୍ରିଲ ୧୫ ତାରିଖ ରାତିରେ ସ୍କୁଲର ୫ ଜଣ ଛାତ୍ରୀ ଓଆରସ ପିଇବା ପାଇଁ ଯାଇଥିବା ବେଳେ ସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ଷଡଙ୍ଗୀ ଅନ୍ୟ ଚାରି ଜଣଙ୍କୁ ଛାଡ଼ିବା ସହ କେବଳ […]