ଆମ ଆଦମୀ ପାର୍ଟିର ସାତ ଜଣ ଏମପି ରାଘବ ଚଢା ଏବଂ ସନ୍ଦୀପ ପାଠକଙ୍କ ସମେତ ୭ଜଣ ଦଳ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି। ଏମାନଙ୍କ ମଧ୍ୟରୁ ଚାରି ଜଣ ଏମପି ଭାରତୀୟ ଜନତା ପାର୍ଟି (ଭାଜପା)ରେ ମଧ୍ୟ ଯୋଗ ଦେଇଛନ୍ତି।କଂଗ୍ରେସ ଦଳ ଏଏପି ଭିତରେ ଏହି ଫାଟ ସମ୍ପର୍କରେ ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ମହାସଚିବ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ମନ୍ତବ୍ୟ ଦେଇଛନ୍ତି ଯେ ଭାଜପାର ‘ୱାଶିଂ ମେଶିନ‘ ପୁଣି ଥରେ […]
ପୁଣି ବର୍ଷିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ମେଟ୍ରୋ, ସିଜିମାଳୀ ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ଙ୍କ ନିର୍ଦ୍ଦେଶନାମାକୁ ନେଇ ବର୍ଷିଛନ୍ତି ସସ୍ମିତ। ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସସ୍ମିତ ପାତ୍ର।ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ମହାନଦୀ ଟ୍ରିବ୍ୟୁନାଲରେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ମେ ୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ତାପୂର୍ବରୁ ରାଜ୍ୟ ଜଳସଂପଦ ବିଭାଗ ଏବଂ ଆଇନ […]
ମେ ୧ରୁ ଭିତରକନିକା ବନ୍ଦ ରହିବ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ମାସ ପାଇଁ ଭିତରକନିକା ବନ୍ଦ ରଖାଯିବ ।ସାଧାରଣତଃ ଶୀତକାଳରେ ଭିତରକନିକାରେ ହଜାର ହଜାର ପର୍ଯ୍ୟଟକ ଭିଡ଼ ହୁଏ । ବିଶେଷକରି ବଉଳ କୁମ୍ଭୀର ଦେଖିବା ଓ […]
ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ପୁଅ ସମ୍ବିତ ପ୍ରତିକ୍ରିୟା ରଖି କହିଛନ୍ତି, ଏରସମାର ଶିଆଳିକୁ ବିକଶିତ କରିଥିଲେ ଦାମୋଦର ରାଉତ । ସେଠିକାର ଲୋକେ ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥାନ୍ତେ । ଆସନ୍ତା ୨୬ ତାରିଖରେ ଉଦଘାଟନ କରିଥାନ୍ତେ ସାଂସଦ ବିଭୂ ତରାଇ । କିନ୍ତୁ ଜିଲ୍ଲା ପ୍ରଶାସନ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଲା ବୋଲି କହିଛନ୍ତି, ସମ୍ବିତ ରାଉତରାୟ । ପ୍ରଶାସନ ଭାଙ୍ଗିବା ପରିବର୍ତ୍ତେ ସ୍ଥାନାନ୍ତରିତ କରିପାରିନଥାନ୍ତା । ପ୍ରଶାସନର ଔଦ୍ଧତ୍ୟ, ମୁଁ ଏହାକୁ […]
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ବିଧାୟକ ଅରୁଣ ସାହୁ । କୌଣସି କାରଣ ନଥାଇ ଅବେଳରେ ସଂସଦ ଡାକିଥିଲେ କେନ୍ଦ୍ର ସରକାର । ଏହା ପୂର୍ବରୁ ୪୮ ଘଣ୍ଟାରେ ବିଧାନସଭା ଡାକିବାକୁ ଦାବି କରିଥିଲେ ବିରୋଧୀଦଳ ନେତା । ବିଲ ଆସିବା ପୂର୍ବରୁ କାହା ସହ ଆଲୋଚନା ନକରି ମହିଳା ସଂରକ୍ଷଣ ବିଲ ଆଣିଲେ । ବିଲ ଆସିବା ପୂର୍ବରୁ ବିଜେପି ଏନେଇ ଅନେକ ପ୍ରଚାର କଲା । ଏବେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି […]
ଉଦୟପୁର ଜିଲ୍ଲାର ରାସାଲି ଗାଁରେ ଘଟିଛି ଏହି ଘଟଣା । ଜଣେ ବାପା ତାଙ୍କ ଚାରି ବର୍ଷର ଝିଅର ଜୀବନ ବଞ୍ଚାଇବା ପାଇଁ ଚିତାବାଘ ସହିତ ଲଢ଼ିଲେ । ଆଦିବାସୀ ସୁରେଶ ରାଥୱା କୌଣସି ଅସ୍ତ୍ର ବିନା, ବିପଦପୂର୍ଣ୍ଣ ଚିତାବାଘ ସହିତ ଲଢ଼ିଥିଲେ । ସୁରେଶ ରାଥୱାଙ୍କ ଛୋଟ ଝିଅ ଘର ପଛପଟରେ ଖେଳୁଥିଲା । ହଠାତ୍, ଏକ ଚିତାବାଘ ସେଠାରେ ଆସି ଝିଅଟିକୁ ଆକ୍ରମଣ କଲା । କିଛି ସମୟ ମଧ୍ୟରେ ଚିତାବାଘ ତାକୁ ତା’ର […]
ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପଶ୍ଚିମବଙ୍ଗ ବିଧାୟକ ଅଶୋକ ଲାହିରୀଙ୍କୁ ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଅଶୋକ ଏବେ ପଶ୍ଚିମବଙ୍ଗର ବାଲୁରଘାଟରୁ ବିଧାୟକ ଅଛନ୍ତି, କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି। ସେ ଭାରତ ସରକାରଙ୍କ ଦ୍ବାଦଶ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ୨୦୦୨ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ସେ ଏହି ଦାୟିତ୍ୱ ପାଇଥିଲେ ଏବଂ ମନମୋହନ ସିଂହଙ୍କ ସରକାର ସମୟରେ ମଧ୍ୟ ୨୦୦୭ […]
ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସମୁଦ୍ର ପଥରେ ତେଲ ଆସି ପାରୁନାହିଁ। ତଥାପି ଆଜି ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍ର କୌଣସି ଅଭାବ ଦେଖାଦେଇନାହିଁ।ସରକାରୀ ତୈଳ କମ୍ପାନିଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ୍ (ଏମ୍ଏସ୍) ଓ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ୍ (ଏଚ୍ଏସ୍ଡି) ବିକ୍ରି ଉପରେ ରୋକ୍ ଲଗାଇଛନ୍ତି। ପେଟ୍ରୋଲ ପମ୍ପଗୁଡ଼ିକୁ କଡ଼ା ତାଗିଦ୍ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ସବୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।ରାଜ୍ୟରେ […]
ରାୟଗଡ଼ ତା୨୪.୪.୨୦୨୬ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଶୁକ୍ରବାର ଦିନ ରାୟଗଡ଼ ଜିଲ୍ଲା ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ନୂତନ ସଭାଗୃହରେ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଦ୍ୟାଧର ଶବର, ଉପାଧକ୍ଷ୍ୟା ଶ୍ରୀମତୀ ମଞ୍ଜୁଳା ମିଣିଆକା, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନୀ ହୁଇକା, ଗୁଣୁପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଝିଲ୍ଲୀ ଶବର, ଜିଲ୍ଲା ପରିଷଦ ମୁଖ୍ୟ […]
ଥରେ ଜମି କିଣାବିକା ଦଲିଲ ହୋଇଯିବା ପରେ ଉକ୍ତ ପଞ୍ଜୀକୃତ ଦଲିଲ୍କୁ ସବ୍-ରେଜିଷ୍ଟ୍ରାର ବା କେହି ରେଜିଷ୍ଟ୍ରେସନ୍ ଅଧିକାରୀ ରଦ୍ଦ କରିପାରିବେ ନାହିଁ ବୋଲି ଦଲିଲ୍ ରଦ୍ଦ ବା କ୍ୟାନ୍ସଲେସନ ଡିଡ୍ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଆବେଦନକାରିଣୀ ରଶ୍ମିତା ସାହୁଙ୍କ ସପକ୍ଷରେ ୨୦୦୮ ଏପ୍ରିଲ ୨୮ରେ ଏକ ବିକ୍ରୟ ଦଲିଲ ସମ୍ପାଦିତ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୧୧ ସେପ୍ଟେମ୍ବର ୨୬ରେ ବିକ୍ରେତା ଜଣକ ଏକପାଖିଆ ଭାବେ […]
ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବ ବୋଲି ବିଶ୍ବବାସୀ ଅପେକ୍ଷା କରିଥିବା ବେଳେ ଏହା ବିଫଳ ହେବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ପାକିସ୍ତାନ ଗସ୍ତରେ ଅଛନ୍ତି । କିନ୍ତୁ ସେ ସିଧାସଳଖ ଆମେରିକୀୟ ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ ନାହିଁ ।ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କେବଳ ଉଚ୍ଚସ୍ତରୀୟ ପାକିସ୍ତାନୀ ଅଧିକାରୀଙ୍କୁ ସାକ୍ଷାତ କରିବେ । ଇସଲାମାବାଦରେ […]
ସାରା ରାଜ୍ୟରେ ଆକାଶରୁ ବର୍ଷୁଛି ନିଆଁ ।ତେବେ ଦୁଇ ଦିନ ଯାଏ ତାତିରୁ ନାହିଁ ନିସ୍ତାର । କାଲି ଯାଏ ତାପମାତ୍ରାରେ ବଡ଼ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଦୁଇଦିନ ପରେ ବିଭିନ୍ନ ଜିଲ୍ଲାରେ ୨ରୁ ୪ଡିଗ୍ରି ସେଲସିୟସ ଯାଏ ତାପମାତ୍ରା କମିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଜୁଳି ଓ ଘଡ଼ଘଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।ତେବେ ଦୁଇ ଦିନ ଯାଏ ତାତିରୁ ନାହିଁ ନିସ୍ତାର […]
