ଆଇଆରଏସ ଅଧିକାରୀଙ୍କ ଝିଅକୁ ହତ୍ୟା । ଦୁଷ୍କର୍ମ ପରେ ଚାର୍ଜର କେବୁଲରେ ତଣ୍ଟି ଚିପି ହତ୍ୟା ।ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା।ଏଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଅମର କଲୋନୀରେ ଘଟିଛି । ପୋଲିସ ସନ୍ଦେହ କରୁଛି ଯେ ବଳାତ୍କାର ପରେ ତାଙ୍କୁ ହତ୍ୟା କରାଯାଇଛି । ତଥାପି ପୋଷ୍ଟମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।ଦିଲ୍ଲୀର ଜଣେ ବରିଷ୍ଠ ରାଜସ୍ୱ ସେବା ଅଧିକାରୀଙ୍କ ୨୨ ବର୍ଷୀୟା ଝିଅଙ୍କୁ ତାଙ୍କ ବାସଭବନରେ ଅତି […]
କଟକ ଏସସିବି ମେଡିକାଲରେ ପୁଣି ଅଘଟଣ। ଗତକାଲି ରାତିରେ ଏସସିବି ମେଡିକାଲ ବିଲ୍ଡିଙ୍ଗରୁ ସିଲିଂ ଖସିଯାଇଛି। ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନାହିଁ। ଏସସିବି ମେଡିକାଲ ହେମାଟୋଲୋଜି ବିଭାଗ ପାଇଖାନା ନିକଟରେ ଏଭଳି ଅଘଟଣ ଘଟିଛି । ବାରମ୍ବାର କଟକ ବଡ ମେଡିକାଲରେ ଏଭଳି ଅଘଟଣ ଘଟୁଛି । ଯାହାକି ରୋଗୀଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ମଧ୍ୟରେ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ଜର୍ମାନୀରେ ଭାଷଣ ଦେଇ ସେ କହିଛନ୍ତି ଯେ ଭାରତ ଦୁଇ ରାଷ୍ଟ୍ର ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଛି, କିନ୍ତୁ ଉଲ୍ଲେଖ କରିଛନ୍ତି ଯେ ପ୍ରତ୍ୟେକ ଜିନିଷ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଅଛି। ଯଦିଓ ପୂର୍ବରୁ ପାକିସ୍ତାନ ଭଳି ଦେଶ ମଧ୍ୟସ୍ଥତା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି, ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ […]
କଳାହାଣ୍ଡି ଜିଲା କାରାଗାରରୁ ଜଣେ ବିଚାରଧିନ କଏଦୀ ଫେରାର ମାରିଛି। ଫେରାର କଏଦୀ ଜଣକ ସଦର ଥାନା ଅନ୍ତର୍ଗତ ଠେମରା ଗାଁର ଜଗନ୍ନାଥ ଶବର ବୋଲି ଜଣାପଡିଛି। ସଦର ଥାନା ଅଞ୍ଚଳର ୩ଟି ଚୋରି ମାମଲାରେ ଗତ ଫେବ୍ରୁଆରୀ ୧୪ ତାରିଖରୁ ସେ ବିଚାରଧିନ କଏଦୀ ଭାବରେ ସ୍ଥାନୀୟ ଜିଲା କାରାଗାରରେ ଥିଲା। ଗତକାଲି ରାତି ୧୨ଟା ୫୬ ମିନିଟରେ ଜେଲ ପାଚେରୀ ଡେଇଁ ଫେରାର ମାରିଥିବା ଜଣାପଡିଛି। ଟାଉନ୍ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।ସବୁଠୁ […]
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୭୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୧,୮୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୭୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ହଜାର ୧,୪୧,୮୫୦ ଟଙ୍କାକୁ ପହଞ୍ଚିଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୬୫,୦୦୦ ଟଙ୍କା ହୋଇଛି ।
ଅଧିକ ଖରା ହେଲେ ବନ୍ଦ କରାଯାଇପାରେ ଜନଗଣନା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଜନଗଣନା ବେଳେ କିଛି ଅଧିକାରୀ ଅସୁସ୍ଥ ହେବା ଖବର ଆସିଛି । ଆଜି ବିଭାଗୀୟ ଅଧିକାରୀଙ୍କବୈଠକ ପାଇଁ ଡକାଯାଇଛି । ଏହା ପରେ ଜନଗଣନାରେ ନିୟୋଜିତ ଥିବା ଅଧିକାରୀଙ୍କ ସହ ବୈଠକ ହେବ । ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ । ଯେଉଁଠି ଆକ୍ରମଣ ହୋଇଛି । […]
ଆଜି ‘ୱାର୍ଲ୍ଡ ଆର୍ଥ ଡେ’ ବା ବିଶ୍ବ ପୃଥିବୀ ଦିବସ। ଆଜି ‘ବିଶ୍ୱ ପୃଥିବୀ ଦିବସ’ ଅବସରରେ ପୃଥିବୀକୁ ରକ୍ଷା କରିବା ପାଇଁ ସମଗ୍ର ବିଶ୍ୱ ଏକଜୁଟ ହୋଇଛି । ଏହା କେବଳ ଏକ ଉତ୍ସବ ପାଳନ ନୁହେଁ, ବରଂ ଆଗାମୀ ପିଢ଼ିର ସୁରକ୍ଷିତ ଭବିଷ୍ୟତ ପାଇଁ ଏକ ଦୃଢ଼ ସଙ୍କଳ୍ପ ନେବାର ବେଳ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।୧୯୭୦ ମସିହାରେ ଆମେରିକାରୁ ଆରମ୍ଭ ହୋଇଥିବା ‘ବିଶ୍ୱ ପୃଥିବୀ ଦିବସ’ ଆଜି ଏକ ବିଶ୍ୱସ୍ତରୀୟ ଜନ-ଆନ୍ଦୋଳନରେ […]
ଆଜି ପାରମ୍ପରିକ ରୀତିନୀତି ଏବଂ ବୈଦିକ ମନ୍ତ୍ର ଉଚ୍ଚାରଣରେ ଖୋଲିଲା କେଦାରନାଥ ଦ୍ୱାର । କପାଟ ଖୋଲିବା ମାତ୍ରେ ସମଗ୍ର ମନ୍ଦିର ପରିସର “ହର ହର ମହାଦେବ” ଏବଂ “ଜୟ ବାବା କେଦାର” ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା।ସାରା ଭାରତରୁ ପହଞ୍ଚିଛନ୍ତି ବାବାଙ୍କ ଭକ୍ତ । ଭକ୍ତମାନଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ଗତବର୍ଷ ଅକ୍ଟୋବର ୨୩ରୁ ବନ୍ଦ ଥିଲା ମନ୍ଦିର ।କେଦାରନାଥ ବାବାଙ୍କ ପୂଜାର୍ଚ୍ଚନା ପାଇଁ ପହଞ୍ଚିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ […]
ଜନଗଣନାରେ ନିୟୋଜିତ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ଲେଖିଛି । ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନା ମେ ୧୫ ଯାଏଁ ଚାଲିବ । ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁଥିବା ବେଳେ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥିବା ବେଳେ ମରଣାତ୍ମକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରି ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା […]
କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଖୁବ୍ଶୀଘ୍ର ବାଲି କଢ଼ାଯିବ ସୂଚନା ମିଳିଛି । ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ହୋଇଥିବା ଏଏସ୍ଆଇ ପକ୍ଷରୁ କୁହାଯାଇଛି ।ପୂର୍ବରୁ ମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କରାଯାଇ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ସେଠାରୁ ବାଲିର ନମୁନା ସଂଗ୍ରହ କରାଯାଇ ଗତବର୍ଷ ଡିସେମ୍ବର ୮ରେ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସ୍ ଲ୍ୟାବ୍କୁ ପଠାଯାଇଥିଲା। ରିପୋର୍ଟ ଅନୁଯାୟୀ ଭିତରେ ଥିବା ବାଲିଗୁଡ଼ିକ ପୂର୍ବପରି ସୁରକ୍ଷିତ ରହିଛି ଏବଂ ବାଲି କାଢ଼ିଲେ ମନ୍ଦିର […]
ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଗୋଟିଏ ବର୍ଷ ପୂରିଛି । ଆକ୍ରମଣର ପ୍ରଥମ ବାର୍ଷିକୀରେ ଭାରତ ପହଲଗାମ ସହିଦଙ୍କୁ ଭୁଲିନାହିଁ ।ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ସେମାନଙ୍କୁ କେବେ ଭୁଲି ହେବ ନାହିଁ। ଭାରତ କେବେ ବି କୌଣସି ପ୍ରକାରର ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଆତଙ୍କବାଦୀଙ୍କ ଘୃଣ୍ୟ ଯୋଜନା କେବେବି ସଫଳ ହେବ ନାହିଁ। ଏହି ଦୁଃଖର ମୁହୂର୍ତ୍ତରେ, ତାଙ୍କର […]
OCACରେ ଦୁର୍ନୀତି ଅଭିଯୋଗ ମାମଲାରେ ରିପୋର୍ଟ ତଲବ । ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା ଅଭିଯୋଗ ମାମଲାରେ ରିପୋର୍ଟ ମାଗିଲେ ବଭାଗୀୟ ମନ୍ତ୍ରୀ । ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, OCACରେ ‘ଭର୍ଚୁଆଲ୍ କ୍ଲାସରୁମ୍’ ପ୍ରସ୍ତୁତିରେ ଆସିଥିବା ଦୁର୍ନୀତି ଅଭିଯୋଗ ନେଇ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ବିଭାଗୀୟ ସଚିବଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।ଆମ ସରକାର ଦୁର୍ନୀତିକୁ ପ୍ରଶୟ ଦିଏ […]
