ରତ୍ନଭଣ୍ଡାରକୁ ନେଇ ବବିଙ୍କ ପୋଷ୍ଟ ଉପରେ ଆଇନ ମନ୍ତ୍ରୀ କଡା ପ୍ରତିକ୍ରିୟା

ରତ୍ନଭଣ୍ଡାର ପ୍ରସଙ୍ଗରେ ଆରମ୍ଭ ହୋଇଛି ବାକ୍ ବିତର୍କ । ଶାସକ ଏବଂ ବିରୋଧୀ ଏବେ ମୁହାଁମୁହିଁ । ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କ ପୋଷ୍ଟର ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରନି, ଗୋଟିଏ ଦିନରେ ଦୁଃସାହସ ଛଡାଇ ଦେବୁ । ଆମେ ଯଦି ପ୍ରଶ୍ନ ପଚାରିବୁ , ବିଜେଡି ନେତାଙ୍କୁ ପକ୍ଷଘାତ ହୋଇଯିବ । ଚାବି ହଜିବା କଥା ସତ୍ୟ , ଡୁପ୍ଲିକେଟ ଚାବିର ତାଲା […]

ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସୁନା

ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସୁନା। ଆଜି  ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୫୩,୫୫୦ ଟଙ୍କା ରହିଛି। ଗତକାଲି ଏହା ୧,୫୪, ୭୫୦ ଟଙ୍କା ଥିଲା। ଏଥିରେ ୧,୨୦୦ ଟଙ୍କା ହ୍ରାସ ହୋଇଛି।୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୪୦,୭୫୦ ଟଙ୍କା ରହିଛି। ଗତକାଲି ୧,୪୧, ୮୫୦ ଟଙ୍କା ଥିଲା। ଏଥିରେ ୧,୧୦୦ ଟଙ୍କା ଶସ୍ତା ହୋଇଛି।୧୮ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୧୫, ୧୬୦ ଟଙ୍କା ରହିଛି। […]

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ: ସ୍କୁଲ ଛୁଟି ନେଇ ଆଜି ନିଆଯିବ ନିଷ୍ପତ୍ତି

ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ। ସ୍କୁଲ ଛୁଟି ନେଇ ଗୁରୁବାର ଦିନ ନିଆଯିବ ନିଷ୍ପତ୍ତି । ଏସଆରସିଙ୍କ ସହ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ତାପମାତ୍ରା ବଢୁଥିବା ଲାଗି ୧୮ରୁ ଅଧିକ ଜିଲ୍ଲାରେ ଛୁଟି ଘୋଷଣା ହୋଇସାରିଲାଣି । ଏପିରିକି କିଛି କିଛି ଜିଲ୍ଲା ମଧ୍ୟ […]

ମେ’ ୧ରୁ ନୂଆ ଅନଲାଇନ୍ ଗେମିଂ ନିୟମ, ୧୦ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ ସାର୍ଟିଫିକେଟ୍

ଦେଶରେ ଅନଲାଇନ୍ ଗେମିଂଙ୍କୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅନଲାଇନ୍ ଗେମିଂ ଅଥରିଟି ଅଫ୍ ଇଣ୍ଡିଆ(ଓଜିଏଆଇ) ଗଠନ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ନୂଆ ନିୟମଗୁଡ଼ିକ ଅଧୀନରେ ଗେମିଂ କମ୍ପାନିଗୁଡ଼ିକୁ ବଡ଼ ଆଶ୍ବସ୍ତି ଦେଇଛନ୍ତି ।ସରକାର ସାର୍ଟିଫିକେଟ୍ର ବୈଧତାକୁ ଦୁଇ ଗୁଣା କରିଦେଇଛନ୍ତି।ସରକାର ଗେମିଂ ଶିଳ୍ପ ପାଇଁ ଲାଇଟ୍-ଟଚ୍ ରେଗୁଲେଟୋରୀ ଆପ୍ରୋଚ ଆପଣାଇଛନ୍ତି, ଯଦ୍ଦ୍ୱାରା ଷ୍ଟାର୍ଟଅପ୍ ଏବଂ ଡେଭଲପରମାନଙ୍କୁ ଅଯଥା ବୋଝ ନେବାକୁ ପଡ଼ିବ ନାହିଁ । ନୂଆ ନିୟମ ଅଧୀନରେ ସବୁଠୁ […]

ଛାତ୍ରୀ, ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ଏଣିକି ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଏକ ସୁରକ୍ଷିତ କ୍ୟାମ୍ପସ ହେବ

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀ ଓ ମହିଳାଙ୍କ ସୁରକ୍ଷା ନେଇ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ ଚିଠି କରାଯାଇଛି ।କ୍ୟାମ୍ପସରେ ବାରମ୍ବାର ଯୌନ ନିର୍ଯାତନା, ଛାତ୍ରୀଙ୍କୁ ଦୁର୍ବବ୍ୟହାର, ଅଶ୍ଲୀଳ ଆଚରଣ ପ୍ରଦର୍ଶନର ଅଭିଯୋଗ ହେଉଛି । ଏହାକୁ ନେଇ ଏବେ ଚିନ୍ତାରେ ଉଚ୍ଚଶିକ୍ଷା ବିଭାଗ । ଏଣିକି ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଏକ ସୁରକ୍ଷିତ କ୍ୟାମ୍ପସ ହେବ । ସେଥିଲାଗି ସମସ୍ତ କ୍ଲାସରୁମ୍ ତଥା ଶ୍ରେଣୀର କବାଟ ଆଉ ଚିରାଚରିତ କାଠର ଲାଗିବ ନାହିଁ । କାଚ ଭଳି […]

ଟିଉସନ ନାଁରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ଶିକ୍ଷକ, ଗିରଫ କଲା ପୋଲିସ

ଟିଉସନ ଦେବା ନାଁରେ ନାବାଳିକା ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ  । ଏ ସମ୍ପର୍କରେ କାହାକୁ କହିଲେ ଆପତ୍ତିଜନକ ଫଟୋ ବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲେ ଟିଉସନ ଶିକ୍ଷକ।ଶେଷରେ ପୀଡିତା ଛାତ୍ରୀଙ୍କ ଅଭିଯୋଗ ପରେ ଗତକାଲି(ବୁଧବାର) ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି କୁଦାନଗରୀ ପୋଲିସ । ସୂଚନା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରୁ ଗୁରୁ ଶିଷ୍ୟଙ୍କୁ ନେଇ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ କୋରୁଆ ସରକାରୀ ସ୍କୁଲର […]

ଏପ୍ରିଲ 2026ରୁ ଓଡ଼ିଶାରେ ‘ପ୍ରୋଫେସନାଲ ଟ୍ୟାକ୍ସ’ ବନ୍ଦ

ରାଜ୍ୟ ସରକାର ଦୀର୍ଘ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ‘ଓଡ଼ିଶା ବୃତ୍ତି, ବ୍ୟାପାର, ଜୀବିକା ଓ ନିଯୁକ୍ତି ଉପରେ ଟିକସ’ ବା ପ୍ରଫେସନାଲ ଟ୍ୟାକ୍ସକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦେଇଛନ୍ତି । ତେବେ ଚଳିତ ବାର୍ଷିକ ବଜେଟରେ ଏପ୍ରିଲ ପହିଲାରୁ ପିଛିଲା ଭାବେ ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ ନେଇ ସରକାର ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଉଚ୍ଛେଦ ସଂକ୍ରାନ୍ତ ଆଇନକୁ ଅଧ୍ୟାଦେଶ ଆକାରରେ ଲାଗୁ କରାଯାଇଛି । ଏହି ପ୍ରଫେସନାଲ ଟ୍ୟାକ୍ସ ସଂଗ୍ରହ ନକରିବାକୁ […]

ପଶ୍ଚିମବଙ୍ଗରେ ୧୫୨ ଏବଂ ତାମିଲନାଡୁରେ ୨୩୪ଟି ସିଟ୍ ପାଇଁ ଭୋଟିଂ ହେଉଛି

ପଶ୍ଚିମବଙ୍ଗରେ ୧୫୨ ଏବଂ ତାମିଲନାଡୁରେ ୨୩୪ଟି ସିଟ୍ ପାଇଁ ଭୋଟିଂ ହେଉଛି । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଆଜି ଅନୁଷ୍ଠିତ ହେଉଛି । ଏହି ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ଭୋଟ୍ ହେଉଛିଥିବାବେଳେ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନ ପାଇଁ ଭୋଟ୍ ହେଉଛି । ବିଜେପି ଏହି ଦୁଇଟି ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛି ।ଅନ୍ୟପଟେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ […]

ଭିସୁଟରେ ପୁଣି ରାଗିଂ ଅଭିଯୋଗ

ଭିସୁଟରେ ପୁଣି ରାଗିଂ ଅଭିଯୋଗ । ସମ୍ବଲପୁର ଭିସୁଟର ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ରାଗିଂ ଅଭିଯୋଗରେ ୪ ଜଣ ସିନିଅର ଛାତ୍ରଙ୍କୁ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଛାତ୍ରମାନଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛି । ଜଣେ ଛାତ୍ରଙ୍କୁ ୧୦ ହଜାର ଓ ଅନ୍ୟ ୩ ଜଣ ଛାତ୍ରଙ୍କୁ ୫ ହଜାର ଲେଖାଏଁ ଅର୍ଥ ଦଣ୍ଡ କରାଯାଇଛି । ୪ ଜଣ ସିନିଅର ଜଣେ ଜୁନିୟଙ୍କୁ ଗାଳି ଗୁଲଜ […]

ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ସ୍ଥାନଗୁଡ଼ିକର ଇଂରାଜୀ ବନାନ ସଂଶୋଧନ ନେଇ ସୂଚନା ଜାରି

ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନ ସଂଶୋଧନ ସମ୍ବନ୍ଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ସୁପାରିଶ ହୋଇଥିବା ପ୍ରସ୍ତାବଗୁଡ଼ିକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯାଇ ମତାମତ ଓ ପରାମର୍ଶ ଆହ୍ଵାନ କରାଯାଇଛି ।ସୂଚନାମୁତାବକ, ରାଜସ୍ୱ ଓ ବିପର୍ଯ୍ଯୟ ପରିାଳନା ବିଭାଗ ପକ୍ଷରୁ ପୂର୍ବ ପ୍ରକାଶିତ ସାର୍ବଜନୀନ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲା, ଜିଲ୍ଲା ସଦର ମହକୁମା, ଉପଖଣ୍ଡ, ତହସିଲ ଏବଂ ବ୍ଲକଗୁଡ଼ିକର […]

ଖରିଫ୍ ଋତୁ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ଚାଷୀଙ୍କୁ ମିଳିବ ୧୧,୫୦୦ କୋଟି ଟଙ୍କାର ଋଣ

ରାଜ୍ୟର କୃଷି କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର ଚଳିତ ଖରିଫ୍ ଋତୁ ପାଇଁ ଏକ ବୃହତ୍ ଋଣ ଯୋଜନା ଘୋଷଣା କରିଛନ୍ତି। ଏଥର ଖରିଫ୍ ଋତୁରେ ସମବାୟ ବ୍ୟାଙ୍କଗୁଡ଼ିକ ଜରିଆରେ ଚାଷୀଙ୍କୁ ମୋଟ ୧୧ ହଜାର ୫୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। । ଏଥିପାଇଁ ଚଳିତ ଖରିଫ ୨୦୨୬ ଋତୁ ପାଇଁ ଏକ ବୃହତ ଋଣ ଯୋଜନା ଘୋଷଣା କରିଛନ୍ତି […]

ଜିଲ୍ଲା ସ୍ତରୀୟ ଧାନ କ୍ରୟ ସମିତିର ବୈଠକ

ରାୟଗଡ, ତା: ୨୨-୦୪ ୨୦୨୬ରିଖ ରାୟଗଡରେ କେଏମଏସ (ରବି ଧାନ) ୨୦୨୫-୨୬ ଅବଧି ପାଇଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ ସମିତିର ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ ଜିଲ୍ଲାପାଳ ରାୟଗଡ ରମେଶ କୁମାର ଜେନା, ଉପ ଜିଲ୍ଲାପାଳ ଗୁଣପୁର ଦୁଧାଲ ଆଭିଷେକ ଦୀଲିପ, କୋରାପୁଟ ସାଂସଦ ପ୍ରତିନିଧି, ରାୟଗଡ ବିଧାୟକ ପ୍ରତିନିଧି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଯୋଗାଣ ଅଧିକାରୀ ଲଳିତ ମୋହନ […]