ରାତି ଅଧରେ ବିଧାନସଭା ମୁଲତବୀ ଘୋଷଣା: ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି

ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ଯ୍ୟ ଦିବସ ପୂର୍ବରୁ ଗୃହ କାର୍ଯ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜୁ ଜନତା ଦଳ । ଏ ଡବଲ ଇଞ୍ଜିନ ସରକାର ନୁହେଁ ଦୋମୁହାଁ ସରକାର କହି ବର୍ଷିଛନ୍ତି ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ମିଶ୍ର । ତେବେ ବିରୋଧୀ […]

ବିଶିଷ୍ଟ ଲେଖିକା ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କୁ ମିଳିବ ସାହିତ୍ୟ ଏକାଡେମୀ ଫେଲୋସିପ୍‌

ବିଶିଷ୍ଟ ଲେଖିକା ପଦ୍ମଭୂଷଣ ଡ. ପ୍ରତିଭା ରାୟ, ଅମଦୁସ ସମଦ୍‌ ଓ ଲକ୍ଷ୍ମୀ ଖିଲାଣୀଙ୍କୁ ମିଳିବ ସାହିତ୍ୟ ଏକାଡେମୀ ଫେଲୋସିପ୍‌। ଏନେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି।ଏକାଡେମୀ ଫେଲୋସିପ ସାହିତ୍ୟ ଏକାଡେମୀର ସବୁଠୁ ବଡ଼ ମର୍ଯ୍ୟାଦାସଂମ୍ପନ୍ନ ସାହିତ୍ୟ ସ୍ୱୀକୃତି l ଆସନ୍ତା ଦିନରେ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ଫେଲୋସିପି ପ୍ରଦାନ କରାଯିବ । ଏନେଇ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ ବୋଲି ଏକାଡେମୀ ସଚିବ ପଲ୍ଲବୀ ପ୍ରଶାନ୍ତ […]

ଓଡ଼ିଶା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ୯୦ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା । ୧୯୩୬ ମସିହା ଏପ୍ରିଲ ୧ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ ।ଏହି ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଦିଆଯାଉଛି । ଦେଶର ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । […]

ପୂର୍ବତନ ମୁଖ୍ୟମନ୍ତ୍ରୀବିଜୁ ପଟ୍ଟନାୟକଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ ନିଶିକାନ୍ତ କ୍ଷମା ପ୍ରାର୍ଥନା

ନିଶିକାନ୍ତ ଦୁବେଙ୍କ ୟୁ ଟର୍ଣ୍ଣ । କ୍ଷମା ମାଗିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ ନିଶିକାନ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ।ବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ ମୋ ବ୍ୟକ୍ତିଗତ। ମୁଁ ଗାନ୍ଧୀ ପରିବାର ବିଷୟରେ କହିଥିଲି। ମାତ୍ର ମୋ କଥାର ଭୁଲ ଅର୍ଥ ବାହାର କରାଯାଇଥିଲା। ମୋ ମନ୍ତବ୍ୟ କାହାକୁ ଆଘାତ ଦେଇଥିଲେ ମୁଁ […]

ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା

ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା। ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ଏଥିରେ ଘର ଏବଂ ସେଥିରେ ଥିବା ସୁବିଧା ସୁଯୋଗର ତାଲିକା ପ୍ରସ୍ତୁତ କରାଯିବ। ପ୍ରଥମ ଥର ପାଇଁ ନାଗରିକମାନେ se.census.gov.in ପୋର୍ଟାଲକୁ ଯାଇ ଓଡ଼ିଆ ସମେତ ୧୬ଟି ଭାଷାରେ ନିଜ ତଥ୍ୟ ଅନଲାଇନ୍ ରେ ଦେଇପାରିବେ। ଯେଉଁମାନେ […]

ବଢ଼ିଲା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦର

ବଢ଼ିଲା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦର । ସରକାରୀ PSU IOC, HPCL, ଏବଂ BPCL ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି କରିଛନ୍ତି । ବିଶ୍ୱ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ତୈଳ କମ୍ପାନିଗୁଡ଼ିକ ବୁଧବାର ବାଣିଜ୍ୟିକ ଏଲପିଜି (୧୯ କିଲୋଗ୍ରାମ) ସିଲିଣ୍ଡରର ମୂଲ୍ୟରେ ୧୯୫.୫୦ ଟଙ୍କା ବୃଦ୍ଧି କରିଛନ୍ତି ।IOCL ତଥ୍ୟ ଅନୁଯାୟୀ, ଦେଶର କୌଣସି ମହାନଗର ଅଞ୍ଚଳରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। […]

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା

ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର । OPHWC ଅଧିକାରୀଙ୍କ ୨୯ ପ୍ଲଟ୍ ରହିଛି । ଜଟଣୀ ବ୍ରହ୍ମପୁର ଓ ଅନ୍ୟ ସ୍ଥାନରେ ରହିଛି ୨୯ଟି ପ୍ଲଟ । ଭୁବନେଶ୍ବର କଳଙ୍ଗ ବିହାରରେ ରହିଛି ଦୁଇଟି ଘର । ଭିଜିଲାନ୍ସ ସମୁଦାୟ ତାଙ୍କଠାରୁ ୪୫ ଲକ୍ଷ ୪୧ ହଜାର ଟଙ୍କା ଜବତ କରିଛି। ଭିଜିଲାନ୍ସ ଟିମ୍‌ ତାଙ୍କ ବ୍ୟାଙ୍କ୍‌ ବାଲାନ୍ସ ଏବଂ ଲକର ଯାଞ୍ଚ କରୁଥିବା ବେଳେ କଳାଧନର ପରିମାଣ ବଢିବ ବୋଲି ଭିଜିଲାନ୍ସ କହିଛି। […]

୨ରୁ ପୁଣି କଡ଼ାକଡ଼ି କରାଯିବ ପିୟୁସିସି ଯାଞ୍ଚ୍‌

ଆସନ୍ତା ଏପ୍ରିଲ ୨ତାରିଖରୁ ରାଜ୍ୟରେ ପୁଣି ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ଯାଞ୍ଚ୍ କଡ଼ାକଡ଼ି କରାଯିବ । ଯେଉଁମାନେ ଗାଡ଼ିର ପିୟୁସିସି କରିନଥିବେ ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ସୂତ୍ରରୁ ଜଣାପଡ଼ିଛି।ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଡ଼କ ସୁରକ୍ଷାକୁ ନେଇ ଜାରି ରହିଥିବା ବିଶେଷ ଅଭିଯାନକୁ ଏପ୍ରିଲ ୧୦ ଯାଏଁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୨୧ରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୦ ଯାଏ […]

ଆଜି ଉତ୍କଳ ଦିବସ

ଆଜି ଉତ୍କଳ ଦିବସ । ୯୦ ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା । ୧୯୩୬ ମସିହା ଏପ୍ରିଲ ୧ ତାରିଖ। ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ। ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି।ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ ସ୍ମତନ୍ତ୍ର […]

ପହିଲାରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ 

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସମୟ ନିର୍ଘଣ୍ଟ ବଦଳିବ ।ପ୍ରତିବର୍ଷ ଭଳି ଗ୍ରୀଷ୍ମଋତୁ ସାଙ୍ଗକୁ ଦିନ ବଡ ଯୋଗୁଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଆସନ୍ତା ଏପ୍ରିଲ ପହିଲାରୁ ସକାଳ ୭ଟା ୩୦ରେ ଖୋଲି ସନ୍ଧ୍ୟା ୫.୩୦ଟାରେ ବନ୍ଦ ହେବ ।ଏହି ନିୟମ ୨୦୨୬ ସେପ୍ଟମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ । ସପ୍ତାହର ପ୍ରତି ସୋମବାର ଉଭୟ […]

ଓଡିଶାରେ ହେବାକୁ ଥିବା ଏସଆଇଆର ସ୍ଥଗିତ

ଏସାଇଆରକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା ଏସାଇଆରକୁ ସ୍ଥଗିତ କରାଯାଇଥିବା ନେଇ CEO ସୂଚନା ଦେଇଛନ୍ତି।ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ SIR ସ୍ଥଗିତ ନେଇ ନିଷ୍ପତ୍ତି ନିଆଯାଇଥିବା CEO ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ସୂଚନାମୁତାବକ ଭାରତରେ ଆଗାମୀ ଜନଗଣନା ୨୦୨୭ (Census 2027) ର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ହାଉସ୍-ଲିଷ୍ଟିଂ (Houselisting) ପ୍ରକ୍ରିୟା ଏପ୍ରିଲ୍ ୧, ୨୦୨୬ ରୁ ଆରମ୍ଭ ହେବାକୁ ଥିଲା […]

ପୁଣି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ: ୨ ଗିରଫ

ବ୍ରହ୍ମପୁରରେ ପୁଣି ଲଜ୍ଜା। ପ୍ରେମିକକୁ ନିଶା ଦେଇ ନାବାଳିକା ସହ ଗଣ ଦୁଷ୍କର୍ମ ଅଭିଯୋଗ । ବ୍ରହ୍ମପୁର ଗୋସାଣି ନୂଆଗାଁ ଥାନା ଅଂଚଳରେ ଏହି ଘଟଣା ଘଟିଛି । ନାବାଳିକା ଜଣଙ୍କ ଘର ଆନ୍ଧ୍ରରେ। ନାବାଳିକାଙ୍କ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ଦ୍ବିତୀୟ ବାପାଙ୍କ ପାଖରେ ରହୁଥିଲା। ସାବତ ବାପା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବାରୁ ନାବାଳିକା ଜଣଙ୍କ ଗତ ୨୪ତାରିଖରେ ବ୍ରହ୍ମପୁର ପଳାଇଆସିଥିଲେ। ଏଠାରେ ଏକ ଚା’ ଦୋକାନରେ କାମ କରୁଥିଲେ । ୪ଦିନ ମଧ୍ୟରେ […]