ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ରହୁଥିବା ୪୦ ବର୍ଷିୟ ଋଷିକେଶ ବୈଦ୍ୟ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ଯାହାଙ୍କ ଉପରେ ମହିଳାଙ୍କ ସହ ଦୁଷ୍କର୍ମ କରିବାର ଅଭିଯୋଗ ଲାଗିଛି।ଏହି ବ୍ୟକ୍ତି ଜଣଙ୍କ ନିଜକୁ ଭଗବାନ ଶିବଙ୍କର ଅବତାର କହୁଥିଲେ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ମହିଳାଙ୍କୁ ଫସାଇବାର ଉପାୟ ଆପଣାଉ ଥିଲେ।ପୁଣେର ମାଞ୍ଜରୀ ଅଞ୍ଚଳର ଏକ ଲଜରେ ଅଭିଯୁକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ ମେ ୨୦୨୪ରେ ବସଇର ଏକ ହୋଟେଲରେ ପୁଣି ଯୌନ ଶୋଷଣର ପ୍ରୟାସ […]
୨୦୧୧ ମସିହାରେ ‘ କୌନ ବନେଗା କରୋଡପତି’ରେ ୫୦ଲକ୍ଷ ଟଙ୍କା ଜିତି ସାରା ଦେଶରେ ପ୍ରସିଦ୍ଧି ଲାଭ କରିଥିବା ମହିଳା ତହସିଲଦାର ଗିରଫ। ଗୁରୁବାର ମଧ୍ୟପ୍ରଦେଶର ଗ୍ୱାଲିୟରରୁ ବନ୍ୟା ସହାୟତା ରାଶି ହଡ଼ପ କରିବା ଅଭିଯୋଗରେ ଅମିତା ସିଂ ତୋମାରଙ୍କୁ ଗତକାଲି ଗିରଫ କରାଯାଇ ଜେଲ୍ ପଠାଯାଇଛି । ଏହି ମାମଲାରେ ପୂର୍ବରୁ ୨୨ ଜଣ ପାଟୱାରୀ ଗିରଫ ହୋଇସାରିଥିବା ବେଳେ ଏବେ ଅମିତାଙ୍କୁ ଗ୍ବାଲିୟରରୁ ପୋଲିସ ଗିରଫ କରିଛି । ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ତାଙ୍କର […]
ବିଗତ କିଛି ବର୍ଷ ମଧ୍ୟରେ ରେଳ ବଜେଟରେ ଓଡ଼ିଶାକୁ ଦିଆଯାଇଥିବା ବ୍ୟୟବରାଦ ଉଲ୍ଲେଖନୀୟଭାବେ ବୃଦ୍ଧି ପାଇଛି। ୨୦୦୯ରୁ ୨୦୧୪ ମଧ୍ୟରେ ଏହା ବାର୍ଷିକ ହାରାହାରି ୮୩୮ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ପ୍ରାୟ ୧୩ ଗୁଣ ବୃଦ୍ଧି ପାଇ ୧୦,୫୯୯ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟସଭାରେ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ କେତେକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।୧୩ ଗୁଣା ବୃଦ୍ଧି: ୨୦୦୯ରୁ ୨୦୧୪ […]
୨୦୨୭ ଜନଗଣନା ସମ୍ପୂର୍ଣ୍ଣ ଡିଜିଟାଲ ହେବ ଏବଂ ନାଗରିକଙ୍କ ପାଖରେ ଆତ୍ମଗଣନା କରିବାର ବିକଳ୍ପ ରହିବ । ଦେଶରେ ସ୍ବାଧୀନତା ପରେ ଏହା ୧୬ତମ ଜନଗଣନା ହେବ । ପ୍ରଥମ ଥର ପାଇଁ ଜାତିଭିତ୍ତିକ ଜନଗଣନା ସାମିଲ ହେବ । ତେବେ ଭାରତର ଆଗାମୀ ଜନଗଣନା ୨୦୨୭କୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଭାରତର ରେଜିଷ୍ଟରିଅର୍ ଜେନେରାଲଙ୍କ ଦ୍ବାରା ଜାରି ହୋଇଥିବା ଏକ ସର୍କୁଲାର ଅନୁଯାୟୀ, ଯଦି କୌଣସି ଜନଗଣନା ଅଧିକାରୀ […]
କେନ୍ଦ୍ର ସରକାରଙ୍କ ଦ୍ୱାରା ପେଟ୍ରୋଲ ଓ ଡିଜେଲର ଏକ୍ସସାଇଜ ଦରରେ ଲିଟର ପ୍ରତି ଦଶ ଟଙ୍କା ହ୍ରାସ କରିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ବିଜୁ ଜନତା ଦଳ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ଲାଗୁ କରିଥିବା ଭାଟ୍କୁ ହ୍ରାସ କରିବା ପାଇଁ ଦାବି ରଖିଛି ।ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ସମ୍ପ୍ରତି ଇସ୍ରାଏଲ, ଆମେରିକା ଓ […]
ଲିଭ୍-ଇନ ରିଲେସନସିପକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଐତିହାସିକ ରାୟ । ଜଣେ ବିବାହିତ ପୁରୁଷ ଲିଭ୍-ଇନ୍ ସମ୍ପର୍କରେ ରହିବା କୌଣସି ଅପରାଧ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ନାଗରିକଙ୍କ ଅଧିକାରକୁ ରକ୍ଷା କରିବା ଲାଗି କୌର୍ଟଙ୍କ କର୍ତ୍ତବ୍ୟ ଉପରେ ସାମାଜିକ ନୈତିକତା ଚାପ ପକାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ଲିଭ୍-ଇନ ରିଲେସନସିପରେ ରହୁଥିବା ଏକ ବିବାହିତ ଦମ୍ପତିଙ୍କ ସୁରକ୍ଷା ମାମଲା ଉପରେ ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ ।ଆଲ୍ଲାହାବାଦ ହାଇକୋର୍ଟ […]
ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ଥଳସେନା ମୁଖ୍ୟ ପହଞ୍ଚିଛନ୍ତି ।। ଭୁବନେଶ୍ବରରେ ପହଞ୍ଚି ୧୨୦ ବାଟାଲିଅନ ମୁଖ୍ୟାଳୟକୁ ଯିବେ। ୨୮ରେ ସେ ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା କାର୍ୟ୍ୟକ୍ରମ ରହିଛି। ଭୁବନେଶ୍ୱର, ପୁରୀ, ଗୋପାଳପୁରରେ ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦେବେ । ଏହାପରେ ସେ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଗସ୍ତ କରି ସେଠାରେ ଅସ୍ତ୍ରଶସ୍ତ୍ର […]
ନୂଆ ପ୍ୟାକରେ ବଜାରକୁ ଆସିଲା ଓମ୍ଫେଡ ପ୍ରିମିୟମ ମିଲ୍କ । ‘ଜନ ଗଣନାରୁ ଜନ କଲ୍ୟାଣ’ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଅଣ୍ଟା ଭିଡିଛି ଓମ୍ଫେଡ। ସଂପ୍ରତି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସହଭାଗିତାର ହାତ ବଢାଇଛି ଓମ୍ଫେଡ । ଓଡିଶାରେ ଜାରି ରହିଥିବା ଡିଜିଟାଲ ଜନଗଣନାରେ ସ୍ବ-ଗଣନା ଏବଂ ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା କାର୍ଯ୍ୟକ୍ରମରେ ଆଜିଠାରୁ ଆନୁଷ୍ଠାନିକ ଭାବେ ସାମିଲ […]
ନୂଆ ଅବକାରୀ ନୀତି ଏପ୍ରିଲ୍ ୧ରୁ ଲାଗୁ ହେବାକୁ ଥିବାବେଳେ ମଦ ଦୋକାନ ପାଇଁ ଏପ୍ରିଲରେ ଲଟେରୀ ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହା ହେବାକୁ ଯାଉଛି ।ଆବଶ୍ୟକ ପଡିଲେ ଇଲେକ୍ଟ୍ରୋନିକ ଲଟେରୀ କରାଯିବ । ସ୍ୱଚ୍ଛ ପ୍ରକ୍ରିୟାରେ ହେବ । ଗତଥର ଲଟେରୀ ପାଇଥିବା ଦୋକାନଗୁଡିକର ସମୟସୀମା ୩୧ରେ ସରୁଛି । ୩ ଷ୍ଟାରରୁ ଅଧିକ ହୋଟେଲରେ ବାରର ପ୍ରାବଧାନ ଥିବାରୁ ଅନ ସପ ଅନୁମତି ମିଳିଛି । […]
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିଲା କିନ୍ତୁ ଘାଣ୍ଟି ସନ୍ତୁଳି ହେଉଛି ସାରା ବିଶ୍ବ। ଗ୍ୟାସ୍ ଓ ପେଟ୍ରୋଲ, ଡିଜେଲର ନିଅଣ୍ଟିଆ ସ୍ଥିତି ଭିତରେ କଷ୍ଟ ବଢ଼ାଇଛି ଖାଇବା ତେଲ। ଗତ କିଛି ଦିନ ଭିତରେ ଖାଇବା ତେଲ ଲିଟର ପିଛା ୧୦ରୁ ୧୫ ଟଙ୍କା ବଢ଼ିଥିଲା। ହଠାତ୍ ବଢିଥିଲା ପାମୋଲିନ୍, ସୂର୍ଯ୍ୟମୁଖୀ, ସୋୟାବିନ୍, ସୋରିଷ ତେଲ। ହୋଟେଲ୍ ହେଉ କିମ୍ବା ଘର, ସବୁଠି ଖାଦ୍ୟର ଦାମ୍ ଆକାଶଛୁଆଁ ହେଲା। ଯୁଦ୍ଧ ଯୋଗୁଁ ସପ୍ଲାଏ ଚେନ୍ ବାଧାପ୍ରାପ୍ତ ଓ ପରିବହନ […]
ରାମ ନବମୀ ଅବସରରେ ଅଯୋଧ୍ୟାରେ ଭକ୍ତଙ୍କ ସୁଅ ଛୁଟିଛି। ସକାଳୁ ସକାଳୁ ପ୍ରଭୁ ରାମଙ୍କୁ ସ୍ନାନ କରାଯାଇଥିଲା ଏବଂ ଆକର୍ଷଣୀୟ ପୋଷାକ ପିନ୍ଧି ସଜ୍ଜିତ କରାଯାଇଥିଲା। ଏହାପରେ ପ୍ରଭୁ ରାମଙ୍କ ସୂର୍ଯ୍ୟ ତିଳକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଦିବ୍ୟ ଘଟଣା ଦେଖିବା ପାଇଁ ହଜାର ହଜାର ଭକ୍ତ ଏକତ୍ରିତ ହୋଇଥିଲେ। ମଧ୍ୟାହ୍ନ ୧୨ଟାରେ, ଭଗବାନ ସୂର୍ଯ୍ୟ ରାମଲଲ୍ଲାଙ୍କ କପାଳରେ ତିଳକ ଲଗାଇଥିଲେ। ଏହା ପ୍ରାୟ ଚାରି ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ବିଶେଷ କଥା ହେଉଛି ଯେ […]
ଚନ୍ଦକା ଜଙ୍ଗଲରେ ଦିନେ ଘୁରି ବୁଲୁଥିଲା ପୁରୁଷ ହାତୀ ‘ରାମୁ’ । ଦୁଇ ବର୍ଷ ପୂର୍ବେ ଅକସ୍ମାତ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ହୋଇଥିଲା, କିନ୍ତୁ ରାମୁର ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ଜଙ୍ଗଲ ବିଭାଗ କରିଛି ଏକ ଅଭିନବ ପ୍ରୟାସ । ମୃତ୍ୟୁ ପରେ ବନ ବିଭାଗ ତା ଶରୀରକୁ ମାଟିରେ ପୋତି ଦେଇଥିଲା । ପରେ ଯେତେବେଳେ ରାମୁର କଙ୍କାଳକୁ ସଂରକ୍ଷଣ କରିବାର ନିଷ୍ପତି ନିଆଗଲା, ବନ ବିଭାଗ କର୍ମଚାରୀ ଓ ଶିବ ପ୍ରସାଦ […]
