ଡିଜିଟାଲ ଆରେଷ୍ଟକୁ ନେଇ ସରକାର କରିବେ ହ୍ୱାଟ୍ସଆପ୍‌ରେ ଆଇଡ଼ି ବ୍ଲକ୍‌

କେନ୍ଦ୍ର ସରକାର ହ୍ୱାଟ୍ସଆପ୍ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଡିଜିଟାଲ୍ ଗିରଫ ଠକେଇରେ ବ୍ୟବହୃତ ହ୍ୱାଟ୍ସଆପ୍ ଡିଭାଇସ୍ ଆଇଡି ଗୁଡ଼ିକୁ ରୋକିବା ପାଇଁ ସରକାର ସେମାନଙ୍କୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଠୋର ଆଭିମୁଖ୍ୟ ଗ୍ରହଣ କରି, ସରକାର ସମସ୍ତ ଡିଭାଇସ୍ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଅନେକ ଠକେଇରେ, ଅପରାଧୀମାନେ ପୀଡିତମାନଙ୍କୁ ହ୍ୱାଟ୍ସଆପ୍ କଲ୍, ମେସେଜ୍ ଏବଂ ଭିଡିଓ କଲ୍ କରିବା ପାଇଁ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ, WhatsApp ଭଳି […]

ରାଶନ କାର୍ଡ ହିତାଧିକାରୀଙ୍କୁ ଏପ୍ରିଲରେ ମିଳିବ ୩ ମାସର ରାଶନ

ଦେଶରେ ଲକ୍ଷ ଲକ୍ଷ ରାଶନ କାର୍ଡଧାରୀଙ୍କ ପାଇଁ ଖୁସି ଖବର | ଏହି ବର୍ଷ, ଏକା ସାଙ୍ଗରେ ତିନି ମାସର ରାଶନ ଯୋଗାଇ ଦିଆଯିବ। ଏହା ସିଧାସଳଖ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ସରକାରୀ ରାଶନ ଉପରେ ନିର୍ଭର କରୁଥିବା ପରିବାରଗୁଡ଼ିକୁ ଲାଭ ଦେବ। ଏହା ସମୟ ବଞ୍ଚାଇବ, ବାରମ୍ବାର ଧାଡ଼ିରେ ଠିଆ ହେବାର ଆବଶ୍ୟକତା ଦୂର କରିବ ଏବଂ ଦୂରଦୂରାନ୍ତରେ ରହୁଥିବା ଲୋକଙ୍କୁ ଆଶ୍ୱସ୍ତି ଦେବ।ଏହି ନୂତନ ସରକାରୀ ବ୍ୟବସ୍ଥା ଅନୁଯାୟୀ, ଯୋଗ୍ୟ ରାଶନ କାର୍ଡଧାରୀମାନେ […]

ଆଶ୍ରମ ସ୍କୁଲରେ ଅମାନୁଷିକ କାଣ୍ଡ, ପ୍ରଥମ ଶ୍ରେଣୀ ଛାତ୍ରକୁ ପଂଚମ ଶ୍ରେଣୀ ଛାତ୍ରଙ୍କ ନିର୍ଯ୍ୟାତନା

ଘଟଗାଁ ଥାନା ଅନ୍ତର୍ଗତ ତୋରାଣିପୋଖରୀ ଆଶ୍ରମ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି ।ପ୍ରଥମ ଶ୍ରେଣୀର ଛାତ୍ରକୁ ପଞ୍ଚମ ଶ୍ରେଣୀର କିଛି ପିଲାମାନେ ଅମାନୁଷିକ ଭାବେ ପୋଡି ଦେଇଛନ୍ତି। ପିଲାର ଆଖି, ଗୁପ୍ତାଙ୍କ ଓ ଶରୀରର ବିଭିନ୍ନ ସ୍ଥାନକୁ ପୋଡିଦିଆ ଯାଇଛି । ପିଲାଟିକୁ ପାଟଣା ସ୍ଵାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା କରାଯାଉଥିଲା କିନ୍ତୁ ପିଲାଟିର ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ତେବେ ଏପରି ଘଟଣା ଘଟିବା ବେଳେ ଦାୟିତ୍ୱରେ […]

ଆମେରିକା-ଇରାନ ଯୁଦ୍ଧର ପ୍ରଭାବ; ସବୁ ଜିନିଷ ଦାମ ବୃଦ୍ଧି ଯୋଗୁ ସାଧାରଣ ଖାଉଟି ଏବେ ଚିନ୍ତାରେ

କୋଭିଡ ମହାମାରୀ, ରୁଷ ୟୁକ୍ରେନ ଯୁଦ୍ଧ ଏହା ପରେ ଟ୍ରମ୍ପଙ୍କ ଟାରିଫ ମାଡ । ଏହାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରୁ ଶେଷ ହୋଇ ନ ଥିବା ବେଳେ ପୁଣି ସଙ୍କଟ ସୃଷ୍ଟି କରିଛି ଆମେରିକା-ଇରାନ ଯୁଦ୍ଧ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଦେଶର ପେଟ୍ରୋଲଡିଜେଲ, ଏଲ୍ପିଜି, ସାର, ପେଟ୍ରୋକେମିକାଲ୍ସ, ବିମାନ ସେବା, ପେଣ୍ଟସ, କୀଟନାଶକ, ସେରାମିକ, ଗ୍ଲାସ, ପରିବହନ, ଲଜିଷ୍ଟିକ୍ସ, ଟାୟାର, ଅଟୋମୋବାଇଲସ, ଧାତକ, କୃଷି ଯନ୍ତ୍ରାଂଶ ସମେତ ବିଭିନ୍ନ କ୍ଷେତ୍ରରେ ପଡିଛି । ଏବେ […]

ଅପମାନର ପ୍ରତିଶୋଧ ନେଲା ପୁଅ ସୌଭିକ- ପ୍ରଭାତ

ରାଜ୍ୟସଭା ନିର୍ବାଚନ ନେଇ ପୁଣି ମୁହଁ ଖେଲିଲେ ପ୍ରଭାତ ବିଶ୍ୱାଳ । ସେ କହିଛନ୍ତି ପୁଅ କିମ୍ବା ସେ ମତଦାନ ପାଇଁ ଗୋଟିଏ ଟଙ୍କା ବି ନେଇନାହାଁନ୍ତି । ରାଜ୍ୟସଭା ନିର୍ବାଚନ ପୂର୍ବରୁ ମତେ ନବୀନ ନିବାସରେ ଅପମାନିତ କରାଯାଇଥିଲା ବୋଲି କହିଛନ୍ତି ପ୍ରଭାତ । ସଵୁ ବିଧାୟକଙ୍କ ସାମ୍ନାରେ ମତେ ଅପମାନିତ କରାଗଲା ।ସେହି ଅପମାନର ପ୍ରତିଶୋଧ ନେଲା ପୁଅ ସୌଭିକ । ମୋର ଓ ପୁଅର ରାଜନୈତିକ ଭବିଷ୍ୟତ ଚୌଦ୍ୱାର କଟକ ଭୋଟର ନିର୍ଦ୍ଧାରଣ […]

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘରେ ଯୁବକଙ୍କ ହଙ୍ଗାମା

ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା। ରାତି ଅଧରେ ୧୫ ରୁ ୨୦ ଜଣ ଯୁବକ ତାଙ୍କ ଘର ଆଗରେ ହୋହାଲ୍ଲା କରିବା ସହ ସିକ୍ୟୁରିଟି ଗାର୍ଡଙ୍କୁ ମାରପିଟ୍ କରିଥିଲେ। ଏହା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଚମକ ଦେଇଥିଲେ।ଘର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ମାଡ଼ ମାରିଥିଲେ । ଘର ଆଗରେ ବାଣ ଫୁଟାଇ ପାଟିତୁଣ୍ଡ କରିଥିଲେ। ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରତାପ ଜେନା ବର୍ଷିଛନ୍ତି। ସେ […]

ଆଜି ଠାରୁ ଆରମ୍ଭ ହେବ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍ଆ

ଆଜିଠୁ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା ଆକ୍ସନ। ଆଜି ଠାରୁ ଆରମ୍ଭ ହେବ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍। ଓଡ଼ିଶା ପରିବହନ ବିଭାଗ ଏବଂ ପୁଲିସ ମିଳିତ ଭାବେ ଏହି ସ୍ପେଶାଲ ଡ୍ରାଇଭ୍ କରିବେ।ଓଭରସ୍ପିଡିଂ, ଡ୍ରଙ୍କ ଆଣ୍ଡ ଡ୍ରାଇଭ, ହେଲମେଟ୍ ନ ପିନ୍ଧିବା, ଓଭରଲୋଡିଂ ଡ୍ରାଇଭିଂ ଲାଇସେନ୍ସ, RC, PUC କାଗଜପତ୍ର ଏବଂ ଅନ୍ୟାନ୍ୟ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅଭିଯାନ ରାଜ୍ୟର ସମସ୍ତ ଆରଟିଓ ଓ […]

ଗିନିଜ ୱାଲର୍‌ଡ ରେକଡର୍‌ସରେ ଓଡ଼ିଶା ପଖାଳ

ପଖାଳ କେବଳ ଏକ ଆହାର ନୁହେଁ, ବରଂ ଏହା ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପଖାଳ ଦିବସର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା।ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମକାଳୀନ ଖାଦ୍ୟ ‘ପଖାଳ’ର ଲୋକପ୍ରିୟତାକୁ ଆହୁରି ବଢ଼ାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥନିବାସରେ ରାଜ୍ୟସ୍ତରୀୟ ‘ପଖାଳ ପରବ’ ହୋଇଯାଇଛି। କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୮୫୦ କିଲୋଗ୍ରାମ ଚାଉଳରେ ପ୍ରସ୍ତୁତ ୧୧୭୪ କିଲୋଗ୍ରାମର ପଖାଳ ସମସ୍ତଙ୍କୁ ଆକର୍ଷିତ କରିଥିଲା ଓ […]

ମାର୍ଚ୍ଚ ଶେଷ ସପ୍ତାହରେ କାଳବୈଶାଖୀ ନେଇ ଆଲର୍ଟ

ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବ। ଆନ୍ଧ୍ର ଉପକୂଳ ଓ ପାଶ୍ୱବର୍ତ୍ତୀ ୟାନମ ଉପରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଜ୍ରପାତ ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ […]

ଆଜି ପବିତ୍ର ଇଦ୍ ଉଲ ଫିତର

ଆଜି ପବିତ୍ର ଇଦ୍-ଉଲ୍-ଫିତର୍। ମୁସଲମାନଙ୍କ ବଡ଼ ପର୍ବ ଇଦ୍। ସାରା ରାଜ୍ୟରେ ପାଳନ ହେଉଛି ଇଦ୍। ଏନେଇ ଚଳ ଚଞ୍ଚଳ ସମସ୍ତ ମସଜିଦ୍। ମସଜିଦ୍‌ରେ ସମୂହ ନମାଜ ପାଠ ଚାଲିଛି । ମାସେ ଧରି ରମଜାନ ପାଳନ ପରେ ତ୍ୟାଗର ଏହି ପର୍ବ ପାଳନ କରୁଛନ୍ତି ଇସଲାମ ଧର୍ମାବଲମ୍ବୀ। ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଉଛନ୍ତି। ଓଡ଼ିଶାରେ ମଧ୍ୟ ବିଭିନ୍ନ ମସଜିଦରେ ଇଦ୍ ପାଳନ କରାଯାଉଛି। ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ସହ ଇଦ୍ ପାଳନ କରୁଛନ୍ତି ମୁସଲମାନ ସମ୍ପ୍ରଦାୟ। […]

ଆଜିର ରାଶିଫଳ(୨୧ ମାର୍ଚ୍ଚ,୨୦୨୬)

ମେଷଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା […]

LPG ସଙ୍କଟକୁ ନେଇ ସରକାରଙ୍କ ବଡ଼ ବିବୃତ୍ତି: ଦେଶରେ ଏଲପିଜି ସ୍ଥିତି ଏବେବି ଗୁରୁତର ରହିଛି

ଇସ୍ରାଏଲ- ଇରାନ ଯୁଦ୍ଧ ଯୋଗୁ ହୋର୍ମୁଜ ପ୍ରଣାଳୀକୁ ଇରାନ ବନ୍ଦ କରିଥିବାରୁ ବିଶ୍ବର ଅନେକ ଦେଶ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ କେବଳ ୯ଟି ଅଶୋଧିତ ତେଲ ଏବଂ ଗ୍ୟାସର ଜାହାଜ ଅତିକ୍ରମ କରିପାରିଛି। ଏମିତିରେ ଭାରତରେ ମଧ୍ୟ ଏଲପିଜି ଗ୍ୟାସର ଅଭାବ ପରିଲକ୍ଷିତ ହୋଇଛି। ସରକାର କହିଛନ୍ତି ଘରୋଇ ଉପଭୋକ୍ତାଙ୍କ ସୁବିଧା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ଏଥିପାଇଁ ଘରୋଇ ଉପଭୋକ୍ତାଙ୍କ ପାଖରେ ୧୦୦% ଏଲପିଜି ପହଞ୍ଚାଯାଉଛି। ଅବଶ୍ୟ ସ୍ଥିତି ଏବେବି […]