ଆଜିଠୁ ମହଙ୍ଗା ହୋଇଯିବ ଘରୋଇ ବିମାନ ଯାତ୍ରା। ବିମାନ ଭଡ଼ା ଉପରରୁ ‘କ୍ୟାପିଂ’ ହଟାଇଛନ୍ତି ସରକାର। ଆଜିଠୁ ବିମାନ ଭଡ଼ା ମୂଲ୍ୟ ସ୍ଥିର କରିବେ ବିମାନ କମ୍ପାନୀ। ଗତ ଡିସେମ୍ବର ମାସରେ ଇଣ୍ଡିଗୋ ବିମାନ ସେବାରେ ସୃଷ୍ଟି ହୋଇଥିବା ସଙ୍କଟ ଯୋଗୁଁ ଯାତ୍ରୀଙ୍କୁ ଶୋଷଣରୁ ରକ୍ଷା ପାଇଁ ସରକାର ସର୍ବାଧିକ ଭଡ଼ା ୧୮ ହଜାର ସୀମିତ ରଖିଥିଲେ। ବର୍ତ୍ତମାନ ପଶ୍ଚିମ ଏସୀୟ ସଂଘର୍ଷ, ଇନ୍ଧନ ମୂଲ୍ୟ ବୃଦ୍ଧି ଓ ବିମାନ କମ୍ପାନୀଗୁଡ଼ିକର ଆର୍ଥିକ ଚାପକୁ ଦୃଷ୍ଟିରେ ରଖି […]
କଟକ ମଙ୍ଗଳାବାଗ ଥାନା ପରିସରରେ ଯୁବକଙ୍କ ଅତ୍ମହତ୍ୟା ଉଦ୍ୟମ । ଥାନା ଛାତ ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ଅଗ୍ନିଶମ ବାହିନୀ ଦ୍ଵାରା ଯୁବକଙ୍କୁ ଉଦ୍ଧାର କରାଯାଇ ଏସ୍ସିବିରେ ଭର୍ତ୍ତି କରାଯାଇଛି । ତେବେ ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ, ସେ କେମିତି ଏବଂ କେଉଁ ପରିସ୍ଥିତିରେ ଥାନା ଛାତ ଉପରକୁ ଚଢ଼ିଲେ, ତାହା ଜଣାପଡିନାହିଁ। ପୋଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି।
ରାଜ୍ୟରେ କଲବଲ କରିବ କାଳବୈଶାଖୀ । ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି । ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି ଏବଂ କେନ୍ଦୁଝର ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି।କାଳବୈଶାଖୀ ପ୍ରଭାବରେ […]
ନିଲାମ ହେବ ଓଡ଼ିଶାର ୩୪ଟି ଖଣି । ଲୁହାପଥର, ବକ୍ସାଇଟ୍, ଲୁହାପଥର ଓ ମାଙ୍ଗାନିଜ, ଚୂନପଥର, ମାଙ୍ଗାନିଜ, ତମ୍ବା, ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ଖଣି ଓ ସୁନା ଖଣି ଆଦିକୁ ନିଲାମ କରାଯିବ ।ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ୨୦୧୫ ଅନୁସାରେ ୫୦ ବର୍ଷିଆ ଲିଜ୍ ଅବଧି ସହ ଏହି ଖଣିଗୁଡ଼ିକୁ ନିଲାମ କରାଯିବ । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ନିଲାମ ହେବାକୁ ଥିବା […]
ଯାତ୍ରୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ମାନବିକାତର ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଆରପିଏଫ୍ କନଷ୍ଟେବଲ । ଦେବଦୂତ ସାଜିଛନ୍ତି ଏହି ଆର୍ପିଏଫ୍ ଅଧିକାରୀ ଜଣଙ୍କ । ସେ ହେଉଛନ୍ତି କନଷ୍ଟେବଲ ଅଙ୍କୁର ଚୌଧୁରୀ ।ଆଜି ଭୋରୁ ଜଣେ ଯାତ୍ରୀ ନାଗାବଳୀ ଏକ୍ସପ୍ରେସରେ ଚଢ଼ିବା ବେଳେ ଅଚାନକ ଖସିପଡିଥିଲେ। ସେଠାରେ କାର୍ଯ୍ୟରତ କନେଷ୍ଟବଳ ଅଙ୍କୁର ଚୌଧୁରୀ ତୁରନ୍ତ ତାଙ୍କୁ ଧରିନେଇଥିଲେ । ଫଳରେ ଟ୍ରାକରେ ପଡିବାରୁ ବଂଚିଯାଇଥିଲେ ଯାତ୍ରୀ । ଏମିତି ଜୀବନ ବଞ୍ଚାଇବା କାମ କରିବାରେ କନଷ୍ଟେବଲ […]
ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜୁ ଜନତା ଦଳର ନୀତି ଓ ନୈତିକତାକୁ ନେଇ ଟିପ୍ପଣୀ ଦେବା ଜଣେ ପାଗଳର ବାଚଳାମୀ । ରାଜ୍ୟସଭା ନିର୍ବାଚନରେ ପୁଅ ସୌଭିକ ବିଶ୍ୱାଳଙ୍କୁ ଘୋଡ଼ା ବେପାରରେ ସାମିଲ କରାଇ କୋଟି କୋଟି ଟଙ୍କା ହାତେଇ ବିଜେଡି ସୁପି୍ରମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହିତ ଯେଉଁ ବିଶ୍ୱାସ ଘାତକତା କରିଛନ୍ତି, ତାଙ୍କୁ କଟକବାସୀ କେବେ କ୍ଷମା ଦେବେ ନାହିଁ ବୋଲି କହି ବର୍ଷିଛି ବିଜୁ ଜନତା ଦଳ ।ବିଜେଡିକୁ ଅସ୍ଥିର କରିବା […]
କେନ୍ଦ୍ର ସରକାର ଏଲ୍ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍ପିଜିର ଆଉ ୨୦ ପ୍ରତିଶତ ଆବଣ୍ଟନକୁ ଅନୁମତି ଦିଆଯାଇଛି। ଯାହା ମୋଟ୍ ଆବଣ୍ଟନକୁ ୫୦ ପ୍ରତିଶତକୁ ନେଇଯିବ।ଏହି ବର୍ଦ୍ଧିତ ୨୦% ଗ୍ୟାସ୍ ମୁଖ୍ୟତଃ ପ୍ରାଥମିକତା ଭିତ୍ତିରେ ଦିଆଯିବ। ରେଷ୍ଟୁରାଣ୍ଟ, ଢାବା, ହୋଟେଲ,ଶିଳ୍ପ ସଂସ୍ଥାର କ୍ୟାଣ୍ଟିନ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଏବଂ ଦୁଗ୍ଧ ଶିଳ୍ପ,ରାଜ୍ୟ ସରକାର ବା ସ୍ଥାନୀୟ ପ୍ରଶାସନ ଦ୍ୱାରା ଚାଲୁଥିବା ସ୍ୱଳ୍ପମୂଲ୍ୟ […]
lରାୟଗଡ଼:- ତା. ୨୧/୦୩-ଆଜି ମହିଳା ଏବ˚ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଡଃ ମୃଣାଳିନୀ ଦର୍ସ୍ବାଲ, ରାୟଗଡ଼ ଜିଲ୍ଲା ପରିଦର୍ଶନରେ ଆସିଥିଲେ। ପ୍ରଥମେ ସେ ସୁପୋଷିତ ଓଡିଶା ମିଶନ ଜିଲ୍ଲାସ୍ତରୀୟ କର୍ମଶାଳା କୁ ଉଦଘାଟନ କରିଥିଲେ। ମହିଳା ଏବ˚ ଶିଶୁ ବିକାଶ ତରଫରୁ ନୂଆକରି ଆରମ୍ଭ ହୋଇଥିବା ମହିଳା ମାନଙ୍କ ସୁରକ୍ଷା ସମୃଦ୍ଧି ଏବ˚ ଅର୍ଥନୈତିକ ପ୍ରଗତି ପାଇଁ ରାଜ୍ୟ ମହିଳା ହବ ଏବ˚ ଜିଲ୍ଲା ମହିଳା ହବ ଗଠନ ହୋଇଥିବା ସ˚ପର୍କରେ ସମ୍ୟକ […]
ବିଜେଡି ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ। ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ଵିପ୍ ଅବମାନନା କରି କ୍ରସ ଭୋଟିଂ କରିଥିବା ଛଅ ବିଧାୟକଙ୍କୁ କଲେ ସସପେଣ୍ଡ। ଛଅ ବିଧାୟକ ହେଉଛନ୍ତି ସୌରଭିକ ବିଶ୍ଵାଳ, ଦେବୀରଞ୍ଜନ ତ୍ରିପାଠୀ, ସୁବାସିନୀ ଜେନା, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ ଏବଂ ଚକ୍ରମଣି କହଁର। ସୂଚନାମୁତାବକ, ବିଜେଡିର ୮ ଜଣ ବିଧାୟକ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ । ତା ଭିତରୁ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ […]
ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ । ତାତିକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ବାବଦରେ ନିଷ୍ପତ୍ତି ନିଆଯିବ । ଏ ନେଇ ବୈଠକ ବସିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୈଠକରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଯୋଗଦେବେ । ଏହି ବୈଠକରେ ଖରାକୁ ଦେଖି ସକାଳୁଆ ସ୍କୁଲ କେବେଠୁ ହେବ ସେ ବାବଦରେ ନିଷ୍ପତ୍ତି ନିଆଯିବ । ସକାଳୁଆ ସ୍କୁଲ ନେଇ ସୂଚନା ଦେଇଛନ୍ତି ବିଦ୍ଯାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । […]
ଆମେରିକା ଓ ଇସ୍ରାଏଲ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି । ଆଜି ଏହି ଦୁଇଟି ଦେଶ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଏୟାରଷ୍ଟ୍ରାଇକ୍ କରିଛନ୍ତି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ରେଡିଓ ଆକ୍ଟିଭ ଲିକ୍ ହୋଇନାହିଁ । ଏହି ଅଞ୍ଚଳ ଓ ଆଖପାଖର ଲୋକଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି କୁହାଯାଇଛି । ବୋମାମାଡ଼ ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ହୋଇ ରହିଛନ୍ତି ।ସୂଚନାଯୋଗ୍ୟ ଯେ, ଗତବର୍ଷ […]
ଉତ୍ତରପ୍ରଦେଶ ସୋନହା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବାସମଜାକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବିବାଦ ଏତେ ବଢିଥିଲା କି ପୁଲିସ୍କୁ ମାମଲାର ସମାଧାନ କରିବାକୁ ପଡିଥିଲା । ଜଣେ ମହିଳା ସନ୍ଧ୍ୟାରେ ରାତ୍ରୀ ଭୋଜନ କରିବାକୁ ତାଙ୍କ ରୋଷେଇ ଘରେ ପ୍ରବେଶ କରିଥିଲେ । ସେତେବେଳେ ସିଙ୍କରେ ବାସନ ପଡ଼ିଥିବା ଦେଖି ସେ ତାଙ୍କ ସ୍ୱାମୀଙ୍କ ଉପରେ ରାଗି ଯାଇଥିଲେ । ସେ ତାଙ୍କ ସ୍ୱାମୀଙ୍କ ସହିତ ଝଗଡ଼ା […]
