୧୧ଟି ଦେଶକୁ ବିମାନ ଯାତ୍ରା କରନାହିଁ: DGCAର ଆଡଭାଇଜରି

ମଧ୍ୟପ୍ରାଚ୍ୟରେ ଅଶାନ୍ତ ସ୍ଥିତି ମଧ୍ୟରେ ବିମାନ ସେବା ବହୁଳ ଭାବେ ପ୍ରଭାବିତ ହୋଇଛି । ଏହା ସହିତ ବିଭିନ୍ନ ମଧ୍ୟପ୍ରାଚ୍ୟ ଦେଶଗୁଡିକରେ ଇରାନର ଆକ୍ରମଣ ଯୋଗୁଁ ବିମାନ ସେବା ଜାରି ରଖିବା କଷ୍ଟକର ହୋଇପଡିଛି । ଏନେଇ ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ସିଭିଲ ଆଭିଏସନ୍ ବା DGCA ପକ୍ଷରୁ ମଧ୍ୟପ୍ରାଚ୍ୟରେ ୧୧ଟି ଆକାଶମାର୍ଗକୁ ନ କରିବାକୁ ବିମାନ ପରିଚାଳନା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।ଆମେରିକୀୟ ଏବଂ ଇସ୍ରାଏଲୀ ଉପରେ ସମ୍ଭାବ୍ୟ ଆକ୍ରମଣ ସମେତ ବିଭିନ୍ନ ବିପଦ ବିଷୟରେ […]

ଆଜି ମାର୍ଚ୍ଚ 20, ବିଶ୍ବ ପଖାଳ ଦିବସ । ଭୁବନେଶ୍ବରରେ ପଖାଳରେ ବିଶ୍ବ ରେକର୍ଡ ପାଇଁ ପ୍ରଚେଷ୍ଟା

ପଖାଳ ପର୍ବ ଉପଲକ୍ଷେ ପାନ୍ଥ ନିବାସରେ କରାଯାଇଛି ଭବ୍ୟ ଆୟୋଜନ । ପ୍ରଥମ ଥର ପାଇଁ ଗୋଟିଏ ପାତ୍ରରେ ୮୦୦-୮୫୦ କିଲୋର ପଖାଳ ପ୍ରସ୍ତୁତ କରି ବିଶ୍ୱ ରେକର୍ଡ ପାଇଁ ଚେଷ୍ଟା କରାଯିବ । ଏଥିସହ ଆମିଷ ଓ ନିରାମିଷର ୩୬୫ ପ୍ରକାର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହେବ । ଏହି ରେକର୍ଡ ପାଇଁ ଏକାଠି ହୋଇଛନ୍ତି ICAR, IHM, OTDC । ପଖାଳ ଦିବସ ପାଇଁ ଚଳିତ ବର୍ଷ ଭୁବନେଶ୍ଵର ସ୍ଥିତ ପାନ୍ଥନିବାସରେ ଆୟୋଜିତ ହୋଇଛି […]

ଆଜି ପଖାଳ ଦିବସ । ସବୁଠି ଜମିବ ପଖାଳର ଆସର

ପଖାଳ ! ଓଡ଼ିଆ ଜୀବନରେ ଏହା କେବଳ ଏକ ଖାଦ୍ୟ ନୁହେଁ, ଏହା ଏକ ଭାବନା, ଏକ ପରିଚୟ ଓ ଏକ ଆବେଗ । ପଖାଳକୁ ଓଡ଼ିଆ ଜାତିର ଆତ୍ମାର ସ୍ୱାଦ ମଧ୍ୟ କୁହାଯାଏ । ଏପରିକି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ପଖାଳ ଭୋଗ ଲାଗେ, ଯାହା ଏହାର ସାମ୍ପ୍ରଦାୟିକ ଓ ଧାର୍ମିକ ଗୁରୁତ୍ୱକୁ ଆଉ ବଢ଼ାଇଦିଏ ।ବିଶେଷ କରି ଓଡ଼ିଶାର ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖିବା ପାଇଁ ପଖାଳର […]

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ।ଆସନ୍ତାକାଲି ପାଇଁ 19 ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ ଓ ପାର୍ଶ୍ୱବର୍ତ୍ତୀ ୟାନମ୍ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପ୍ରଭାବରେ ଆଗାମୀ 7 ଦିନ ଯାଏଁ ରାଜ୍ୟରେ ବର୍ଷା ହେବା ସମ୍ଭାବନା ରହିଛି ।ଆସନ୍ତା 24 ଘଣ୍ଟାରେ ନୂଆପଡା, ବଲାଙ୍ଗୀର, କନ୍ଧମାଳ ଓ ଗଞ୍ଜାମରେ ବିଜୁଳି ଘଡଘଡି ସହ 50ରୁ 60 କି.ମି ଝଡ ପବନ ଓ କୁଆପଥର ବର୍ଷା ସମ୍ଭାବନା ରହିଥିବା ବେଳେ ଏହି 4 […]

ଚାରି ଜଣ ଯୁବତୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା । ଚପଲରେ ସେକିଲେ ଯୁବତୀ

ଚାରି ଜଣ ଯୁବତୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା । ଯୁବକଙ୍କୁ ଚପଲରେ ସେକିବା ପରେ ପୋଲିସରେ ଦେଲେ ଜିମା । ଯୁବତୀ ମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ ମାରିବା ସମ୍ପୃକ୍ତ ଯୁବକ ୨ ଜଣଙ୍କୁ ଭାରି ମହଙ୍ଗା ପଡିଛି। ସୂଚନାମୁତାବକ ବାଲେଶ୍ବର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଚକ ସରବଣୀ ଗ୍ରାମର ୪ ଜଣ ଯୁବତୀ ଗତ ମଙ୍ଗଳବାର ସନ୍ଧ୍ୟାରେ କମ୍ପ୍ୟୁଟର ଶିକ୍ଷା ପାଇଁ ଚନ୍ଦନେଶ୍ବର ସ୍ଥିତ ଏକ କମ୍ପ୍ଯୁଟର ସେଣ୍ଟରକୁ […]

SIR କାର୍ଯ୍ୟରେ ଅବହେଳା;ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଫେଜ୍‌-୨ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସସ୍‌ପେଣ୍ଡ

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟରେ ଅବହେଳା ପାଇଁ ଗୁରୁବାର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚଞ୍ଚଳ ରାଣା ନେଇଛନ୍ତି। ସେ ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର, ଫେଜ୍–୨ ରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଥିଲେ।ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର, ଫେଜ୍-୨ ରେ କାର୍ଯ୍ୟରତ ରଶ୍ମୀ ସାହୁଙ୍କୁ ବୁଥ୍ ସ୍ତରୀୟ ଅଧିକାରୀ (BLO) ଭାବେ ନିଯୁକ୍ତ କରାଯାଇଥିଲା। ସୂଚନାମୁତାବକ ଏପ୍ରିଲ ୧ ରୁ ରାଜ୍ୟରେ ଆରମ୍ଭ […]

ଦିଲ୍ଳୀପ ରାୟଙ୍କୁ ଭୋଟ ଦେଇଛି : ସୁବାସିନୀ

ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧରେ ଯାଇ କ୍ରସ୍‌ ଭୋଟିଂ କରିଥିବା ବିଧାୟିକା ସୁବାସିନୀ ଜେନା ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଁ ଆମ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭୋଟ ଦେଇଛି। ମୁଁ ଗୋଟିଏ ଭୋଟ ସଂତୃପ୍ତ ମିଶ୍ରଙ୍କୁ ଓ ଦ୍ବିତୀୟ ଭୋଟଟି ଦିଲ୍ଲୀପ ରାୟଙ୍କୁ ଦେଇଛି। ଦିଲ୍ଲୀପ ରାୟଙ୍କୁ ବିବେକାନୁମୋଦିତ ଭୋଟ୍‌ ଦେଇଥିବା ସୁବାସିନୀ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି, ମୋ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସହିତ ମୋର ଲଢ଼େଇ। ତେଣୁ […]

ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ୁଥିବାବେଳେ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ହୋଇଥିବା ନେଇ ସନ୍ଦେହ କରାଯାଉଛି। ସୂଚନାମୁତାବକ ଭୁବନ ଥାନା ଅଞ୍ଚଳର କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଛାତ୍ରୀ ଜଣଙ୍କ ବୁଧବାର କଲେଜରେ ଗୋଟିଏ ସିଟିଂ ପରୀକ୍ଷା ସାରି ଆଉ ଘରକୁ ଫେରିନଥିଲେ । […]

ସର୍ବାଦଳୀୟ ବୈଠକ ଫେଲ୍, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧୀ

ଏସସିବି ଅଗ୍ନିକାଣ୍ଡ ଯୋଗୁଁ ରାଜ୍ୟ ରାଜନୀତି ସରଗରମ। ଉଠୁଛି ପଡ଼ୁଛି ବିଧାନସଭା। ବିରୋଧୀଙ୍କ ହଟ୍ଟଗୋଳରେ ଚାଲି ପାରୁନି ଗୃହ। ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ। ମନ୍ତ୍ରୀ ଇସ୍ତଫା ନଦେଲେ ଯାଏଁ ଗୃହ ଚଲାଇ ଦେବେନି ବୋଲି ଚରମବାଣୀ ଶୁଣାଇଛନ୍ତି ବିଜେଡି ସଦସ୍ୟ। ଏହାରି ଭିତରେ ଗୃହକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ସୁରୁମା ପାଢ଼ୀ। ହେଲେ ବାଚସ୍ପତିଙ୍କ ସମସ୍ତ ଆଲୋଚନା ବିଫଳ ହୋଇଛି। ସର୍ବଦଳୀୟ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ […]

 ଡାଲମାରୁ ବାହାରିଲା ମଲା ସାପ । ବିଷାକ୍ତ ସାପ ଡାଲମା ଖାଇ ୪୦ ଅସୁସ୍ଥ

ଭାଗବତ ସପ୍ତାହରେ ଚାଲିଥିଲା ଭୋଜିଭାତ, ଆଉ ଏପଟେ ଡାଲମାରେ ପଡ଼ିଯାଇଥିଲା ବିଷାକ୍ତ ସାପ, ଆଉ ଏହି ବିଷାକ୍ତ ସାପ ମିଶା ଡାଲମା ଖାଇ ୪୦ ରୁ ଅଧିକ ଲୋକ ଏବେ ମେଡିକାଲରେ ପଡ଼ିଛନ୍ତି ।ସୂଚନା ଥାଉକି, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମୁ୍ୟନିସିପାଲିଟିର ୧୦ ନଂ ୱାର୍ଡରେ ଚାଲିଥିଲା ଭାଗବତ ସପ୍ତାହ । ଏହି ଅଵସରରେ ୪୦୦ ଲୋକଙ୍କ ପ୍ରସାଦ ସେବନ ଲାଗି ଖାଦ୍ୟ ରନ୍ଧା ହୋଇଥିଲା । ହେଲେ ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ […]

CPET ପରୀକ୍ଷା ପାଇଁ ମାର୍ଚ୍ଚ ୨୨ ଯାଏ କରିପାରିବେ ଆବେଦନ

Common PG Entrance Test (CPET) ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମାକୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମସୟସୀମା ଅନୁସାରେ, CPET ପରୀକ୍ଷା ଆବେଦନ ପାଇଁ ମାର୍ଚ୍ଚ ୧୮ ତାରିଖ ଶେଷ ତାରିଖ ରହିଥିଲା। କିନ୍ତୁ, ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆବେଦନର ସମୟସୀମାକୁ ବୃଦ୍ଧି କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।CPET ପରୀକ୍ଷା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ […]

Scb tragedy: ତଳିଆ କର୍ମଚାରୀଙ୍କୁ ହଟାଇ ଖସିଯିବାକୁ ଚେଷ୍ଟା କରୁଛି ସରକାର -ସଂତୃପ୍ତ ମିଶ୍ର

ଏସସିବି ମେଡିକାଲ ପରିଚାଳନାର ଉତ୍ତର ଦାୟିତ୍ୱ କାହାର ? ଏ ପ୍ରଶ୍ନ କରିଛନ୍ତି ନବ ନିର୍ବାଚିତ ସାଂସଦ ଡଃ ସଂତୃପ୍ତ ମିଶ୍ର । ସେ କହିଛନ୍ତି କେବଳ କିଛି ତଳିଆ କର୍ମଚାରୀ ଅବା ଅଧିକାରୀଙ୍କୁ ସସ୍ପେଣ୍ଡ କରି ସରକାର ନିଜ ମୁଣ୍ଡରୁ ଦାୟିତ୍ୱ ହଟାଇ ପାରିବେ ନାହିଁ | ବିଧାନସଭାରେ ବିଜେଡି ସରକାରଙ୍କୁ ଘେରିବା ପରେ ସରକାର ଏଭଳି ତରବରିଆ ପଦକ୍ଷେପ ନେଇଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବ କିମ୍ବା ଏସସିବି ଅଧିକ୍ଷକ କାହିଁକି ଉତ୍ତରଦାୟୀ ହେବେନାହିଁ […]