ଆଜି ହେଉଛି ବିଜୁ ପଟ୍ଟନାୟକଙ୍କର ଜନ୍ମ ଜୟନ୍ତୀ

ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ(Birth Anniversary of Biju Patnaik)ଙ୍କର ଜନ୍ମ ଜୟନ୍ତୀ । ବିଜୁ ବାବୁ ୧୯୧୬, ମାର୍ଚ୍ଚ ୫ ରେ କଟକରେ ଜନ୍ମ ଗ୍ରହଣ କରିଥିଲେ । । ୧୯୧୬ ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ । ଦୀର୍ଘ ୮୧ ବର୍ଷର ଜୀବନ କାଳ ମଧ୍ୟରେ ଓଡିଶାକୁ ଦେଇଥିଲେ ନୂଆ ରୂପ। ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ପାଇଲଟ୍‌, ସଫଳ ଶିଳ୍ପପତି, ବିଚକ୍ଷଣ ରାଜନୀତିଜ୍ଞ, ଦୂରଦ୍ରଷ୍ଟା, ସ୍ବାଭିମାନୀ, […]

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ।ଯେଉଁଥି ଲାଗି ବଡ଼ଦେଉଳରେ ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଗୁରୁବାର ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଡ଼ଠାକୁରଙ୍କ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । ଯେଉଁଥିଲାଗି ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ବନ୍ଦ […]

ଆଜି ରାଜ୍ୟସଭା ପାଇଁ ନାମାଙ୍କନ, ୪ ଆସନ ପାଇଁ ୫ ପ୍ରାର୍ଥୀ

ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟ ସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ। ଓଡ଼ିଶାରୁ ଏଥର ୪ ପ୍ରାର୍ଥୀ ରାଜ୍ୟ ସଭାକୁ ଯିବେ।ରାଜ୍ୟସଭା ୪ ଆସନ ପାଇଁ ଉଭୟ ଶାସକ ଦଳ ଓ ବିରୋଧୀ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି । ଚତୁର୍ଥ ଆସନ ପାଇଁ ବି ଦୁଇ ଜଣଙ୍କ ନାଁ ସ୍ପଷ୍ଟ ହୋଇ ସାରିଛି ।ବିଜେପିରୁ ମନମୋହନ ସାମଲ, ସୁଜିତ୍ କୁମାର ବିଜେଡିରୁ ସଂତୃପ୍ତ ମିଶ୍ର , କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର […]

ପର୍ବ ଦେଖିବାକୁ ଯାଇଥିବା ବେଳେ ଯୋଡାରେ ମହିଳାଙ୍କୁ ଗଣବଳାତ୍କାର

କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣବଳାତ୍କାର । ଏହି ଘଟଣାରେ ମଙ୍ଗଳବାର ଦିନ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ, ଗତ ୨୦ ଫେବୁଆରୀ ମାସରେ ପୀଡିତା ତାଙ୍କ ଛୁଆଙ୍କ ସହ ବିଲେଇପଦା ଭାଗଲପୁର ଗ୍ରାମରେରେ ଚାଲିଥିବା ମାଘେ ପର୍ଵର ଆଦିବାସୀ ପାରମ୍ପରିକ ନୃତ୍ୟ ଦେଖିବା ପାଇଁ ଯାଇଥିଲେ । ତେବେ ରାତି ପ୍ରାୟ ୯ ଘଟିକା ସମୟରେ ଅଭିଯୁକ୍ତ ବାସୁଦେବ ଘରକୁ ଛାଡ଼ିଦେବି କହି ପୀଡିତା ମହିଳା […]

ବିଶୃଂଖଳ ଆଚରଣ ଓ ସେବାପୂଜାରେ ବିଳମ୍ବ ପାଇଁ ତିନି ସେବକଙ୍କୁ କୈଫିୟତ୍ ତଲବ

ଗତ ୨୮ ଫେବୃଆରୀ ତାରିଖରେ ସେବା ପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନି ଜଣ ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ କୈଫିୟତ୍ ତଲବ କରିଛନ୍ତି ।ଶ୍ରୀ ରାମକୃଷ୍ଣ ଖୁଣ୍ଟିଆ, ଅନ୍ୟ ଜଣେ ପାଳିଆ ଖୁଣ୍ଟିଆ ସେବକଙ୍କ ଖଟଣିଆ ଭାବେ ପାଳି ଖଟିଥିବା ସତ୍ତ୍ୱେ, ନିର୍ଦ୍ଦିଷ୍ଟ ନୀତି ସମ୍ପାଦନରେ ଅହେତୁକ ବିଳମ୍ବ କରିବା ସହ କର୍ତ୍ତବ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ସହ ଅଶୋଭନୀୟ ବ୍ୟବହାର କରିଥିବା ଅଭିଯୋଗ ରହିଛି ।  […]

ଯୁଦ୍ଧ ଭିତରେ ବଦଳିଲା ଇରାନର  ଶାସନ ଭାର,ଇରାନର ନୂଆ ‘ସୁପ୍ରିମ୍ ଲିଡର’ ହେଲେ ମୋଜତାବା

ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ରାଜନୀତିରେ ଏକ ବଡ଼ ଧରଣର ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଖାମେନେଇଙ୍କ ପୁଅ ମୋଜତାବାଙ୍କ ହାତକୁ ଗଲା ଦେଶର ଶାସନ ଡୋରି । ବାପାଙ୍କ ପରେ ଏବେ ପୁଅ । ଇରାନର ନୂଆ ‘ସୁପ୍ରିମ୍ ଲିଡର’ ହେଲେ ମୋଜତାବା । ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ତାଙ୍କ ଦ୍ୱିତୀୟ ପୁଅ ୫୬ ବର୍ଷିୟ ମୋଜତାବା ହୁସେନି ଖାମେନେଇ ଇରାନର […]

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ୟୁଏଇରେ କଣ୍ଟ୍ରୋଲ ରୁମ୍ ଖୋଲିଲା ଭାରତ

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି ଏବଂ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି। ପଶ୍ଚିମ ଏସିଆ ଏବଂ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ (MEA) ବୁଧବାର ସ୍ପେଶାଲ କଣ୍ଟ୍ରୋଲ ରୁମ୍ କରିଛି । ଏହି କଣ୍ଟ୍ରୋଲ ରୁମ୍ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲୁ ରହିବ । ଭାରତୀୟ ନାଗରିକମାନଙ୍କୁ ସହାୟତା କରିବା ଏହାର […]

ଇରାନୀୟ ଜାହାଜକୁ ଆକ୍ରମଣ: ୧୦୧ ନିଖୋଜ, ୭୮ ଆହତ

ଶ୍ରୀଲଙ୍କା ସମୁଦ୍ରରେ ଇରାନ ଯୁଦ୍ଧ ଜାହାଜ ଉପରେ ସବ୍ ମେରିନ୍ ଆକ୍ରମଣରେ ୧୦୧ ନୌସୈନିକ ନିଖୋଜ ଓ ୭୮ ଆହତ । ସବ୍ ମେରିନ୍ ମାଡ଼ରେ ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ ‘ଇରିସ୍ ଦେନା ‘। ଯାହା ଭାରତର ବିଶାଖାପାଟନମରେ ମିଲାନ୍ ୨୦୨୬ ବହୁରାଷ୍ଟ୍ରୀୟ ନୌସେନା ଅଭ୍ୟାସରେ ଅଂଶଗ୍ରହଣ କରି ଇରାନ ଫେରୁଥିଲା। କୁହାଯାଉଛି ଯେ ଏଥିରେ ପ୍ରାୟ ୧୮୦ ଜଣ ଲୋକ ଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ଇରାନୀ ଜାହାଜରୁ ଏକ […]

ରାଜ୍ୟସଭା ଯିବେ ନୀତିଶ କୁମାର ! କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ ?

ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ଆଲୋଚନା ହେଉଛି। ନୀତୀଶ କୁମାର ରାଜ୍ୟ ସଭା ଏମ୍‌ପି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିବ।ଆଜି ପାଟନାରେ ଏନଡିଏ ବିଧାୟକଙ୍କ ବୈଠକ ଏହି ସମୀକରଣ ଉପରେ ଚୂଡ଼ାନ୍ତ ମୋହର ବାଜିପାରେ। ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ସଭାପତି ସଞ୍ଜୟ ଝା ଆଜି ସକାଳେ ଦିଲ୍ଲୀରୁ ପାଟନା ପହଞ୍ଚିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ […]

ଦିଲ୍ଲୀପ ରାୟଙ୍କୁ କୌଣସି ସାହାର୍ଯ୍ୟ କରିବେନି କହିଲେ ଭକ୍ତ

ପିସିସି ସଭାପତି ଭକ୍ତ ଦାସଙ୍କ ସହ କଥା ହେଲେ ଦିଲ୍ଲୀପ ରାୟ । ଫୋନରେ କଥା ହୋଇଛନ୍ତି କହିଲେ ଭକ୍ତ ଦାସ । ସେ ପ୍ରତିକ୍ରିୟା ରଖି କହିଛନ୍ତି, ସେ ମୋର ବନ୍ଧୁ, ଶେଷ ମୂହୂର୍ତ୍ତରେ କାହିଁକି ସ୍ୱାଧୀନ ପାର୍ଥି ହେଲେ ଜାଣିନି । ମୁଁ ପୂର୍ବରୁ ତାଙ୍କୁ କହିଥିଲି ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହେବାକୁ , କିନ୍ତୁ ସେ କିଛି ଉତ୍ତର ଦେଇନଥିଲେ, କିନ୍ତୁ ଏବେ ସ୍ୱାଧୀନ ପ୍ରାର୍ଥୀ ହେଉଛନ୍ତି । ଶେଷ ମୂହୁର୍ତ୍ତରେ […]

ଆସନ୍ତା ମାର୍ଚ୍ଚ ୭ରୁ ୯ ତାରିଖ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା

ଆସୁଛି କାଳବୈଶାଖୀ ବର୍ଷା । ଆସନ୍ତା ମାର୍ଚ୍ଚ ୭ରୁ ୯ ତାରିଖ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଶେଷ କରି ଉପକୂଳ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ଦେଖାଦେଇପାରେ । ଏବେ କିଛି ଦିନ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ କହିଛି । କିନ୍ତୁ ଆଗାମୀ ଦିନରେ ଉଭୟ ଦିନ ରାତ୍ରି ତାପମାତ୍ରା ବଢିବା ସହ ମାର୍ଚ୍ଚ […]

ପୁରୀରେ ହୋଲି ଖେଳିଲେ ଜାପାନୀ ପର୍ଯ୍ୟଟକ

ଶ୍ରଦ୍ଧା ଆଉ ଭକ୍ତିର ସହର ପୁରୀ ଜଗନ୍ନାଥ ଧାମ ।ଏ ମାଟିରେ ଖୁସିର ପର୍ବ ହୋଲିକୁ ବିଦେଶୀ ପର୍ଯ୍ୟଟକ ବି ବେଶ ଧୁମଧାମରେ ପାଳିଛନ୍ତି । ବିଶେଷ କରି ସୁଦୂର ଜାପାନରୁ ଆସିଥିବା ପର୍ଯ୍ୟଟକମାନେ ଆଜି ଏହି ହୋଲି ପର୍ବକୁ ପାଳନ କଲାବେଳେ ବିଭୋର ହୋଇ ପଡିଥି୍ଲେ । ବିଦେଶ ମାଟିରେ ବିଦେଶୀ ମଣିଷଙ୍କ ସହ ବିଦେଶୀ ପର୍ବ ହୋଲିକୁ ବେଶ୍ ଉପଭୋଗ କରୁଥିଲେ ଏଇ ଜାପାନୀମାନେ । ପୁରୀର ଇଣ୍ଡିଆ-ଜାପାନ୍ ଫ୍ରେଣ୍ଡସିପ ସେଣ୍ଟର ପକ୍ଷରୁ ଆଜି […]