ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ । ବିଜେଡି ପ୍ରାର୍ଥୀ ସହ ସଂତୃପ୍ତ ମିଶ୍ର ଭରିଲେ ନାମାଙ୍କନ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଦାସ ଏକାଠି ବସିଛନ୍ତି ।କକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା କାଡାମ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଅଛନ୍ତି । ବିଜେଡିର ମଧ୍ୟ କିଛି ବିଧାୟକ ନାମାଙ୍କନ ଭରିବା କକ୍ଷରେ ଉପସ୍ଥିତ ଅଛନ୍ତି ।ରାଜ୍ୟସଭା ୪ ଆସନ ପାଇଁ ଉଭୟ ଶାସକ ଦଳ ଓ ବିରୋଧୀ […]
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି। ତାଙ୍କର ହୃଦ୍ରୋଗ ସମସ୍ୟା ଥିବାରୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ଡାକ୍ତରମାନେ ତାଙ୍କର ଆଞ୍ଜିଓଗ୍ରାଫି କରିଥିବାବେଳେ ଅନ୍ୟ ଚିକିତ୍ସା ବି କରିଥିଲେ।ହୃଦରୋଗ ସମସ୍ୟା ପାଇଁ ସେ ଗତ ମଙ୍ଗଳବାର ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଗୁରୁବାର ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ମନ୍ତ୍ରୀଙ୍କ ଅସୁସ୍ଥତା ଖବର ପାଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯିବା ସହ ତାଙ୍କର […]
ଗତ ୨୪ ଘଣ୍ଟା ଧରି ବିହାର ମୁଖ୍ୟମନ୍ତ୍ରୀ ନୀତଶ କୁମାରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଛି । କୁହାଯାଉଥିଲା ଯେ ସେ ତାଙ୍କ ପଦରୁ ଇସ୍ତଫା ଦେବେ ଓ ରାଜ୍ୟସଭା ଯିବେ । ଏହି କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପକାଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ବିବୃତ୍ତି ଏବେ ପ୍ରକାଶ ପାଇଛି ।ସେ ସୋସିଆଲ ମିଡିଆରେ କହିଛନ୍ତି, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିରନ୍ତର ଭାବରେ ଲୋକଙ୍କର ବିଶ୍ୱାସ ଏବଂ ସମର୍ଥନ ବଜାୟ ରଖିଛି। ସେହି […]
ହୋଲିରେ ଭୁବନେଶ୍ବରରେ ଜମିଲା ଆମିଷ ବେପାର । ହୋଲିରେ ରାଜଧାନୀବାସୀ ଖାଇଲେ ୮ କୋଟିର ଆମିଷ ।ସୂଚନାମୁତାବକ ହୋଲିରେ ୬୦ ଟନ୍ରୁ ଅଧିକ ଖାସି ମାଂସ ବିକ୍ରି ହୋଇଛି। ଖାସି ମାଂସ କେଜି ପିଛା ୮୫୦ରୁ ୯ଶହ ଟଙ୍କାରେ ବିକ୍ରି ହୋଇଥିବାବେଳେ ମୋଟ୍ ୩ କୋଟି ୨ ଲକ୍ଷ ୪୦ ହଜାର ଟଙ୍କାର ଖାସି ମାଂସ ବିକ୍ରି କରାଯାଇଛଇ। ସେହିପରି ୩ କୋଟି ୩୬ ଲକ୍ଷ ୬୫ ହଜାର ଟଙ୍କାର ଚିକେନ୍ ମଧ୍ୟ ବିକ୍ରି ହୋଇଛି। ମାଛ […]
ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ(Birth Anniversary of Biju Patnaik)ଙ୍କର ଜନ୍ମ ଜୟନ୍ତୀ । ବିଜୁ ବାବୁ ୧୯୧୬, ମାର୍ଚ୍ଚ ୫ ରେ କଟକରେ ଜନ୍ମ ଗ୍ରହଣ କରିଥିଲେ । । ୧୯୧୬ ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ । ଦୀର୍ଘ ୮୧ ବର୍ଷର ଜୀବନ କାଳ ମଧ୍ୟରେ ଓଡିଶାକୁ ଦେଇଥିଲେ ନୂଆ ରୂପ। ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ପାଇଲଟ୍, ସଫଳ ଶିଳ୍ପପତି, ବିଚକ୍ଷଣ ରାଜନୀତିଜ୍ଞ, ଦୂରଦ୍ରଷ୍ଟା, ସ୍ବାଭିମାନୀ, […]
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ।ଯେଉଁଥି ଲାଗି ବଡ଼ଦେଉଳରେ ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଗୁରୁବାର ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଡ଼ଠାକୁରଙ୍କ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । ଯେଉଁଥିଲାଗି ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ବନ୍ଦ […]
ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟ ସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ। ଓଡ଼ିଶାରୁ ଏଥର ୪ ପ୍ରାର୍ଥୀ ରାଜ୍ୟ ସଭାକୁ ଯିବେ।ରାଜ୍ୟସଭା ୪ ଆସନ ପାଇଁ ଉଭୟ ଶାସକ ଦଳ ଓ ବିରୋଧୀ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି । ଚତୁର୍ଥ ଆସନ ପାଇଁ ବି ଦୁଇ ଜଣଙ୍କ ନାଁ ସ୍ପଷ୍ଟ ହୋଇ ସାରିଛି ।ବିଜେପିରୁ ମନମୋହନ ସାମଲ, ସୁଜିତ୍ କୁମାର ବିଜେଡିରୁ ସଂତୃପ୍ତ ମିଶ୍ର , କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର […]
କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣବଳାତ୍କାର । ଏହି ଘଟଣାରେ ମଙ୍ଗଳବାର ଦିନ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ, ଗତ ୨୦ ଫେବୁଆରୀ ମାସରେ ପୀଡିତା ତାଙ୍କ ଛୁଆଙ୍କ ସହ ବିଲେଇପଦା ଭାଗଲପୁର ଗ୍ରାମରେରେ ଚାଲିଥିବା ମାଘେ ପର୍ଵର ଆଦିବାସୀ ପାରମ୍ପରିକ ନୃତ୍ୟ ଦେଖିବା ପାଇଁ ଯାଇଥିଲେ । ତେବେ ରାତି ପ୍ରାୟ ୯ ଘଟିକା ସମୟରେ ଅଭିଯୁକ୍ତ ବାସୁଦେବ ଘରକୁ ଛାଡ଼ିଦେବି କହି ପୀଡିତା ମହିଳା […]
ଗତ ୨୮ ଫେବୃଆରୀ ତାରିଖରେ ସେବା ପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନି ଜଣ ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ କୈଫିୟତ୍ ତଲବ କରିଛନ୍ତି ।ଶ୍ରୀ ରାମକୃଷ୍ଣ ଖୁଣ୍ଟିଆ, ଅନ୍ୟ ଜଣେ ପାଳିଆ ଖୁଣ୍ଟିଆ ସେବକଙ୍କ ଖଟଣିଆ ଭାବେ ପାଳି ଖଟିଥିବା ସତ୍ତ୍ୱେ, ନିର୍ଦ୍ଦିଷ୍ଟ ନୀତି ସମ୍ପାଦନରେ ଅହେତୁକ ବିଳମ୍ବ କରିବା ସହ କର୍ତ୍ତବ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ସହ ଅଶୋଭନୀୟ ବ୍ୟବହାର କରିଥିବା ଅଭିଯୋଗ ରହିଛି । […]
ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ରାଜନୀତିରେ ଏକ ବଡ଼ ଧରଣର ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଖାମେନେଇଙ୍କ ପୁଅ ମୋଜତାବାଙ୍କ ହାତକୁ ଗଲା ଦେଶର ଶାସନ ଡୋରି । ବାପାଙ୍କ ପରେ ଏବେ ପୁଅ । ଇରାନର ନୂଆ ‘ସୁପ୍ରିମ୍ ଲିଡର’ ହେଲେ ମୋଜତାବା । ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ତାଙ୍କ ଦ୍ୱିତୀୟ ପୁଅ ୫୬ ବର୍ଷିୟ ମୋଜତାବା ହୁସେନି ଖାମେନେଇ ଇରାନର […]
ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି ଏବଂ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି। ପଶ୍ଚିମ ଏସିଆ ଏବଂ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ (MEA) ବୁଧବାର ସ୍ପେଶାଲ କଣ୍ଟ୍ରୋଲ ରୁମ୍ କରିଛି । ଏହି କଣ୍ଟ୍ରୋଲ ରୁମ୍ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲୁ ରହିବ । ଭାରତୀୟ ନାଗରିକମାନଙ୍କୁ ସହାୟତା କରିବା ଏହାର […]
ଶ୍ରୀଲଙ୍କା ସମୁଦ୍ରରେ ଇରାନ ଯୁଦ୍ଧ ଜାହାଜ ଉପରେ ସବ୍ ମେରିନ୍ ଆକ୍ରମଣରେ ୧୦୧ ନୌସୈନିକ ନିଖୋଜ ଓ ୭୮ ଆହତ । ସବ୍ ମେରିନ୍ ମାଡ଼ରେ ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ ‘ଇରିସ୍ ଦେନା ‘। ଯାହା ଭାରତର ବିଶାଖାପାଟନମରେ ମିଲାନ୍ ୨୦୨୬ ବହୁରାଷ୍ଟ୍ରୀୟ ନୌସେନା ଅଭ୍ୟାସରେ ଅଂଶଗ୍ରହଣ କରି ଇରାନ ଫେରୁଥିଲା। କୁହାଯାଉଛି ଯେ ଏଥିରେ ପ୍ରାୟ ୧୮୦ ଜଣ ଲୋକ ଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ଇରାନୀ ଜାହାଜରୁ ଏକ […]
