ଆଜି ମାଟ୍ରିକ ପରୀକ୍ଷା ଦେବେ ମାଲକାନଗିରି ଜିଲ୍ଲା ଲକ୍ଷ୍ମୀ ଖେମୁଡୁ । ଜନ୍ମରୁ ସଂପୂର୍ଣ୍ଣ ଦିବ୍ୟାଙ୍ଗ ହୋଇଥିବାରୁ ନା ଉଠି ବସି ପାରୁଛନ୍ତି,ନା ଚାଲି ପାରୁଛନ୍ତି । ପଢିବା ପାଇଁ ଇଛା ଥିବାରୁ ଗୋଡରେ ଲେଖିବା ଅଭ୍ୟାସ ଆରମ୍ଭ କରିଥିଲେ । ଏବେ ମାଟ୍ରିକ ପରୀକ୍ଷାରେ ନିଜେ ଗୋଡରେ ଲେଖି ପରୀକ୍ଷା ଦେବେ ।ସିନ୍ଦିମାଳ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ। ଲକ୍ଷ୍ମୀ ଜନ୍ମରୁ ଦିବ୍ୟାଙ୍ଗ । ହାତଦୁଇଟି ଅଚଳ ଗୋଡ଼ ଦୁଇଟି […]
ମଝି ସମୁଦ୍ରରେ ନିଖୋଜ ହୋଇଯାଇଥିବା ୨୨ ବର୍ଷୀୟ ଡେକ କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ମିଳୁନି ଖୋଜଖବର । ପରିବାର ଲୋକେ ସିଙ୍ଗାପୁରରୁ ଫେରିବା ପରେ ଜାହାଜ କମ୍ପାନୀ ଉପରେ ଦୋଷ ଲଦିଥିବା ବେଳେ ଏହା ଉପରେ ଆଜି(ବୁଧବାର) ସ୍ପଷ୍ଟୀକରଣ ରଖିଛି ଜାହାଜ କମ୍ପାନୀ ।ଆଙ୍ଗ୍ଲୋ ଇଷ୍ଟର୍ନ ସିିପିଂ (Anglo-Eastern Ship Management) କମ୍ପାନୀ ସୂଚନା ଅନୁଯାୟୀ, ଏମ୍ଭି ଇଏଜର୍ସି ଜାହାଜଟି ଫେବ୍ରୁଆରୀ ୧୫ରେ ସିଙ୍ଗାପୁରରେ ପହଞ୍ଚିଥିଲା । ଏହାପରେ ତଦନ୍ତ ସହ ଯାଞ୍ଚ ପ୍ରକ୍ରିୟା ହୋଇଥିଲା । […]
ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଭାଲୁ ସହ ଲଢ଼ିଲେ ମହିଳା । ବାଜିରେ ଲଗାଇଦେଲେ ଜୀବନ । ସ୍ବାମୀଙ୍କୁ ଆକ୍ରମଣ କରୁଥିବା ଭାଲୁକୁ ଠେଙ୍ଗା ପାହାର ଦେଲେ ମହିଳା । ଜଙ୍ଗଲକୁ ଦୌଡ଼ି ପଳାଇଲା ଭାଲୁ । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ ଭାଲିଆନାଳ ଗାଁରେ ଘଟିଛି ଘଟଣା । ଏହି ଗାଁର ମାଲିଦେ ସୋରେନ ଓ ତାଙ୍କ ସ୍ତ୍ରୀ ଲିଲି ସୋରେନ ଗତକାଲି ଅପରାହ୍ଣରେ ପତ୍ର ସଂଗ୍ରହ କରିବାକୁ ପାଖ ଜଙ୍ଗଲକୁ ଯାଇଥିଲେ । ସେଠାରେ […]
ରାୟଗଡ଼ ଜିଲ୍ଲା ଜେକେପୁର :ସିଙ୍ଗଲ୍ ୟୁଜ ପ୍ଲାଷ୍ଟିକ ଆଜି ପୃଥିବୀ ପୃଷ୍ଠରେ ଗଭୀର ସଙ୍କଟର ରୂପ ନେଇଛି। ଗଭୀର ସମୁଦ୍ର, ଦୂର ଦୁର୍ଗମ ପାହାଡ଼ ଓ ମାନବ ଶରୀର ଭିତରେ ପର୍ଯ୍ୟନ୍ତ ମାଇକ୍ରୋ ପ୍ଲାଷ୍ଟିକର ଉପସ୍ଥିତି ମିଳୁଛି। ପୃଥିବୀ ପୃଷ୍ଠଭାଗରେ ବହୁ ପରିମାଣର ଏକବାର ବ୍ୟବହୃତ ପ୍ଲାଷ୍ଟିକ ଜମା ହୋଇ ପରିବେଶ ପ୍ରଦୂଷଣ ସୃଷ୍ଟି କରିବା ସହ ଜୀବଜନ୍ତୁ ଓ ମାନବ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରୁଛି।ଜେକେ ପେପର୍ ମିଲ୍ସ ତାଙ୍କ ସିଏସଆର (CSR) ପଦକ୍ଷେପ […]
ଏବେ ଦେଶର ଫାଷ୍ଟ ମୁଭିଂ କଞ୍ଜୁମର ଗୁଡସ୍ କମ୍ପାନୀ ନିଜର ପ୍ରଡକ୍ଟର ଦାମ୍ ବଢାଇବାରେ ଲାଗିଛନ୍ତି। କୁହାଯାଉଛି ଯେ, ବହୁ କମ୍ପାନୀର ଦାମ୍ରେ ପ୍ରାୟ ୫% ପର୍ଯ୍ୟନ୍ତ ବୃଦ୍ଧି ହେବାକୁ ଯାଉଛି। ଯାହାଫଳରେ ଗ୍ରାହକଙ୍କ ଉପରେ ଦରଦାମ୍ ବୃଦ୍ଧିର ପ୍ରଭାବ ପଡିପାରେ।କଞ୍ଚାମାଲର ମୂଲ୍ୟ ବୃଦ୍ଧି ଏବଂ ଟଙ୍କାର ଦୁର୍ବଳତା କର୍ପୋରେଟ ମାର୍ଜିନ ଉପରେ ଚାପ ପକାଇଛି। ଏହି କାରଣରୁ କମ୍ପାନୀ ଗୁଡିକ ଦାମ୍ ବଢାଇବାର ନିଷ୍ପତ୍ତି ନେଉଛନ୍ତି। ଡିଷ୍ଟ୍ରିବ୍ୟୁଟର୍ସଙ୍କ କହିବା ଅନୁସାରେ, ଏହି ତ୍ରୈମାସିକରେ ଡିଟରଜେଣ୍ଟ, ହେୟାର […]
ଦକ୍ଷିଣ ଆଫ୍ରିକୀୟ ଚିତା ଗାମିନି କୁନୋ ଜାତୀୟ ଉଦ୍ୟାନରେ ତିନୋଟି ଛୁଆ ଜନ୍ମ କରିଛି, ଯାହା ଫଳରେ ଦେଶର ମୋଟ ଚିତା ସଂଖ୍ୟା ୩୮ ରେ ପହଞ୍ଚିଛି।ରିପୋର୍ଟରୁ ଜଣାପଡିଛି ଯେ ବିଶ୍ୱର ପ୍ରଥମ ଆନ୍ତଃମହାଦେଶୀୟ ସ୍ଥାନାନ୍ତର ଏକ ବୃହତ ମାଂସାଶୀ ପ୍ରାଣୀର ୨୦୨୨-୨୩ ମସିହାରେ ନାମ୍ବିଆ ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଭାରତକୁ ଆସିବା ସହିତ ସମାପ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ୨୦୨୨ ରେ ବ୍ୟକ୍ତିଗତ ଭାବରେ ପ୍ରଥମ ଆଠଟି ଚିତାକୁ […]
ଓଡିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷାର ।ବିଧାନସଭାରେ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର କିଛି ଏମିତି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି, ୨୦୨୫ରେ ୨୨ଟି କମ୍ପାନୀର ୮୮ ସାମ୍ପଲ ଯାଞ୍ଚ କରାଯାଇଥିଲା । ସେଥିରୁ ୮୦ଟି ସାମ୍ପଲ ଠିକ, ୮ଟି ନମୁନା ନିମ୍ନମାନର ବୋଲି ଜଣାପଡିଛି । ୧୦ଟି ଓଡିଶାର କମ୍ପାନୀ , ୧୨ଟି ରାଜ୍ୟ ରାହାର କମ୍ପାନୀ ରହିଛି ।
ଜେଲ ଅବ୍ୟବସ୍ଥା ନେଇ ପ୍ରେସମିଟ୍ ବେଳେ ମିଡିଆକୁ ଟାର୍ଗେଟ କଲେ ଜେଲ ଡିଜି ସୁଶାନ୍ତ ନାଥ ।କହିଲେ ବିନା ପ୍ରମାଣରେ ଖବର ପ୍ରସାରଣ କରୁଛି ମିଡିଆ । ଚୌଦ୍ବାର ଜେଲ୍ରୁ କଏଦୀ ଚମ୍ପଟ୍ ୫ ମାସ ହେଲା କାହିଁକି ଚଲାଉଛନ୍ତି । ଏହାର କୌଣସି ପବ୍ଲିକ ଇଣ୍ଟରେଷ୍ଟ ନାହିଁ ବୋଲି ମୋର ବ୍ୟକ୍ତିଗତ ମତ ।ଏହା ସହ କ’ଣ ଖବର ପ୍ରସାରଣ କରାଯିବ ଓ କେଉଁ ଖବର ପ୍ରସାରଣ କରାନଯିବ ସେନେଇ ସମ୍ବାଦିକଙ୍କୁ ପାଠ ପଢ଼ାଇବାକୁ ବି […]
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୨୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୧,୩୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୨୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୧,୩୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୫,୦୦୦ ଟଙ୍କା ହୋଇଛି ।
ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କରିଛନ୍ତି ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ତେବେ ରାଜ୍ୟସଭା ପ୍ରସଙ୍ଗରେ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି , ଆମ ଦଳର ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ କହିଲେ । ସମ୍ଭାବ୍ୟ ପ୍ରାର୍ଥୀ ବାବଦରେ ରାଜ୍ୟ ବିଜେପିରେ […]
ପୋକ୍ସୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ପାଇଜାମାର ନାଡା ଖୋଲିବା ଏବଂ ଛାତିକୁ ଛୁଇଁବା ହେଉଛି ଦୁଷ୍କର୍ମ ଉଦ୍ୟମ। ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ରାୟକୁ ଭତ୍ସନା କଲେ ସର୍ବୋଚ୍ଚ ଅଦାଲତ। । ସିଜେଆଇ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ମହିଳାଙ୍କ ପାଇଜାମା ଡୋର ଖୋଲିବା କେବଳ ଏକ ଅଶ୍ଳୀଳ କାର୍ଯ୍ୟ କିମ୍ବା ଦୁଷ୍କର୍ମ ନୁହେଁ, ବରଂ ଏକ ଦୁଷ୍କର୍ମର ପ୍ରୟାସ ।ସୁପ୍ରିମକୋର୍ଟ ମାର୍ଚ୍ଚ ୨୦୨୫ରେ ଆଲ୍ଲାହାବାଦ ହାଇକୋର୍ଟଙ୍କର ଏକ ବିବାଦୀୟ ରାୟକୁ ସମ୍ପୂର୍ଣ୍ଣ […]
ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ ଅଟେ | ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଉତ୍ତର ରଖି କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ବାର୍ଷିକ ଫଳ ଉତ୍ପାଦନରେ ଓଡିଶାର ସ୍ଥାନ ୧୧ ନଂ ରେ ରହିଛି । ରାଜ୍ୟରେ ୭୯୧୯ ଉଦ୍ୟୋଗୀ ବ୍ୟବସାୟିକ ଦୃଷ୍ଟିରୁ ଫୁଲ, ଫଳ ଚାଷ କରୁଛନ୍ତି । ସେମାନଙ୍କ ବାର୍ଷିକ ଆୟ ୧୦ ହଜାର ୪୧୬ ଲକ୍ଷ ୯୧ ହଜାର ଟଙ୍କା ରହିଛି । ୨୦୨୪- ୨୪ […]
