ପାଇଜାମାର ନାଡା ଖୋଲିବା ଦୁଷ୍କର୍ମ ଉଦ୍ୟମ: ସୁପ୍ରିମକୋର୍ଟ

ପୋକ୍ସୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ପାଇଜାମାର ନାଡା ଖୋଲିବା ଏବଂ ଛାତିକୁ ଛୁଇଁବା ହେଉଛି ଦୁଷ୍କର୍ମ ଉଦ୍ୟମ। ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ରାୟକୁ ଭତ୍ସନା କଲେ ସର୍ବୋଚ୍ଚ ଅଦାଲତ। । ସିଜେଆଇ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ମହିଳାଙ୍କ ପାଇଜାମା ଡୋର ଖୋଲିବା କେବଳ ଏକ ଅଶ୍ଳୀଳ କାର୍ଯ୍ୟ କିମ୍ବା ଦୁଷ୍କର୍ମ ନୁହେଁ, ବରଂ ଏକ ଦୁଷ୍କର୍ମର ପ୍ରୟାସ ।ସୁପ୍ରିମକୋର୍ଟ ମାର୍ଚ୍ଚ ୨୦୨୫ରେ ଆଲ୍ଲାହାବାଦ ହାଇକୋର୍ଟଙ୍କର ଏକ ବିବାଦୀୟ ରାୟକୁ ସମ୍ପୂର୍ଣ୍ଣ […]

ଫଳ ଉତ୍ପାଦନରେ ୧୧ନଂରେ ଓଡିଶା: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ ଅଟେ | ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଉତ୍ତର ରଖି କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ବାର୍ଷିକ ଫଳ ଉତ୍ପାଦନରେ ଓଡିଶାର ସ୍ଥାନ ୧୧ ନଂ ରେ ରହିଛି । ରାଜ୍ୟରେ ୭୯୧୯ ଉଦ୍ୟୋଗୀ ବ୍ୟବସାୟିକ ଦୃଷ୍ଟିରୁ ଫୁଲ, ଫଳ ଚାଷ କରୁଛନ୍ତି । ସେମାନଙ୍କ ବାର୍ଷିକ ଆୟ ୧୦ ହଜାର ୪୧୬ ଲକ୍ଷ ୯୧ ହଜାର ଟଙ୍କା ରହିଛି । ୨୦୨୪- ୨୪ […]

ଚାଷୀଙ୍କୁ ୮୦୦ ନୁହେଁ, ୭୩୧ ଟଙ୍କା ମିଳୁଛି- ଯୋଗାଣ ମନ୍ତ୍ରୀ

ଚାଷୀଙ୍କୁ ୮୦୦ ଟଙ୍କା ନୁହେଁ, ୭୩୧ ଟଙ୍କା ଇନପୁଟ ସବସିଡି ମିଳୁଛି । ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ପ୍ରସ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉତ୍ତର ରଖି କହିଛନ୍ତି, କେନ୍ଦ୍ର ୨୩୬୯ରେ ଧାନ କିଣୁଛି, ରାଜ୍ୟ ସରକାର ଦେଉଛନ୍ତି ୭୩୧ ଟଙ୍କା । ଏହା ସ୍ପଷ୍ଟ କରୁଛନ୍ତି ସରକାର ୮୦୦ ବଦଳରେ ୭୩୧ ଟଙ୍କା ସବସିଡି ଦେଉଛନ୍ତି । ଯଦି ୮୦୦ ଟଙ୍କା ଦେଇଥାନ୍ତେ, ୩୧୬୯ ଟଙ୍କାରେ ଧାନ କିଣିଥାନ୍ତେ ସରକାର । ଅନ୍ୟପଟେ ମାପରେ […]

କଂଗ୍ରେସ ଗୋଟିଏ ରାଜ୍ୟସଭା ପ୍ରାର୍ଥୀ ଦେବ: କାଡାମ

ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ କଂଗ୍ରେସ ରାଜ୍ୟସଭା ପାଇଁ ଗୋଟିଏ ପ୍ରାର୍ଥୀ ଦେବ । ଦଳ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବୁ, ଏକ୍‌ ହୋଇ ଜିତାଇବାକୁ ଚେଷ୍ଟା କରିବୁ । ନବୀନ ପଟ୍ଟନାୟକଙ୍କୁ ଆମ ସଭାପତି ଭେଟିବା ପରେ ଆହୁରି ସ୍ପଷ୍ଟତା ଆସିବ । ବିଜେଡି ସମର୍ଥନ ପାଇଁ ପ୍ରୟାସ କରିବାରେ କିଛି ଅସୁବିଧା ନାହିଁ । ମିଳିତ ପ୍ରାର୍ଥୀ ପାଇଁ ପ୍ରୟାସ […]

ମୋଦି ପିନ୍ଧିଲେ AI ଦ୍ୱାରା ବିକଶିତ ସର୍ବମ କାଜେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ AI ଇମ୍ପାକ୍ଟ ସମିଟ୍ 2026 ରେ ଏକ ଅନନ୍ୟ ସ୍ମାର୍ଟ ଚଷମା ପିନ୍ଧିଥିବାର ଦେଖାଯାଇଛି। ଏହି ଚଷମାର ନାଁ ସର୍ବମ କାଜେ । ଯାହାକୁ ଭାରତୀୟ ଷ୍ଟାର୍ଟଅପ୍ ସର୍ବମ AI ଦ୍ୱାରା ବିକଶିତ କରାଯାଇଛି। ଏଗୁଡ଼ିକ ସାଧାରଣ ଚଷମା ନୁହେଁ, ବରଂ ଏକ ସ୍ମାର୍ଟ ଡିଭାଇସ୍ ଯାହା ଶୁଣିପାରେ, ବୁଝିପାରେ ଏବଂ ମଣିଷ ପରି ତୁରନ୍ତ ପ୍ରତିକ୍ରିୟା ଦେଇପାରେ। ଏହି ପ୍ରଯୁକ୍ତିବିଦ୍ୟା ସୂଚିତ କରେ ଯେ AI ଭବିଷ୍ୟତରେ ଆମର ଦୈନନ୍ଦିନ […]

ସ୍ତ୍ରୀକୁ ହତ୍ୟା ପାଇଁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ସ୍ବାମୀ

ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ।ବାଲେଶ୍ବର ଜଳେଶ୍ବର ବାଲିଆପାଳ ଥାନା ନାରାୟଣପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ନାରାୟଣପୁର ଗାଁର ରାଜେନ୍ଦ୍ର ସାମନ୍ତରାୟଙ୍କ ଝିଅ ମାଳତ୍ରୀ ଗାଁର କରୁଣାକର କବିଙ୍କୁ ୭ ବର୍ଷ ପୂର୍ବେ ବିବାହ କରିଥିଲେ । ଉଭୟଙ୍କର ୨ଜଣ ସନ୍ତାନ ରହିଛନ୍ତି । ତେବେ ବିବାହ ପରଠାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ତେବେ ନିର୍ଯାତନା ସହିନପାରି ଗତ ଏକ […]

ଏପ୍‌‌ଷ୍ଟିନ୍‌-ପୁରୀଙ୍କ ମଧ୍ୟରେ ୬୨ ଇମେଲ ବିନିମୟ ଓ ୧୪ ବୈଠକ ଅଭିଯୋଗ କଲା କଂଗ୍ରେସ

ଆମେରିକାର ଦୋଷୀସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ କେନ୍ଦ୍ରମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ୨୦୧୪ରୁ ୨୦୧୭ ମଧ୍ୟରେ ୧୪ ଥର ଭେଟିଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ୬୨ଟି ଇ-ମେଲ୍‌ ଆଦାନପ୍ରଦାନ ହୋଇଥିଲା ବୋଲି କଂଗ୍ରେସ ମଙ୍ଗଳବାର ଅଭିଯୋଗ କରିଛି। ଏପ୍‌ଷ୍ଟିନ୍‌ ଫାଇଲ୍‌କୁ ନେଇ କେନ୍ଦ୍ରମନ୍ତ୍ରୀ ପୁରୀ ମିଛ କହୁଛନ୍ତି। ସେ ସ୍ପଷ୍ଟୀକରଣ ଦେବା ସହ ନିଜକୁ ସ୍ବଚ୍ଛ ସାବ୍ୟସ୍ତ କରିବାକୁ ବିରୋଧୀ ଦଳ ଆହ୍ବାନ ଦେଇଛି।ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରବକ୍ତା ପୱନ […]

ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ହଙ୍ଗାମା , ୧୧.୩୦ ଯାଏଁ ଗୃହ ମୁଲତବି

ବୁଧବାର ଦ୍ୱିତୀୟ ଦିନରେ ଅଚଳ ଅବସ୍ଥାରେ ଗୃହ। ପ୍ରଶ୍ନକାଳରୁ ହିଁ ବିରୋଧୀଙ୍କ ହଙ୍ଗାମା। ଧୋଇଗଲା ପ୍ରଶ୍ନକାଳ। ୧୧.୩୦ ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି।ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଧାନମଣ୍ଡି ସମସ୍ୟା ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ । ଗୃହର ମଧ୍ୟଭାଗରେ ନାରାବାଜୀ ସହ ଧାନ ରଖି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ । ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଥିଲେ ରଞ୍ଜନ ବିଶ୍ୱାଳ । ରିପୋଟର୍ଟର ଟେବୁଲରେ ଧାନ […]

ଫେବୃଆରୀ ୨୬ରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ହେବା ନେଇ ପ୍ରେସ୍ନୋଟ୍ ଜାରି କଲେ ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ଫେବୃଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ, ୬ରେ ଯାଞ୍ଚ ।ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ […]

ଶୃଙ୍ଖଳିତ ରଥଯାତ୍ରା ପାଇଁ ମାଷ୍ଟରପ୍ଲାନ୍ , ଏବେଠୁ ପ୍ରସ୍ତୁତି ଆରମ୍ଭ

ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୨ୟ ସମୀକ୍ଷା ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ରଥଯାତ୍ରାରେ ଯେଉଁ ଯେଉଁ କ୍ଷେତ୍ରରେ ବିଭ୍ରାଟ ଦେଖାଯାଉଛି ତାର ଯଥାସମ୍ଭବ ସମାଧାନ କରିବାକୁ ପୁରୀ ଜିଲ୍ଲାପାଳ ଦିବ୍ୟ‌ଜ୍ୟୋତି ପରିଡ଼ା ଏବଂ ଏସ୍‌ପି ପ୍ରତୀକ ସିଂହ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ବ ଦେଇ ଚଳିତବର୍ଷ ରଥଯାତ୍ରାରେ ଏହାକୁ ଲାଗୁ […]

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା : କପି ରୋକିବ ସ୍ଵତନ୍ତ୍ର ସ୍କ୍ୱାଡ୍‌

ରାଜ୍ୟରେ ବୁଧବାରଠାରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଏହି ପରୀକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଥମ ଦିନ ବିଜ୍ଞାନ ବର୍ଗ ଛାତ୍ରୀଛାତ୍ରମାନେ ମାତୃଭାଷା ପରୀକ୍ଷା ଦେବେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଅଧଘଣ୍ଟା ପୂର୍ବରୁ ପରୀକ୍ଷାକେନ୍ଦ୍ରକୁ ଛାତ୍ରୀଛାତ୍ର ପ୍ରବେଶ କରିବେ।ସିଏଚ୍‌ଏସ୍‌ଇର ସୂଚନା ଅନୁଯାୟୀ, ରାଜ୍ୟରେ ୧୩୫୭ଟି ପରୀକ୍ଷା କେନ୍ଦ୍ର ସହ ୭ଟି ଉପକେନ୍ଦ୍ର ହୋଇଛି । […]

ପ୍ରଣବ ବଳବନ୍ତରାୟଙ୍କ ବିବାଦୀୟ ପନ୍ତୁରି ଫାର୍ମ ହାଉସ୍ ମାପଚୁପ

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ସରକାରୀ ଭାବେ ମାପଚୁପ ।୩ ଜଣ ଅମିନ ଓ ୩ ଜଣ ଆରଆଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସରକାରୀ ଜମି ଜବରଦଖଲ କରି ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତ ଅଧିନ ପନ୍ତୁରୀ ଠାରେ ଫାର୍ମ ହାଉସ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ତହସିଲ ପକ୍ଷରୁ ପ୍ରଣବଙ୍କୁ ଏକ ୩୦ଦିନିଆ ନୋଟିସ୍ ଜାରି କରାଯାଇଥିଲା । ଏହି ନୋଟିସ୍ ପାଇବା ପରେ […]