ମହାରାଷ୍ଟ୍ରର ନାନ୍ଦେଡ଼ ଜିଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ୨୮ ବର୍ଷୀୟ ପାଣ୍ଡୁରଙ୍ଗ ରୋଣ୍ଡମଙ୍ଗଲେ ନାନ୍ଦେଡ଼ର କେରୁର ଗାଁରେ ‘ବିରାଟ ସେଲୁନ’ ନାମକ ଏକ ଦୋକାନ ଚଳାନ୍ତି। ପାଣ୍ଡୁରଙ୍ଗଙ୍କ ସ୍ବପ୍ନ ଥିଲା ସରପଞ୍ଚ ନିର୍ବାଚନ ଲଢ଼ିବା। ଜୁନ ୨୦୨୬ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ତାଙ୍କୁ ଏହି ସୁଯୋଗ ମିଳିବାକୁ ସ୍ଥିର ହୋଇଥିଲା। କିନ୍ତୁ ମହାରାଷ୍ଟ୍ର ସରକାରଙ୍କ ଏକ ନିୟମ ତାଙ୍କ ସ୍ବପ୍ନକୁ ବାଧା ଦେଇଥିଲା। ଫଳରେ ସେ ଏକ ଭୟଙ୍କର ପଦକ୍ଷେପ ନେବାକୁ ବାଧ୍ୟ […]
ଲାଗୁ ହେଲା ନୂଆ ଖଣିଜ ନିୟମ। ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍। ଏମଏସପି ଧାର୍ଯ୍ୟ କରିବେ ସରକାର। ଖଣି ମାଫିଆଙ୍କ ଉପରେ ଅଙ୍କୁଶ। ନୂଆ ଗାଇଡଲାଇନ୍ ଅନୁସାରେ, ଏକଚାଟିଆ କାରବାର ବା କାର୍ଟେଲାଇଜେସନ୍ ରୋକିବା ପାଇଁ ସରକାର ଇ-ଅକ୍ସନ ବା ନିଲାମ ବନ୍ଦ କରି ଇ-ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।ଲଘୁ ଖଣିଜ ସମ୍ପଦର ଲିଜ୍ ପାଇଁ ନିଲାମ ଡକା ହେବ ନାହିଁ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ଥିର […]
ପୁଣି ଥରେ ଖସିଲା ସୁନା, ରୂପା ଦର । ଲଗାତାର ପଞ୍ଚମ ଦିନରେ ଖସିଛି ସୁନା, ରୂପା ଦର । ୨୪କ୍ୟାରେଟ୍ ସୁନା ୧୪୨୦ଟଙ୍କା ହ୍ରାସ,୧୦ଗ୍ରାମ ପିଛା ୧,୫୧,୯୦୦ ହୋଇଛି । ଗତକାଲି ୨୪କ୍ୟାରେଟର ଦାମ ୧ଲକ୍ଷ ୫୩ହଜାର ୩୨୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ୍ ସୁନା ୧୩୦୦ ଟଙ୍କା ହ୍ରାସ ପାଇଛି । ୨୨କ୍ୟାରେଟ ସୁନା ୧୦ ଗ୍ରାମ୍ ୧,୩୯,୨୫୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହାର ଦାମ୍ ୧ଲକ୍ଷ ୪୦ହଜାର ୫୫୦ ଟଙ୍କା ରହିଥିଲା […]
ଯାଜପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ଯାଜପୁର ପହଞ୍ଚିବା ପରେ ମାଆ ବିରଜାଙ୍କୁ ଦର୍ଶନ କରିଛନ୍ତି। ନାଭିଗୟାରେ ପିଣ୍ଡଦାନ କରୁଛନ୍ତି । କୁସୁମାଠାରୁ ମାଆ ବିରଜାଙ୍କ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ ପାଇଁ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ସୁରକ୍ଷା ବଳୟରେ ରହିଛି ସଂପୂର୍ଣ୍ଣ ସହର । ମୁତୟନ ହୋଇଛନ୍ତି ୨୦ ପ୍ଲାଟୁନ୍ ଫୋର୍ସ । ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଯାଜପୁର ପୌରାଞ୍ଚଳର ସବୁ ସ୍କୁଲ […]
ଭାରତ ଉପରେ ଟାରିଫ୍ ହ୍ରାସ କଲା ଆମେରିକା । ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ । ଆଗକୁ ପୂରା ୨୫ ପ୍ରତିଶତ ହ୍ରାସ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରୁଥ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ । ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୨୫% ରୁ କମାଇ ୧୮% କରାଯାଇଥିବା ଘୋଷଣା କରିଛନ୍ତି। ଏହା […]
ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଏହି ଯୋଜନାର ଘୋଷଣା ପରେ ଏହା ପଥମ ଥର ପାଇଁ ଗଞ୍ଜାମ ପିଠରୁ ଆରମ୍ଭ ହେବାକୁ ଯାଉଛି । ୧୮ ରୁ ୩୫ ବର୍ଷ ଭିତରେ ଥିବା ବେଳେ ବରର ବୟସସୀମା କନ୍ୟାର ବୟସ ୨୧ ରୁ ୩୫ ବର୍ଷ ହେବା ଦରକାର । ଲାଭାର୍ଥୀଙ୍କୁ ୬୦ ହଜାର ଲେଖାଏଁ ଦିଆଯିବ । ବିବାହର ସବୁ ଖର୍ଚ୍ଚ ସରକାର ବହନ କରିବେ । ସାମୁହିକ […]
ଦିନେ ସେ ପୁଅ ଥିଲେ ଏବେ ହୋଇଯାଇଛନ୍ତି ଝିଅ । ସମୀର ନାୟକରୁ ଏବେ ତାଙ୍କ ପରିଚୟ ସମୀରା ମାଡାମ୍।ଗଞ୍ଜାମ ଖଲ୍ଲିକୋଟରୁ ଦେଖନ୍ତୁ ଜଣେ ଟ୍ରାନ୍ସୱିମେନଙ୍କ ସଂଘର୍ଷ ଆଉ ସଫଳତାର ଭିନ୍ନ କାହାଣୀ।ହାତରେ ରଙ୍ଗତୂଳୀ… ମନରେ ନୂଆ ପରିକଳ୍ପନା… ଯୌବନ ଭିତରେ ନୂଆ ସମ୍ଭାବନାର ସ୍ୱପ୍ନ ସବୁକୁ ସାଉଁଟି ସତେଯେମିତି ସଜାଇ ଦେଉଛନ୍ତି ସାତ ରଙ୍ଗରେ… ।ସମୀର ପୁଅ ଟିଏ ହୋଇ ଜନ୍ମ ହୋଇଥିଲେ , କିନ୍ତୁ ପାଠ ପଢା ବୟସରେ ଆସିଥିଲା ମନ ଭିତରେ ଅନେକ […]
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।ଆସନ୍ତାକାଲି ଯାଜପୁର, ବାଲେଶ୍ୱର ଓ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଯାଜପୁର ନାଭିଗୟାରେ ପିଣ୍ଡଦାନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ […]
ରାୟଗଡ଼ା ତା ୦୨/୦୨ (ନିପ୍ର) ସରକାରଙ୍କ ଲକ୍ଷ୍ୟ ରହିଛି ରାଜ୍ୟରେ ମହିଳା ମାନେ ସଶକ୍ତ ହେଲେ ରାଜ୍ୟର ବିକାଶ ସୁନିଶ୍ଚିତ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ପ୍ରାଥମିକ ସ୍ତରରେ ସଫଳତାର ପାହାଚ ଆରୋହଣ କରିଥିବା ବେଳେ ଏ ନେଇ ସାରା ରାଜ୍ୟରେ ଚାଲିଛି ସୁଭଦ୍ରା ଶକ୍ତି ମେଳା। ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ଼ା ଗସ୍ତରେ ଯାଇ ଏହାର ଶୁଭ ଉଦଘାଟନ ନିଜ କରକମଳରେ କରିଛନ୍ତି । ଓଡ଼ିଶାର ମହିଳା ଉଦ୍ୟୋଗୀ ଓ […]
ମହାରାଷ୍ଟ୍ରର ବାରାମତୀରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ପ୍ରିୟ ନେତା ‘ଅଜିତ ଦାଦା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିବା ବେଳେ, ଚୋରମାନେ ଏହି ଦୁଃଖଦ ଘଟଣାର ସୁଯୋଗ ନେଇ ଏକ ବଡ଼ ଅପରାଧ ଘଟାଇଥିଲେ।ଅନ୍ତିମ ସଂସ୍କାର ସମୟରେ ସୁନା ଚେନ୍ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଚେନ୍ ଚୋରି ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ପ୍ରାୟ ୧୫ ଜଣଙ୍କଠାରୁ ସୁନା ଚେନ ଚୋରି […]
ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁଙ୍କ ରାଜନୈତିକ ବୟାନକୁ ତେଜିଲା ରାଜନୀତି । ତୀବ୍ର ନିନ୍ଦା କରିଛି ବିଜେଡି । ବିଜେଡି କହିଛି ଏହା ମୁଖ୍ୟ ଶାସନ ସଚିବଙ୍କ ବିଫଳତା । ଏପରି ବିବୃତି ଦେଇ ଜିଲ୍ଲାପାଳ ପ୍ରମାଣିତ କରିଛନ୍ତି ଯେ ଶାସନ ହୁଗୁଳା ହୋଇଗଲାଣି । ସୁବର୍ଣ୍ଣପୁର ଜିଲ୍ଲା, ଯେଉଁଠି ଚାଷୀ ସମସ୍ୟା ଉତ୍କଟ । ସେ ଦିଗରେ ସମାଧାନର ବାହାର ନ କରି ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଏପରି କାର୍ଟୁନ ଦେଉଛନ୍ତି । ଯଦି ସେ […]
ଆଜିଠୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ପୁରୀରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ୱେତଗଙ୍ଗାରେ ଶ୍ରାଦ୍ଧ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାଗତ ପାଇଁ ବିଶ୍ୱ ପ୍ରସିଦ୍ଧ ବାଲୁକା ଆନିମେଟର ମାନସ ସାହୁ ବାଲୁକା କଳା କରିଛନ୍ତି।ଏହି ସ୍ୟାଣ୍ଡ ଆନିମେସନ କୁ ପ୍ରସ୍ତୁତ କରିବାକୁ ମାନସ ଙ୍କୁ ୨ଘଣ୍ଟା ସମୟ ଲାଗିଥିଲା । […]
