ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ଓଏମଆର ସିଟ ଓ ପ୍ରଶ୍ନପତ୍ର କଡା ସୁରକ୍ଷା ବଳୟରେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପହଁଚିଛି। ସମସ୍ତ ନୋଡାଲ ସେଣ୍ଟରକୁ ଭାଇରାଲ ରେଜିଷ୍ଟାନସ କରାଯାଇଛି। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ସହିତ ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏହି ଏକା ସମୟରେ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ।ଗତବର୍ଷ ଭଳି ପ୍ରଶ୍ନପତ୍ରରେ କ୍ୟୁ ଆର କୋଡ଼ ଓ […]

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୁରୀ ଲୋକ ଭବନରେ କରିବେ ରାତ୍ରି ଯାପନ

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଳବଣିଆ ହେଲିପ୍ୟାଡ୍‌ରେ ତାଙ୍କ ବିମାନ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ ରାତ୍ରିଯାପନ କରିବେ। ବୁଧବାର ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବେ।ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ପୁରୀ ପୁଲିସ ଏବଂ ପ୍ରଶାସନ ପକ୍ଷରୁ କରାଯାଇଛି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ବେଶ୍ ଉତ୍ସାହିତ […]

ମେଲୋଡି କଳାକାରଙ୍କୁ ରାସ୍ତାରେ ଅସଦାଚରଣ ଓ ଲୁଟ୍ ପାଟ ଅଭିଯୋଗ

କଟକ ଜିଲ୍ଲା ଆଠଗଡ଼ ତିଗିରିଆରେ ଡ୍ୟାନ୍ସରଙ୍କୁ ମାଡ଼ ପରେ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି । ଏନେଇ ତିଗିରିଆ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ, ତିଗିରିଆ ଥାନା ଶୁଣ୍ଠିପାଳ ଗାଁକୁ ମେଲୋଡି ପାଇଁ କଳାକାର ଆସିଥିଲେ। ରାତିରେ ମେଲୋଡ଼ି ସାରି ଫେରୁଥିବା ବେଳେ ପାଳପୁଟ ଗାଁର କିଛି ଯୁବକ ସେମାନଙ୍କୁ ଅଟକାଇ ଅସଦାଚରଣ କରିବା ସହ ଟଙ୍କା, ସୁନା ଚେନ ଛଡ଼ାଇବା ଅଭିଯୋଗ ହୋଇଛି। ଏହା ସହ ସେମାନଙ୍କୁ ମାଡ଼ ମାରିଥିବା […]

‘DDC 001’ ନମ୍ବର ପ୍ଲେଟ୍ ₹୨.୦୮ କୋଟିରେ ବିକ୍ରି 

ଆନ୍ଧ୍ର ପ୍ରଦେଶର ଜଣେ କ୍ରେତା ସମ୍ପ୍ରତି ୨.୦୮ କୋଟି ଟଙ୍କାରେ ‘DDC 001’ ନମ୍ବର ପ୍ଲେଟ୍ କିଣି ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଯାହା ଏହାକୁ ଭାରତୀୟ ଅଟୋମୋବାଇଲ୍ ଇତିହାସରେ ଏପର୍ଯ୍ୟନ୍ତ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ୍ କରିଛି।ବିଗ୍ ବୟ ଟଏଡ୍ର ପ୍ରତିଷ୍ଠାତା ଓ ପ୍ରବନ୍ଧନ ନିର୍ଦ୍ଦେଶକ ଜତିନ ଆହୁଜାଙ୍କ ପାଖରେ ଏହି ନମ୍ବର ପ୍ଲେଟ୍ ଥିଲା । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଗ୍ରାହକ କିରଣ କୋଲପାକୁଲା ସର୍ବାଧିକ ୨,୦୮ କୋଟି ଟଙ୍କା ନିଲାମ […]

ପୌର ନିର୍ବାଚନ ବାଲଟ୍‌ରେ ହେଉ: ଭକ୍ତ ଦାସ

ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି) ନିର୍ୱାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସଂକ୍ରାନ୍ତରେ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ୧୮ ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ଦାବି କରିଛନ୍ତି। ପୌର ଓ ଏନ୍‌ଏସି ନିର୍ବାଚନ ବାଲଟ୍‌ରେ ହେଉ କହଛନ୍ତି ଭକ୍ତ । ନିର୍ବାଚନ ବାଲାଟ୍‌ରେ […]

ଶିମିଳିପାଳରେ ବାଘ ଗଣନା ଆରମ୍ଭ

ଶିମିଳିପାଳରେ ଆରମ୍ଭ ହୋଇଛି ବାଘ ଗଣନା । ତାଲିମପ୍ରାପ୍ତ ଗୃପ୍ ଏହି ବିଭିନ୍ନ ଉପାୟରେ ଏହି ଗଣନା କରୁଛନ୍ତି । ଚଳିତ ଥର ବାଘ ସଂଖ୍ୟା ବୃଦ୍ଧିକୁ ନେଇ ବେଶ ଆଶାବାଦୀ ଶିମିଳିପାଳ କର୍ତ୍ତୃପକ୍ଷ । ୨ ହଜାର ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ବାଘ ଗଣନା ପାଇଁ କ୍ୟାମେରା ଲଗାଯାଇଛି । ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଯିବା ଆସିବା କରୁଥିବା ରାସ୍ତାରେ ଏହି କ୍ୟାମେରାକୁ ଲଗାଯାଉ ଥିବା ବେଳେ ପାଖାପାଖି ୭ ଶହରୁ ଅଧିକ […]

ଭିନ୍ନକ୍ଷମ ସ୍କୁଲରେ ପୁରୁଷ ୱାର୍ଡେନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

କଳାହାଣ୍ଡିର   ଭିନ୍ନକ୍ଷମ ସ୍କୁଲରେ ସାଂଘାତିକ କାଣ୍ଡ । ୱାର୍ଡେନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । ଭିନ୍ନକ୍ଷମ ଛାତ୍ରୀଙ୍କୁ ଅସଦାଚରଣ ଭଳି ସାଂଘାତିକ ଅଭିଯୋଗ ଆସିଛି । ପରମାନନ୍ଦ ପୁରସ୍ଥିତ ଭିନ୍ନକ୍ଷମ ସ୍କୁଲରେ ସାମ୍ନାକୁ ଆସିଛି ଅତି ଅମାନବୀୟ ଘଟଣା । ଏହି ସ୍କୁଲର ପୁରୁଷ ୱାର୍ଡେନ ସନ୍ଧ୍ୟା ଦର୍ଶନ ମହାପାତ୍ରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଅନେକ ଛାତ୍ରୀଙ୍କୁ ୱାର୍ଡେନ୍ ଶାରୀରିକ ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । […]

WhatsApp ଏବଂ Metaକୁ ସୁପ୍ରିମକୋର୍ଟଙ୍କ ତାଗିଦ୍

ପ୍ରିମକୋର୍ଟ ହ୍ୱାଟସ ଆପ୍ ଏବଂ ଏହାର ମୂଳ କମ୍ପାନୀ ମେଟାକୁ କଡା ଚେତାବନୀ ଦେଇ କହିଛନ୍ତି ଯେ ତଥ୍ୟ ସେୟାରିଂ ବାହାନାରେ ନାଗରିକଙ୍କ ଗୋପନୀୟତାର ଅଧିକାରକୁ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ। ମଙ୍ଗଳବାର ସୁପ୍ରିମକୋର୍ଟରେ ହ୍ୱାଟସଆପ୍‌ର ୨୦୨୧ ଗୋପନୀୟତା ନୀତି ଉପରେ ଏକ ଶୁଣାଣି ହୋଇଥିଲା। ଆରମ୍ଭରେ, କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେତା ଯୁକ୍ତି ଦେଇଥିଲେ ଯେ ହ୍ୱାଟ୍ସଆପର ଗୋପନୀୟତା ନୀତି “ଶୋଷଣକାରୀ” କାରଣ ଏହା କେବଳ ବ୍ୟବହାରକାରୀଙ୍କ ତଥ୍ୟ ସେୟାର କରେ […]

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଟାଟା ପାୱାର ଜେଇ

ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ। ୨୦ ହଜାର ଲାଞ୍ଚ ନେଉଥିବାବେଳେ JE ପ୍ରଦେଶ ନାୟକଙ୍କୁ ଭିଜିଲାନ୍ସ ଧରିଛି। ମାଲକାନଗିରି ଟିପିଏସଓଡିଏଲ ଜେଇ ପ୍ରଦେଶ ପ୍ରସାଦ ନାୟକ । ଜେଇଙ୍କ ସହଯୋଗୀ ଭଞ୍ଜକିଶୋର ସ୍ବାଇଁଙ୍କୁ ଅଟକ ରଖିଛି ଭିଜିଲାନ୍ସ । ଏକ ଇଟା ଫ୍ୟାକ୍ଟ୍ରିକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ନେଉଥିଲେ ଲାଞ୍ଚ ।ଜୁନିଅର ଇଞ୍ଜିନିୟରଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ରେଡ୍‌ ଚାଲିଛି। ତେବେ କୋରାପୁଟ ଭିଜିଲାନ୍ସ ତାଙ୍କ ବିରୋଧରେ ପିଏସ […]

ଜଳପଥରେ ହେବ  କୋଇଲା ସହ ବିଭିନ୍ନ ଖଣିଜ ପଦାର୍ଥ ପରିବହନ

ଖଣିଜ ବହୁଳ ତାଳଚେର ଓ ଅନୁଗୁଳରୁ ଶିଳ୍ପ ହବ୍‌ କଳିଙ୍ଗନଗର ଏବଂ ବନ୍ଦର ନଗରୀ ପାରାଦୀପ ଏବଂ ଧାମରାକୁ ସଂଯୋଗ କରିବ ଏନଡବ୍ଲ୍ୟୁ-୫ (ଜାତୀୟ ଜଳପଥ-୫) । ଏହି ଜଳପଥ ସଂଯୋଗ ହେଲେ ରାଜ୍ୟରେ ଶିଳ୍ପ ଓ ଖଣିଜ ଜନିତ ପରିବହନ କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ । ପରିବହନ ଖର୍ଚ୍ଚ ଶସ୍ତା ହେବା ସହ ପ୍ରଦୂଷଣ କମିବ । ସଡ଼କରେ ଟ୍ରାଫିକ ଭିଡ଼ କମିବା ସହ ଦୁର୍ଘଟଣା ହ୍ରାସ ପାଇବ । ଏଥିପାଇଁ ତଳମୁଣ୍ଡରେ ବିଭିନ୍ନ […]

ସରପଞ୍ଚ ହେବାର ଆକାଂକ୍ଷା :୬ ବର୍ଷର ଝିଅକୁ କେନାଲକୁ ଠେଲି ଦେଲେ ବାପା

ମହାରାଷ୍ଟ୍ରର ନାନ୍ଦେଡ଼ ଜିଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ୨୮ ବର୍ଷୀୟ ପାଣ୍ଡୁରଙ୍ଗ ରୋଣ୍ଡମଙ୍ଗଲେ ନାନ୍ଦେଡ଼ର କେରୁର ଗାଁରେ ‘ବିରାଟ ସେଲୁନ’ ନାମକ ଏକ ଦୋକାନ ଚଳାନ୍ତି। ପାଣ୍ଡୁରଙ୍ଗଙ୍କ ସ୍ବପ୍ନ ଥିଲା ସରପଞ୍ଚ ନିର୍ବାଚନ ଲଢ଼ିବା। ଜୁନ ୨୦୨୬ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ତାଙ୍କୁ ଏହି ସୁଯୋଗ ମିଳିବାକୁ ସ୍ଥିର ହୋଇଥିଲା। କିନ୍ତୁ ମହାରାଷ୍ଟ୍ର ସରକାରଙ୍କ ଏକ ନିୟମ ତାଙ୍କ ସ୍ବପ୍ନକୁ ବାଧା ଦେଇଥିଲା। ଫଳରେ ସେ ଏକ ଭୟଙ୍କର ପଦକ୍ଷେପ ନେବାକୁ ବାଧ୍ୟ […]

ନୂଆ ଖଣିଜ ନିୟମ ଲାଗୁ : ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍

ଲାଗୁ ହେଲା ନୂଆ ଖଣିଜ ନିୟମ। ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍। ଏମଏସପି ଧାର୍ଯ୍ୟ କରିବେ ସରକାର। ଖଣି ମାଫିଆଙ୍କ ଉପରେ ଅଙ୍କୁଶ। ନୂଆ ଗାଇଡଲାଇନ୍ ଅନୁସାରେ, ଏକଚାଟିଆ କାରବାର ବା କାର୍ଟେଲାଇଜେସନ୍ ରୋକିବା ପାଇଁ ସରକାର ଇ-ଅକ୍ସନ ବା ନିଲାମ ବନ୍ଦ କରି ଇ-ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।ଲଘୁ ଖଣିଜ ସମ୍ପଦର ଲିଜ୍ ପାଇଁ ନିଲାମ ଡକା ହେବ ନାହିଁ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ଥିର […]