ତାମିଲନାଡ଼ୁରେ ବଡ଼ ଝଟ୍‌କା : ବିଜେପି ଛାଡ଼ିଲେ କେ ଆନ୍ନାମଲାଇ

ତାମିଲନାଡୁ ବିଜେପିର ଟାଣୁଆ ନେତା ତଥା ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ କେ ଅନ୍ନାମଲାଇ ବିଜେପିର ପ୍ରାଥମିକତା ସଦ୍ୟସତା ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସ୍ବୀକାର କରିଛନ୍ତି । ଜୁନ ୨ ତାରିଖରେ ତାଙ୍କ ଇସ୍ତଫାକୁ ନେଇ ଅନ୍ନାମଲାଇ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ସାକ୍ଷାତ କରିଥିଲେ । ସେ ପାର୍ଟିର ହାଇକମାଣ୍ଡଙ୍କୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇଥିଲେ ।କୁପ୍ପୁସାମୀ ଅନ୍ନାମଲାଇ ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ […]

ସ୍କୁଲ ଛୁଟି ଅବଧିକୁ ବଢ଼ାଇବା ନେଇ ବଡ଼ ସଂକେତ ଦେଲେ ଗଣଶିକ୍ଷା ମନ୍ତ୍ରୀ

ବଢ଼ିପାରେ ଖରାଛୁଟିର ଅବଧି। ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଖରାର ସ୍ଥିତିକୁ ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ।ଖରା ଯଦି ନ କମେ ତାହାଲେ ଖରା ଛୁଟି ବଢ଼ିପାରେ । ପିଲାଙ୍କ ସୁରକ୍ଷା ଶିକ୍ଷା ବିଭାଗର ପ୍ରାଥମିକତା ବୋଲି ସେ କହିଛନ୍ତି । ସୂଚନାମୁତାବକ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୭ରୁ ସ୍କୁଲ୍ ଛୁଟି ଘୋଷଣା କରାଯାଇଥିଲା। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ […]

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ, ୫.୨୫% ରେ ରହିଲା ସ୍ଥିର

ରେପୋ ରେଟ ଅପରିବର୍ତ୍ତିତ । ରେପୋ ରେଟ ତଥା ସୁଧ ହାର ୫ ଦଶମିକ ୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାର ନିଷ୍ପତ୍ତି ନେଇଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହି ସୂଚନା ଦେଇଛନ୍ତି । ଅଷ୍ଟମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ।ସୂଚନାଯୋଗ୍ୟ, ଦୁଇମାସ ତଳେ ରେପୋ ରେଟ୍ ଅପରିବର୍ତ୍ତିତ ହୋଇଥିଲା । ରେପୋ ରେଟ୍ ୫.୨୫% ଅପରିବର୍ତ୍ତିତ ରଖିଥିଲା ଆରବିଆଇ । ଆରବିଆଇର ମନିଟାରୀ […]

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ଆପାର୍ଟମେଣ୍ଟରେ ନିଆଁ

ଦିଲ୍ଲୀର ରେଷ୍ଟୁରାଣ୍ଟଟରେ ଅଗ୍ନିକାଣ୍ଡ ଘଟଣା ମନରୁ ଲିଭି ନଥିବା ବେଳେ ବିହାର ପାଟନାରେ ଥିବା ଏକ ହସ୍ପିଟଟାଲରେ ନିଆଁ ଲାଗିଯାଇଥିଲା । ଉଭୟ ଘଟଣାରେ ୨୫ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏବେ ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟିଛି ।ନୋଏଡା ସେକ୍ଟର ୭୫ରେ IVY କାଉଣ୍ଟି ସୋସାଇଟିରେ ଥିବା ୧୨ ମହଲାର ଏକ ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ସେକ୍ଟର ୧୧୩ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିବା ଜଣାପଡିଛି । ଘଟଣା […]

ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ପରିବେଶ ଦିବସ

ଆଜି ସାରା ବିଶ୍ୱରେ ପାଳିତ ହେଉଛି ‘ବିଶ୍ୱ ପରିବେଶ ଦିବସ’। ଚଳିତ ବର୍ଷର ସ୍ଲୋଗାନ ରହିଛି, ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ । ୧୯୭୨ ଜୁନ ୫ରେ, ମିଳିତ ଜାତିସଂଘ ଏହି ଦିନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା । ପ୍ରଥମେ ୧୯୭୨ ଜୁନ ୫ ରେ ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ପାଳନ କରାଯାଇଥିଲା । ଏଥିରେ ମୋଟ ୧୧୯ଟି ଦେଶ ଅଂଶଗ୍ରହଣ କରିଥିଲେ । ଏହା ସହିତ, ଏହା ୧୯୭୪ ମସିହାରେ […]

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ସକାଳ ୧୦ଟା ୩୦ରେ ବସିବ ବୈଠକ । ବୈଠକରେ ଗତ ୩୧ ତାରିଖ ଛତିଶା ନିଯୋଗ ଏବଂ ନୀତି ସବ୍‌ମିଟି ବୈଠକରେ ଅନୁମୋଦନ ପାଇଥିବା ରଥ ଯାତ୍ରା ଓ ସ୍ନାନ ଯାତ୍ରାର ନୀତି ନିର୍ଘଣ୍ଟ, ବ୍ୟବସ୍ଥାବଳୀକୁ ଚୂଡ଼ାନ୍ତ ଅନୁମୋଦନ ମିଳିବ ।ସେହିପରି ଗତ ପରିଚାଳନା କମିଟି ବୈଠକ ପରେ ଅନୁଷ୍ଠିତ ବିଭିନ୍ନ ସବ୍-କମିଟି ଯଥା ପ୍ରକଳ୍ପ […]

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଅଧିକ ପାଠ ପଢ଼ିଥିଲେ ମିଳିବନି ଛୋଟ ଚାକିରି!

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଅଧିକ ପାଠ ପଢ଼ିଥିଲେ ମିଳିବନି ଛୋଟ ଚାକିରି! । ଉଚ୍ଚ ଶିକ୍ଷିତଙ୍କ ପାଇଁ ବଡ଼ ନିୟମ। କମ୍ ଯୋଗ୍ୟତା ବିଶିଷ୍ଟ ପଦବୀ ପାଇଁ ଦାବି କରିପାରିବେନି ଅଧିକ ପାଠ ପଢ଼ିଥିବା ପ୍ରାର୍ଥୀ ।ଯଦି ଏପରି କରାଯାଏ, ତେବେ ତାହା ପ୍ରକୃତ ଯୋଗ୍ୟ ଏବଂ କମ୍ ପଢ଼ିଥିବା ଗରିବ ପ୍ରାର୍ଥୀଙ୍କ ସୁଯୋଗକୁ ଛଡ଼ାଇ ନେବ। ଭଳି କାର୍ଯ୍ୟ ହେବ। ମାଡ୍ରାସ ହାଇକୋର୍ଟଙ୍କ ଏକ ପୁରୁଣା ଆଦେଶକୁ ରଦ୍ଦ କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି […]

ରାଜ୍ୟର 50ରୁ ଅଧିକ ସ୍ଥାନର ନାମର ଇଂରାଜୀ ସ୍ପେଲିଂରେ ପରିବର୍ତ୍ତନ ସୁପାରିଶ କଲା ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ଏକ କମିଟି

ଓଡ଼ିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ବ୍ଲକ ଓ ତହସିଲର ମୂଳ ଓଡ଼ିଆ ନାଁ ସଂଶୋଧନ ଦିଗରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ୫୦ରୁ ଅଧିକ ସ୍ଥାନର ସ୍ଥାନର ନାମର ଇଂରାଜୀ ସ୍ପେଲିଂରେ ପରିବର୍ତ୍ତନ ସୁପାରିଶ ପାଇଁ ପ୍ରସ୍ତାବ ରହିଛି । ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗତ ୨ ଜୁନରେ ଅନୁଷ୍ଠିତ ବୈଠକରେ ଓଡ଼ିଆ ଭାଷା, ଇତିହାସ, ଭୂଗୋଳ ଓ ପ୍ରଶାସନ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗ ଦେଇଥିଲେ। କମିଟି ପୂର୍ବରୁ ପ୍ରାପ୍ତ […]

SCB ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ, କେବୁଲ ସର୍ଟ ସର୍କିଟ୍‌ରୁ ଲାଗିଲା ନିଆଁ

ଗୁରୁବାର କଟକ ଏସ୍‌ସିବି ମେଡିକାଲ ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି।ତେବେ ଏସ୍‌ସିବି କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କ ତ୍ୱରିତ ପଦକ୍ଷେପ କାରଣରୁ ନିଆଁ ଆୟତ୍ତ ହୋଇପାରିଛି । ଅବଶ୍ୟ ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ନିଆଁ ଆୟତ୍ତ ହୋଇସାରିଥିବାରୁ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଦ୍ୟୁତ କେବୁଲ ଉପରେ ଅତ୍ୟଧିକ […]

ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପ୍ରାର୍ଥୀ,ପ୍ରାର୍ଥୀ ଘୋଷଣା କଲା ବିଜେପି

ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ ।ଓଡିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ସକାଳେ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯାଇଛି । ୧୮ ଜୁନରେ ହେବ ରାଜ୍ୟସଭା ଉପ ନିର୍ବାଚନ ।ଦେବାଶିଷ ସାମନ୍ତରାୟ ବିଜେପିର ଟିକେଟ୍ ପାଇବା ପରେ ରାଜ୍ୟସଭା ଲଢ଼େଇ ଏବେ ସମ୍ପୂର୍ଣ୍ଣ ରୋଚକ ମୋଡ଼କୁ ଚାଲିଆସିଛି । ସଂଖ୍ୟାବଳ ଏବଂ ବର୍ତ୍ତମାନର ରାଜନୈତିକ ପରିସ୍ଥିତିକୁ ଦେଖିଲେ ଦେବାଶିଷଙ୍କ ଦିଲ୍ଲୀ […]

ନଦୀରେ ଗାଧୋଇବା ବେଳେ କୁମ୍ଭୀର ସହ ଲଢ଼ିଲେ ଜୀବନ ବଞ୍ଚାଇଲେ ଯୁବକ

କେନ୍ଦ୍ରାପଡାଜିଲ୍ଲା ରାଜନଗର ବ୍ଲକ ରାଜପୁର ପଂଚାୟତ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ ଆଜି କୁମ୍ଭୀର ସହ ଲଢ଼ି ଜୀବନ ବଞ୍ଚାଇଛନ୍ତି | ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ବାଥିଙ୍ଗ ଘାଟ ଭିତରେ ଗାଧୋଉଥିବାବେଳେ ସେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ |୨୫ ଫୁଟ ଲମ୍ବର କୁମ୍ଭୀର ଆକ୍ରମଣ କରିଥିଲା । ସାହସର ସହ ଲଢିଥିଲେ କ୍ଷମାନିଧି । ତାଙ୍କୁ ସହଯୋଗ କରିଥିଲେ ନିକଟରେ ଗାଧୋଉଥିବା ଲୋକମାନେ । ସେମାନେ ବାଉଁଶ ଆଣି କୁମ୍ଭୀରକୁ ବାଡେଇବାରୁ ଛାଡି ପଳାଇଥିଲା […]

ମୁଜାଫରପୁର ପ୍ରସାଦ ହସ୍ପିଟାଲରେ ଅଗ୍ନିକାଣ୍ଡରେ ବୁଢ଼ୀ ମା’ ନିଜ ଅକ୍ସିଜେନ ମାସ୍କ କାଢି ଅନେକ ରୋଗୀଙ୍କୁ ବଞ୍ଚାଇଲେ

ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ବଞ୍ଚିବାକୁ ଆସି ଜଳିଗଲେ ରୋଗୀ ।, ରାତି ଅଧରେ ଲାଗିଗଲା ନିଆଁ ଆଉ ଦୁର୍ଘଟଣା ନେଇଗଲା ୫ ଜଣଙ୍କ ଜୀବନ । ମୃତ୍ୟୁର ତାଣ୍ଡବ ଏବଂ ଭୟାବହତା ଭିତରେ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ ଏହାରି ଭିତରେ ଏମିତି ଏକ କାହାଣୀ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ,ଚକିତ କରିଛି । […]