ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେ ଆହୁରି ୧୦ ଜଣ ଗିରଫ ହେବେ- କ୍ରାଇମବ୍ରାଞ୍ଚ ଡିଆଇଜି

ବାଲିଅନ୍ତା କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଅଶୋକ ଜେନା ଓରଫ ଗେଡାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପଟିଆର ଏକ ହୋଟେଲରେ ଲୁଚିଥିବା ବେଳେ ଗେଡାକୁ ଗିରଫ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ମୋଟ୍ ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆହୁରି ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି । ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରିବା ଟିମ୍ ଉଦ୍ୟମ କରୁଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ।ଆଜି ଧରାପଡ଼ିଥିବା […]

ମୌସୁମି କେରଳମ୍‌ ଛୁଇଁବା ବିଳମ୍ବ ହୋଇପାରେ

ମୌସୁମୀ ଆଗମନକୁ ନେଇ ବଢ଼ିଲା ଅନିଶ୍ଚିତତା । ଜୁନ୍ ୧ ସୁଦ୍ଧା କେରଳ ଛୁଇଁବା ନେଇ ସଂଶୟ । ମେ ୨୬ରେ ମୌସୁମି ବାୟୁ କେରଳମ୍‌ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଥିଲା। ତେବେ ସଦ୍ୟତମ ବିଶ୍ଲେଷଣ ଅନୁଯାୟୀ ଜୁନ ପହିଲା ବେଳକୁ ମୌସୁମି ବାୟୁ କେରଳମ୍‌ରେ ପାଦ ଥାପିବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍‌ ସାହୁ କହିଛନ୍ତି।ପାଣିପାଗ ବିଶେଷଜ୍ଞ ଏବଂ ଘରୋଇ ସଂସ୍ଥା ‘ସ୍କାଏମେଟ୍’ ର ରିପୋର୍ଟ ଅନୁଯାୟୀ, ମୌସୁମୀ […]

ମାଗଣା ଖଜା ପାଇଁ ବଡ଼ଦାଣ୍ଡରେ ଭିଡ଼, ଯିଏ ପାରିଲା, ସିଏ ପୁଳା ପୁଳା ବୋହିନେଲା

ରାସ୍ତାର ଗୋଟିଏ ପାର୍ଶ୍ଵରେ ରଥଖଳା ଓ ଅନ୍ୟପଟେ ଲୋକଙ୍କ ଠେଲାପେଲା । ଭିଡ଼ ଭିତରୁ ହାତରେ ପୁଳା ପୁଳା ଖଜା ଧରି ହସି ହସି ବାହାରୁଥିଲେ ଲୋକେ । ସମସ୍ତେ ସେହି ଭିଡ଼ ଭିତରକୁ ମାଡ଼ି ଯାଉଥିଲେ । ଆଉ ଦୁଇ ହାତ ପୂର୍ଣ୍ଣ କରି ଖଜା ନେଇଆସୁଥିଲେ ।ସାଧାରଣତଃ ଯଦି ଆମେ କିମ୍ବା କୌଣସି ଲୋକ ଖଜା କିଣନ୍ତି । ତେବେ ସୀମିତ ଓଜନ ମଧ୍ୟରେ କିଣନ୍ତି । ହେଲେ ଏଠି ମାଗଣାରେ ଖଜା ଥୁଆ […]

ଡିଜେଲ୍‌ ବଦଳରେ ଓଡ଼ିଶାରେ ଚାଲିବ ଇଭି ବୋଟ୍

ଓଡ଼ିଶାରେ ଚାଲିବ ଇଭି ବୋଟ୍ । ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ହେବ ବ୍ୟବସ୍ଥା । ଏନେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ରାଜ୍ୟର ୫ଟି ପର୍ୟ୍ୟଟନ ସ୍ଥଳୀ ପାଇଁ ଏବେ ଟେଣ୍ଡର ଡ଼କାଯାଇଛି। କୋଲାବ ଡାମ୍, ହୀରାକୁଦ ଡାମ୍, ଭିତରକନିକା ଓ ବରକୂଳ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ବର୍ତ୍ତମାନର ତେଲ ସଙ୍କଟ ଏବଂ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ […]

ଏଣିକି ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭିଭିଆଇପି ଗସ୍ତ ସୂଚନା ଲିକ୍‌ ନେଇ କଡ଼ା ସତର୍କତା। ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ। ଗୃହ ବିଭାଗ ପକ୍ଷରୁ ଡିଜିପି ଓ ଆଇଜି, ଗୁପ୍ତଚର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।ଏନେଇ ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି। ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡିଆରୁ ଲିକ୍‌ ହେଉଥିବାରୁ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।ଭିଭିଆଇପିଙ୍କ ମିନିଟ୍‌-ଟୁ-ମିନିଟ୍‌ କାର୍ୟ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା ଓ ଅପରେସନାଲ ତଥ୍ୟ […]

ସରକାରୀ ଅଫିସ୍‌ରେ ବି ମହିଳା ଅସୁରକ୍ଷିତ ! ଡିଆରଡିଏ ମହିଳା ୱାସ ରୁମରେ ସିକ୍ରେଟ କ୍ୟାମେରା

ଡିଆରଡିଏ ମହିଳା ୱାସରୁମରେ ଲଗାଇଯାଇଥିଲା ସିକ୍ରେଟ କ୍ୟାମେରା। କ୍ୟାମେରା ଉଦ୍ଧାର ହେବା ପରେ ଏବେ ଚାଞ୍ଚଲ୍ୟ। ଏଭଳି ଘଟଣା ଘଟଣା ଘଟିଛି ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳରେ। ଘଟଣା ଜଣାପଡିବା ପରେ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଛି।ଏତଲା ପାଇ ପୋଲିସ କ୍ୟାମେରା ଟିକୁ ଜବତ କରି ତଦନ୍ତ ଚଳାଇଛି ।ଗତ ୨୫ତାରିଖ ଦିନ ଡିଆରଡିଏର ଜଣେ ମହିଳା କର୍ମଚାରୀ ୱାସରୁମ ଯାଇଥିବା ବେଳେ କ୍ୟାମେରାଟି ଖସି ପଡ଼ିଥିଲା। ତାକୁ ଦେଖି ମହିଳା ଜଣକ ଅତିରିକ୍ତ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ […]

ସିବିଏସ୍‌ଇ ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମକୁ ନେଇ ନିଜକୁ ଦାୟୀ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ସିବିଏସ୍‌ଇ ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମକୁ ନେଇ ଅସନ୍ତୋଷ ଜାରି ରହିଥିବାବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି ଓ ଏହାର ସମାଧାନ କରାଯିବ ବୋଲି କହିଛନ୍ତି। ଗୁରୁବାର ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସେ ତ୍ରୁଟି ପାଇଁ ଦାୟିତ୍ୱ ନେଉଛନ୍ତି। ଛାତ୍ର ଓ ଅଭିଭାବକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଯଦି ମୂଲ୍ୟାଙ୍କନ ପ୍ରକ୍ରିୟାରେ ଅନିୟମିତତା ଦେଖାଯାଏ ତେବେ କାହାକୁ ଛଡାଯିବ ନାହିଁ।ବୁଧବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ […]

ସିଏମ୍‌ ପଦ ଛାଡିବା ନେଇ ସିଦ୍ଦରମୈୟାଙ୍କ ଘୋଷଣା, ୩ଟାରେ ଦେବେ ଇସ୍ତଫା

କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ତାଙ୍କ ପଦ ଛାଡିଛନ୍ତି। ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କ ମନ୍ତ୍ରୀମାନଙ୍କ ସହିତ ଏକ ପ୍ରାତଃଭୋଜନ ବୈଠକରେ ସେ ଏହି ଘୋଷଣା କରିଛନ୍ତି। ସେ ତାଙ୍କ ନିଷ୍ପତ୍ତି ବିଷୟରେ ମନ୍ତ୍ରୀମାନଙ୍କୁ ଅବଗତ କରାଇଛନ୍ତି। ଅପରାହ୍ନ ୩.୦୦ଟାରେ ସିଦ୍ଦରାମାୟା ଲୋକଭବନ ଯିବାର କାର୍ଯ୍ୟକ୍ରମ ରହିଛି। ସେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଇସ୍ତଫା ପ୍ରଦାନ କରିବେ । ସିଦ୍ଦରମୈୟା ତାଙ୍କ ମନ୍ତ୍ରୀମାନଙ୍କୁ ଅବଗତ କରାଇଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡ ତାଙ୍କୁ ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ଏବଂ […]

ଆଜି ବିଶ୍ୱବ୍ୟାପୀ ପାଳନ ହେଉଛି ଋତୁସ୍ରାବ ସ୍ୱଚ୍ଛତା ଦିବସ

ଆଜି ହେଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଏବଂ ଏହାକୁ ନେଇ ସମାଜରେ ଥିବା ଅନ୍ଧବିଶ୍ୱାସ ତଥା ଲଜ୍ଜାବୋଧକୁ ଦୂର କରି ସଚେତନତା ସୃଷ୍ଟି କରିବା | ମାସିକ ଋତୁଚକ୍ର ସାଧାରଣତଃ ୨୮ ଦିନର ହୋଇଥାଏ ଏବଂ ମାସର ୫ ତମ ମାସ ହେଉଛି ମେ’। ତେଣୁ ପ୍ରତିବର୍ଷ ମେ’ ୨୮ ତାରିଖକୁ ଏହି ଦିବସ ପାଇଁ ଚୟନ କରାଯାଇଛି […]

ମେଟାର ବଡ଼ ଘୋଷଣା: ଇନଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍ ପାଇଁ ଦେବାକୁ ପଡିବ ଚାର୍ଜେସ୍

Meta ଏକ ବଡ଼ ଘୋଷଣା କରିଛି । ଯାହାର ସିଧାସଳଖ ପ୍ରଭାବ ସୋସିଆଲ ମିଡିଆ ଆପ୍ସ ଏବଂ ମେସେଜିଂ ଆପ୍ସ ବ୍ୟବହାର କରିବା ଉପରେ ପଡିବ । କମ୍ପାନୀ ଏବେ ନିଜର ଏହି ଲୋକପ୍ରିୟ ଆପ ଗୁଡ଼ିକୁ କେବଳ ମାଗଣା ସେବା ମଧ୍ୟରେ ସୀମିତ ନରଖି ଏହାକୁ ଏକ ନୂଆ ରୂପ ଦେବାକୁ ଘୋଷଣା କରିଛି। ବର୍ତ୍ତମାନ ମୋବାଇଲ ରିଚାର୍ଜ ଭଳି ୟୁଜର୍ସଙ୍କୁ ଏହି ଆପ୍ସ ଚଲାଇବା ପାଇଁ ପ୍ରତି ମାସରେ ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ […]

ମହଙ୍ଗା ପଡ଼ିଲା ଥାନାରେ ଥାର୍ଡ ଡିଗ୍ରୀ, ସସପେଣ୍ଡ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି

ମହଙ୍ଗା ପଡ଼ିଲା ଥାନାରେ ଥାର୍ଡ ଡିଗ୍ରୀ । ସସପେଣ୍ଡ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା । ଜଣେ ସଧବା ମହିଳାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିଦେଇ ଆଖି ସାମ୍ନାରେ ଭେଣ୍ଡିଆ ପୁଅକୁ ‘ଥାର୍ଡଡିଗ୍ରୀ’ ଦେଇ ସମାଲୋଚନାର ସମ୍ମୁଖୀନ ହୋଇଥିବା ଥାନା ଅଧିକାରିଣୀଙ୍କୁ ବାଜିଛି ପୋଲିସ ମହାନିର୍ଦ୍ଦେଶକଙ୍କ ଛାଟ ।ନିଲମ୍ବିତ କରିଛନ୍ତି ପୋଲିସ ଡିଜି । ଅଭିଯୋଗ ଆଧାରରେ ସନ୍ଧ୍ୟାରାଣୀଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି । ନିଲମ୍ବନ ସମୟରେ ସେ କେନ୍ଦ୍ରାଞ୍ଚଳ ଆଇଜି ଅଧୀନରେ ଶୃଙ୍ଖଳାଗତ […]

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ଯୁଦ୍ଧର ପ୍ରଭାବ ପଡ଼ିଛି ଘରୋଇ ବିମାନ ଚଳାଚଳ ଉପରେ।ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି। ବାୟୁ ସୀମା କଟକଣା ସହ ବିମାନ ଇନ୍ଧନ ଦର ବୃଦ୍ଧି କାରଣରୁ ବାହାର ଦେଶକୁ ବିମାନ ସେବା ଯୋଗାଇବା ଅତ୍ୟଧିକ ବ୍ୟୟବହୁଳ ହୋଇପଡ଼ିଥିବା ଦର୍ଶାଇ ଟାଟା ଗ୍ରୁପ୍‌ ମାଲିକାନାରେ ଥିବା ଏୟାରଲାଇନ୍ସ ଏହାର ଅନ୍ତର୍ଜାତୀୟ ଉଡ଼ାଣ ୨୭ ପ୍ରତିଶତ ହ୍ରାସ କରିଥିବାବେଳେ […]