ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କ ଜାମିନ ଖାରଜ । ମଳୟ ବିଷୋୟୀ, ସୁନୀଲ ହୋତା, ବିପିନ ସ୍ୱାଇଁ, ସୀମାଞ୍ଚଳ ନାୟକଙ୍କ ଜାମିନ ଖାରଜ କରିଛନ୍ତି କୋର୍ଟ ।୨ ବିହାରୀ ଅପରାଧି ଶିଶୁପାଳ ପାଶୱାନ, କୁନ୍ଦନ କୁମାରଙ୍କ ଜାମିନ ମଧ୍ୟ ଖାରଜ କରିଛନ୍ତି କୋର୍ଟ ।ସୂଚନାଯୋଗ୍ୟ ଯେ, ଅକ୍ଟୋବର ୬ ତାରିଖରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଜଣଙ୍କ […]
ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ପୂର୍ତ୍ତ ମନ୍ତ୍ରୀଙ୍କ ସଙ୍କେତ । ମନ୍ତ୍ରୀ କହିଛନ୍ତି ଯେ ଭଙ୍ଗା ଯିବନି ବର୍ତ୍ତମାନର ବିଧାନସଭା, ସନ୍ତକ ହିସାବରେ ରଖାଯିବ । ମ୍ୟୁଜ୍ୟିମ ଭାବେ ବ୍ୟବହାର କରାଯିବ । ଭବିଷ୍ୟତରେ ଯଦି ବିଧାନ ପରିଷଦ ଗଠନ ହୁଏ, ବ୍ୟବହାର କରାଯିବ । ଲୋକସେବା ଭବନ ଓ ବିଧାନସଭା ମଝିରେ ନିର୍ମାଣ ହେବ ନୂଆ ବିଧାନସଭା ।ଭଙ୍ଗାଯିବ ବର୍ତ୍ତମାନର ନଅ ତାଲା, ସେଚ ସଦନ ଓ ରାଜୀବ ଭବନ । ମନ୍ତ୍ରୀ କହିଛନ୍ତି […]
ରାଜ୍ୟରେ ବଢିଲା ବୁଥ ସଂଖ୍ୟା । SIR ପୂର୍ବରୁ ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି । ଆଉ ୭ ହଜାର ବୁଥ ବୃଦ୍ଧି କରାଯାଇଛି । ପୂର୍ବରୁ ୩୬ ହଜାର ବୁଥ ଥିବା ବେଳେ ଏବେ ପ୍ରାୟ ୪୩ ହଜାର ବୁଥ କରାଯାଇଛି। SIR ପାଇଁ ଓଡ଼ିଶା ପ୍ରସ୍ତୁତ । ଓଡିଶାରେ SIR ଲାଗୁ ପାଇଁ ପ୍ରସ୍ତୁତି ୫ମାସ ଧରି ଚାଲିଛି । ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି । ୨୦୦୨ ମସିହାରେ […]
ଚଳିତ ବର୍ଷରୁ ବଦଳିପାରେ ଯୁକ୍ତ ୨ ଖାତାଦେଖା ଢ଼ାଞ୍ଚା । ଯୁକ୍ତ ୨ କଳା ଖାତା ଦେଖା ଅନଲାଇନ୍ରେ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଅର୍ଥ ପ୍ରଦାନ କରାଯିବ। ଟାଇମ ପିରିୟଡ ଭିତରେ ଖାତା ଦେଖା ହୋଇପାରିବ, ବିଭାଗ ଯୋଜନା କରୁଛି, ପ୍ରସ୍ତାବ ଯାଇଛି । ଆପ୍ରୁଭାଲ ମିଳିଲେ କାର୍ଯ୍ୟକାରୀ ହେବ। ଗତଥର ବି ସିଏଚ୍ଏସ୍ସିରେ AI କ୍ୟାମେରା ଲାଗିଥିଲା। କୌଣସି ପ୍ରଶ୍ନ […]
ଛତିଶଗଡ଼ ଉରମାଳରେ ଓଡ଼ିଶାର ବନଦୁର୍ଗା ଗଣନାଟ୍ୟକୁ ଗତ ୪ରୁ ୧୦ ତାରିଖ ଯାଏଁ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିଥିଲା। ୯ ତାରିଖ ଯାତ୍ରା ପେଣ୍ଡାଲରେ ଆଇଟମ୍ ଗର୍ଲ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରବର୍ତ୍ତୀ ସମୟରେ ଗରିଆବନ୍ଦ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୧୦ ତାରିଖରେ ଯାତ୍ରାକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନ ଏହି ଘଟଣା ଛତିଶଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି।ଏହାକୁ ନେଇ ଛତିଶଗଡ଼ ଗରିଆବନ୍ଦ ଜିଲା ପ୍ରଶାସନ […]
ଏସବିଆଇ ଏଟିଏମରୁ ଟଙ୍କା ଉଠାଣ ପାଇଁ ନିୟମରେ କିଛି ପରିବର୍ତ୍ତନ କରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍ ଏବଂ ସ୍ୱୟଂଚାଳିତ ଜମା-କମ-ଉଠାଣ ମେସିନ୍ ସହିତ ଜଡିତ ଚାର୍ଜକୁ ସଂଶୋଧନ କରିଛି ।ଏହି ପରିବର୍ତ୍ତନ ଅନ୍ୟ ବ୍ୟାଙ୍କର ଏଟିଏମରେ କରାଯାଉଥିବା କାରବାର ପାଇଁ ପ୍ରଯୁଜ୍ୟ ହେବ । ଏହି ପରିବର୍ତ୍ତନ ଇଣ୍ଟରଚେଞ୍ଜ ଫି ବୃଦ୍ଧି ଯୋଗୁଁ କରାଯାଇଛି ।ଏହି ପରିବର୍ତ୍ତନ ସର୍ବାଧିକ ଏସବିଆଇ ଏଟିଏମ୍ ନଥିବା ଲୋକଙ୍କ ପାଇଁ ନିର୍ଦ୍ଧାରିତ ସୀମା ଅତିକ୍ରମ କରୁଥିବା ସଞ୍ଚୟ ଏବଂ […]
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସିର ଖବର । ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତାଙ୍କ କହିବା ମୁତାବକ, ଏଯାବତ ସୁଭଦ୍ରା ଯୋଜନାରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ଜଣ ମହିଳା ସାମିଲ ହୋଇସାରିଛନ୍ତି । ତାଙ୍କ ଭିତରୁ ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି । ଯେଉଁମାନେ କି ପ୍ରଥମ ଥର ପାଇଁ […]
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ ।ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ । ଏହାସହ ଧନୁ ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ପହିଲି ଭୋଗର ଅନ୍ତିମ ଦିବସ । ଆଜି ସନ୍ଧ୍ୟା ଆଳତି ବେଶରେ ମାଳଚୂଳ ମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁରଙ୍କୁ ଲାଗି କରାଯବ । ସେହିପରି ବଡ଼ସିଂହାର ବେଶରେ ସୋଲ, ଜରି , କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୁଷଳ,କୁଣ୍ଡଳ ଇତ୍ୟାଦି ଜଗନ୍ନାଥ […]
ବିବାହ ପୂର୍ବରୁ ଝିଅର ସ୍ଵୀକୃତି ନେବା ଜରୁରୀ। ଜୋର୍ ଜବରଦସ୍ତି ଝିଅର ବିବାହ କରେଇ ପାରିବେ ନାହିଁ ଅଭିଭାବକ ବୋଲି ସମାଲୋଚନା କରିଛନ୍ତି ଓଡ଼ିଶା ହାଇକୋର୍ଟ। କୋର୍ଟ କହିଛନ୍ତି,ଏପରି ମାମଲାରେ ସମ୍ମତି ସର୍ବୋପରି ଏବଂ ମାତାପିତା ଝିଅଙ୍କ ଇଚ୍ଛା ବିରୋଧରେ ନ ଯିବାକୁ ଆହ୍ବାନ ଦେଇଛନ୍ତି। ଜଣେ ୨୧ ବର୍ଷୀୟା ଯୁବତୀଙ୍କ ସ୍ବାଧୀନ ଭାବରେ ବଞ୍ଚିବାର ଅଧିକାରକୁ ସମର୍ଥନ କରି ଏହି ରାୟ ଆସିଛି। ୬ ଅଗଷ୍ଟ, ୨୦୨୫ରେ ଝିଅ ନିଖୋଜ ଥିବା ଅଭିଯୋଗ ନେଇ ବାପାଙ୍କ […]
ମାରାତ୍ମକ ସାଜିଲା ଚିପ୍ସ । ଚିପ୍ସ ପ୍ୟାକେଟ୍ ଖେଳଣାରେ ବିସ୍ଫୋରଣ । କୁନି ପିଲାର ଆଖି ନଷ୍ଟ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଧୀନ ଶଗଡ଼ଘାଟ ଗାଁରେ ଘଟିଛି ଏଭଳି ଅଘଟଣ । ରବିବାର ସନ୍ଧ୍ୟାରେ ଲବ ହରପାଳଙ୍କ ଆଠ ବର୍ଷର ପୁଅ ଅଙ୍କେଶ ହରପାଳ ଗାଁର ଏକ ଦୋକାନରୁ ଚିପ୍ସ ପ୍ୟାକେଟ କିଣି ଖାଇଥିଲେ । ସେହି ଜରି ପ୍ୟାକେଟରେ ଥିବା ଖେଳଣାକୁ ନିଆଁରେ ପକାଇଦେବା ମାତ୍ରେ ଜୋରରେ ବିସ୍ଫୋରଣ ଘଟି ଆଖି ଉପରେ […]
ପଶ୍ଚିମବଙ୍ଗରେ ନିପା ଭାଇରସର ଦୁଇଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି। ଏହି ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ତୁରନ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ କରି ପରିସ୍ଥିତି ବିଷୟରେ ପଚାରି ବୁଝିଥିଲେ ଏବଂ ତାଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବାକୁ ଆଶ୍ୱାସନା ଦେଇଥିଲେ। ସୂଚନାମୁତାବକ ଜାନୁଆରୀ ୧୧, ୨୦୨୬ରେ AIIMS କଲ୍ୟାଣୀ ସ୍ଥିତ ICMRର ଭାଇରସ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଲ୍ୟାବ (VRDL)ରେ ଏହି ମାମଲା ଗୁଡ଼ିକ ରିପୋର୍ଟ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହ ଜାନୁଆରି ୧୪ ତାରିଖ ମକର ସଂକ୍ରାନ୍ତି ଦିନ ତାଙ୍କ ନୂଆ ଅଫିସ୍କୁ ସ୍ଥାନାନ୍ତର ହେବେ। ପ୍ରଧାନମନ୍ତ୍ରୀଙ୍କ ଅଫିସ୍ (ପିଏମ୍ଓ)ର ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ହୋଇସାରିଛି। ଦେଶ ସ୍ବାଧୀନତା ଲାଭକରିବା ପରଠାରୁ ଅର୍ଥାତ ୧୯୪୭ମସିହାରୁ ପିଏମ୍ଓ ସାଉଥ୍ ବ୍ଳକରେ କାର୍ଯ୍ୟକ୍ଷମ ହୋଇଆସୁଛି। ନୂଆ ଅଫିସର ଠିକଣା ସେବାତୀର୍ଥ ରଖାଯାଇଛି।ସେଣ୍ଟ୍ରାଲ ଭିଷ୍ଟା ରିଡେଭେଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏହାର ନିର୍ମାଣ କରାଯାଇଛି। ଏହି କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଚିବାଳୟ ଏବଂ ଜାତୀୟ […]
