ଦାୟିତ୍ବ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କଲେ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ 

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇଏଏସ ଅଧିକାରୀ ଅନୁ ଗର୍ଗ । ଦାୟିତ୍ଵ ଗ୍ରହଣ କରିବା ପରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅରବିନ୍ଦ ପାଢୀ ସ୍ବାଗତ କରିଥିଲେ । ଏହାସହିତ ସେବାୟତମାନେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମହାପ୍ରଭୁଙ୍କ […]

ନୂଆବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ଆରମ୍ଭ ହୋଇଛି ନବବର୍ଷ । ସାରା ଦେଶ ଓ ବିଶ୍ୱରେ ପାଳନ ହେଉଛି ନୂତନ ବର୍ଷ । ଏହି ଅବସରରେମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ରେ ସେ ଟୁଇଟ୍‌ କରି ଲେଖିଛନ୍ତି, ଇଂରାଜୀ ନବବର୍ଷ ୨୦୨୬ ଉପଲକ୍ଷେ ଓଡ଼ିଶାର ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ନୂଆ ବର୍ଷ ସମସ୍ତଙ୍କ ଜୀବନରେ ନୂଆ ଆଶା, ନୂଆ ସଙ୍କଳ୍ପ ଓ ନୂଆ ଆତ୍ମବିଶ୍ୱାସ […]

ଆଜିଠୁ ହେବ ଏହି ସବୁ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ଆସିଛି ନୂଆ ବର୍ଷ ୨୦୨୬ । ନୂଆ ବର୍ଷର ଆରମ୍ଭ ସହିତ ଅନେକ ବଡ଼ ଆର୍ଥିକ ନିୟମ ମଧ୍ୟ ବଦଳୁଛି, ଯାହା ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇପାରେ । LPG ସିଲିଣ୍ଡର ମହଙ୍ଗା| ଦିଲ୍ଲୀରେ 19 କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ 1580.50 ରୁ 111 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୋଲକାତାରେ, ମୂଲ୍ୟ 1684 ରୁ 1795, ଚେନ୍ନାଇରେ 1739.50 ରୁ 1849.50, ଏବଂ ମୁମ୍ୱାଇରେ 1531.50 ରୁ 1642.50 ପର୍ଯ୍ୟନ୍ତ ବୃଦ୍ଧି […]

ନୂତନ ବର୍ଷ ଏକ ବଡ଼ ଝଟକା,ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି 

ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ନଭେମ୍ୱର ୨୦୨୩ ପରଠାରୁ ଏହା ପ୍ରଥମ ଥର ପାଇଁ ୧୦୦ ରୁ ଅଧିକ ବୃଦ୍ଧି। ଅକ୍ଟୋବର ୨୦୨୩ ପରଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହା ସବୁଠାରୁ ବଡ଼ ବୃଦ୍ଧି। ଦିଲ୍ଲୀ, କୋଲକାତା ଏବଂ ମୁମ୍ୱାଇ ମହାନଗରଗୁଡ଼ିକରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୧୧ ବୃଦ୍ଧି ପାଇଛି। ଏହା ପରେ, ତିନୋଟି ମହାନଗରରେ ଏକ […]

ନୂଆବର୍ଷ ପାଇଁ ପୁରୀରେ  ରାତି ୨ଟାରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ଆସିଛି ନୂଆ ବର୍ଷ -୨୦୨୬ । ନୂଆ ସମ୍ଭାବନା ସହ ଆସିଛି ନୂଆବର୍ଷ । ପରସ୍ପରକୁ ଅଭିନନ୍ଦନ ଜଣାଇ ସ୍ବାଗତ କରିଛନ୍ତି । ନୂଆବର୍ଷ ପାଇଁ ପୁରୀରେ ପ୍ରବଳ ଭିଡ଼ ।ରାତି ୧ଟା ୩୩ରେ ଦ୍ବାର ଫିଟାଯାଇଛି । ଗତକାଲି ରାତି ୧୦.୨୫ ରେ ପହୁଡ଼ ହୋଇଥିଲା ।ରାତି ୨ଟାରୁ ପୁଣି ଆରମ୍ଭ ହୋଇଥିଲା ଦର୍ଶନ। ଗୋପାଳ ବଲ୍ଲଭ ଭୋଗ ପାଇଁ ଦେଢ଼ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା । […]

ନୂଆବର୍ଷକୁ ସ୍ୱାଗତ ଜଣାଇଲେ ଅକ୍‌ଲାଣ୍ଡବାସୀ

ନୂଆ ବର୍ଷର ଆଗମନ ପାଇଁ ସମସ୍ତଙ୍କ ଭିତରେ ଅପେକ୍ଷା। ବିଶ୍ୱ କ୍ୟାଲେଣ୍ଡର ପୃଷ୍ଠା ବଦଳାଇବାକୁ ପ୍ରସ୍ତୁତ ହେଉଛି। ଏହାରି ଭିତରେ ନ୍ୟୁଜିଲାଣ୍ଡ ପୁଣି ଥରେ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରଥମ ଦେଶମାନଙ୍କ ମଧ୍ୟରୁ ଗୋଟିଏ ହୋଇଛି। ନ୍ୟୁଜିଲାଣ୍ଡ ନୂତନ ବର୍ଷ ୨୦୨୬କୁ ମହା ଧୁମଧାମରେ ​​ସ୍ୱାଗତ କରିଛି। ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡ ୨୦୨୬କୁ ସ୍କାଏ ଟାୱାରରୁ ବନ ଫୁଟାଇବା ସହିତ ସ୍ୱାଗତ କରିବାରେ ବିଶ୍ୱରେ ପ୍ରଥମ। ପାଞ୍ଚ ମିନିଟ୍ ଧରି ଚାଲିଥିବା ଏହି ପ୍ରଦର୍ଶନୀରେ ୨୪୦ […]

୨୦୨୫ ବର୍ଷରେ ଭିଜିଲାନ୍ସ ପକ୍ଷରୁ ୨୦୨ ମାମଲା

ଚଳିତ ବର୍ଷ ୨୦୨ ମାମଲା ରୁଜୁ କରିଛି ଭିଜିଲାନ୍ସ । ୨୧୨ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେଥିରେ ଅଛନ୍ତି ଜଣେ IAS ସହ ୫୩ ଜଣ କ୍ଲାସ-୧ ଅଫିସର ଅଛନ୍ତି । ୪୯ଟି ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ମାମଲାରେ ୧୨୦ କୋଟି ଜବତ କରାଯାଇଛି। ୯୭ଟି ଲାଞ୍ଚ ମାମଲାରେ ୧୦୫ ସରକାରୀ ଅଧିକାରୀଙ୍କ ସହ ୧୧୪ ଗିରଫ ହୋଇଛନ୍ତି। ୧୫୩ ବିଲ୍ଡିଂ, ୧୮ କେଜି ସୁନା, ୭୧୪ ପ୍ଲଟ, ୧୨ ଫାର୍ମ […]

ପୁରୀ ପୌରପାଳିକା ହେଲା ପୁରୀ ମହାନଗର ନିଗମ

ଆଜିଠାରୁ ପୁରୀ ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।ପବିତ୍ର ଶ୍ରୀକ୍ଷେତ୍ର ପୁରୀ ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୁରୀ ମ୍ୟୁନିସିପାଲିଟିକୁ ମହାନଗର ନିଗମର ମାନ୍ୟତା ମିଳିଛି। ଚଳିତ ବର୍ଷ ଜୁଲାଇ ୩ ତାରିଖରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ, ରାଜ୍ୟ ସରକାର ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାସହିତ ରାଜ୍ୟର […]

ସଫଳତା ସାଉଁଟିଲା ଚଇତି -୬କୋଟି ୨୩ ଲକ୍ଷ ୯୮ହଜାର ବ୍ୟବସାୟ କରି ରେକର୍ଡ କରିଛି ପଲ୍ଲିଶ୍ରୀମେଳା

ରାୟଗଡ଼ା ତା ୩୧/୧୨ ଜିଲ୍ଲାରେ ୫ଦିନ ଧରି ଧୁମଧାମରେ ପାଳିତ ହୋଇଯାଇଛି ଚଇତି -୨୦୨୫ । ଶେଷ ସନ୍ଧ୍ୟାରେ ରାୟଗଡ଼ ଜିଲାବାସୀଙ୍କ ହୃଦୟରେ ଏକ ଅଭୂଲା ସ୍ମୃତିର ଛାପ ଦେଇ ଚଇତି ବିଦାୟ ନେଇଛି l ଅନ୍ତିମ ସନ୍ଧ୍ୟାରେ ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଆଶୁତୋଷ କୁଲକର୍ଣ୍ଣିଙ୍କ ସଭାପତିତ୍ୱରେ ଏହି ବର୍ଷର ଚଇତି ପାଳନ ହୋଇଥିଲା l ଆଜିର ଶେଷ ରାଜନୀରେ ରାୟଗଡ଼ ସେବା ସମାଜ ଅନ୍ତେବାସୀ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରି […]

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଆଉ ୨ ମାସ ବଢ଼ିଲା ଇ-କେୱାଇସି ଅବଧି

ରାସନ କାର୍ଡ ପାଇଁ ଅବଧି ବଢାଇଲେ ରାଜ୍ୟ ସରକାର । ଆହୁରି ୨ ମାସ ବଢିଇଛନ୍ତି ରାସନ୍ କାର୍ଡ ଇ-କେୱାଇସି ଅବଧି । ଆଜି ଶେଷ ହେଉଥିଲା ଇ -କେୱାଇସି ଅବଧି । ପେବୃଆରି ମାସ ଯାଏଁ ଇ – କେୱାଇସି ଅବଧି ବୃଦ୍ଧି କରାଯାଇଛି । ୯୬ ପ୍ରତିଶତ ହିତାଧିକାରୀ ଇ – କେୱାଇସି କରିସାରିଲେଣି । ବଳକା ୪ ପ୍ରତିଶତ ଇ – କେୱାଇସି କରିନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ […]

ଟି– ସେତୁରେ ୪ ଦିନ ପାଇଁ ଗାଡ଼ି ଚଳାଚଳ ବାରଣ

T-ସେତୁରେ ୪ ଦିନ ଗାଡ଼ି ଚଳାଚଳ ବନ୍ଦ ରହିବ । ଆଠଗଡ଼ ବଡ଼ମ୍ବା ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥ ପୀଠରେ ମକର ମେଳା ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିବ ।ଜାନୁଆରୀ ୧୪ ତାରିଖରୁ ୧୭ ତାରିଖ ଯାଏଁ ଗାଡ଼ି ଚଳାଚଳ ମନା କରାଯାଇଛି। ସକାଳ ୭ରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବାରଣ କରାଯାଇଛି। ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ବଡ଼ମ୍ବା ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି।ସିଂହନାଥ ପୀଠରେ ମକର ମେଳା […]

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି । ୪୭ ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ଵ ନେଇଛନ୍ତି ଅନୁ ଗର୍ଗ । ଲୋକସେବା ଭବନରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ୧୯୯୧ ବ୍ୟାଚର ଆଇଏଏସ ଅଫିସର । ଡିସେମ୍ବର ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହୋଇଛି […]