ବଣଭୋଜି କରୁଥିଲେ ସାବଧାନ । ପ୍ରଦୂଷଣ କଲେ ହେବ ଆକ୍ସନ । ବଣଭୋଜି ଉପରେ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ନଜର ରଖୁଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।ଭୁବନେଶ୍ବରରେ ପ୍ରଦୂଷଣର ମାତ୍ରା ଅଧିକ ରହୁଥିବା ବେଳେ ସମସ୍ତେ ଏନେଇ ସତର୍କ ରହିବା ଆବଶ୍ୟକ । ବଣଭୋଜି ନାଁରେ ପ୍ରଦୂଷଣ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ।ଓଡିଶାରେ ପ୍ରଦୂଷଣ ବଢୁଛି । […]
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମାଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ । ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଅର୍ପିତା ଆବେଦନ କରିଛନ୍ତି ।ପୂର୍ବରୁ ଏହି ମାମଲାରେ ସୋମେଶ ଶତପଥୀଙ୍କ ସହ ମିଳିତ ଆଗୁଆ ଜାମିନ ଆବଦେନ କରିଥିଲେ ଅର୍ପିତା। ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ମମାଲା ରୁଜୁ କରିଥିଲେ ହ୍ୟୁମାନଙ୍କ ମାଆ ସେଫାଳି ସୁନା।ହ୍ୟୁମାନଙ୍କ ମାଆ ଶେଫାଳି ସୁନାଙ୍କ ଅଭିଯୋଗ ଆଧାରରେ ମର୍କତ […]
ରାୟଗଡ଼ା, ୨୯/୧୨; ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଏହାର ସିଏସଆର୍ ଅନ୍ତର୍ଗତ ଚାଲିଥିବା ପ୍ରକଳ୍ପ ଗୁଡ଼ିକୁ ଆଜି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଚିବ ଶ୍ରୀମତୀ ୟାମିନି ଷଡ଼ଙ୍ଗୀ (ଭାପ୍ରସେ) ପରିଦର୍ଶନ କରିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀଙ୍କ ଗସ୍ତ ସମୟରେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି (ଭାପ୍ରସେ) ଉପସ୍ଥିତ ଥିଲେ। ସ୍ଥାନୀୟ ବିଲାମାଳ ଠାରେ ଉତ୍କଳ ଆଲୁମିନା ସିଏସଆର୍ ଅନ୍ତର୍ଗତ ପ୍ରତିଷ୍ଠା ହୋଇଥିବା […]
ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଏହି ସମୟରେ ସାଦା ପୋଷାକରେ ନଜର ଆସିଥିଲେ ଅରିଜିତ୍ ସିଂ । ଅରିଜିତଙ୍କୁ ପାଖରେ ପାଇ ଘେରି ଯାଇଥିଲେ ଫ୍ୟାନ୍ସ । କିଏ ସେଲ୍ଫି ନେଉଥାଏ ତ କିଏ ଭିଡିଓ କରୁଥାଏ । ନିଜ ମନ ପସନ୍ଦର ଗାୟକଙ୍କୁ ହଠାତ ପାଖରେ ପାଇ ଖୁସିରେ ବିଭୋର ହୋଇ ଉଠିଥିଲେ ପିଲା ଠୁ […]
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚିଲିକା ହ୍ରଦକୁ ଏକାଧିକ ବିଦେଶୀ ପକ୍ଷୀ ଆଗମନ କରୁଛନ୍ତି କିନ୍ତୁ ବିଦେଶାଗତ ପକ୍ଷୀଙ୍କ ଆଗମନ ସଂଖ୍ୟା ହ୍ରାସ ପାଇଛି। ଯେଉଁଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି କହିଛନ୍ତି ଓଡ଼ିଶାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ। ଯଦି ଗତ ୨୦୨୪ ବର୍ଷ ତୁଳନାରେ ୨୦୨୫ କୁ ଦେଖିବା ତାହେଲେ ଚଳିତ ସିଜିନ୍ରେ ଚିଲିକାକୁ ପ୍ରାୟ ୧୦,୦୦୦ କମ୍ ପକ୍ଷୀ ଆସିଥିବା ସୂଚନା […]
ମାସିକ ୧୫ଶହ ପାଇବେ ତୃତୀୟଲିଙ୍ଗୀ ଶିଶୁଙ୍କ ଅଭିଭାବକ। ‘ସ୍ବୀକୃତି’ଯୋଜନାର ଜାରି ହେଲା ନିର୍ଦ୍ଦେଶାବଳୀ। ତୃତୀୟଲିଙ୍ଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କ ଅଧିକାରର ସୁରକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ‘ସ୍ବୀକୃତି’ ଯୋଜନା ଆରମ୍ଭ କରିଛନ୍ତି । ୧୮ ବର୍ଷ ବୟସ ପର୍ଯ୍ୟନ୍ତ କିନ୍ନରଙ୍କ ପିତାମାତାଙ୍କୁ ସେମାନଙ୍କ ଲାଳନପାଳନ ଲାଗି ମାସିକ ୧,୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥିଲାଗି ପିତାମାତାଙ୍କୁ ପିଲାର ଲିଙ୍ଗ ସଂକ୍ରାନ୍ତ ଏକ କରିବାକୁ ହେବ । […]
ଜିରୋ ନାଇଟ୍ ସେଲିବ୍ରେସନ୍ । କଠୋର ହୋଇଛି ଅବକାରୀ ବିଭାଗ ।ଜିରୋ ନାଇଟ୍ ପାଇଁ ଅସ୍ଥାୟୀ ମଦ ଲାଇସେନ୍ସ ଆବେଦନକୁ ଖାରଜ କରି ଦେଇଛି ଅବକାରୀ ବିଭାଗ ।ଜିରୋ ନାଇଟ୍ ପାଇଁ ଗତ କିଛି ଦିନ ଧରି ଭୁବନେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିକଟରେ ଅସ୍ଥାୟୀ ଲାଇସେନ୍ସ ( ଦିନିକିଆ ଲାଇସେନ୍ସ) ପାଇଁ ୩୦ଟି ଇଭେଣ୍ଟ ଅର୍ଗାନାଇଜର ଆବେଦନ କରିଥିଲେ । ପୁରୁଣା ଅବକାରୀ ନିତି ଅନୁସାରେ, ୨୫ ଲୋକଙ୍କ ପାଇଁ ୩ ହଜାର, ୨୫ରୁ୧୦୦ ଲୋକଙ୍କ ପାଇଁ […]
ଶାମ୍ବ ଦଶମୀ ଅବସରରେ ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିଛି । ବିନା ଟିକେଟରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟକୁ ବୁଲି ଦେଖୁଛନ୍ତି କୋଣାର୍କକୁ ବୁଲି ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ । ପୌଷ ଶୁକ୍ଲ ଦଶମୀ ତିଥି ଶାମ୍ବ ଦଶମୀର ସ୍ବତନ୍ତ୍ରତା ରହିଛି। ପବିତ୍ର ଶାମ୍ବଦଶମୀ ଅବସରର ମଙ୍ଗଳବାର କୋଣାର୍କ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ ଛାଡ଼ ଯୋଗୁଁ […]
ରାଗିଗଲେ ଡୋନାଲ୍ଡ ଟ୍ରମ୍ପ୍ । ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ନିକଟରେ ଡ୍ରୋନ ମାଡ ଘଟଣାକୁ ନେଇ ଜୋରଦାର କ୍ରୋଧ ପ୍ରକାଶ କରିଛନ୍ତି ୟୁଏସ ପ୍ରେସିଡେଣ୍ଟ୍ । ଏହା ଭଲ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି । ଶାନ୍ତି ଆଲୋଚନା ମଝିରେ ପୁଟିନଙ୍କର ଏହା ଏକ ବଡ଼ ଚାଲ ବୋଲି କହିଲେ ଜେଲେନସ୍କି । ଏହିସହ ପୁଟିନ ମିଛ ଅଭିଯୋଗ ଆଣିଛନ୍ତି ବୋଲି ମଧ୍ୟ ଜେଲେନ୍ସକି କହିଛନ୍ତି ।ରିପୋର୍ଟ ଅନୁସାରେ, ପୁଟିନଙ୍କ ବାସଭବନ ନିକଟରେ […]
ଭିଜିଲାନ୍ସ ପଞ୍ଝାରେ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ରେଡ୍। ମଙ୍ଗଳବାର ସକାଳୁ ଏକକାଳୀନ ୪ଟି ସ୍ଥାନରେ ରେଡ୍ ମାରିଛି ଭିଜିଲାନ୍ସ ଟିମ୍।ଖବର ଅନୁସାରେ, ବାରଙ୍ଗ ତହସିଲ କାର୍ଯ୍ୟାଳୟ ସମେତ ଖୋର୍ଦ୍ଧା ଏବଂ କଟକର ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ । କେନ୍ଦୁଝର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ୱାରେଣ୍ଟକୁ ନେଇ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ । […]
ଆଜି ପବିତ୍ର ଶାମ୍ବ ଦଶମୀ । ସୂର୍ଯ୍ୟ ଭଗବାନଙ୍କ ପୂଜା । ବିଶ୍ବାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ଉପାସନା କରି ଅର୍ଘ୍ୟ ଦାନ କଲେ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ ।ଏ ନେଇ ପ୍ରାତଃରୁ ଚନ୍ଦ୍ରଭାଗା ତଟରେ ଶ୍ରଦ୍ଧାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରିଛନ୍ତି । ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଷପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲ । ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ପରେ […]
ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଆସନ୍ତା ସରସ୍ବତୀ ପୂଜାରେ ଅନୁକୂଳ ହେବ ରଥକାଠ । ରଥକାଠ ଚିହ୍ନଟ ପାଇଁ ଆଜି(ସୋମବାର) ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ବାବଧାରକ ଚିତ୍ତରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି ।ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ଭୋଇସର୍ଦ୍ଦାର ରବିଭୋଇ ଓ ଅମିନ ଲକ୍ଷ୍ମଣ ମହାପାତ୍ର ପ୍ରମୁଖ ତିନିଜଣ ନୟାଗଡ ବନଖଣ୍ଡ ଅନ୍ତର୍ଗତ ବଡମୂଳସ୍ଥିତ […]
