ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ ନୂଆବର୍ଷରେ ୧୨ଟି ଜିଲାକୁ ଶୀତ ଲହରି ଓ ଘନ କୁହୁଡି ପାଇଁ ୟେଲୋ ୱାର୍ନିିଂ ଜାରି କରିଛି ପାଣିପାଗ ବିଭାଗ।ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଥିଲା।ବୁଧବାର ଓ ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ସୁନ୍ଦରଗଡ଼ ଏବଂ […]
ନବୀନ ନିବାସରେ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳର ନୂତନ ଭାବେ ନିଯୁକ୍ତ ହୋଇଥିବା କର୍ମକର୍ତ୍ତାମାନେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ନୂତନ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସାଧାରଣ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବାକୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ । ଦଳର ପ୍ରତିଷ୍ଠା ଦିବସରେ ନବୀନ ଦେଇଥିବା “ବିଜେଡି ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବ” ଆହ୍ୱାନକୁ ସାକାର କରିବା ପାଇଁ […]
ରାୟଗଡ଼ା ତା ୩୦/୧୨ ମାତୃତ୍ଵରେ କଳଙ୍କ, ଜନ୍ମ କରି ଫିଙ୍ଗିଦେଲା ଜନ୍ମଜାତ ଶିଶୁକୁ ରାସ୍ତାକଡ଼ରେ ଫିଙ୍ଗିଦେଲା ମାଆ । ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୁଚନା ମୁତାବକ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପଛ ପଟ ରାସ୍ତାରେ ଦିନ ଦ୍ବିପହରରେ ଏକ ଜନ୍ମଯାତ ଶିଶୁ ପୁତ୍ରକୁ କେହି ଫିଙ୍ଗି ଦେଇ ଥିବା ବେଳେ କୁକୁର ଏହାକୁ ଟାଣି ନେଉଥିବା ଦେଖିଥିଲେ ଉକ୍ତ ଅଞ୍ଚଳର ବାସିନ୍ଦା । ପରେ ଏହାକୁ […]
ଭୁବନେଶ୍ୱର: ଓଡିଶା ମେଡିକାଲ ସେବା ସଂଘ (ଓମସା) ଡାକ୍ତରମାନେ ଦେଲେ ଚେତାବନୀ । ଯଦି ଦାବି ପୁରାଣ ନହୁଏ ତେବେ ଆଗାମୀ ଦିନରେ ହେବ ସଂଘାତିକ ପ୍ରତିବାଦ । ବର୍ତ୍ତମାନ ଓମସା ଡାକ୍ତରମାନେ ଦିନକୁ ଏକ ଘଂଟା ଓପିଡି ବନ୍ଦ କରୁଥିବା ବେଳେ ଜାନୁଆରୀ ୫ ତାରିଖ ଠାରୁ ଦିନକୁ ଦୁଇ ଘଣ୍ଟା (ସକାଳ 9ଟାରୁ ଦିନ 11ଟା) ବନ୍ଦ ରଖିବେ ଓପିଡି । ଓମସା ସଭାପତି ଡାକ୍ତର କିଶୋର ମିଶ୍ର କହିଛନ୍ତି, “ଇସ୍ତଫାପତ୍ର ସଂଗ୍ରହ ଆରମ୍ଭ […]
ବରିଷ୍ଠ ଆଇପିଏସ୍ଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର। ସତ୍ୟଜିତ ନାୟକ, ଉମାଶଙ୍କର ଦାସଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ଆର. ପ୍ରକାଶଙ୍କୁ ମଧ୍ୟ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏହା ବ୍ୟତୀତ ଏସ. ସାଇନି ଏବଂ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୂର୍ଯ୍ୟା ଥାଙ୍କାପାନଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏମ.ଏସ. ସମ୍ପତଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।
ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନାରେ।ବିଷ ପିଇବା ପରେ ଗୁରୁତର ଅବସ୍ଥାରେ ପ୍ରଥମେ ହାଟଡିହି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଆନନ୍ଦପୁର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଉଭୟ ଯୁବକ ଯୁବତୀଙ୍କ ସହ ପରିବାରକୁ ଥାନାକୁ […]
ନୂଆ ବର୍ଷକୁ ଦୃଷ୍ଟୀରେ ରଖି ମଦ ପିଇ ଗାଡ଼ିଚାଳନା ରୋକିବାକୁ ଆଜି କାଲି ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ । ଏନେଇ ସବୁ ଆରଟିଓଙ୍କୁ ଚିଠି ଲେଖିଲେ ପରିବହନ କମିଶନର । ମଦ ପିଇ ଡ୍ରାଇଭ୍, ମାତ୍ରାଧିକ ସ୍ପିଡ୍, ବିନା ହେଲମେଟ୍ରେ ଗଲେ ତଣ୍ଡ କଟାଯିବ । ସେହିପରି ବାଇକରେ ୩ ଜଣ ବସି ଯାତ୍ରା କଲେ ଏବଂ ରଙ୍ଗ ରୁଟ୍ରେ ଗଲେ ତଣ୍ଡ ଗଣିବେ। ଦୁଇ ଦିନ ପାଇଁ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ ନେଇ ସୂଚନା […]
ପିକନିକ୍ ପାଇଁ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ପିକନିକ୍ ଋତୁରେ ହେଉଥିବା ଦୁର୍ଘଟଣା ହ୍ରାସ କରିବା ପାଇଁ ମାର୍ଗଦର୍ଶିକାର କଠୋର ପାଳନ କରାଯିବ। ସମସ୍ତ ଆରଟିଓ ଏବଂ ଏଆରଟଓିଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜାରି ମାର୍ଗଦର୍ଶିକା ଅନୁସାରେ, ମଦ୍ୟପାନଜନିତ ଦୁର୍ଘଟଣା ରୋକିବାକୁ ପର୍ଯ୍ୟଟକଙ୍କ ବ୍ରେଥ୍ ଆନାଲାଇଜର ଟେଷ୍ଟ ହେବ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ […]
ନୂଆବର୍ଷ ୨୦୨୬ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । “ନୂଆବର୍ଷର ପ୍ରଥମ ଦିନ ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ଏହି ଦିନ ମୋର କାର୍ଯ୍ୟାଳୟ ଗୋଟିଏ ସାଧାରଣ କାର୍ଯ୍ୟଦିବସ ଭଳି ଚାଲିବ । ନିୟମିତ ଭାବେ ସରକାରୀ କାର୍ଯ୍ୟ ହେବ । ତେବେ ମୁଖ୍ୟମନ୍ତ୍ରୀଙ୍କୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ କେବଳ […]
ନୂଆବର୍ଷରେ ଶ୍ରୀମନ୍ଦିର ଭିତର ଓ ବାହାର ପଟ ସିସିଟିଭି ନଜରରେ ରହିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂ । ଶ୍ରୀମନ୍ଦିର ଭିତରେ ୧୫୨ଟି ଓ ବାହାରେ ୧୯୨ଟି ସିସିଟିଭି ଲାଗିଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ରହିଛି । ଶଋଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ବ୍ୟାରିକେଡ୍ […]
ବଣଭୋଜି କରୁଥିଲେ ସାବଧାନ । ପ୍ରଦୂଷଣ କଲେ ହେବ ଆକ୍ସନ । ବଣଭୋଜି ଉପରେ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ନଜର ରଖୁଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।ଭୁବନେଶ୍ବରରେ ପ୍ରଦୂଷଣର ମାତ୍ରା ଅଧିକ ରହୁଥିବା ବେଳେ ସମସ୍ତେ ଏନେଇ ସତର୍କ ରହିବା ଆବଶ୍ୟକ । ବଣଭୋଜି ନାଁରେ ପ୍ରଦୂଷଣ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ।ଓଡିଶାରେ ପ୍ରଦୂଷଣ ବଢୁଛି । […]
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମାଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ । ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଅର୍ପିତା ଆବେଦନ କରିଛନ୍ତି ।ପୂର୍ବରୁ ଏହି ମାମଲାରେ ସୋମେଶ ଶତପଥୀଙ୍କ ସହ ମିଳିତ ଆଗୁଆ ଜାମିନ ଆବଦେନ କରିଥିଲେ ଅର୍ପିତା। ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ମମାଲା ରୁଜୁ କରିଥିଲେ ହ୍ୟୁମାନଙ୍କ ମାଆ ସେଫାଳି ସୁନା।ହ୍ୟୁମାନଙ୍କ ମାଆ ଶେଫାଳି ସୁନାଙ୍କ ଅଭିଯୋଗ ଆଧାରରେ ମର୍କତ […]
