କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର ସହିତ କିମ୍ବା ଏକ ବଡ଼ ବ୍ୟାଙ୍କ ସହିତ ମିଶ୍ରଣ କରିବାକୁ ବିଚାର କରୁଛନ୍ତି।ମିଶ୍ରଣ ପାଇଁ ଆଲୋଚନା ହେଉଥିବା ବ୍ୟାଙ୍କଗୁଡ଼ିକ ମଧ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ୟୁକୋ ବ୍ୟାଙ୍କ ଏବଂ ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ ଅନ୍ତର୍ଭୁକ୍ତ। ଏହି […]
ରାୟଗଡ଼ା, ୨୩/୧୨/୨୦୨୫: ରାୟଗଡ଼ା ଜିଲ୍ଲାରେ ବନାଗ୍ନି ଦ୍ୱାରା ଜଙ୍ଗଲର କ୍ଷୟକ୍ଷତି ରୋକିବା ପାଇଁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାକକ୍ଷରେ ବନାଗ୍ନି ନିୟନ୍ତ୍ରଣ ପ୍ରସ୍ତୁତିକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବନଖଣ୍ଡ ଅଧିକାରୀ ସଚିନ ଆନ୍ନାସାହେବ ଓହଲ ପିପିଟି ମାଧ୍ୟମରେ ବନାଗ୍ନି ଦ୍ୱାରା ଜଙ୍ଗଲର କ୍ଷୟକ୍ଷତି ହେଉଥିବା ବିଷୟରେ ଅବଗତ କରିଥିଲେ l ବିଶେଷ କରି ଜିଲ୍ଲାର ମୁନିଗୁଡା ରାୟଗଡ଼ ଏବଂ କଲ୍ୟାଣ ସିଂହପୁର ବ୍ଲକରେ ବନlଗ୍ନି ଦ୍ୱାରା କ୍ଷୟକ୍ଷତି ହେଉଥିବା ଦେଖାଇଅଥିଲା […]
ରାୟଗଡ଼ା ତା ୨୩/୧୨ (ନିପ୍ର) ରାଜ୍ଯ ଦେବୋତ୍ତର ଆୟୁକ୍ତ ଲଲାଟେନ୍ଦୁ ଜେନା ଆଜି ଦିନିକିଆ ରାୟଗଡା ଗସ୍ତକରି ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀଙ୍କ ପୀଠ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଅତିରିକ୍ତ ଦେବୋତ୍ତର ଆୟୁକ୍ତ ସିଦ୍ଧାର୍ଥ ଜେନାଙ୍କ ସମେତ ୪ଜଣିଆ ଟିମ୍ ମଧ୍ଯ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିରର ଭିତ୍ତିଭୂମି କିପରି ଉନ୍ନତି ହୋଇପାରିବ ଓ ରାଜ୍ଯ ପ୍ରଦାନ କରିଥିବା ଅନୁଦାନ କିପରି ଖର୍ଚ୍ଚ ହେଉଛି ତାର ସମୀକ୍ଷା କରିଛନ୍ତି। ଆୟୁକ୍ତ ମନ୍ଦିରର ଚତୁର୍ପାର୍ଶ୍ବ ବୁଲିବା ସହ ଭକ୍ତ ମାନେ […]
ଆସନ୍ତାକାଲିଠାରୁ ବରଗଡ଼ ପାଲଟିବ ମଥୁରାନଗରୀ, ଗୋପପୁର ପାଲଟିବ ଅମ୍ବାପାଲି । ୭୮ ତମ ଧନୁଯାତ୍ରା ପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ସୁଶୀଲ ମେହେର ନିଜର ଉଚ୍ଚକୋଟୀର ସଂଳାପ ସହ ସଂପୂର୍ଣ୍ଣ ପ୍ରସ୍ତୁତ । ସେହିପରି ଗୋପପୁରର ମୁଖ୍ୟ ଆକର୍ଷଣ ସାଜିଥିବା କୃଷ୍ଣ ବଳରାମ ଓ ରାଧା ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଚଳିତ ଧନୁଯାତ୍ରାରେ ୨୨ […]
ଖଣି ନିଲାମ ପାଇଁ ବୈଠକ ଡ଼ାକିଲେ ରାଜ୍ୟ ସରକାର। ଜାନୁଆରୀ ୩ ତାରିଖରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟର ୪୯ ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରିବାକୁ ବୈଠକରେ ନିଆଯିବ ନିଷ୍ପତ୍ତି।ଉପସ୍ଥିତ ରହିବେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ । ଓଏମସି ଲିମିଟେଡ୍ ଏମଡି, ଖଣି ନିର୍ଦ୍ଦେଶକ, ଜିଏସଟି ଅଧିକାରୀ ଉପସ୍ଥିତ ରହିବେ । ମୟୂରଭଞ୍ଜ ଓ କେନ୍ଦୁଝରର ସୁନା ଖଣି ନିଲାମ ପାଇଁ ହୋଇପାରେ ନିଷ୍ପତ୍ତି । […]
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ASI) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସତ୍ୟପାଠ ଦାଖଲ କରାଯାଇଛି।ମରାମତି ପରେ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଗଣତି ମଣତି ପାଇଁ ଏସଓପି ପ୍ରସ୍ତିତ ହେଉଛି, ଖୁବ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ଏନେଇ କୋର୍ଟକୁ ଅବଗତ କଲେ ଆଡ୍ଭୋକେଟ୍ ଜେନେରାଲ । ସରକାର ଏବଂ ASIର ମିଳିତ […]
ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ ରହିବେ। ଶେଷ ଭାବରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯିବ। ସହରର ବିଭିନ୍ନ ଛକରେ ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯିବ। ତେଣୁ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ନକରିବାକୁ କମିଶନରେଟ ପୁଲିସ ପକ୍ଷରୁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି।ଏନେଇ ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି ପୋଲିସ […]
ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୬ ମସିହା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ । ତେଣୁ ଏହି ତିନି ଦିନ ପାଇଁ ପର୍ଯ୍ୟଟକମାନଙ୍କ ନିମନ୍ତେ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକାର ସୂଚନା ଦେଇଛନ୍ତି ।ଭିତରକନିକା ଅଂଚଳର ନଦୀ ଓ ନାଳରେ ୧୯୭୬ ମସିହାରୁ କୁମ୍ଭୀର ଗଣନା ହୋଇ ଆସୁଥିବା ବେଳେ ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ କୁମ୍ଭୀର ଗଣନା କରାଯାଇଥାଏ। କୁମ୍ଭୀର ଗଣନା ପାଇଁ ୧୦ […]
ଟ୍ରେନରେ ଲାର୍ଟିନ ପାଖରେ ବସି କୁସ୍ତି ଖେଳାଳି ୟୁପି ଯିବା ପ୍ରସଙ୍ଗରେ ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । ସତ୍ୟାସତ୍ୟ ଉପରେ ସରକାର ଅନୁଧ୍ୟାନ କରିବେ । ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନା ଅନୁଯାୟୀ ରାଜ୍ୟ କୁସ୍ତି ଖେଳାଳିଙ୍କୁ ଅଣଦେଖାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଟ୍ରେନ୍ ବଗି ପାଇଖାନା ପାଖରେ ବସି ଶୀତରେ ଥରି ଥରି ୟୁପିରୁ ଆସୁଥିବା ଦେଖିବାକୁ ମିଳିଛି। ଜାତୀୟସ୍ତରୀୟ […]
ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ହୁମାନ ସାଗର ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ । ଯେଉଁମାନଙ୍କ ନାଁରେ ଏତଲା ହୋଇଛି ସମସ୍ତଙ୍କୁ ତଦନ୍ତ ପରିସରଭୁରକ୍ତ କରାଯିବ । ସବୁ ଅଭିଯୁକ୍ତଙ୍କୁ ହେବ ପଚରାଉଚରା । ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି ।କଟକ ADCP ଅମରେନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ୯ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶେଫାଳୀ ସୁନା। ଏତଲାକୁ ଭିତ୍ତି କରି ତଦନ୍ତ ହେବ,ବିଭିନ୍ନ ଦଫାରେ ମାମଲା ରୁଜ କରାଯାଇଛି।ସେ କହିଛନ୍ତି, ଏହି […]
ଏନଏସି ଓ ମୁନିସିପାଲିଟି ଘୋଷଣା ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା । ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ କିଛି ଘୋଷଣା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ କିଛି ଘୋଷଣା ହେବ । ତେବେ ୨୮ଟି ଏନଏସି ଘୋଷଣା କରାଯିବ । ବର୍ତ୍ତମାନ ୪ଟି ମ୍ୟୁନିସିପାଲଟି ଘୋଷଣା ହୋଇଛି । ରାଜ୍ୟପାଳଙ୍କ ସ୍ୱୀକୃତି ଅନୁଯାୟୀ ଘୋଷଣା କରାଯାଇଛି । ସୁଚନା ମୁତାବକ ଗତକାଲି ୫ଟି ମୁନିସିପାଲିଟି ଓ ୨୪ ଏନଏସି ବୃଦ୍ଧି […]
ବହୁ ଚର୍ଚ୍ଚିତ ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ ସିବିଆଇ ଆଉ ଜଣେ ଦଲାଲକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବିହାରର ଅମିତ୍ ଭରତୀ। ତେବେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି, ସିଲିକନ୍ ଟେକ୍ ଲ୍ୟାବ୍ ପ୍ରମୋଟର ସୁରେଶ ନାୟକ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ସାଗର ଗୌଡ଼ଙ୍କୁ ଚାରି ଦିନିଆ ରିମାଣ୍ଡରେ ନେବା ପରେ ସିବିଆଇ ତଦନ୍ତକୁ ଜୋରଦାର କରିଛି। ଏହି ମାମଲାରେ ରିମାଣ୍ଡ ଅବଧି ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିଠାରୁ ଗୁରୁତ୍ୱପୂର୍ଣ୍ଣ […]
