ସେଞ୍ଚୁରିଅନ୍ ପବ୍ଲିକ୍ ସ୍କୁଲରେ ଧୁମଧାମରେ ପାଳିତ ‘ସେନଫେଷ୍ଟ–15.0’ ବାର୍ଷିକ ଉତ୍ସବ

ରାୟଗଡ଼ା: ସ୍ଥାନୀୟ ସେଞ୍ଚୁରିଅନ୍ ପବ୍ଲିକ୍ ସ୍କୁଲ ପକ୍ଷରୁ ୨୩.୧୨.୨୦୨୫ ତାରିଖରେ ବିଦ୍ୟାଳୟ ପ୍ରାଙ୍ଗଣରେ ବାର୍ଷିକ ଉତ୍ସବ ‘ସେନଫେଷ୍ଟ–15.0’ ଅତ୍ୟନ୍ତ ଭବ୍ୟ ଓ ଆଡମ୍ବରମୟ ଭାବେ ପାଳିତ ହୋଇଯାଇଛି। ଉତ୍ସବ ସମଗ୍ର ଦିନ ଶିଷ୍ଟାଚାର, ଶୃଙ୍ଖଳା ଓ ଉତ୍ସାହର ମନୋହର ସମ୍ମିଳନ ଦେଖାଇଥିଲା।ଏହି ଅବସରରେ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଆଡିସନାଲ୍ ଡିଷ୍ଟ୍ରିକ୍ଟ ମ୍ୟାଜିଷ୍ଟ୍ରେଟ୍ (ADM), ରାୟଗଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଶ୍ରୀ ଭଜନ ଲାଲ ମାଝି, ଆସିଷ୍ଟାଣ୍ଟ ଡିଷ୍ଟ୍ରିକ୍ଟ ଏଡୁକେସନ୍ ଅଫିସର (ADEO) ଗେଷ୍ଟ […]

ଗାଡି କଗଜପତ୍ର ପାଇଁ ମାସେ ସମୟ-ମନ୍ତ୍ରୀ

ମାସେ ବଢିଲା ପିୟୁସିସି ଅବଧି। ଫେବୃଆରୀ ପହିଲା ଯାଏଁ ଗାଡିର ବୈଧ କାଗଜପତ୍ର କରାଇନେବାକୁ ପରାମର୍ଶ ଦିଆଯାଇଛି। ଏହି ଅବଧି ଭିତରେ RC, ଫିଟନେସ୍, ପିୟୁସି, ବୀମା ଆଦି କରାଇନେବାକୁ କୁହାଯାଇଛି। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପିୟୁସିସି ବିନା ଗାଡ଼ିକୁ ପେଟ୍ରୋଲ ଦିଆଯିବ ନାହିଁ ବୋଲି ଘୋଷଣା ହୋଇଥିଲା। ଏହା ସହ ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ ବୋଲି ସୂଚନା ଦେଇଥିଲେ ପରିବହନ କମିଶନର ଅମିତାଭ […]

ରୋଗୀଙ୍କୁ ଦେଲେନି ସରକାରୀ ଔଷଧ । ଫିଙ୍ଗିଦେଲେ ପେଟି ପେଟି ମେଡିସିନ୍

ବାଲେଶ୍ୱର ଜିଲ୍ଲା ବାହାନଗା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ପେଟି ପେଟି ଔଷଧକୁ ଫିଙ୍ଗିଦେଲେ, ପୋଡ଼ି ଦେଲେ। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପଡ଼ିଛି ଓ ପୋଡ଼ାଯାଇଛି ଅନେକ ଏକ୍ସପାରି ଔଷଧ ଓ ରକ୍ତ ପରୀକ୍ଷା କିଟ୍ । ବାହାନଗା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଅଳିଆ ପକାଇବା ସ୍ଥାନରେ ପେଟିପେଟି ଔଷଧକୁ ରୋଗୀଙ୍କୁ ଦିଆନଯାଇ ନଷ୍ଟ କରାଯାଇଛି । ବିଭିନ୍ନ ରୋଗ ପାଇଁ ସରକାରଙ୍କ ନିରାମୟ ଯୋଜନାରେ ଆସିଥିବା ଔଷଧ ଏବଂ ସିରାପ, ମଲମ, ଇଞ୍ଜେକ୍ସନ ଆଦି ରୋଗୀଙ୍କୁ ଦିଆଯିବା ପରିବର୍ତ୍ତେ ଫିଙ୍ଗା […]

ଆଜିଠାରୁ ବରଗଡ ଧନୁଯାତ୍ରା ଆରମ୍ଭ । ଧନୁଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଆଜିଠାରୁ ବରଗଡ ଧନୁଯାତ୍ରା ଆରମ୍ଭ । ଏହି ଯାତ୍ରା ୧୧ ଦିନ ଧରି ଚାଲିବ । ବରଗଡ ପାଲଟିବ ମଥୁରା ଓ ଅମ୍ବାପଲ୍ଲୀ ପାଲଟିବ ଗୋପପୁର। ମଝିରେ ଥିବା ଜିରା ନଦୀରେ ଚାଲିବ ଯମୁନାର ରାସ । ଆଜି ଅପରାହ୍ନ ୨ଟାରୁ ବାହାରିବ ସାଂସ୍କୃତିକ ଶୋଭାଯାତ୍ରା । ସଂଧ୍ୟା ୭ଟାରେ ହାଟପଦା ସ୍ଥିତ ରାଜ ଦରବାରରେ ଧନୁଯାତ୍ରା ମହୋତ୍ସବର ଶୁଭାରମ୍ଭ ହେବ । ଏହା ପରେ ଧନୁଯାତ୍ରାର ପ୍ରଥମ ଦୃଶ୍ୟ ରାମଜୀ ମନ୍ଦିରରେ ଦେବକୀ ଓ ବସୁଦେବଙ୍କ […]

୨୭ରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ। ରତ୍ନର ମୂଲ୍ୟ ଆକଳନ କରିବା ମୁସ୍କିଲ: ଜଷ୍ଟିସ୍ ବିଶ୍ବନାଥ ରଥ

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ହେବ ଉଚ୍ଚ ସ୍ତରୀୟ ବୈଠକ । ରତ୍ନ ଗଣତି ମଣତି ନେଇ ଆସନ୍ତା ୨୭ ତାରିଖରେ ବସିବ ବୈଠକ । ଏ ନେଇ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି ।ଏଥିପାଇଁ ମୁକ୍ତି ମଣ୍ଡପ ପରାମର୍ଶ ନିଆଯିବ । ଗଣତି ମଣତି ପାଇଁ ଦର୍ଶନରେ ସମସ୍ୟା ହୋଇପାରେ । ତେଣୁ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ା । ରତ୍ନ ଭଣ୍ଡାର ମରାମତି କାମ ସରିଛି । ଭିତର ଭଣ୍ଡାରରେ ସମସ୍ତ ରତ୍ନ […]

କୋଣାର୍କ ସୂର୍ଯ୍ୟ ମନ୍ଦିରରରେ ଲାଗିଲା ଅସ୍ଥାୟୀ ବ୍ୟାରିକେଡ୍

ନୂଆବର୍ଷ ପୂର୍ବରୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ଲାଗିଲା ଅସ୍ଥାୟୀ ବ୍ୟାରିକେଡ୍ । ଆସନ୍ତାକାଲି ବଡ଼ ଦିନ । କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ଲଗାଯାଇଛି । ପର୍ଯ୍ୟଟନ ଋତୁକୁ ନେଇ ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ ପାଇଁ ଆସୁଥିବା ଦେଶ ଓ ବିଦେଶ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼କୁ ନେଇ ବିଗତ ବର୍ଷ ମାନଙ୍କରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି ।ଏହି ବ୍ୟାରିକେଟ ମଧ୍ୟ ଦେଇ […]

ନୂଆ ବର୍ଷ ଆରମ୍ଭରୁ ନିୟମାବଳୀରେ ଅନେକ ପରିବର୍ତ୍ତନ !  ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷରେ ମଧ୍ୟ ପରିବର୍ତ୍ତନ ଆସିବ

ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଜାନୁଆରି ପହିଲାରୁ କେବଳ ନୂଆ ବର୍ଷ ବଦଳିବ ନାହିଁ, ବରଂ ଆପଣଙ୍କ ଚାରିପାଖରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷରେ ମଧ୍ୟ ପରିବର୍ତ୍ତନ ଆସିବ । ଏହି ପରିବର୍ତ୍ତନଗୁଡ଼ିକର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଜୀବନ ଉପରେ ପଡ଼ିବାକୁ ଯାଉଛି । ରାଶନ କାର୍ଡ ପାଇଁ ଅନଲାଇନ ଆବେଦନ ବ୍ୟବସ୍ଥା ଆରମ୍ଭ କରାଯାଇଛି, ଯାହା ଚାଷୀ ଏବଂ ଗ୍ରାମବାସୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। […]

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ଛାନଭିନ୍ ଜାରି ରଖିଛି। ମୃତକଙ୍କୁ ନ୍ୟାୟ ଦାବିରେ ହାଟପଟି, ମଧୁବାବୁ ଛକ ଓ ବସ୍‌ଷ୍ଟାଣ୍ଡ ରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ସୂଚନାମୁତାବକ ମଙ୍ଗଳବାର ସକାଳ ୧୦ଟାରେ କୁନି ଝିଅ ସ୍କୁଲ୍ ଯାଇଥିଲା । କିନ୍ତୁ ସେ ସ୍କୁଲକୁ ନଯାଇ ଝିଅ କୁଆଡ଼େ ନିଖୋଜ୍ ହୋଇଯାଇଥିବା ଜଣାପଡିଥିଲା । ଏହା ପରେ […]

ଭାରତର ମିଶନ ବ୍ଲୁବାର୍ଡ । ସରିଯିବ ଟାୱାର ଯୁଗ

ଶ୍ରୀହରିକୋଟାରୁ ଐତିହାସିକ ଉତ୍‌କ୍ଷେପଶ, ଲଞ୍ଚ ହେଲା କମ୍ୟୁନିକେସନ ସାଟେଲାଇଟ୍‌ । ସବୁଠାରୁ ଓଜନିଆ ଉପଗ୍ରହ ଲଞ୍ଚ କଲା ଇସ୍ରୋ । ସିଧାସଳଖ ମହାକାଶରୁ ମୋବାଇଲ ଇଣ୍ଟରନେଟ୍ ସେବା ପାଇଁ ଫିଟିବ ବାଟ । ଯୋଗାଯୋଗ କ୍ଷେତ୍ରରେ ହେବ ବୈପ୍ଳବିକ ପରିବର୍ତ୍ତନ । ଏଥର ଆମେରିକାର ଉଦ୍ଭାବକ ଏଏସ୍ଟି ସ୍ପେସ୍ମୋବାଇଲ୍ର ଆଗାମି ପିଢ଼ି କମ୍ୟୁନିକେସନ୍ ସାଟେଲାଇଟ୍‘ବ୍ଲୁବାର୍ଡ-୬ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନରୁ ମହାକାଶକୁ ପଠାଯାଇଛି । ଏହାର ଲକ୍ଷ୍ୟ- ସିଧାସଳଖ ମହାକାଶରୁ ସାଧାରଣ ସ୍ମାର୍ଟଫୋନ୍‌କୁ ବ୍ରଡ୍‌ବ୍ୟାଣ୍ଡ ପହଞ୍ଚାଇବା । […]

ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ଵ ସହାୟକ

ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ଵ ସହାୟକ। ବରିଷ୍ଠ ରାଜସ୍ଵ ସହାୟକ ବାସୁଦେବ ଭୋଇଙ୍କ ବାସଭବନରେ ଚଢଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ ଜାରି ରହିଛି। ବରଗଡ଼ ଓ ସମ୍ବଲପୁରର ୪ଟି ସ୍ଥାନରେ ଚାଲିଛି ରେଡ୍ । ବରଗଡ଼ରେ ଦୁଇ ମହଲା ଘର, ସମ୍ବଲପୁର ଚାରଭାଟିରେ ଥିବା ଘରେ ଯାଞ୍ଚ କରୁଛି ଟିମ୍ । ସେହିପରି ବରଗଡ଼ର ପୈତୃକ ଘର ଓ ସମ୍ବଲପୁର କାର୍ଯାଳୟରେ ରେଡ୍ ହେଉଛି । ଚଢ଼ାଉରେ […]

ଡାହାଣୀ ସନ୍ଦେହ ହତ୍ୟା ଓ ବାଲ୍ୟ ବିବାହ ନେଇ ସରକାରଙ୍କ ଚିନ୍ତା

ଓଡ଼ିଶାର କିଛି ଗ୍ରାମୀଣ ଅଞ୍ଚଳରେ ଆଜି ମଧ୍ୟ ଅନ୍ଧବିଶ୍ୱାସ ଓ ଅଶିକ୍ଷାର ଅନ୍ଧାର ମଧ୍ୟରେ ‘ଡାହାଣୀ ସନ୍ଦେହ’ ନାମରେ ନିର୍ଦ୍ଦୋଷ ଜୀବନ ଯାଉଛି । ତେବେ ଗାଁ ଗାଁ, ଘରେ ଘରେ ପହଞ୍ଚି ଅଧିକାରୀମାନେ ଅନ୍ଧବିଶ୍ୱାସ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ମାନବିକ ଦୃଷ୍ଟିରେ କାର୍ଯ୍ୟ କରିବା ଦ୍ୱାରା ଏହି କୁସଂସ୍କାରକୁ ଦୂର କରାଯାଇ ପାରିବ, ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରୀମତି ପରିଡା ଆହୁରି କହିଛନ୍ତି ଯେ, “ସେ ଡାହାଣୀ ସମ୍ପର୍କୀୟ ହିଂସା, ହତ୍ୟା […]

ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ ଅଟ୍ଟାଳିକା

ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି। ଏହି ବୈଠକରେ କଟକ ଏସ୍‌.ସି.ବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ସହ ରୋଗୀ ଓ ସମ୍ପର୍କୀୟଙ୍କ ସୁବିଧା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ବୈଠକରୁ ଜଣାଯାଇଛି ଯେ, ଏସସିବି ମେଡିକାଲ କଲେଜରେ ୬.୫୧ ଏକର ପରିମିତ ଅଞ୍ଚଳରେ ୧୭ ମହଲା (G+16) ବିଶିଷ୍ଟ ଏକ ମଲ୍‌ଟି ଲେଭଲ୍‌ ପାର୍କିଂ […]