ଓଡ଼ିଶାରେ ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା । ନୂଆ ପରମିଟ୍ ପ୍ରଦାନ କରାଯିବ ନାହିଁ । ମାଲିକାନା ହସ୍ତାନ୍ତର କିମ୍ବା କୌଣସି କର ଗ୍ରହଣ ଉପରେ ମଧ୍ୟ ଅଙ୍କୁଶ । ୧୯ ଜୁଲାଇ ୨୦୨୩ ଏସଟିଏ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବାଣିଜ୍ୟ ଓ […]
ଘୋଷଣା ହେଲା ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ । ୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ । ଅନୁଗୁଳ ପାଇଁ ବଶିଷ୍ଠ ନାୟକ (ଅଧ୍ୟକ୍ଷ), ସୁରୁମୁଣି ଛତର (ଉପାଧ୍ୟକ୍ଷ); ବଲାଙ୍ଗିର ପାଇଁ ବଲ୍ଲଭ ଧରୁଆ (ଅଧ୍ୟକ୍ଷ), ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ); ବାଲେଶ୍ୱର ପାଇଁ ବିପିନ୍ ମାରାଣ୍ଡି (ଅଧ୍ୟକ୍ଷ), ଝରଣା ସିଂ (ଉପାଧ୍ୟକ୍ଷ); ବରଗଡ଼ ପାଇଁ ଗୋବର୍ଦ୍ଧନ ଭୋଏ (ଅଧ୍ୟକ୍ଷ), ତିଳତ୍ତୋମା ଭୁଏ (ଉପାଧ୍ୟକ୍ଷ); ବୌଦ୍ଧ ପାଇଁ ଡମରୁ ଧର କହଁର (ଅଧ୍ୟକ୍ଷ), ଝରଣା ଜାନି […]
ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାରୁ ୩ ସାଂସଦ ବି ଶପଥ ନେଇଛନ୍ତି ।ମନମୋହନ ସାମଲଙ୍କର ରାଜ୍ୟସଭାରେ ଏହା ଦ୍ବିତୀୟ ପାଳି । ସେ ପ୍ରଥମ ପାଳିରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ଡକ୍ଟର ସଂତୃପ୍ତ ମିଶ୍ର ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେଡି ଟିକେଟରେ ନିର୍ବାଚିତ ହୋଇଛନ୍ତି ସଂତୃପ୍ତ ମିଶ୍ର ।ଆଜି ସେ ଶପଥ ଗ୍ରହଣ କରିଛନ୍ତି । ସେହିପରି […]
ଆଜି କାଳବୈଶାଖୀର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି।
ଆମ ସାଥୀ ଚାଟ୍ ବଟ୍ ମାଧ୍ୟମରେ ରାଜସ୍ୱ ସେବାକୁ କରାଯିବ ଅଧିକ ଲୋକାଭିମୁଖୀ । ନୂତନ OAS ଏବଂ ORS ଅଧିକାରୀଙ୍କୁ ଆମ ସାଥୀ ଚାଟ ବଟ ମାଧ୍ୟମରେ ଦିଆଯିବ ରାଜସ୍ୱ ସେବା ଏବଂ ଅଭିଯୋଗ ଶୁଣାଣି ସମ୍ପର୍କିତ ତାଲିମ । ସମସ୍ତ ତହସିଲଦାର ଓ ଅନ୍ୟାନ୍ୟ ରାଜସ୍ୱ ଅଧିକାରୀ ମଧ୍ୟ ଭିସି ଜରିଆରେ ନେବେ ତାଲିମ । ତାଲିମସହ ରାଜସ୍ୱ ପ୍ରଶାସନର ଦକ୍ଷତା ବିକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ […]
ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ପରମ୍ପରା ମୁତାବକ ଚନ୍ଦନ ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ଶ୍ରୀମନ୍ଦିରରେ ଆଜି ପଇତା ଲାଗି ନୀତି ଅନୁଷ୍ଠିତ ହେବ ।ଶ୍ରୀମନ୍ଦିର ସ୍ବତ୍ବ ଲିପି ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ପରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପାଦନ କରିବେ। […]
ଚଳିତ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଉରକେଲା ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସୂଚନା ଅଛି ।ତେବେ ରାଷ୍ଟ୍ରପତି ଜନଜାତି ସଂଗ୍ରହାଳୟ (ଟ୍ରାଇବାଲ ମ୍ୟୁଜିୟମ୍)ର ଉଦ୍ଘାଟନ କରିବେ । ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ହକି ଛକ ନିକଟରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ରାଉରକେଲା ୱାନ୍ ପ୍ରକଳ୍ପ ନିର୍ମାଣ କରାଯାଉଛି । ରାଉରକେଲା ୱାନ୍ରେ ଜନଜାତି ସଂଗ୍ରହାଳୟ ସମେତ ଆଇସିସିସି […]
ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ ସିଲିଣ୍ଡର। ସେମାନଙ୍କ ପାଇଁ ୫ କେଜି ସିଲିଣ୍ଡର କଟକଣା ଲାଗୁ ହେବନି । ସେମାନେ ପରିଚୟପତ୍ର ଦେଖାଇଲେ ତାଙ୍କୁ ୫ କେଜି ଏଲପିଜି ମିଳିବ।ସୂଚନାଯୋଗ୍ୟ ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ଗ୍ୟାସ୍ ଯୋଗାଣରେ ଅଙ୍କୁଶ ଲଗାଯାଇଛି । ଖାସ୍ କରି ଖୋଲା ବଜାରରେ ମିଳୁଥିବା ଗ୍ୟାସ୍ ଦର ଅଚାନକ ବଢିବା ସହ ଗ୍ରାହକଙ୍କୁ ମିଳିବା ମଧ୍ୟ କଷ୍ଟ ହେଉଥିଲା । ଏସବୁ ଭିତରେ ଯୋଗାଣ […]
ରାୟଗଡ଼ା ତା ୦୫/୦୪ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ସ୍ଥିତ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହିଂସାର ଘଟଣା ସାମ୍ନାକୁ ଆସିଛି। ହଷ୍ଟେଲର କିଛି ଛାତ୍ର ଗତକାଲି ରାତ୍ର ସମୟରେ ହଷ୍ଟେଲରେ ଶୋଇଥିବା ବେଳେ ଦୁଇ/ତିନି ଜଣ ଛାତ୍ରଙ୍କୁ ନିଦରୁ ଉଠାଇ କିଛି ସିନିୟର ଛାତ୍ର ମଶାରି ବନ୍ଧା ହେଉଥିବା ଲୁହା ଛଡ଼ ଓ ବାଡ଼ିରେ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଦୁଇ ଛାତ୍ର ଗୁରୁତର […]
ଆର, ଉଦୟଗିରି):ହଜିଥିବା ମୋବାଇଲକୁ ଫେରିପାଇଲେ ୨ ମାଲିକ l ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଛେଳିଗଡ଼ ଗ୍ରାମର ପି ମାଲେଶ୍ୱର ରାଓ ନାମକ ଜଣେ ଯୁବକ ଗତବର୍ଷ ଡିସେମ୍ବର ୧୧ ତାରିଖ ଦିନ ନିଜ ଗାଁ ଛେଳିଗଡ ଠାରୁ ଉଦୟଗିରି ଲଷ୍ମୀବସ୍ ରେ ଯାଉଥିବା ସମୟରେ ନିଜର ଏକ ରିଅଲ ମି ଫୋନ ଟି ହଜିଯାଇଥିଲା l ତାପରେ ତିନିଦିନ ପରେ ଅର୍ଥାତ ୧୫ତାରିଖ ଦିନ ସେ ରା଼ -ଉଦୟଗିରି ଥାନାରେ ଗୋଟେ ଲିଖିତ ଅଭିଯୋଗ […]
ଝାଡ଼ଖଣ୍ଡର ଦୁମକାରୁ ଆସିଛି ଏମିତି ଏକ ପ୍ରେମ କାହାଣୀ ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସରିଆହାଟ ଥାନା ଅଞ୍ଚଳର ମଥାକେସୋ ଗ୍ରାମର ବାସିନ୍ଦା ସିକନ୍ଦର ମଣ୍ଡଳଙ୍କ ସ୍ତ୍ରୀ କୃପା କୁମାରୀ ତାଙ୍କ ଜ୍ୱାଇଁ ବିଜୟ କୁମାର ସାହାଙ୍କ ସହିତ ଘରୁ ଫେରାର ହୋଇଯାଇଥିଲେ।କୃପା କୁମାରୀ ମାର୍ଚ୍ଚ ୫ରେ ବୁଲିବାକୁ ଯିବା ବାହାନାରେ ଘରୁ ବାହାରିଥିଲେ, କିନ୍ତୁ ଆଉ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ କୌଣସି ସୁରାକ ନ ମିଳିବାରୁ ତାଙ୍କ ସ୍ବାମୀ […]
ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ କର୍ତ୍ତବ୍ୟରେ ଅବହେଳା ଓ ଆଦେଶ ଅବମାନନା କରିଥିବା ଅଭିଯୋଗରେ ନିଲମ୍ବିତ କରିଥିବାର ଜଣାପଡ଼ିଛି।ଅଭିଯୋଗ ଅନୁଯାୟୀ, ସେ କୌଣସି ବୈଧ କାରଣ ବା ପୂର୍ବ ଅନୁମତି ବିନା ଦାୟିତ୍ୱରେ ଅନୁପସ୍ଥିତ ରହିବା ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କିତ କାର୍ଯ୍ୟ ନିଷ୍ଠାର ସହ ନିର୍ବାହ କରିବାରେ ବିଫଳ ହୋଇଥିଲେ। […]
