ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ, ଆସନ୍ତାକାଲି ୨୭ ମେରେ ପଶ୍ଚିମ-ମଧ୍ୟ ଏବଂ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଅଛି। ଏହା ଓଡ଼ିଶା ଉପକୂଳ ଦେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ, ଯାହା ମୌସୁମୀକୁ ଆହୁରି ଶକ୍ତିଶାଳୀ କରିବ।ଆଜି ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ […]
ବଲାଙ୍ଗୀରରେ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଇଁନ୍ତଲା ପୁଲିସ । ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳେଇ ଏବେ ବି ଫେରାର ଥିବା ଜଣାପଡ଼ିଛି। ଚାରିଦିନ ତଳେ ପୁଇଁତଳା ଥାନା କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ ପ୍ରଧାନ ଖବର ସଂଗ୍ରହ ପାଇଁ ଯାଇଥିବା ସମୟରେ ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ପ୍ରାୟ ଦୁଇ ଘଣ୍ଟା ଧରି ଗାଁଦାଣ୍ଡରେ ମାଡ ମାରିବା ପରେ ମନ୍ଦିରକୁ ନେଇ ଖବର ପ୍ରସାରଣ ନକରିବାକୁ ଶପଥ […]
ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା । ରାଜ୍ୟର ବିଭିନ୍ନ ପୀଠରେ ସକାଳୁ ସକାଳୁ ପୂଜା କରିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା । ନୂଆ ଶାଢୀ, ସଙ୍ଖା, ସିନ୍ଦୁର ଓ ଅଳତା ନେଇ ପୂଜାର୍ଚ୍ଚନା କରୁଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ । ଜ୍ୟେଷ୍ଠ ଅମାବାସ୍ୟା ‘ସାବିତ୍ରୀ ଅମାବାସ୍ୟା’ ଭାବରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ) : ରେଳ କର୍ତ୍ତୃପକ୍ଷଙ୍କ ନୟାଗଡ଼ ଜିଲ୍ଲା ପ୍ରତି କ୍ରମାଗତ ବୈମାତୃକ ମନୋଭାବ ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ରେଳ ଷ୍ଟେସନ ସମ୍ମୁଖରେ ଆଜି ପୂର୍ବାହ୍ନରେ ମଞ୍ଚ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଏବଂ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା। ଖୋଦ୍ ପୂର୍ବତଟ ରେଳ ମହା ପ୍ରବନ୍ଧକ ପରମେଶ୍ୱର ଫୁଂକୱାଲ ଗତ ମାସ ୨୧ ତାରିଖରେ ଦଶପଲ୍ଲା ଗସ୍ତ କରୁଥିବା ସମୟରେ ନାଗରିକ ମଞ୍ଚ ତାଙ୍କୁ ନୟାଗଡ଼ ଷ୍ଟେସନ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ବକାଳ ଧରି ଭଞ୍ଜଜୟନ୍ତୀ ଉତ୍ସବ ପାଳିତ ହୋଇଆସୁଥିବା କବିସମ୍ରାଟଙ୍କ ସାଧନା ପୀଠ ନୟାଗଡ଼ର ମାଳିସାହି ଠାରେ ଆସନ୍ତା ମଇ ୩୦ ତାରିଖ ସନ୍ଧ୍ୟାରେ ଚଳିତବର୍ଷର ସାମ୍ବତ୍ସରିକ ଉତ୍ସବ ପାଳନ କରାଯିବ ବୋଲି ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର କାର୍ଯ୍ୟନିର୍ବାହୀ କମିଟି ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ଗ୍ରହଣ କରିଛି ! ଏହି ଉତ୍ସବରେ ପାରମ୍ପରିକ ଭାବେ ସମ୍ବର୍ଦ୍ଧନା କ୍ରମେ ଓଡ଼ିଆ ଭାଷା ସାହିତ୍ୟର କୃତବିଦ୍ୟ ସାଧକ ତଥା ଜନ୍ମମାଟି […]
ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ା ରହିବ । ଆହୁରି ୭ ଦିନ ଯାଏଁ ରେଡ୍ ଆଲର୍ଟ ଭିତରେ ରହିବ ବିମାନ ବନ୍ଦର । ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସିକ୍ୟୁରିଟି, ବିସିଏଏସ୍ ବିମାନବନ୍ଦରରେ ଜାରି ହୋଇଥିବା ରେଡ୍ ଆଲର୍ଟକୁ ଆହୁରି ୭ ଦିନ ପାଇଁ ବୃଦ୍ଧି କରିଛି । ତେବେ ବର୍ଦ୍ଧିତ ସୁରକ୍ଷା ପ୍ରୋଟୋକଲର ଅଂଶ ଭାବରେ, ଟର୍ମିନାଲରେ ସମସ୍ତ ଅଣ-ଯାତ୍ରୀ ପରିଦର୍ଶକଙ୍କ ପ୍ରବେଶକୁ ମଧ୍ୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। […]
କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଟିମ୍ ଇଣ୍ଡିଆ ପରି କାମ କଲେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ । ନୂଆଦିଲ୍ଲୀରେ ନୀତି ଆୟୋଗର ୧୦ମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି । ପିଏମ୍ ମୋଦୀ ବୈଠକରେ କହିଛନ୍ତି, ‘ଆମକୁ ବିକାଶର ଗତିକୁ ବଢାଇବାକୁ ପଡ଼ିବ । ଯଦି କେନ୍ଦ୍ର ଓ ସବୁ ରାଜ୍ୟ ମିଶି ଟିମ୍ ଇଣ୍ଡିଆ ପରି କାମ କଲେ କୌଣସି ବି ଲକ୍ଷ୍ୟ ଅସମ୍ଭବ ନୁହେଁ ।’ନୀତି ଆୟୋଗର […]
ଖଣି ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ। ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ୍ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିନିମନ୍ତେ ଭିଜିଲାନ୍ସ ପକ୍ଷରୁ ୮ ଜଣିଆ SIT ଗଠନ କରାଯାଇଛି। ଭିଜିଲାନ୍ସ ଆଇଜି ସଞ୍ଜୟ କୌଶଲଙ୍କ ନେତୃତ୍ବରେ ଏସଆଇଟି ଗଠନ ହୋଇଛି। ସୁନ୍ଦରଗଡ଼ କୋଇଡା ହେମଗିରିରେ ବିଭିନ୍ନ ଖଣି ଦୁର୍ନୀତିର ଛାନଭିନ୍ ହେବ। ପ୍ରାଥମିକ […]
ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଗିନିଜ ବିଶ୍ଵ ରେକର୍ଡରେ ନିଜ ନାମକୁ ସାମିଲ କରିଛି। ୨୪ ଘଣ୍ଟାରେ ସର୍ବାଧିକ ପଲିସି ବିକ୍ରି କରି ଏହି ଭାରତୀୟ ସଂସ୍ଥା ଗିନିଜ ରେକର୍ଡରେ ସ୍ଥାନ ପାଇଛି। ଏହି ଐତିହାସିକ ସଫଳତାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ ତରଫରୁ ଯାଂଚ କରାଯାଇଛି । ଏହାସହ ଗିନିଜ ୱାର୍ଲଡ୍ ରେକର୍ଡସ ପକ୍ଷରୁ ଜାନୁଆରୀ ୨୦ ତାରିଖରେ ଏଲଆଇସି ନେଟୱର୍କର ଶ୍ରେଷ୍ଠ କାର୍ଯ୍ୟଦକ୍ଷତାକୁ ସ୍ୱୀକୃତି ପ୍ରଦାନ କରିଛି । ଜାନୁଆରୀ ୨୦ ତାରିଖରେ […]
ରାଜଧାନୀ ଭୁବନେଶ୍ୱର ହେବ ଭିଡ଼ମୁକ୍ତ। ଏକାଧିକ ରାସ୍ତା ଓ ପ୍ରକଳ୍ପର ଶିଳାନ୍ୟାସ ହେବ। ଜୁନ ୧୨ ତାରିଖରେ ଶିଳାନ୍ୟାସ କାର୍ଯ୍ୟକ୍ରମ ହେବ। ପ୍ରକଳ୍ପର ମାସେ ଭିତରେ ଟେଣ୍ଡର ପ୍ରକ୍ରିୟା ସରିବ। ୩ ବର୍ଷ ଭିତରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।ମାସେ ଭିତରେ ଆରମ୍ଭ ହେବ ରିଙ୍ଗ ରୋଡ଼ କାମ । ଜମି ଅଧିଗ୍ରହଣ ପ୍ରକ୍ରିୟା ମାସେ ଭିତରେ ସରିବ । ଡିସେମ୍ବର ସୁଦ୍ଧା ସରିବ ବାମ ଏବଂ ଡାହାଣ ପାରାଲାଲ ରାସ୍ତା କାମ । ଗତ […]
ବାଂଲାଦେଶୀ ଅନୁପ୍ରବେଶ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ। କହିଲେ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍ସିଟିରେ ଅପରାଧ ବଢୁଛି। ବସ୍ତିରୁ ବାର୍ ସବୁଠି ମାତିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ। ଚୋରା ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି।ତେବେ ସେମାନଙ୍କୁ ଚେକ୍ ଦେବାକୁ ନଗର ଉନ୍ନୟନ ଓ ଅବକାରୀ ବିଭାଗର ଆକ୍ସନ ପ୍ଲାନ କରିଛି।
କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ। ନୂଆପଡ଼ା R&B ଡିଭିଜନ୍ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଶନିବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।ଏକକାଳୀନ ୮ଟି ସ୍ଥାନରେ ଚଢାଉ ହୋଇଥିଲା । ପୁରୀ, ଭୁବନେଶ୍ବର ଓ ନୂଆପଡ଼ାରେ ରେଡ୍ କରିଥିଲା ଭିଜିଲାନ୍ସ। ଭୁବନେଶ୍ବରର ୫ଟି ସ୍ଥାନରେ ରେଡ ହୋଇଥିଲା। ରେଡ ବେଳେ ୫୫ ଲକ୍ଷ ଟଙ୍କା, ୧.୪ କେଜି ସୁନା ଠାବ ହୋଇଥିଲା । ଏହାସହ […]
