ଯୁକ୍ତ୨ ନାମଲେଖା ପାଇଁ ମେ’ ୨୪ (ଶନିବାର) ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

କାଲିଠୁ +୨ ନାମଲେଖା ଆବେଦନ। ଆସନ୍ତାକାଲିଠୁ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଆସନ୍ତାକାଲିଠୁ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନ୍ ଆବେଦନ।SAMS ପୋର୍ଟାଲରେ ଆବେଦନ କରିବେ ଛାତ୍ରଛାତ୍ରୀ ।www.samsodisha.gov.in ରେ କରିବେ ଆବେଦନ । ଜୁଲାଇ ୭ରେ ଆସିବ ପ୍ରଥମ ମେରିଟ୍‌ ଲିଷ୍ଟ । ୮ରୁ ୧୪ ଜୁଲାଇ ମଧ୍ୟରେ ନାମଲେଖା ହେବ । ୨୪ ଜୁଲାଇରେ ପାଠ ପଢା ଆରମ୍ଭ ହେବ । ସୂଚନାଯୋଗ୍ୟ, ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ […]

ବଦଳିଲେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ

ବଦଳିଲେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ। ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଓଏଏସ ଅଧିକାରୀ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ସୂଚନା ଏବଂ ଲୋକସମ୍ପର୍କ (ଆଇ ଆଣ୍ଡ ପିଆର) ବିଭାଗର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ପିଏମ୍‌ ପୋଷଣ ଓ ଏମ୍ଏମ୍‌ ପୋଷଣର ରାଜ୍ୟ ନୋଡାଲ୍ ଅଫିସର ଥିଲେ ଅନୁଜ କୁମାର ଦାସ ପଟ୍ଟନାୟକ।ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ପିଏମ୍ ପୋଷଣ ଓ ଏମଏମ୍ ପୋଷଣର […]

ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ

ଶୁକ୍ରବାର ଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଲିଙ୍ଗରାଜ ମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପଶି ଯାଇଥିଲେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମନ୍ଦିର ସିଂହଦ୍ୱାର ଦେଇ ଜଣେ ଅଣହିନ୍ଦୁ ମନ୍ଦିର ଭିତରକୁ ପଶିଯାଇଥିବା ସୂଚନା ମିଳିଛି।ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିର ଭିତରେ ଜଣେ ବିଦେଶୀ ନାଗରିକ ତଥା ଅଣହିନ୍ଦୁ ବୁଲୁଥିବା ସମୟରେ ତାଙ୍କର ଗତିବିଧିକୁ ସନ୍ଦେହ କରି କିଛି ସେବାୟତ ଓ ଲିଙ୍ଗରାଜ ମନ୍ଦିର ପୁଲିସ ପଚରାଉଚରା କରିଥିଲେ। ବ୍ୟକ୍ତି ଜଣକ ରୋମାନର ନାଗରିକ […]

ଏଣିକି ଉଡ଼ାଣ ସମୟରେ ବନ୍ଦ ରହିବ ଫ୍ଲାଇଟ୍ ଝରକାର ପରଦା; DGCA

ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ସମସ୍ତ ବିମାନ କମ୍ପାନୀ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏବେଠାରୁ, ପ୍ରତିରକ୍ଷା ବିମାନବନ୍ଦରରୁ ଉଡ଼ାଣ କିମ୍ବା ଅବତରଣ କରୁଥିବା ସମସ୍ତ ବିମାନ ପାଇଁ ସ୍ବତନ୍ତ୍ର ନିୟମ ପ୍ରଯୁଜ୍ୟ ହେବ। ନିର୍ଦ୍ଦେଶରେ କୁହାଯାଇଛି, ସମସ୍ତ ଯାତ୍ରୀଙ୍କର ଝରକାର ପରଦା ଉଡ଼ାଣ ଏବଂ ଅବତରଣ ସମୟରେ ବନ୍ଦ ରହିବ । ବିମାନ ଯେପର୍ଯ୍ୟନ୍ତ ୧୦,୦୦୦ ଫୁଟ ଉଚ୍ଚତା ଅତିକ୍ରମ କରିନଥିବ ଯାତ୍ରୀମାନେ ନିଜ ଝରକାର […]

ଅବକାରୀ ବିଭାଗ ପକ୍ଷରୁ ଆରମ୍ଭ ହେବ ନିଶା ନିରୋଧ ଅଭିଯାନ

ବେଆଇନ ନିଶାମୁକ୍ତ ହେବ ଓଡ଼ିଶା । ପ୍ରଥମ ଥର ପାଇଁ ଅବକାରୀ ବିଭାଗ ପକ୍ଷରୁ ନିଶା ନିରୋଧ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ସବୁ ବିଭାଗର ମିଳିତ ଉଦ୍ୟମରେ ହେବ ଏହି ଅଭିଯାନ ଆରମ୍ଭ ହେବ । ସବୁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରାଯିବ । ଆସନ୍ତା ୩୧ ମେ’ରୁ ଜୁନ୍ ୨୬ ମାସେବ୍ୟାପୀ ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ । ମେ’ ୩୧ରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବର୍ଷରେ ତିନି […]

ୟାଟ୍‌ସ ବିଜୟୀ ଏନଏସି ହାଇସ୍କୁଲ ଛାତ୍ରଙ୍କ ଇସ୍ରୋ ପରିଭ୍ରମଣ

ନୟାଗଡ଼,(ଓଡ଼ିଶା ଦର୍ପଣ): ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଚୟନ ବା ୟାଟ୍‌ସରେ ବିଜୟୀ ହୋଇଥିବା ଏନଏସି ହାଇସ୍କୁଲର ଛାତ୍ର ପ୍ରିୟ ରଞ୍ଜନ ମିଶ୍ର ଏବଂ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଚର୍ଚ୍ଚିତ ଆହ୍ୱାନ ରାଜ୍ୟ ସରକାର ଏବଂ ଟାଟା ଷ୍ଟିଲ ପକ୍ଷରୁ ଆଜିଠାରୁ ୫ଦିନିଆ ଇସ୍ରୋ ପରଦର୍ଶନରେ ବେଙ୍ଗାଲୁର ଗସ୍ତ କରିଛନ୍ତି । ତାଙ୍କ ସହିତ ଏନଏସି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ଗାଇଡ ଶିକ୍ଷୟିତ୍ରୀ ଭାବେ ଯୋଗଦାନକରିଛନ୍ତି । ସୂଚନା ଯୋଗ୍ୟ ଗତ ଫେବୃଆରୀ […]

ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ମନ୍ଦିରଗୁଡ଼ିକୁ ପୁନର୍ବାସ କରିବେ ରାଜ୍ୟ ସରକାର

ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ମନ୍ଦିରଗୁଡ଼ିକୁ ପୁନର୍ବାସ କରିବେ ଓଡ଼ିଶାର ବିଜେପି ସରକାର। ଏନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଖାଲି ସେତିକି ନୁହେଁ, ଇତିମଧ୍ୟରେ ୧୯ଟି ମଠକୁ ପୁନର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଛି।ଗୋଟିଏ ସ୍ଥାନରେ ମଠଗୁଡ଼ିକର ବିଜେସ୍ଥଳୀ ସ୍ଥାପନ ହେବ । ଗୋଟିଏ ସ୍ଥାନରେ ବିଜେସ୍ଥଳୀ ରହିଲେ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ହେବ । ଏନେଇ ଦେବୋତ୍ତର କମିଶନରଙ୍କ ସହ ଦୁଇ ଥର ବୈଠକ ହୋଇଛି ।

ରାଜ୍ୟରେ ଲାଗୁ ହେବ ୩ ବର୍ଷିଆ ନୂଆ ଅବକାରୀ ନୀତି ।

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଜୁନ୍‌ ୧୫ରୁ ୨୦ ଭିତରେ ଏହି ନୂଆ ଆଇନ ଆସିବ।ବରିଷ୍ଠ ଅଧିକାରୀ ଏ ନେଇ ସମୀକ୍ଷା କରୁଥିବା କହିଲେ ମନ୍ତ୍ରୀ । ୪ଟି କମିଟି ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି ।ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ସରିଛି। ଅବକାରୀ ସଚିବଙ୍କ ନେତୃତ୍ବରେ ଏକ ଟିମ୍ କିଛି ଦିନ ଭିତରେ ଆନ୍ଧ୍ରପ୍ରଦେଶ ଯିବେ। ଗତ ମାର୍ଚ୍ଚ ମାସରେ […]

ଏଥର ସରକାରୀ ଟଙ୍କାରେ ହେବ ରଥଯାତ୍ରା

ଚଳିତ ଥର ରଥଯାତ୍ରା ପାଇଁ ସରକାରୀ ସହାୟତା । ରାଜ୍ୟର ବିଭିନ୍ନ ସ୍ଥାନରେ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ରାଜ୍ୟ ଆଇନ ବିଭାଗ । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ଆଇନ ବିଭାଗ । ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ଏହି ସହାୟତା ମିଳିବ । ସହାୟତା ପାଇଁ ଅନେକ […]

ଭତ୍ତା ପାଇଁ ଘୁଷୁଡ଼ି ଘୁଷୁଡ଼ି ଆସିଲେ ୮୦ ବର୍ଷୀୟ ଜଣେ ବୃଦ୍ଧ

ଭତ୍ତା ଟଙ୍କା ପାଇଁ ୮୦ ବର୍ଷୀୟ ଜଣେ ବୃଦ୍ଧ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ ଅଫିସ୍‌କୁ ଯିବା ଭଳି ଏକ ଅପ୍ରୀତିକର ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲା‌‌ରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବୃଦ୍ଧଜଣଙ୍କ ହେଲେ, କେନ୍ଦ୍ରାପଡ଼ା ବ୍ଲକ୍‌ ଅନ୍ତର୍ଗତ କୋର ପଞ୍ଚାୟତ, କୋର ଗ୍ରାମର ଶ୍ରୀଧର ସାହୁ। ସେ ପଞ୍ଚାୟତ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବା ଦୃଶ୍ୟ ଦେଖିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପଞ୍ଚାୟତ ଅଧିକାରୀ କାହିଁକି ଶ୍ରୀ ସାହୁଙ୍କ ଘରକୁ ଯାଇ ଭତ୍ତା […]

ଓଡ଼ିଶା, ମୁମ୍ୱାଇ ପରେ ଦିଲ୍ଲୀ ଏନ୍‌ସିଆର୍‌ରେ ମାଡିଲା କରୋନା

ପୁଣି କଡ ଲେଉଟାଲାଣି କରୋନା । ସାରା ଦେଶରେ ମାଡିଚାଲିଲାଣି ଭୂତାଣୁ । ଗତ କିଛି ବର୍ଷର ବ୍ୟବଧାନ ପରେ ପୁଣି ଫେରିଛି ଭାଇରସ । ଦେଶରେ ଏପର୍ଯ୍ୟନ୍ତ ୨୫୪ ଜଣ ସକ୍ରିୟ ମାମଲା ଚିହ୍ନଟ ହୋଇଛନ୍ତି। ଏବେ ଏହି ବିପଦ ଦେଶର ରାଜଧାନୀ ଦିଲ୍ଲୀକୁ ମଧ୍ୟ ବ୍ୟାପିଛି। ଗତକାଲି ଅର୍ଥାତ୍ ୨୨ ମଇରେ ଦିଲ୍ଲୀ-ଏନସିଆରେ ୩ ଜଣ ସକ୍ରିୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତ ତିନି ରୋଗୀଙ୍କୁ ଆଇସୋଲେଟ୍ କରାଯାଇଛି। କରୋନା ସଂକ୍ରମିତ ଲୋକଙ୍କୁ […]

ବଦଳିଲା ସାବିତ୍ରୀ ଅମାବାସ୍ୟା ଛୁଟି ତାରିଖ

ମେ ୨୭ ପରିବର୍ତ୍ତେ ୨୬ରେ ସାବିତ୍ରୀ ଛୁଟି । ମେ ୨୬ରେ ସାବିତ୍ରୀ ଅମାବାସ୍ୟା ଛୁଟି ଘୋଷଣା ।୨୬ ତାରିଖରେ ସମସ୍ତ ସରକାରୀ ଅଫିସ୍ ଛୁଟି । ରାଜ୍ୟ ସରକାର ଛୁଟି ବଦଳାଇବା ପାଇଁ ନେଲେ ବଡ଼ ନିଷ୍ପତ୍ତି । ତେବେ ପୁରୀ ମୁକ୍ତି ମଣ୍ଡପ ସହିତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକା ଗଣନକାରୀ ଅନୁଷ୍ଠାନ ମାନଙ୍କ ସହିତ ଯୋଗାଯୋଗ ପରେ ଏହା ଜଣାଯାଇଛି ଯେ, ୨୬ ତାରିଖରେ ହିଁ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବ […]