ରୁଷ୍ ଓ ୟୁକ୍ରେନ ମଧ୍ୟରେ ଗତ ଚାରି ବର୍ଷ ହେଲା ଯୁଦ୍ଧ ଚାଲିଥିବାବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଖୋଲା ଚିଠି ଲେଖି ମୁହାଁମୁହିଁ ସାକ୍ଷାତ ପ୍ରସ୍ତାବ ଦେଇଛନ୍ତି ।ଗୁରୁବାର ୟୁକ୍ରେନ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ପତ୍ର ଓ୍ୱେବସାଇଟରେ ପ୍ରକାଶ ପାଇଛି । ଏଥିରେ ଉଲ୍ଲେଖ ଅଛି ଯେ, ଜେଲେନସ୍କି ଋଷୀୟ ନେତାଙ୍କ ସହ ସାମ୍ନାସାମ୍ନି ବୈଠକ ପାଇଁ ଆଗଭର ଅଛନ୍ତି । […]
ଦେଶରେ ଖୁବଶୀଘ୍ର ଚାଲିବ ପଲିମର ନୋଟ୍ । ପାଇଲଟ୍ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭରର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ଲାଷ୍ଟିକ୍ ନୋଟ୍ ଆଣିବା ପ୍ରସ୍ତାବ ବିଚାରାଧୀନ ରହିଛି। କିନ୍ତୁ ସେହି ଯୋଜନା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ଏହାର ଭଲ ଓ ଖରାପ ଦିଗଗୁଡ଼ିକ ବିଷୟରେ ବିଚାର କରାଯାଉଛି। ପ୍ଲାଷ୍ଟିକ୍ ନୋଟ୍ ପ୍ରକୃତରେ ଲାଭଦାୟକ ହେବ ନା ନାହିଁ ତାହା […]
ଆସନ୍ତା ୧୦ରେ ହେବନି ଘରୋଇ ବସ ଧର୍ମଘଟ । ସାମୟିକ ଭାବେ ବସ ଧର୍ମଘଟକୁ ସ୍ଥଗିତ ରଖିଲା ସଂଘ । ଆଜି ପରିବହନ କମିଶନରଙ୍କ ସହିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପରେ ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି।ଡିଜେଲ ଦର ସହିତ ଲୁବ୍ରିକାଣ୍ଟ, ଟାୟାର, ବୀମା, ବ୍ୟାଟେରୀ, ସୁଧ ହାର, କର୍ମଚାରୀଙ୍କ ଦରମା ଆଦି ବଢିଛି। ଗତ ୬ ବର୍ଷ ଧରି ଏ ସମସ୍ତ ଦିଗକୁ ଧ୍ୟାନ ଦେଇ ଭଡ଼ା ବୃଦ୍ଧି ହୋଇ […]
“ପ୍ରକୃତିରୁ ପ୍ରେରଣା, ଜଳବାୟୁ ଓ ଆମର ଭବିଷ୍ୟତ” ବାର୍ତ୍ତା କୁ ଆଧାର କରି ଇମ୍ଫା କାରଖାନା ପକ୍ଷରୁ ବିଶ୍ୱ ପରିବେଶ ଦିବସ-୨୦୨୬ ଅବସରରେ ପରିବେଶ ସଚେତନତା ଓ ସଂରକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଇମ୍ଫା କାରଖାନା ର ୟୁନିଟ୍ ମୁଖ୍ୟ ତଥା ଇ.ଆଇ.ସି ଶ୍ରୀ ଜି. ଭି. ରାକେଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିବା ବେଳେ ରାୟଗଡା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଉପ ପରିବେଶ ଯନ୍ତ୍ରୀ ଶ୍ରୀ ରିପୁ କୁମାର ସାହୁ ମୁଖ୍ୟ ଅତିଥି […]
ବଢିଲା ଖାନ୍ ସାରଙ୍କ ଅଢୁଆ । ଖାନ ସାରଙ୍କ ବିରୋଧରେ କଦମକୁଆନ ପୋଲିସ ଷ୍ଟେସନରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଦୁଇଦିନ ପୂର୍ବେ ପାଟନାରେ କୋଚିଂ ସେଣ୍ଟର ବାହାରେ ହୋଇଥିବା ପଥରମାଡ଼, ଗୁଳିକାଣ୍ଡ ଘଟଣା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ଫୈଜଲ ଖାନ ଓରଫ ଖାନ ସାରଙ୍କ ବିରୋଧରେ କଦମକୁଆନ ପୋଲିସ ଷ୍ଟେସନରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଏକ ମାମଲା ରୁଜୁ […]
ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ କଲେ ଦେବାଶିଷ ସାମନ୍ତରାୟ । ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଦେବାଶିଷ । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ।ପ୍ରାର୍ଥିପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ଭାପତି ଓ ଦଳୀୟ ବିଧାୟକ । ଗତ ମାସ ୨୫ତାରିଖରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ ସାମନ୍ତରାୟ । ଏହା ପରେ ଉପ ନିର୍ବାଚନ ଘୋଷଣା ହୋଇଥିଲା । ଆସନ୍ତା […]
OERCର ନୂଆ ସଦସ୍ୟ ହେଲେ ସୁଧାଂଶୁ ଶେଖର ବଡପଣ୍ଡା । OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି । ଏ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୀଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଥିଲେ ସୁଧାଂଶୁ ବଡପଣ୍ଡା । ସରକାରୀ ସୂଚନା ଅନୁଯାୟୀ, ବିଦ୍ୟୁତ ଆଇନ, ୨୦୦୩ର ଧାରା ୮୨ର ଉପଧାରା (୫) ଅନୁଯାୟୀ ପ୍ରଦତ୍ତ କ୍ଷମତାର ପ୍ରୟୋଗ କରି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି […]
ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ପହଞ୍ଚିବା ପରେ ସେ ସିଧାସଳଖ ଏକ ଘରୋଇ ହୋଟେଲକୁ ଯାଇଥିଲେ । ନିଜ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ପାଇଁ ସେ ଓଡ଼ିଶା ଆସିଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସେ ପ୍ରିମିୟର ଶୋ’ ଦେଖିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଗଛ ଲଗାଇ ‘ଏକ ପେଡ ମା’ କେ ନାମ’ କାର୍ଯ୍ୟକ୍ରମରେ ସାମିଲ […]
ଲାଞ୍ଚ ନେଇ ବନ୍ଧା ହେଲେ ଜୁନିୟର ଆସିଷ୍ଟାଣ୍ଟ । ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଜୁନିୟର ଆସିଷ୍ଟାଣ୍ଟ। ଭଦ୍ରକ ଜିଲ୍ଲା ଶିକ୍ଷଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ସୂଚନାଯୋଗ୍ୟ ଯେ, ବାରାପୁର ଅଞ୍ଚଳର ଏକ ଘରୋଇ ସ୍କୁଲକୁ ପ୍ରମାଣପତ୍ର ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ଜୁନିଅର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ । କାର୍ଯ୍ୟାଳୟ ପରିସରରେ ଅଭିଯୋଗକାରୀ ପ୍ରଶାନ୍ତ ସାହୁ ଦାବି ମୁତାବକ ୧୦ ହଜାର […]
ଆସନ୍ତା ୧୭ କିମ୍ବା ୧୮ ତାରିଖରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା । ବଦଳିବ ମୋଦି ସରକାରଙ୍କ ରୂପରେଖ । ମନ୍ତ୍ରୀମଣ୍ଡଳରୁ ପ୍ରାୟ ଏକ ଡଜନରୁ ଅଧିକ ମନ୍ତ୍ରୀ ବାଦ୍ ପଡ଼ି ପାରନ୍ତି । ଜୁନ ୧୮ରେ ବିଭିନ୍ନ ରାଜ୍ୟର ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ୧୧ଟି ସିଟ୍ ପାଇଁ ମତଦାନ ହେବ । ସବୁଠୁ ବଡ କଥା ହେଉଛି ଯେ, ଏହି ସବୁ ଆସନ ପାଇଁ ବିଜେପି ପକ୍ଷରୁ ଦୁଇ କେନ୍ଦ୍ରମନ୍ତ୍ରୀ […]
ତାମିଲନାଡୁ ବିଜେପିର ଟାଣୁଆ ନେତା ତଥା ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ କେ ଅନ୍ନାମଲାଇ ବିଜେପିର ପ୍ରାଥମିକତା ସଦ୍ୟସତା ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସ୍ବୀକାର କରିଛନ୍ତି । ଜୁନ ୨ ତାରିଖରେ ତାଙ୍କ ଇସ୍ତଫାକୁ ନେଇ ଅନ୍ନାମଲାଇ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ସାକ୍ଷାତ କରିଥିଲେ । ସେ ପାର୍ଟିର ହାଇକମାଣ୍ଡଙ୍କୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇଥିଲେ ।କୁପ୍ପୁସାମୀ ଅନ୍ନାମଲାଇ ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ […]
ବଢ଼ିପାରେ ଖରାଛୁଟିର ଅବଧି। ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଖରାର ସ୍ଥିତିକୁ ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ।ଖରା ଯଦି ନ କମେ ତାହାଲେ ଖରା ଛୁଟି ବଢ଼ିପାରେ । ପିଲାଙ୍କ ସୁରକ୍ଷା ଶିକ୍ଷା ବିଭାଗର ପ୍ରାଥମିକତା ବୋଲି ସେ କହିଛନ୍ତି । ସୂଚନାମୁତାବକ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୭ରୁ ସ୍କୁଲ୍ ଛୁଟି ଘୋଷଣା କରାଯାଇଥିଲା। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ […]
