କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତତାକୁ ଗ୍ରହଣ କରିବ ନାହିଁ ଭାରତ: ପିଓକେ ଭାରତର

ଜମ୍ମୁ-କାଶ୍ମୀର ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗ ଦ୍ୱିପାକ୍ଷିକ। କାଶ୍ମୀରକୁ ନେଇ ମଧ୍ୟସ୍ତତା କରାଯିବ ନାହିଁ। ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ପାକିସ୍ତାନ ଖାଲିକରୁ। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତତାକୁ ଭାରତ ଗ୍ରହଣ କରିବ ନାହିଁ। ଆମର ଏକ ଦୀର୍ଘକାଳୀନ ନୀତି ଅଛି। ସେହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଣଧୀର ଜୟସ୍ୱାଲ ପ୍ରକାଶ କରିଛନ୍ତି। ପିଓକେ ଭାରତର, ତୁରନ୍ତ ଖାଲିକରୁ ପାକିସ୍ତାନ। ବାକି ଥିବା ବିଷୟ ହେଉଛି ପାକିସ୍ତାନ […]

ଯାଜପୁର ଛତିଆରେ ବୋମା ବିସ୍ଫୋରଣ, ୨ ମୃତ

ଯାଜପୁର ଛତିଆରେ ବୋମା ବିସ୍ଫୋରଣ ରେ ୨ଜଣଙ୍କ ମତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ବୋମାମାଡ଼ରେ ଜଣେ ଗୁରୁତର ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେହିପରି ବୋମା ବିସ୍ଫୋରଣରେ ୨ଟି ବାଇକ ଜଳିଯାଇଥିବା ଜଣାପଡ଼ିଛି। ବିସ୍ଫୋରଣ ପଛର କାରଣ ଜଣାପଡ଼ିନାହିଁ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ଦେହକୁ ପୋଲିସ ଜବତ କରିଛି । ସ୍ଥାନୀୟ ପୋଲିସ ଘଟଣାରେ ପହଞ୍ଚି, ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ଼ […]

ପ୍ରଧାନ ବିଚାରପତି ଭାବେ ଆସନ୍ତାକାଲି ଶପଥ ନେବେ ବିଆର ଗବଇ

ଆସନ୍ତାକାଲି ଶପଥ ଗ୍ରହଣ କରିବେ ଦେଶର ନୂତନ ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବାଇ ତଥ‌ା ବିଆର ଗବାଇ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ। ସେ ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ। ଏହା ପୂର୍ବରୁ ଆଜି ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି ଜଷ୍ଟିସ୍ ସଞ୍ଜୀବ ଖନ୍ନା। ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏବଂ ବରିଷ୍ଠ ଓକିଲମାନେ ସିଜେଆଇଙ୍କ ଅବସର ଉପରେ ଭାଷଣ ଦେଇଥିଲେ। ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି, ବରିଷ୍ଠ ଓକିଲ […]

ବିରାଟ୍ ଏବଂ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କ ସହ ୧୫ ମିନିଟ୍ ଏକାନ୍ତରେ ବାର୍ତ୍ତାଳାପ

ଭାରତୀୟ କ୍ରିକେଟ ଟିମର ପୂର୍ବ ଅଧିନାୟକ ବିରାଟ କୋହଲି ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେବାର ଗୋଟିଏ ଦିନ ପରେ ଉତ୍ତରପ୍ରଦେଶର କୃଷ୍ଣନଗରୀ ବୃନ୍ଦାବନରେ ପହଞ୍ଚିଥିଲେ । କୋହଲିଙ୍କ ସହ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ବୃନ୍ଦାବନ ଯାଇଛନ୍ତି । ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରେମାନନ୍ଦ ମହାରାଜ ବିରୁଷ୍କାଙ୍କୁ କହୁଛନ୍ତି ଯେ, ମୁଁ ଆପଣଙ୍କୁ ମୋ ପ୍ରଭୁଙ୍କ ବିଧାନ କହୁଛି।ପ୍ରେମାନନ୍ଦ ମହାରାଜ ବିରୁଷ୍କାଙ୍କୁ କହିଛନ୍ତି ଯେ, ବୈଭବ ମିଳିବା ବା ଧନପ୍ରାପ୍ତି ହେବା […]

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ,କିପରି ଚେକ୍ କରିବେ ?

ଦଶମ ଶ୍ରେଣୀର ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ପାସ ହାର ରହିଛି ୯୩.୬୬ ।ଓଡ଼ିଶାରେ ଚଳିତ ବର୍ଷ ବି ପୁଅଙ୍କୁ ପଛରେ ପକାଇ ଅଧିକ ସଂଖ୍ୟକ ଝିଅ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶାରେ ମୋଟ୍ ୧ ଲକ୍ଷ ୩୦ ହଜାର ୧୬୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ମୋଟ୍ ପାସ୍ ହାର ରହିଛି ୯୨.୬୪ ପ୍ରତିଶତ। ଏମାନଙ୍କ ମଧ୍ୟରୁ ଛାତ୍ରଙ୍କ ପାସ୍ ହାର ରହିଛି ୯୧.୬୩ ପ୍ରତିଶତ। ଏମାନଙ୍କ ସଂଖ୍ୟା ହେଲା […]

ରାଜ୍ୟରେ ଗରମ ଓ ଗୁଳୁଗୁଳିରେ ଅସୁସ୍ଥ ହେଲେଣି ୨୮୨ ଜଣ ।

ରାଜ୍ୟରେ ଖରାର ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗରମ ଓ ଗୁଳୁଗୁଳି ପାଇଁ ୨୮୨ ଜଣ ଲୋକ ଅସୁସ୍ଥ ହୋଇପଡିଲେଣି। ସମ୍ବଲପୁରରେ ସର୍ବାଧିକ ୮୩ ଜଣ ଅସୁସ୍ଥ। ଝାରସୁଗୁଡାରେ ୭୨ଏବଂ ମୟୂରଭଞ୍ଜରେ ୪୨ ଜଣ , ସୋନପୁରରେ ୧୭ଜଣ ,ବାଲେଶ୍ୱରରେ ୨୪ ଜଣ, ଦେବଗଡରେ ୧୫ଜଣ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସୁସ୍ଥ ହୋଇଛନ୍ତି । ଖଣି ଅଞ୍ଚଳରେ ଟ୍ରକ ଭିତରେ ଡ୍ରାଇଭରଙ୍କୁ ନରହିବାକୁ ପରାମର୍ଶ ଦିଆଯାଇଛି । ଜରୁରୀ କାମ ନଥିଲେ ସକାଳ ୧୦ଟା […]

ଆସନ୍ତା ୧୫ ପିଏମ୍‌ ଆବାସ ପଞ୍ଜୀକରଣ ଶେଷ ତାରିଖ

ମେ ୧୫ ତାରିଖ ପିଏମ୍ ଆବାସ ଯୋଜନାରେ ପଞ୍ଜିକରଣର ଶେଷ ଦିନ । ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ପଞ୍ଜୀକରଣ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ରହିଲା । ୩୪ରୁ ୩୫ ଲକ୍ଷ ଲୋକ ପିଏମ୍‌ ଆବାସ ପଞ୍ଜୀକରଣ କଲେଣି । ୧୫ ତାରିଖ ପରେ ଘର ଘର ବୁଲି କିଏ ଯୋଗ୍ୟ ସର୍ଭେ କରାଯିବ । ୩ ଲକ୍ଷ ଘର […]

ବରିଷ୍ଠ IAS ସନ୍ତୋଷ ଷଡ଼ଙ୍ଗୀଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ବରିଷ୍ଠ IAS ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ନୂଆ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ନୂଆ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (MNRE)ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏହାସହ ତାଙ୍କୁ ସୌରଶକ୍ତି ନିଗମର ଅଧ୍ୟକ୍ଷ ଓ ଏସଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।ସେ ପୂର୍ବରୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ (DGFT) ଭାବେ କାର୍ଯ୍ୟ କରି ଦେଶର ରପ୍ତାନୀ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ […]

ଦୁର୍ଘଟଣାରେ ମୃତ ଯୁବକଙ୍କ ଅଙ୍ଗଦାନ କଲେ ପରିବାର ।

ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ରେଗେଡା ଗ୍ରାମର ଯୁବକ ଦିଲୀପ ମାଣ୍ଡାଙ୍ଗି ଦୁର୍ଘଟଣାର ଶିକାର ହୋଇ ସ୍ଥାନୀୟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଆନ୍ଧ୍ର ଶ୍ରୀକାକୁଲମର ଜେମ୍ସ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ।ତେବେ ସେଠାରୁ ଡାକ୍ତର ତାଙ୍କର ବ୍ରେନ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ମୃତ୍ୟୁ ହୋଇଥିବା ଜାଣିବା ପରେ ବାପା ସତ୍ୟ ମାଣ୍ଡାଙ୍ଗୀ ତାଙ୍କ ପୁଅର ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପରେ ତାଙ୍କ ଶରୀରରୁ ଦୁଇଟି କିଡିନୀ, ଫୁସଫୁସ, […]

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ରେଜଲ୍ଟ।

ସିବିଏସଇ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ୨୦୨୫ ପ୍ରକାଶ କରାଯାଇଛି । ସିବିଏସଇର cbseresults.nic.in, results.cbse.nic.in ଏବଂ digilocker.gov.in ରେ ଚେକ୍‍ କରିପାରିବେ ଛାତ୍ରଛାତ୍ରୀ । ଭୁବନେଶ୍ୱରରେ ସିବିଏସ୍‌ସି ଦ୍ୱାଦଶ ପାସ୍‌ହାର ୮୩.୬୭ ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି । ଏଥର ୧୭ ଲକ୍ଷ ୧୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।ଯେଉଁଥିରୁ ୧୪ଲକ୍ଷ ୨୬ହଜାର […]

‘ପହଲଗାମ ହମଲା’ ଆତଙ୍କୀଙ୍କ ପୋଷ୍ଟର ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ

ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ଅପରାଧୀମାନଙ୍କୁ ଏପର୍ଯ୍ୟନ୍ତ ଧରାଯାଇନାହିଁ। ସେଦିନର ଘଟଣା ଭିଆଇଥିବା ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିଛନ୍ତି ଏଜେନ୍ସି। ଶୋପିଆନ ଜିଲ୍ଲାର ଅନେକ ଅଞ୍ଚଳରେ ପୋଷ୍ଟର ଲଗାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।ଗତ ମାସରେ ପହଲଗାମର ବୈସରନ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ୧୭ ଜଣ ଆହତ ହୋଇଥିଲେ […]

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କର ଆଜି ସରୁଛି କାର୍ଯ୍ୟକାଳ ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କର ଆଜି କାର୍ଯ୍ୟକାଳ ସମାପ୍ତ ହେଉଛି । ବିଶେଷ କରି ସେ ତାଙ୍କର କଥା ଆଦେଶ କିମ୍ବା ନିଷ୍ପତ୍ତିରେ ଶୁଣାଇଥାନ୍ତି । ତାଙ୍କ କାର୍ଯ୍ୟକାଳରେ ସେ ଏଭଳି କିଛି ବୟାନ ଦେଇନାହାଁନ୍ତି, ଯାହାକୁ ନେଇ ବିବାଦ କି ଚର୍ଚ୍ଚା ହୋଇଛି । ମୁଖ୍ୟ ବିଚାରପତି ଖାନ୍ନାଙ୍କ ବ୍ୟକ୍ତିତ୍ୱ ତାଙ୍କ ପୂର୍ବବର୍ତ୍ତୀ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଚନ୍ଦ୍ରଚୂଡ଼ ଖୋଲାଖୋଲି ଭାବରେ ତାଙ୍କର ମତାମତ ପ୍ରକାଶ କରିଥିଲେ, […]