ଆଜି ଅକ୍ଷୟ ତୃତୀୟାରେ ମିଳିବ ସିଏମ୍‌ କିଷାନ ଟଙ୍କା ।

ଆଜି ଅକ୍ଷୟ ତୃତୀୟାରେ ମିଳିବ ସିଏମ୍‌ କିଷାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ । ଏକାଥର କେ ୫୦ଲକ୍ଷ ଚାଷୀଙ୍କ ଖାତାକୁ ଟଙ୍କା ଯିବ। ନାମମାତ୍ର ଚାଷୀଙ୍କଠୁ ନେଇ କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ମିଳିବ ଏହି ସିଏମ କିଷାନ ଟଙ୍କା । ସୂଚନାନୁଯାୟୀ, ୩୦ ଅପ୍ରେଲ ୨୦୨୫ରେ ପଡ଼ୁଛି ଅକ୍ଷୟ ତୃତୀୟା, ଏହି ଦିନ ଅର୍ଥାତ ଆଜି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ସମୁଦାୟ ୧ ହଜାର କୋଟି ଟଙ୍କା […]

ଆଜି ରଥଯାତ୍ରା ପାଇଁ ଆରମ୍ଭ ହେବ ରଥ ନିର୍ମାଣ

ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ସହ ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇଥିବା ବେଳେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଚାପ ଡଙ୍ଗା ନନ୍ଦା ଓ ଭଦ୍ରା। ୨୯୮ ଖଣ୍ଡ କାଠ ରଥଖଳାରେ ଆସି ପହଞ୍ଚିସାରିଛି । ଖରାକୁ ନଜରରେ ରଖି ରଥ ଚାଳି ରେ ପାଣି ବ୍ୟବସ୍ଥା କରାଯିବା ସହ ସେବକଙ୍କ ପାଇଁ ପ୍ରତିବର୍ଷ […]

ରାଜ୍ୟରେ ଶ୍ରମିକଙ୍କ ଦୈନିକ ମଜୁରୀ ୧୦ ଟଙ୍କା ବୃଦ୍ଧି ପାଇଲା ।

ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ୧୦ ଟଙ୍କା ବୃଦ୍ଧି ପାଇଲା । ସରକାର ରାଜ୍ୟରେ ଶ୍ରମିକଙ୍କ ଦରମା ବୃଦ୍ଧି କରିଛନ୍ତି । ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୫୨ରୁ ୪୬୨ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୫୦୨ରୁ ୫୧୨ ଟଙ୍କାକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦରମା ପିଛିଲା ଭାବେ ଏପ୍ରିଲ ମାସ ପହିଲାରୁ ଲାଗୁ ହେବ।କୁଶଳୀ ଶ୍ରମିକ ମାନଙ୍କ ଦୈନିକ ମଜୁରୀ ୫୫୨ ଟଙ୍କାରୁ ୫୬୨ ଟଙ୍କା ଏବଂ ଉଚ୍ଚ-କୁଶଳୀ […]

ଆଜି ପବିତ୍ର ଅକ୍ଷୟ ତୃତୀୟା ।

ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିର ଏହି ଦିବ୍ୟ ମୁହୂର୍ତରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ । ତେଣୁ ଏହାକୁ କୃଷିଭିତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । ସେହିପରି, ଆଜିର ଦିନରେ ସୁନା, ରୂପା ଇତ୍ୟାଦି କିଣିଲେ ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ କିଣାକିଣି […]

ଯେକୌଣସି ମୁହୂର୍ତ୍ତରେ ହୋଇପାରେ ଆକ୍ରମଣ, ତିନି ସେନା ମୁଖ୍ୟଙ୍କୁ ସବୁଜ ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ NSA, CDS ଏବଂ ସମସ୍ତ ସଶସ୍ତ୍ର ବାହିନୀର ମୁଖ୍ୟଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ସେନାବାହିନୀକୁ ମୁକ୍ତ ହସ୍ତ ପ୍ରଦାନ କରିଛନ୍ତି। । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଡ଼ା ଜବାବ ଦେବା ଆମ ରାଷ୍ଟ୍ରୀୟ ସଂକଳ୍ପ ଅଟେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଲଟା ଜବାବର ପ୍ରକ୍ରିୟା, ସ୍ଥାନ ଓ ସମୟ, ସବୁର ନିର୍ଦ୍ଧାରଣ କରିବାର […]

ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ

ରଥଯାତ୍ରାର ପ୍ରାରମ୍ଭିକ ପର୍ବ ଭାବେ ଆସନ୍ତାକାଲି(ଏପ୍ରିଲ 30)ରେ ଅକ୍ଷୟ ତୃତୀୟାରୁ ରଥକାଠ ଅନୂକୁଳ ହେବ । ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ମୁଖ୍ୟ ମହାରଣା ପାରମ୍ପରିକ ପୂଜାର୍ଚ୍ଚନା କରିବା ପରେ ତିନିଟି ଧଉରା କାଠକୁ ପାରମ୍ପରିକ ହତିଆର ବାରିଶି, କୁରାଢି ସେ ସ୍ପର୍ଶ କରିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।ନୟାଗଡ଼, ବୌଦ୍ଧ, ଘୁମୁସର, ଦଶପଲ୍ଲା ବନଖଣ୍ଡରୁ ରଥ ନିର୍ମାଣ […]

ଭିଜିଲାନ୍ସ ହାବୁଡ଼ରେ ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ

ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ । ୩ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ଢେଙ୍କାନାଳ ମହାବୀର ବଜାରସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢାଉ ଜାରି ରହିଛି ।ସେହିଭଳି ଜଗତପୁର ସ୍ଥିତ ଘର, ଚୌଦ୍ବାର ସ୍ଥିତ ପୈତୃକ ଘର, ଖୋର୍ଦ୍ଧା, ମହାବୀର ବଜାର ସ୍ଥିତ ସରକାରୀ ବାସଭବନ, ମହିଷାପାଟ ସ୍ଥିତ ଏକ୍ସାଇଜ ଅଫିରେ ମଧ୍ୟ ଚଢାଉ ଜାରି ରହିଛି । ୬ଟି ସ୍ଥାନରେ […]

ପ୍ରେମରେ ମିଳିଲା ଧୋକା, ଜୀବନ ହାରିଦେଲେ ଯୁବକ

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ । ୨୨ ବର୍ଷ ବୟସରେ ଧୋକା ସହି ନପାରି ଜୀବନ ହାରିଥିବା ଅଭିଯୋଗ ହୋଇଛି । ଝୁଲନ୍ତା ଅବସ୍ଥାରେ ଘରୁ ମିଳିଛି ମୃତଦେହ । ପ୍ରେମ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ । ସେପଟେ ଆତ୍ମହତ୍ୟା ପାଇଁ ଯୁବତୀ ଜଣଙ୍କ ଉସୁକାଇଥିବାରୁ ଯୁବକ ଜୀବନ ହାରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।ସୂଚନା ଥାଉକି, ୨୨ ବର୍ଷର ରାହୁଲ ଗୋଚ୍ଛାୟତ ନିଜ ଘର ଛାଡ଼ି ବରମୁଣ୍ଡା ମା ମଙ୍ଗଳା ଦଳିତ […]

ପୋଲିସ ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ,ଘଟଣାସ୍ଥଳରୁ ପୋଲିସ ଗାଡ଼ି ଫେରାର

ଅନୁଗୋଳ ଜିଲା ତାଳଚେର ବଲଣ୍ଡା ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ Oisf ପୋଲିସ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତକ ହେଲେ ସ୍ଥାନୀୟ ଗୁରୁଦ୍ୱାର ଅଞ୍ଚଳର ୪୦ ବର୍ଷୀୟ ସୁଶାନ୍ତ ସାହୁ ।ସୂଚନା ଅନୁସାରେ, ମଙ୍ଗଳବାର ସକାଳୁ ସୁଶାନ୍ତ ନନ୍ଦିରା ଅଞ୍ଚଳକୁ ନିଜ ଦୋକାନ ଖୋଲିବାକୁ ଯାଉଥିଲେ । ଏହି ସମୟରେ ଏକ ଓଆଇଏସଏଫ ପୋଲିସ ଗାଡ଼ି ଦୃତ ଗତିରେ ଆସି ସୁଶାନ୍ତଙ୍କ ସ୍କୁଟିକୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା । […]

ଦ୍ଵନ୍ଦ୍ବରେ ପାକିସ୍ତାନୀ ନାଗରିକ ରେଜିଆ ସୁଲତାନା

ଏବେକାର ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଥିବା ପାକିସ୍ତାନୀ ନାଗରିକ ରେଜିଆ ସୁଲତାନା ପ୍ରକୃତରେ ପାକିସ୍ତାନ ଫେରିବେ ନା ଭାରତରେ ରହିବେ ତାକୁ ନେଇ ସମସ୍ତଙ୍କ ମନରେ ଏକ ଦ୍ଵନ୍ଦ୍ବ | ଆଜି ସକଳେ ସୋର ପୁଲିସ ରେଜିଆଙ୍କ ଘରକୁ ଯାଇଥିଲେ। ମାତ୍ର ସେଠାରେ ରେଜିଆ ନଥିବା ବେଳେ ପରିବାର ଲୋକଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡ଼ିଛି। ବାଲେଶ୍ୱର ଏସପି ରାଜ ପ୍ରସାଦ କହିଛନ୍ତି ,” ଆମର ସୂଚନା ଅନୁସାରେ ରଜିଆ ସୁଲତାନ ଭାରତର ନାଗରିକତ୍ୱ ପାଇ […]

ସ୍ଵାମୀଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା।

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବିବାଦରେ ଫସିଥିବା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା । ବାଲିଚନ୍ଦ୍ରପୁର ଥାନାରେ ସେ ଦାୟର କରିଥିବା ଏତଲା ଉପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେବାକୁ ସେ ନିଜ ଆବେଦନରେ ଦର୍ଶାଛନ୍ତି ।ସୋନାଲିଙ୍କ ଅଭିଯୋଗ ଅନୁସାରେ, ସେ ନାବାଳିକା ଥିବା ସମୟରେ ଶ୍ରୀକ୍ଷେତ୍ର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ସେହି ସମୟରେ ସେ ଏକ ସନ୍ତାନର ମାଆ ମଧ୍ୟ ହୋଇଥିଲେ। ଗତ ୧୦ ବର୍ଷ ହେଲା […]

କଟକରେ NIAର ୩ ଜଣିଆ ଟିମ୍‌, ପହଲଗାମରୁ ଫେରିଥିବା ରଞ୍ଜିତ ଭୋଳଙ୍କ ପରିବାରକୁ ପଚରାଉଚରା

କଟକରେ ପହଞ୍ଚିଛି ଏନଆଇଏ ଟିମ୍ । ପହଲଗାମରୁ ସୁରକ୍ଷିତ ଭାବେ ଫେରିଥିବା ରଞ୍ଜିତ ଭୋଳଙ୍କ ପରିବାରକୁ ପଚରାଉଚରା କରିଛି ଟିମ୍ । ପହଲଗାମ୍‌ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ଦେଉଳ ସାହିର ରଞ୍ଜିତ ଭୋଳଙ୍କ ପରିବାର ।ସୂଚନା ଅନୁଯାୟୀ, ପହଲଗାମ୍‌କୁ ବାପା , ମାଆ, ପୁଅ, ବୋହୂ ୪ ଜଣ ବୁଲିବାକୁ ଯାଇଥିଲେ । ଏହି ସମୟରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା ।ରଞ୍ଜିତଙ୍କ ବଡ଼ ପୁଅ ସନ୍ଦୀପ ଭୋଳ ନିଜ ଜୀବନ ବଞ୍ଚାଇବାକୁ ଲଗାତର […]