ଆଜିଠୁ ବଜେଟ ଅଧିବେଶନ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା। ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ। ୭ଟି କ୍ୱିକ୍ ରିଆକ୍ସନ୍ ଟିମ୍ ମୁତୟନ ହେବ। ଏହା ସହିତ ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱା୍ଡ ଓ ରୁଫ୍ ଟପ୍ ସିକୁରିଟି ମୁତୟନ ରହିବେ। ଲୋୟର ପିମଜିରେ ୧୪୪ ଧାରା ଜାରି କରାଯିବ। ସିସିଟିଭି ଜରିଆରେ ନଜର ରଖାଯିବ।ପ୍ରଥମ ଅଧିବେସନ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ, ଅଞ୍ଜଳି ମଚ୍ଛଖଣ୍ଡଙ୍କ ନେତୃତ୍ବରେ ଡିଆର୍ଡିଏ ନୟାଗଡ଼ର ସୃଜନସମ୍ମିଳନୀ କକ୍ଷରେ ଶତାଧିକ ଗ୍ରାମୀଣ ଆଇନ୍ ସଚେତନତା କର୍ମୀମାନଙ୍କୁ ନେଇ ସଡ଼କ ସୁରକ୍ଷା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ସ୍ଵାଗତ ଭାଷଣ ଦେଇଥିବା ବେଳେ ଏହି ଶିବିରକୁ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । […]
ରାୟଗଡ ଜିଲ୍ଲା ରାମନାଗୁଡ଼ା ମଣ୍ଡଳ ରେ ପଣ୍ଡିତ ଦିନଦୟାଲ ଙ୍କ ପୁଣ୍ୟ ତିଥି ରେ ଆଜି ରାମନାଗୁଡ଼ା କଲ୍ୟାଣ ମଣ୍ଡପ ଠାରେ ସମର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି ଅବସର ରେ ରାମନାଗୁଡ଼ା ମଣ୍ଡଳ ସଭାପତି ଚିନକାଣ୍ଡଗ୍ରୀ ମଣ୍ଡଳ ଅଧୀନ ପ୍ରାୟ ସମସ୍ତ ଶକ୍ତି କେନ୍ଦ୍ର ର ସଭାପତି ମାନଙ୍କୁ ଏକତ୍ରିତ କରିଥିଲେ. ଉକ୍ତ କାଯ୍ୟକ୍ରମ ରେ ରାୟଗଡ ରୁ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଗୁଣପୁର ପ୍ରଭାରୀ ଶ୍ରୀ ଶିବାଜୀ ଦାଶ ମୁଖ୍ୟ ବକ୍ତା […]
ରାଜ୍ୟରେ ଏବେ ଅନେକ ସ୍ଥାନରେ ଗରମ ଅନୁଭୂତ ହେବାରେ ଲାଗିଛି । ଫେବୃଆରୀ ମାସରେ ବି ଗ୍ରୀଷ୍ମର ଅନୁଭୂତ ହେଉଛି । ଯାହା ଫଳରେ ଏବେ ଠାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ, ପାଣି ପାଗ ବିଭାଗ ପକ୍ଷରୁ ଆଶ୍ବସ୍ତି କଲା ଭଳି ଏକ ଖବର ସାମ୍ନାକୁ ଆସିଛି ।ରାତି ସହ ଦିନର ତାପମାତ୍ରା କମିବ ୩ ଦିନ ପରେ ଆହୁରି କମିବ ତାତି । ୩ରୁ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରସା ପାଇବ ବୋଲି ପୂର୍ବାନୁମାନ […]
ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ବୁଧବାର ଏକ ବଡ଼ ବୟାନ ଦେଇଛନ୍ତି। ଯେଉଁମାନେ କଂଗ୍ରେସକୁ ଫେରିବେ ଗ୍ରହଣ କରିବୁ। ବିନା ସର୍ତ୍ତରେ ସେମାନଙ୍କୁ ଗ୍ରହଣ କରାଯିବ।ଯଦି ପୁଣି ଥରେ କଂଗ୍ରେସ କ୍ଷମତାକୁ ଆସେ, ତାହେଲେ ସେ ମୁଖ୍ୟମନ୍ତ୍ରୀ ହେବେ ନାହିଁ । କେବଳ ଦଳ ପାଇଁ କାମ କରିବେ । ଯେଉଁମାନେ ଭଲ କାମ କରିବେ ସେମାନଙ୍କୁ ଗୁରୁତ୍ବ ଦିଆଯିବ । ସୂଚନାଯୋଗ୍ୟ, କଂଗ୍ରେସ ହାଇକମାଣ୍ଡ ଓଡିଶାରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ […]
ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫’ ଆୟୋଜନ ପରିପ୍ରେକ୍ଷୀରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଭେଟେରିନାରୀ କଲେଜ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଲୋଗୋ ଏବଂ ମାସ୍କଟ୍ ଉନ୍ମୋଚନ କରିଛନ୍ତି। ପରେ ପରେ ମନ୍ତ୍ରୀ ସମାବେଶ ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ସବିଶେଷ ତଥ୍ୟ ରଖିଥିଲେ। ମନ୍ତ୍ରୀ କହିଛନ୍ତି, ମତ୍ସ୍ୟଚାଷୀ ଓ ପ୍ରାଣୀପାଳକଙ୍କ ସମୃଦ୍ଧିର ମହାକୁମ୍ଭ ସାଜିବ ଏହି ସମାବେଶ। କ୍ଷୀର, ମାଂସ, ଅଣ୍ଡା ଓ […]
ସେଲିବ୍ରିଟି କ୍ରିକେଟ୍ ଲିଗ୍ (CCL)ର ୧୧ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଲିଗ ପର୍ଯ୍ୟାୟ ମ୍ୟାଚ୍ ଆୟୋଜନ ହେବାକୁ ଥିବା ବେଳେ ଏହା ପୂର୍ବରୁ ବଲିଉଡ ପ୍ରଯୋଜକ ବୋନି କପୁର ଏବଂ ବଲିଉଡ ଅଭିନେତା ଅର୍ଜୁନ କପୁର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟିଛନ୍ତି।ସୂଚନା ଅନୁଯାୟୀ, ଏନେଇ ଦୁହେଁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଆସନ୍ତା ୧୬ ତାରିଖରେ ପଞ୍ଜାବ ଦି ଶେର […]
ସ୍ୱାମୀର ମଦ ପିଇବା ସହିନପାରି ସ୍ତ୍ରୀର ଆତ୍ମହତ୍ୟା । ଏଭଳି ଏକ ଘଟଣା ଘଟିଛି ସୋର ଉତ୍ତରେଶ୍ବର ଅଞ୍ଚଳରେ । ମୃତକ ହେଉଛନ୍ତି ସଂଜୁଲତା ନାୟକ । ସଞ୍ଜୁଲତାଙ୍କ ସ୍ବାମୀ ଅନେକ ସମୟରେ ମଦ୍ୟପାନ କରି ତାଙ୍କୁ ମାନସିକ ଓ ଶାରୀରିକ ନିର୍ୟାତନା ଦେଉଥିଲେ । ଏପରିକି ତାଙ୍କ ସ୍ବାମୀ ମଦ ପିଇ ଅନେକ ଥର ଦୁର୍ଘଟଣାର ଶିକାର ମଧ୍ୟ ହୋଇଥିଲେ । ଯାହାକୁ ନେଇ ସଂଜୁଲତା ମଦ ପିଇଲେ ଆତ୍ମହତ୍ୟା କରିଦେବା ନେଇ ଚେତାବନୀ ଦେଇଥିଲେ […]
ବୁଧବାର ରାଜ୍ୟ ସରକାରଙ୍କ ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଗୃହ ଓ ନଗର ନିର୍ମାଣ ବିଭାଗ ଦ୍ବାରା ଅଣାଯାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ଜାରି ହୋଇଛି । ଫେବୃଆରୀ ୧ରେ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା ।୨୦୧୭ ମସିହା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜିକରଣ ହେବ । ବିନା ଆପାର୍ଟମେଣ୍ଟ ଆଇନ୍ ଅନୁଯାୟୀ କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା […]
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର । ମାସିକ ୧୬ ହଜାର ଟଙ୍କାକୁ ବଢ଼ିଲା ପାରିଶ୍ରମିକ । ସମଗ୍ର ଶିକ୍ଷା ଯୋଜନାରେ ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ । ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ବୃଦ୍ଧି ପାଇପାରେ। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ କନିଷ୍ଠ ଶିକ୍ଷକମାନେ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଥିଲା। […]
ବେଙ୍ଗାଲୁରୁରେ ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ମୃତ୍ୟୁ ।ସ୍ତ୍ରୀଙ୍କ ଠାରୁ ନିର୍ୟାତନା ପାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ତାଙ୍କ ମୃତ୍ୟୁ ପରେ ବାଙ୍ଗାଲୋରର ଏକ ସ୍ଥାନୀୟ ଥାନାରେ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି । ମାନସୀକ ଚାପରେ ଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ତାଙ୍କ ଘର କଟକର କାଳିଗଳି ନିକଟରେ । ତେବେ ସେ ବାଙ୍ଗାଲୋରରେ ରହୁଥିବା ବେଳେ ସେଠାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି […]
ବିଧାନସଭାରେ ଏଣିକି ଆଉ କାଗଜ ନୁହେଁ ଲାଗିଲା ଟ୍ୟାବ। ପେପର ଧରି ନୁହେଁ ଏଥର ଟ୍ୟାବ୍ରେ ପଢ଼ିବେ ବିଧାୟକ୧୪୭ ବିଧାୟକଙ୍କ ଟେବଲ୍ରେ ଏହି ଟ୍ୟାବ୍ ଲାଗିଛି। ବିନା କାଗଜରେ ପ୍ରଶ୍ନୋତ୍ତର କିମ୍ବା ପ୍ରସ୍ତାବ ପଢ଼ିବେ ବିଧାୟକ।ନେଭା ରତଫରୁ ଏହି ବ୍ୟବସ୍ଥା ବିଧାୟକଙ୍କ ପାଇଁ ହୋଇଛି। ଅନ୍ୟପଟେ ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି। ମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଉପସ୍ଥିତ ଅଛନ୍ତି।ଗୃହକୁ ସୁପରିଚାଳନା ନେଇ ଆଲୋଚନା କରିବେ ବାଚସ୍ପତି। ଏଥର […]
