କିଏ ସେହି ମହିଳା ଯାହାଙ୍କୁ ଭେଟିବାକୁ ସିକ୍ୟୁରିଟି ଭାଙ୍ଗି ଚାଲିଗଲେ ବିରାଟ କୋହଲି

ଭୁବନେଶ୍ୱର ବିମାନବନ୍ଦରରେ ଜଣେ ରହସ୍ୟମୟୀ ମହିଳାଙ୍କୁ ଆଲିଙ୍ଗନ କରୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଭାରତୀୟ ବ୍ୟାଟସମ୍ୟାନ ବିରାଟ କୋହଲି ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଏହା ମହିଳାଙ୍କ ପରିଚୟ ବିଷୟରେ ଅନୁମାନ ଏବଂ ପ୍ରଶ୍ନ ମଧ୍ୟ ଉଠାଇଛି।ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଦିନିକିଆ ମ୍ୟାଚ ଜିତିବା ପରେ ଟିମ୍ ଇଣ୍ଡିଆ ଭୁବନେଶ୍ବରରୁ ଅହମଦାବାଦକୁ ଉଡ଼ାଣ ଭରିଥିଲା । ଏହି ସମୟରେ ଭୁବନେଶ୍ବର ଏୟାରପୋର୍ଟରେ ଟିମ୍ ଇଣ୍ଡିଆ ଯାଉଥିବା ବେଳେ ବିରାଟ କୋହଲି ମଧ୍ୟ ଯାଉଥିଲେ । […]

ଓଡ଼ିଶାରେ ଖୋଲିବ ପ୍ରି ମାରିଟାଲ ଓ ମେଣ୍ଟାଲ ହେଲଥ କାଉନସେଲିଂ ସେଣ୍ଟର।

ଓଡ଼ିଶାରେ ଯୁବପିଢ଼ିଙ୍କ ମଧ୍ୟରେ ଛାଡପତ୍ର ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ନିଆରା ପ୍ରୟାସ ଗ୍ରହଣ କରିଛନ୍ତି । Premarital counseling center ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସେଣ୍ଟରର ବିବାହ ପୂର୍ବରୁ ଉଭୟ ଯୁବକ ଓ ଯୁବତୀଙ୍କୁ ବିବାହ ବନ୍ଧନରେ କିଭଳି ଖୁସି ରହିପାରିବେ ସେ ନେଇ ବୁଝାଯିବ। ସମଗ୍ର ଦେଶରେ ଏହି ସେଣ୍ଟର ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଜାତୀୟ ମହିଳା […]

ଓଡ଼ିଶା ସ୍ୱାସ୍ଥ୍ୟସେବା ନିୟମରେ ହେବ ପରିବର୍ତ୍ତନ

ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସେସ (ମେଥଡ୍‌ ଅଫ୍‌ ରିକ୍ୟୁଟ୍‌ମେଣ୍ଟ ଆଣ୍ଡ କଣ୍ଡିସନ୍‌ସ ଅଫ୍‌ ସର୍ଭିସେସ) ଆମେଣ୍ଡମେଣ୍ଟ ରୁଲସ୍‌-୨୦୨୫ କରାଯିବ। ଅର୍ଥାତ ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସେସ ଆମେଣ୍ଡମେଣ୍ଟ ରୁଲସ୍‌ ୨୦୧୭ରେ ପରିବର୍ତ୍ତନ ଅଣାଯିବ। ଏହାଦ୍ୱାରା ଡାକ୍ତରଙ୍କ ନିଯୁକ୍ତିଠାରୁ ଆରମ୍ଭ କରି ପଦୋନ୍ନତି ପାଇଁ ସ୍ୱତନ୍ତ୍ର ନିୟମ ରହିବ।ଏନେଇ ସୋମବାର ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ, ନୂଆ ନିୟମରେ ଗ୍ରେଡ୍‌ ‘ଏ’ (ଜୁନିୟର ବ୍ରାଞ୍ଚ), ଗ୍ରେଡ୍‌ ‘ବି’( ସିନିୟର ବ୍ରାଞ୍ଚ), ଜୁନିଅର ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଗ୍ରେଡ୍‌( […]

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାସନ କାର୍ଡ ଇ-କେୱାଇସି କରିବାର ଶେଷ ଅବଧି

ରାସନ୍‌କାର୍ଡ ଇ-କେୱାଇସି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ସୂଚନା ଅନୁସାରେ ଇ-କେୱାଇସି ପାଇଁ ରାସନ ହିତାଧିକାରୀଙ୍କ ପାଖରେ ଆଉ ମାତ୍ର ୪ ଦିନ ସମୟ ରହିଛି। ୧୫ ତାରିଖ ଭିତରେ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ସରେଣ୍ଡର ନକଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।ଆଉ ଯେଉଁମାନେ ଇକେୱାଇସି ନ କରିବେ ତାହା ସରେଣ୍ଡର କରାଗଲା ବୋଲି ଧରି ନିଆଯିବ । […]

ଚଳିବନି ଗାଡି ଚାଳକଙ୍କ ମନମାନି,ମଦ ପିଇ ଗାଡି ଚଳାଇଲେ ଦେବାକୁ ପଡିବ ଏତିକି…

ଆଜି କଟକ ସହରରେ କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି। କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ କଟକ ଓଏମପି ଛକରେ ସବୁ ଭାରିଯାନକୁ ଅଟକାଇ ଯାଞ୍ଚ କରାଯାଉଛି। ସେହିପରି ହେଲମେଟ୍ ପିନ୍ଧୁ ନଥିବା ଗାଡି ଚାଳକଙ୍କୁ ଧରୁଛି ପୋଲିସ ଏବଂ ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯାଉଛି । ସେହିପରି ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କଠାରୁ ୧୦ ହଜାର ଟଙ୍କାର ଫାଇନ୍ ମଧ୍ୟ ଆଦାୟ କରିଛି […]

ପାଞ୍ଜିରେ ବିଭ୍ରାନ୍ତିକର ତଥ୍ୟ ଦେଲେ କାର୍ଯ୍ୟାନୁଷ୍ଠାନ-ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପଞ୍ଜିକା ସମନ୍ବୟ ନେଇ ଶେଷ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ। ତେବେ ଏହି ବୈଠକରେ ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ବୈଠକରେ ଶ୍ରୀମନ୍ଦିରର ବାର୍ଷିକ ପର୍ବପର୍ବାଣୀକୁ ଅନୁମୋଦିତ କରାଯାଇଛି । ଶ୍ରୀମନ୍ଦିରର ପ୍ରଚଳିତ ପର୍ବପର୍ବାଣୀ ତିଥିକୁ ନେଇ କୌଣସି ତାରତମ୍ୟ ରହିବ ନାହିଁ । ଭୁଲ୍ ରହିଲେ ଶ୍ରୀମନ୍ଦିର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ […]

ଖୁବଶୀଘ୍ର ଆରମ୍ଭ ହେବ ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର

ସନ୍ଧ୍ୟା ହେଲେ କନ୍ଦାଏ ବାଣୀବିହାର ଠାରୁ ଜୟଦେବ ବିହାର ଦେଇ ପଟିଆ ରାସ୍ତା । ଭିଡ , ଗାଡି ଜାମ୍ ନକହିବା ଭଲ । ଘଣ୍ଟା ଘଣ୍ଟା ଧରି ଜାମରେ ହନ୍ତସନ୍ତ ହୁଅନ୍ତି ରାଜଧାନୀବାସୀ । ହେଲେ ଏବେ ସେମାନେ ସୁରୁଖୁରୁରେ ଘରେ ପହଞ୍ଚିବେ । ଖୁବଶୀଘ୍ର ଆରମ୍ଭ ହେବ ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, […]

ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର

ଆଜି ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱରର ଶୈଳଶ୍ରୀ ବିହାର, ରୁଦ୍ରପୁର, ଡୁମୁଡୁମା ଅଞ୍ଚଳରେ ଥିବା ଘର ଏବଂ ବାଲେଶ୍ୱରର ସୋର, ରେମୁଣା, ବାଲେଶ୍ୱର ସଦର ଆଦି ଅଞ୍ଚଳରେ ଥିବା ବାସ ସ୍ଥାନ ରହିଛି। ବର୍ତ୍ତମାନ ଯାଏଁ କେତେ ପରିମାଣରେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ […]

ଗଣିଆରେ “ନିପୁଣ ଓଡିଶା ମେଳା” ଅନୁଷ୍ଠିତ

ନୟାଗଡ଼, (ଓଡିଶା ଦର୍ପଣ): ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ “ନିପୁଣ ଓଡିଶା ମେଳା” ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଗଣିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନା ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ବେହେରା, କିଶୋର ଚନ୍ଦ୍ର ଉଚ୍ଚ […]

ମାର୍ଚ୍ଚ ୮ ରେ ଦ୍ୱିତୀୟ କିସ୍ତି; ହେଲେ ଏମାନଙ୍କୁ ସୁଭଦ୍ରା ଟଙ୍କା ମିଳିବନି ।

ପ୍ରାୟ ୧୮ ଲକ୍ଷ ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହାଜର ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର । କିନ୍ତୁ ଇ-କେୱାଇସି ଏବଂ ଅନ୍ୟାନ୍ୟ ନିୟମ ପାଳନ ନକରିବା କାରଣରୁ ଓଡ଼ିଶାରେ ୨.୫ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ପାଇ ନାହାନ୍ତି ବୋଲି ରାଜ୍ୟ ସରକାର ସୋମବାର ଦିନ କହିଛନ୍ତି।ଏହି ହିତାଧିକାରୀଙ୍କ ତାଲିକା ବ୍ଲକ, ପୌରପାଳିକା ଏବଂ ନଗର ନିଗମ ସ୍ତରରେ କର୍ତ୍ତୃପକ୍ଷଙ୍କ ପାଖରେ ଉପଲବ୍ଧ। ସମସ୍ତ ଯୋଗ୍ୟ ହିତାଧିକାରୀ, ଯେଉଁମାନେ […]

ବର୍ତ୍ତମାନ ୮୭ ହଜାର ଉପରକୁ ଟପିଛି ସୁନା ରେଟ୍ ।

ବିବାହ ତିଥି ଆସିଯାଇଛି ଏପଟେ ସୁନା ଦର ବଢି ଚାଲିଛ । ଏହାକୁ ନେଇ ଚିନ୍ତାରେ ଗ୍ରାହକ । ବର୍ତ୍ତମାନ ୮୭ ହଜାର ଉପରକୁ ଟପିଛି ସୁନା ରେଟ୍ ।ମଙ୍ଗଳବାର ଦେଶରେ ସର୍ବକାଳୀନ ରେକର୍ଡ଼ ଭାଙ୍ଗିଛି ସୁନାଦର। ୨୪ କ୍ୟାରେଟ୍‌ ସୁନା ଦାମ୍ ୮୭୦ ଟଙ୍କା ବୃଦ୍ଧି ପାଇଥିବାବେଳେ ୨୨ କ୍ୟାରେଟ୍‌ ସୁନା ୮୦୦ ଟଙ୍କା ବଢିଛି। ଆଜି ୨୪ କ୍ୟାରେଟ୍‌ ସୁନା ଦାମ୍‌ ୮୭ ହଜାର ୯୩୦ ଟଙ୍କାରେ ପହଞ୍ଚିଛି ଏବଂ ୨୨ କ୍ୟାରେଟ୍‌ ସୁନାର […]

ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ।

ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଜଘନ୍ୟକାଣ୍ଡ। ଠାକୁରାଣୀ ଯାତ୍ରାରେ ନାଟକ ଦେଖିବାକୁ ଯାଇଥିବା ବେଳେ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନାରେ ୪ ଜଣ ଯୁବକଙ୍କୁ ଅଟକ ରଖାଯାଇଛି। ତେବେ ମଙ୍ଗଳବାର ଦିନ ନାବାଳିକାଙ୍କର ଡାକ୍ତରୀ ମାଇନା କରାଯିବ । ତେବେ ଦୁଷ୍କର୍ମ ଘଟଣା ଜଣେ ଯୁବକ ଦେଖିଥିଲେ କିନ୍ତୁ ଦୁଷ୍କର୍ମକାରୀ ୪ ଜଣ ସମ୍ପୃକ୍ତ ଯୁବକଙ୍କୁ ଧମକ ଦେଇ […]