ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ ନିଷ୍ପତ୍ତି ନେଲେ ପ୍ରେମୀଯୁଗଳ ।

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଲାରିଗଡ଼ ନିଷ୍ଟିପୁର ନିକଟରୁ ଠାବ ହୋଇଛି ପ୍ରେମୀ ଯୁଗଳଙ୍କ ମୃତଦେହ । ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ ନିଷ୍ପତ୍ତି ନେଲେ ପ୍ରେମୀଯୁଗଳ । ଖବର ଅନୁଯାୟୀ, ଗୁରୁବାର ଦିନ ସକାଳୁ ସମୟରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଲାରିଗଡ଼ ନିଷ୍ଟିପୁର ରାସ୍ତା ପାଖ ଜଙ୍ଗଲରେ ଥିବା ଏକ ଗଛରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ ସ୍ଥାନୀୟ ଲୋକ । ଏହାପରେ ତୁରନ୍ତ ନିକଟସ୍ଥ ପାଟକୁରା ଥାନାକୁ […]

ଭିଜିଲାନ୍ସ ପଞ୍ଝାରେ ବୋରିଗୁମ୍ମା ତହସିଲ ଏଆର୍‌ଆଇ ।

ଭିଜିଲାନ୍ସ ପଞ୍ଝାରେ ବୋରିଗୁମ୍ମା ତହସିଲ ଏଆର୍‌ଆଇ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଏଆର୍‌ଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍‌ । ଏକାସାଙ୍ଗେ ୮ଟି ଠିକଣାରେ ଚାଲିଛି ଚଢାଉ । ବୋରିଗୁମ୍ମାରେ ଥିବା ଏକ ବିଲ୍ଡିଂ ସହ ସରକାରୀ ଅଫିସ ଚାମ୍ବରରେ ଚଢ଼ାଉ ହୋଇଛି । ବୋରିଗୁମ୍ମାରେ ଆବାସିକ ଦୁଇ ମହଲା ଘରେ ଚଢ଼ାଉ ଚାଲିଥିବା ବେଳେ ତାଙ୍କ ଝିଅଙ୍କ ଭଡା ଘର, ରଣସପୁରରେ ଥିବା ପୈତୃକ ଘର, ସମ୍ପର୍କୀୟଙ୍କ ଘର […]

ସରକାରୀ ଯୋଜନାରୁ ବାଦ୍‌ ପଡ଼ିବେ ଅଣଚାଷୀ।ଜାନୁୟାରୀ ପହିଲାରୁ ଆରମ୍ଭ ହେବ ପଂଜିକରଣ

ଚାଷୀଙ୍କ ଡାଟାବେସ୍ କରିବେ ମୋହନ ସରକାର, ଏସଓପି ଜାରି କଲା କୃଷି ବିଭାଗ। ଜାନୁଆରୀ ପହିଲାରୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ, ମାର୍ଚ୍ଚ ଶେଷ ସୁଦ୍ଧା ପ୍ରସ୍ତୁତ ହେବ ଚାଷୀ ଡାଟାବେସ୍ । ଚାଷୀଙ୍କୁ ମିଳିବ ୧୪ ଟିକିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି। ଡିଜିଟାଲ କୃଷକ କାର୍ଡ ବି ଯୋଗାଇ ଦେବେ ସରକାର। ଏଥିପାଇଁ ଚାଷୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ଆକ୍ସନ ପ୍ଲାନ ଏବଂ ଏସଓପିକୁ ପଠାଇଛି କୃଷି ବିଭାଗ। ପିଏମ […]

ଆଜି ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ।

ଆଜି ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ। ଦୀର୍ଘ ୨୪ ବର୍ଷ ଧରି ଶାସନରେ ରହିବା ପରେ ଏଥର ବିରୋଧୀ ଦଳ ଭାବେ ପ୍ରତିଷ୍ଠା ଦିବସ ପାଳିବ ବିଜେଡି । ଦଳୀୟ ନେତା ଓ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ଥର ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଶଙ୍ଖ ଭବନରେ ଆୟୋଜନ ହେବ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ। ସରକାରରୁ […]

ଦୁର୍ବଳ ହେଉଛି ଲଘୁଚାପ, କମିବ ବର୍ଷାର ପରିମାଣ

ଲଗାତାର ଅଦିନିଆ ବର୍ଷାରେ ଓଡ଼ିଶା ବେହାଲ୍‌। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା ଯାଏଁ ସବୁଠି ଲାଗି ରହିଛି ବର୍ଷା। ପାଣିପାଗ ପୂରା ବିଗିଡ଼ିଯାଇଛି। ଫସଲ ପାଣିରେ ବତରୁ ବରବାଦ୍‌। ତେବେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ଆଜି ଅପରାହ୍ନ ବେଳକୁ ଏହା ଆହୁରି ଦୁର୍ବଳ ହେବ। ଫଳରେ ବର୍ଷାର ପ୍ରଭାବ କମିବ ।ହେଲେ ଆସନ୍ତାକାଲି ସଂଧ୍ୟା କିମ୍ବା ୨୮ ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ । ସୁନ୍ଦରଗଡ଼, […]

ସବୁ ପ୍ରାଥମିକ ସମବାୟ ସମିତିର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି । ଲୋକ ସେବା ଭବନର କନଭେନସନ ସେଣ୍ଟରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ସମବାୟ ସମିତି ଗୁଡ଼ିକର ଶୁଭାରମ୍ଭ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ 2711ଟି ପ୍ୟାକ୍ସ (PACS)ଥିବା ବେଳେ, ରାଜ୍ୟ ସରକାର ଆଉ 1542ଟି ନୂଆ ବହୁମୁଖୀ ପ୍ୟାକ୍ସ ( MPACS) ଗଠନ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ସମୁଦାୟ ପ୍ୟାକ୍ସ […]

ସ୍ତ୍ରୀକୁ ମାରିଲା, ସ୍ୱାମୀ ନିଜେ ନିଜର ଗଳା ମଧ୍ୟ କାଟିଲା

କଟକଲାଲବାଗ୍‌ ଥାନା ସିଦ୍ଧେଶ୍ୱର ସାହିରେ ହତ୍ୟାକାଣ୍ଡ । ଧାରୁଆ ଛୁରୀରେ ସ୍ତ୍ରୀର ଗଳା କାଟିବା ପରେ ନିଜ ବେକ କାଟିଲା ସ୍ୱାମୀ । ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର । ପାରିବାରିକ କଳହ କାରଣରୁ ରାଗରେ ସ୍ତ୍ରୀର ଗଳା କାଟି ଦେଲା ସ୍ୱାମୀ । ମୃତ ମହିଳା କନଷ୍ଟେବଲଙ୍କ ନାଁ ବିଷ୍ଣୁପ୍ରିୟା ମଲ୍ଲିକ। ସେ କଟକ ସାଇବର ଥାନାରେ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ୱାମୀଙ୍କ ନାଁ ବିଶ୍ୱଜିତ ମଲ୍ଲିକ। ୨୦୧୯ରେ ସେମାନେ ପ୍ରେମ ବିବାହ କରିଥିଲେ। ସେମାନଙ୍କର […]

ଜିଲ୍ଲାସ୍ତରୀୟ ସୁଶାସନ ଦିବସ-୨୦୨୪ ପାଳିତ

ରାୟଗଡ:- ତା. ୨୫/୧୨- ରାୟଗଡ ଜିଲ୍ଲାସ୍ଥରୀୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପବିତ୍ର ଜୟନ୍ତୀ ଅବସରରେ ସ୍ଥାନୀୟ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି l ଏହି ଦିବସରେ ମୁଖ୍ୟ ଅତିଥି ଭାବରେ ରୟଗଡ଼ ଜିଲ୍ଲାପାଳ ଶ୍ରମତୀ ପାରୁଲ ପଟାୱରୀ ଯୋଗଦାନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ତୈଳ ଚିତ୍ରରେ ପୁଷ୍ପାଅର୍ଘ୍ୟ ଦେବl ସହ ଶ୍ରାଦ୍ଧଞ୍ଜଳି ଅର୍ପଣ କରିଥିଲେ ଓ ସୁଶlସନ ଦିବସ ଉପରେ […]

‘ଏଥୁ ଅନନ୍ତରେ’ର ପାଠକୀୟ ଚର୍ଚ୍ଚା

ନୟାଗଡ଼, (ଓଡ଼ିଶା ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ବିଶ୍ଵନାଥ ମହାପାତ୍ରଙ୍କ ସଦ୍ୟ ପ୍ରକାଶିତ ଉପନ୍ୟାସ ‘ଏଥୁ ଅନନ୍ତରେ’ ର ପାଠକୀୟ ଚର୍ଚ୍ଚା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ! ପୁସ୍ତକର ସମୀକ୍ଷକ ଭାବରେ ଯୋଗଦେଇ ସାହିତ୍ୟିକ ତଥା ବିଧାୟକ ଡ.ଅରୁଣକୁମାର ସାହୁ ଉପନ୍ୟାସର ବିବିଧ ଦିଗ  ଉପରେ ଆଲୋକପାତ କରି ଏହାକୁ ଏକ ସଫଳ ଯୁଗାନ୍ତକାରୀ ସୃଷ୍ଟି ବୋଲି କହିଥିଲେ ! ସ୍ଥାନ,କାଳ ଓ ପାତ୍ରର ଚୟନ, ଉପସ୍ଥାପନ ଓ ଗତିଶୀଳତାକୁ ଶ୍ରୀ […]

ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍ -ଗିରିରାଜ ସିଂ ।

ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ସେ କହିଛନ୍ତି ନୀତୀଶ କୁମାର ଓ ନବୀନଙ୍କୁ ‘ଭାରତ ରତ୍ନ’ ମିଳୁ । ପୂର୍ବରୁ ଏହି ଦାବି ହେଉଥିଲା ବେଳେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏହି ଦାବି ଉଠାଇଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଗିରିରାଜ ସିଂ କହିଛନ୍ତି, ନବୀନ ପଟ୍ଟନାୟକ ମଧ୍ୟ ଦୀର୍ଘ ବର୍ଷ […]

କେନ୍ଦୁଝର ଯୋଡ଼ାରେ ଚାଞ୍ଚଲ୍ୟ । ହାତୁଡିରେ ପିଟି ସାଙ୍ଗ ନେଲା ସାଙ୍ଗର ଜୀବନ ।

କେନ୍ଦୁଝର ଯୋଡ଼ାରେ ଚାଞ୍ଚଲ୍ୟ । ହାତୁଡିରେ ପିଟି ସାଙ୍ଗ ନେଲା ସାଙ୍ଗର ଜୀବନ । ସାଙ୍ଗର ଅତର୍କିତ ଆକ୍ରମଣରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ପୌରାଞ୍ଚଳର ୬ ନଂ ୱାର୍ଡ଼ ବାଚୁ ହଟିଂ ଅଞ୍ଚଳରେ ।ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୮ ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳୁ ହତ୍ୟାକାରୀ ସାଙ୍ଗ ଦୁର୍ଗା ନାଏକ ଫେରାର ହୋଇଯାଇଛି । ସୂଚନା ପାଇ […]

ନନ୍ଦନକାନନରେ ନୂଆବର୍ଷ: ହ୍ଵାଟ୍ସଆପରେ କରିହେବ ଟିକେଟ ବୁକିଂ

ନୂଆ ବର୍ଷ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ବିଶେଷ ଭାବେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି । ଏହାସହ ପ୍ରବେଶ ଟିକେଟ କରିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ଅନଲାଇନ ଟିକେଟ ବୁକିଂ ବ୍ୟବସ୍ଥା କରାଯାଇଛି ।ଲମ୍ବା ଧାଡ଼ିରେ ଛିଡ଼ା ନ ହୋଇ ହ୍ଵାଟ୍ସଆପ୍‌ରେ ଟିକେଟ ସଂଗ୍ରହ କରିବାର ସୁବିଧା କରାଯାଇଛି । ହ୍ଵାଟ୍ସଆପ୍‌ ନମ୍ବର ହେଉଛି ୭୬୭୧୮୪୪୪୮୫୬ । ଏହି ନମ୍ବରରେ ହାଏ (Hi) ଲେଖି ମେସେଜ କରିଲେ […]