“ରାୟଗଡ:-ତା. ୨୪/୧୨- ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଆଜି ମୁନିଗୁଡା ବ୍ଲକ ଅନ୍ତର୍ଗତ ଆଦର୍ଶ ଗ୍ରାମ ଶକଟାକୁ ପରିଦର୍ଶନ କରିଥିଲେ l ଏହି ପରିଦର୍ଶନ ବେଳେ ଗ୍ରାମ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଛତୁଆ କେନ୍ଦ୍ର ଓ ପରିମଳ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହିତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ l ଗ୍ରlମବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେଏହି ଗ୍ରାମକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଗତ ତା ୧୫/୧୨/୨୪ରିଖରେ ଦିନ ଭଗବାନ ବିର୍ଷା […]
ଗତ ସାଧାରଣ ନିର୍ବାଚନରେ ଇଭିଏମ୍ ଜାଲିଆତି ନେଇ ଅଭିଯୋଗ କରିଛି ବିଜେଡି | ଏନେଇ ବିଜେଡି ସାଂସଦମାନେ ଗତକାଲି ନିର୍ବାଚନ କମିଶନ ଅଫ ଇଣ୍ଡିଆଙ୍କୁ ଭେଟିଥିଲେ | ବିଭିନ୍ନ ନିର୍ବାଚନ ମଣ୍ଡଳୀର ଉଦାହରଣ ଦେଇ ଅଭିଯୋଗ କରିଛି ବିଜେଡି | ଏନେଇ ବିଧାୟକ ଅରୁଣ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ବିପର୍ଯ୍ୟୟର ସାମନା କରିବା ପରେ ବିଜେଡି ସବୁ ଜିଲ୍ଲାପାଳଙ୍କୁ ବୁଥଓ୍ବାରୀ ତଥ୍ୟ ମାଗିଥିଲା, ହେଲେ ତଥ୍ୟ ମିଳିଲାନି । ଏହା ପବ୍ଲିକ […]
ରାଜ୍ୟରେ ତେଲ ଟାଙ୍କିରେ ହେଉଛି ଗଫଲତି ଏବଂ ଓଜନରେ ଠକୁଛନ୍ତି ଗ୍ୟାସ ଏଜେନ୍ସି । ଜାତୀୟ ଉପଭୋକ୍ତା ଦିବସ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୩୭୧ ଟାଙ୍କିରେ କମ ତେଲ ଆସୁଛି । ୫ ଲିଟର ତେଲ ନେଲେ ୩୦ ରୁ ୪୦ ଗ୍ରାମ କମ ଆସୁଛି । ସେହିଭଳି ଗ୍ୟାସ ରେ ବି ଠକେଇ ହେଉଛି । ୧୪ କେଜି […]
ଜଗତସିଂହପୁର ଜିଲା ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ସୋମବାର ଦୁଇଟି ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ବାଂଲାଦେଶରୁ ଆସିଥିବା ଜାହାଜରୁ ଏହି ପାରା ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଏମଭି ଫାଷ୍ଟ ମାଜୁରୋ ଜାହାଜରେ ପାରା ଦୁଇଟି ବସିଥିଲେ। ତେବେ ଏମାନେ ରେସିଂ ପାରା ମଧ୍ୟ ହୋଇଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୁଲିସ।ଏମଭି ଫାଷ୍ଟ ମାଜୁରୋ ଜାହାଜରୁ ପାରାଦୀପ ସାମୁଦ୍ରିକ ଥାନା ପୁଲିସ ପାରା ଦୁଇଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରିଛି। […]
ରାଜ୍ୟରେ ଅଦିନିଆ ବର୍ଷ କାରଣରୁ ବିଭିନ୍ନ ଜିଲାରେ ଧାନଚାଷୀମାନେ ସଂକଟରେ ପଡିଛନ୍ତି। ବର୍ତମାନ ଧାନ ଅମଳ ସହିତ ମଣ୍ଡିରେ ବିକ୍ରି ପ୍ରକ୍ରିୟା ଚାଲିଥିବା ବେଳେ ବର୍ଷାରେ ଧାନର ବିଲରେ ଗଜା ହୋଇଗଲାଣି। ଅନେକ ସ୍ଥାନରେ ମଣ୍ଡି ମାନଙ୍କରେ ମଧ୍ୟ ସମାନ ଅବସ୍ଥା।ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ ପାଗ ଖରାପ ଯୋଗୁଁ କିଛି ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି। କିନ୍ତୁ ବର୍ଷା ପାଇଁ ଆଗୁଆ ମଣ୍ଡି ଖୋଲିବନି। ବର୍ଷାରେ ଯାହାର ଧାନ କ୍ଷତି ହୋଇଛି ଆକଳନ କରି […]
ଜାନୁୟାରୀ ୩ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା l ଜାନୁୟାରୀ ୩ ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା l ଏନେଇ ଭୁବନେଶ୍ୱର ସ୍ଥିତ ପର୍ଯ୍ୟଟନ ବିଭାଗର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅଧ୍ୟକ୍ଷତା କରି କହିଥିଲେ ଯେ ବରଗଡ଼ ଧନୁଯାତ୍ରା ଆମର ଗର୍ବ ଓ ଗୌରବ । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ […]
ଶ୍ରୀଜଗନ୍ନାଥ ମନ୍ଦିରରେ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ପୂର୍ବରୁ ସେବକଙ୍କ ସହ ଆଲୋଚନା କରାଯିବ। ଚଳିତ ମାସ ୨୭ରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେଲେ ବି ଭିତରକାଠ ଦର୍ଶନ ବନ୍ଦ ହେବନି । ଯଦି ଏହା ସଫଳ ହୁଏ ତେବେ ନୂଆବର୍ଷରୁ ନାଟମଣ୍ଡପ ଧାଡ଼ିଦର୍ଶନ ଆରମ୍ଭ କରାଯିବ। କିନ୍ତୁ ସେଥିରେ ଯଦି […]
ପୁରୀ ପିପିଲି ଅଞ୍ଚଳରେ ଅଦିନିଆ ବର୍ଷରେ ଫସଲ ନଷ୍ଟ ପରେ ଜଣେ ଚାଷୀ ଗତକାଲି ଟଳି ପଡ଼ିଥିଲେ । ଆଜି ମୃତ ଚାଷୀଙ୍କ ଘରେ ପହଞ୍ଚିଛି ପ୍ରଶାସନ । ସୂଚନାମୁତାବକ ପୁରୀ ଜିଲ୍ଲା ସତ୍ୟବାଦୀ ବିରାମଚନ୍ଦ୍ରପୁରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁର ପୂର୍ଣ୍ଣଚନ୍ଦ୍ର ଦଳାଇ । ବୟସ ୭୫ ବର୍ଷ । ଯାହାଙ୍କର ବିଲ ମୁଣ୍ଡରେ ହିଁ ଚାଲିଯାଇଛି ଜୀବନ । ଘଟଣା କଣ ବୁଝୁ ବୁଝୁ ସାମ୍ନାକୁ ଆସିଲା ହୃଦୟ ବିଦାରକ […]
ରାୟଗଡା : ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ପରିସରରେ ଆଡମ୍ବରରେ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ ତଥା “ସେନଫେଷ୍ଟ ୧୪.୦” ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଡଃ.ରାଜେଶ କୁମାର ପାଢୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ପ୍ରଶାସିକା ସୁସ୍ମିତା ମହାନ୍ତି ଓ ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ରଙ୍କ ସମେତ ମଞ୍ଚରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଗୋଷ୍ଠୀ ଶିକ୍ଷାଧୂକାରୀ ପ୍ରଦୀପ୍ତ […]
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା (ଏମଆଇ) । କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦରମା କରିବା ପାଇଁ ଲାଞ୍ଚ ନେଉଥିଲେ ଏମଆଇମମତା ବେହେରା ।ତେବେ ଯୋଗାଣ ନିରୀକ୍ଷକ ୭ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଯୋଗାଣ ସହାୟକ ଭିଜିଲାନ୍ସ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଜି ପୂର୍ବ ପ୍ରସ୍ତୁତି ଅନୁସାରେ ଟଙ୍କା ଯୋଗାଣ ନିରୀକ୍ଷକଙ୍କୁ ଦେବା ପରେ […]
ମୁଁ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି। ଥରେ ନୁହେଁ ଦୁଇ ଦୁଇ ଥର ମୁଁ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି।’ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଆଜି ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଠକିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ ଜମାକାରୀଙ୍କ ଭଳି ମୋହନ ଟଙ୍କା ଯୋଗାଡ କରି ସଂସ୍ଥାରେ ଜମା କରିଥିଲେ। କିନ୍ତୁ ଉଠାଣ ବେଳକୁ ସଂସ୍ଥା ନଥିବା ଜାଣିବାକୁ ପାଇଥିଲେ। […]
ଶିଶୁକୁ ଚାପି ଦେଲା ହାଇୱା । ସ୍ପିଡ ବ୍ରେକର ହେଲା କାଳ । ଘଟଣାସ୍ଥଳରେ ଦେଢ଼ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଲାହାକୋଠି ନିକଟସ୍ଥ ଲାଲଜିରାମ ପେଟ୍ରୋଲ୍ ପମ୍ପ ସମ୍ମୁଖ ୧୪୩ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ବାପା ମା ଅଳ୍ପକେ ବଞ୍ଚିଗଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ଘଟଣାସ୍ଥଳରେ ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି । ଗୋଟିଏ ବାଇକରେ ସ୍ୱାମୀ ସ୍ତ୍ରୀ […]
